ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ପରୀକ୍ଷା ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରେ ଇନଫୋସିଟିରେ ଏହି ଆଣ୍ଟିଜେନ୍ ଟେଷ୍ଟ କିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍ ପହଂଚିପାରିବ । ଓଡିଶା ସ୍ଥିତ ବାୟୋଟେକ୍ କଂପାନି ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ୍ ଆଂଟିଜେନ୍ କିଟ୍ ପ୍ରସ୍ତୁତ କରିବ । ପୂର୍ବ ଭାରତରେ ଏହା ପ୍ରଥମ ସ୍ବଦେଶୀ କିଟ୍ । ଏଥିପାଇଁ ଜୁନ୍ ୨୦୨୧ରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆରଏମ୍ଆରସି ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେବା ସହ କିଟ୍କୁ ଟେଷ୍ଟିଂ କରାଯାଇଥିଲା ।
କିଟକୁ ଆଇସିଏମ୍ଆର ଅନୁମୋଦନ କରିଛି । ଗୋଟିଏ କିଟ୍ର ମୂଲ୍ୟ ୫୦ଟଙ୍କା ରହିବ। ବଜାରରେ ମିଳୁଥିବା ଅନ୍ୟ ଟେଷ୍ଟ କିଟ୍ ଠାରୁ ଏହା ଶସ୍ତା। ଏଥିସହ ୧୫ ମିନିଟରେ ଟେଷ୍ଟର ରେଜଲ୍ଟ ଆସିଯିବ। ଗୋଟିଏ ବାକ୍ସରେ ୨୫ଟି କିଟ୍ ରହୁଛି । ଓଡ଼ିଶା ବାହାରକୁ ମଧ୍ୟ ଏହାକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇମେଜେନେକ୍ସ ଇଣ୍ଡିଆ । ୨୦୦୪ ମସିହାରେ ଭୁବନେଶ୍ବରରେ ଇମେଜେନେକ୍ସ ପ୍ରତିଷ୍ଠା ହୋଇଥିଲା ।