ପୋଲିସ କର୍ମଚାରୀଙ୍କ ପାଇଁ ୫୦୪ ସରକାରୀ ଗୃହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

1 min read
CM Lays Foundation for 504 Government Residences for Police Personnel in Bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସହାରଞ୍ଚଳ ପୋଲିସ କର୍ମଚାରୀଙ୍କ ପାଇଁ ବାସ ଗୃହ ତିଆରି ହେବ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ପୋଲିସ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷ ୫୦୪ ଘର ନିର୍ମାଣ କରାଯିବ ।

CM Lays Foundation for 504  Government Residences for Police Personnel in Bhubaneswar

ନିର୍ମାଣ ହେବାକୁ ଥିବା ବାସଗୃହର ତିନି ଭାଗରୁ ୨ ଭାଗ କନେଷ୍ଟବଳ ଓ ମୁଖ୍ୟ କନେଷ୍ଟବଳଙ୍କୁ ମିଳିବ । ୫୦୪ଟି କ୍ୱାର୍ଟର ମଧ୍ୟରୁ ୫୬ଟି ଇ-ଟାଇପ୍ କ୍ୱାର୍ଟର ଯାଁଳାରେ, ୨୮ଟି ଡି-ଟାଇପ୍ କ୍ୱାର୍ଟର ରିଜର୍ଭ ପୋଲିସ ଲାଇନରେ, ୨୮ଟି ଇ-ଟାଇପ୍ କ୍ୱାର୍ଟର ତମାଣ୍ଡୋରେ, ୨୮ଟି ଇ-ଟାଇପ୍ କ୍ୱାର୍ଟର ଏୟାରଫିଲ୍ଡ ଅଞ୍ଚଳ, ୨୮ଟି ଇ-ଟାଇପ୍ କ୍ୱାର୍ଟର ବଡ଼ଗଡ଼ ଥାନାରେ, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ରିଜର୍ଭ ପୋଲିସ ଲାଇନ୍, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ଲକ୍ଷ୍ମୀସାଗରରେ, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟର ବଡ଼ଗଡ଼, ୨୮ଟି ଏଫ୍-ଟାଇପ୍ କ୍ୱାର୍ଟରରେ ରିଜର୍ଭ ପୋଲିସ ଲାଇନରେ ନିର୍ମାଣ ହେବ ।

CM Lays Foundation for 504  Government Residences for Police Personnel in Bhubaneswar

ଆସନ୍ତା ୫ବର୍ଷ ଧରି ଚାଲିବ ପ୍ରକଳ୍ପ କାମ । ଏହି ପ୍ରକଳ୍ପ ହେବା ଦ୍ୱାରା ପୋଲିସ କର୍ମଚାରୀ ଘରଭଡ଼ା ଦେଇ ବାହାରେ ରହିବେ ନାହିଁ । ଡ୍ୟୁଟି ସମୟରେ ଦୂରତା କମିଯିବ । ଆଗକୁ ପୂରା ରାଜ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ ଘର ହେବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।

Leave a Reply