spot_img

Latest Posts

ଉତ୍କର୍ଷତାକୁ ଅଭ୍ୟାସରେ ପରିଣତ କରିଛନ୍ତି ଓଡ଼ିଶାର ପିଲା

ଭୁବନେଶ୍ୱର: ବିଜୟ ଏକ ଅଭ୍ୟାସ। ବିଜୟରୁ ମିଳେ ଉତ୍କର୍ଷତା। ଓଡ଼ିଶାର ପିଲାମାନେ ଉତ୍କର୍ଷତାକୁ ଏକ ଅଭ୍ୟାସରେ ପରିଣତ କରିଛନ୍ତି । ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ବିଜୟ ଲାଭ କରି ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି ଓଡ଼ିଆ ପିଲା। ଭାରତ ଦକ୍ଷତା ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଓଡିଶା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫୯ଟି ମେଡାଲ ଜିତି ଥିବା ଓଡ଼ିଶା ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ୨୦୨୨ ଅକ୍ଟୋବରରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଜାନୁଆରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ବିଜୟୀ ପ୍ରତିଭାଙ୍କୁ ବିଜୁ ପଟ୍ଟନାୟକ ଦକ୍ଷତା ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ସାଂଘାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କିରଛନ୍ତି । ସ୍ବର୍ଣ୍ଣ ଜିତିରେ ଏକ କୋଟି, ରୌପ୍ୟ ଜିତିଲେ ୫୦ଲକ୍ଷ ଏବଂ ବ୍ରୋଞ୍ଚ ଜିତିଲେ ୨୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ସ୍ବର୍ଣ୍ଣ ବିଜେତାଙ୍କୁ ଗଢ଼ିଥିବା ସଂସ୍ଥାକୁ ୫କୋଟି ଚଙ୍କା ଦିଆଯିବ। ମନରେ ସାଂଘାଇ, ହୃଦୟରେ ଭାରତ ଭାବି ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Latest Posts

Don't Miss