୧୮ ବର୍ଷରୁ କମ୍ ବୟସ୍କଙ୍କ ଟିକାକରଣ ନେଇ ପ୍ରସ୍ତୁତି: କୋଭାକ୍ସିନ୍ ଟିକାର କ୍ଳିନିକାଲ୍ ଟ୍ରାଏଲ ଆରମ୍ଭ

ପାଟଣା: ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ କରିବାକୁ କୋଭାକ୍ସିନର ପ୍ରସ୍ତୁତି । ଟିକାକରଣ ପୂର୍ବରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି । ବିହାରର ପାଟନାରେ ଥିବା ଏମ୍ସରେ ଆଜିଠାରୁ ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ କରାଯାଇଥିବା ଜଣାପଡିଛି । ତେବେ ପ୍ରଥମ ଦିନରେ କେତେ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି ତାହା ଜଣାପଡିନାହିଁ । ପାଟନା ଏମ୍ସ ପକ୍ଷରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗତ ସପ୍ତାହରୁ ଖୋଲା ଯାଇଥିଲା । କିଛି ଦିନ ତଳେ ଡିଜିସିଆଇ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ଦେଇଥିଲା । ପାଟନା ଏମ୍ସର ସୁପରିନଟେଣ୍ଡେଣ୍ଟ କହିଥିଲେ ଯେ, ଟ୍ରାଏଲ ଫେଜରେ ୭୦ରୁ ୮୦ ପିଲାଙ୍କୁ ଟିକାକରଣର କରିବାର ଯୋଜନା ରହିଛି । ଶୁକ୍ରବାର ଜଣେ ୧୩ ବର୍ଷୀୟ ବାଳକ ଟ୍ରାଏଲ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିଲେ ।

ଏଥିସହିତ ପଢ଼ନ୍ତୁ: କୁନି ଝିଅ ଅଭିଯୋଗ କରିବାର ୪୮ ଘଣ୍ଟା ମଧ୍ୟରେ କମିଲା ଅନ୍‌ଲାଇନ୍ କ୍ଳାସ୍ ଅବଧି

Leave a Reply