ଦ୍ୱନ୍ଦ୍ୱ ଦୂର କଲା CHSE, ବାର୍ଷିକ ପରୀକ୍ଷା ଓ କ୍ୱାଟର ଏଣ୍ଡ ପରୀକ୍ଷା ଆଧାରରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଦ୍ୱନ୍ଦ୍ୱ ଦୂର କଲା ସିଏଚଏସଇ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ପ୍ରକାଶିତ ହେବ ରେଜଲ୍ଟ । କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଏବଂ କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମିଶି ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଅଫ୍ ଟୁ ବା ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଇ ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇ ନାହାଁନ୍ତି ସେମାନଙ୍କ ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।