୯ ଦିନିଆ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାପାନରୁ ଫେରିଲେ ମୁଖ୍ୟମନ୍ତ୍ରୀ । ୯ ଦିନିଆ ଗସ୍ତ ସାରି ଓଡ଼ିଶା ଫେରିଲେ ନବୀନ ପଟ୍ଟନାୟକ । ନବୀନଙ୍କ ଜାପାନ ଗସ୍ତରୁ ରାଜ୍ୟକୁ ଆସିବ ବଡ଼ ପୁଞ୍ଜି । ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିପ୍ପନ ଓଡିଶାରେ ସ୍ଥାପନା ନେଇ ବୁଝାମଣା ପରେ, ୨୬ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ପୂର୍ଣ୍ଣ ପ୍ରତିଶ୍ରୁତି ମିଳିଛି । କେବଳ ଷ୍ଟିଲ , ମେଟାଲ, ଖାଦ୍ୟ ପକ୍ରିୟାକରଣ, ଗ୍ରୀନ ଏନର୍ଜି, ଆଇଟି କି ପେଟ୍ରୋକେମିକାଲ୍ସ ନୁହେଁ, ପର୍ଯ୍ୟଟନ ଶିଳ୍ପ ଓ ବୌଦ୍ଧିକ ଇକୋ ଟୁରିଜିମକୁ ଫୋକସ କରିଛନ୍ତି ନବୀନ ।

ଏଥିପାଇଁ ଶିଳ୍ପପତି ଓ ନିବେଶକଙ୍କ ସହ କରିଛନ୍ତି ଆଲୋଚନା । ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ବିଶେଷକରି ବୌଦ୍ଧିକ ପର୍ଯ୍ୟଟନର ବିକାଶ, ଧଉଳି, ଉଦୟଗିରି, ଲଳିତଗିରିର ରୂପାନ୍ତରୀକରଣ ସଂପର୍କରେ ଜାପାନ ପ୍ରତିନିଧିଙ୍କୁ ଅବଗତ କରାଯିବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।