ବାଇକରେ ଯାଉଛି ଦଶମ ଶ୍ରେଣୀ ସିବିଏସ୍‌ଇ ପ୍ରଶ୍ନପତ୍ର

ରାୟଗଡ଼ା: ସିବିଏସ୍‌ଇ ଦଶମ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ । ବାଇକରେ ସେଣ୍ଟରକୁ ନିଆଗଲା ପ୍ରଶ୍ନପତ୍ର । ଜଙ୍ଗଲିଆ ରାସ୍ତାରେ ବେପରୁଆ ଭାବେ ୩ କିଲୋମିଟର ବାଟ ବୋହିନେଲେ ପ୍ରିନ୍ସି୍ପାଲ୍ । ରାୟଗଡ଼ା ଜିଲ୍ଲା ଶିରିଗୁଡ଼ା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଏଭଳି ଘଟିଛି ।

ପରୀକ୍ଷା ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ସେଣ୍ଟରକୁ ନିଆଯିବାର ନିୟମ ଥିଲେ ମଧ୍ୟ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ସିଣ୍ଡିକେଟ ବ୍ୟାଙ୍କରେ ଥିବା ହିନ୍ଦୀ ପ୍ରଶ୍ନପତ୍ରକୁ ବାଇକ ଯୋଗେ ସେଣ୍ଟରକୁ ନେଇଛନ୍ତି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ।

ପରୀକ୍ଷା କେନ୍ଦ୍ରରେ ୩ଟି ସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ, ଏଭଳି ଅବ୍ୟବସ୍ଥା ନେଇ ଛାତ୍ର ଓ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

Leave a Reply