ସ୍ମାର୍ଟସ୍କୁଲର ଶ୍ରେଣୀଗୃହରେ ନବୀନ, ବୁଲି ଦେଖିଲେ ଅତ୍ୟାଧୁନିକ ବିଜ୍ଞାନାଗାର

1 min read
CM Naveen Patnaik In Smart School Class Room With Students

ବ୍ରହ୍ମପୁର: ସ୍ମାର୍ଟ କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ । ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି । ହିଞ୍ଜିଳିକାଟୁ ସରକାରୀ ହାଇସ୍କୁଲ ବୁଲି ଦେଖିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ ।

CM Naveen Patnaik In Smart School Class Room With Students

କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ । ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ବଢ଼ିଆ (ଭେରି ନାଇସ୍) ହୋଇଛି । କ୍ଲାସରୁମରେ ପିଲାଙ୍କ ସହ କିଛି ସମୟ ବସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ ।

CM Naveen Patnaik In Smart School Class Room With Students

ସ୍କୁଲ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ । ଲାଇବ୍ରେରୀରେ ବସି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମତାମତ ମଧ୍ୟ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତ ହୋଇଥିଲା ।

Leave a Reply