ପୁଣି ବଢ଼ିଲା ଟେନସନ; ଲାଟିନ ଆମେରିକା ଉପରେ ଉଡୁଛି ଚୀନର ଦ୍ୱିତୀୟ ବେଲୁନ

ନୂଆଦିଲ୍ଲୀ: ପୁଣି ବଢ଼ିଲା ଟେନସନ । ଲାଟିନ ଆମେରିକା ଉପରେ ଉଡୁଥିବା ଅନ୍ୟ ଏକ ବେଲୁନ ଚୀନର ବୋଲି ଦାବି କରିଛି ବେଜିଂ । ଗତକାଲି ଚୀନର ତିନିଟି ବସ ଆକାରର ବେଲୁନକୁ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ଖସାଇଦେବା ସତ୍ତ୍ୱେ ଅନ୍ୟ ଏକ ବେଲୁନକୁ ନେଇ ବଢିଛି ଚିନ୍ତା । ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଲାଟିନ ଆମେରିକା ଉପରେ ଅନ୍ୟ ଏକ ବେଲୁନ ଉଡୁଛି ଯାହା ଉପରେ ସତର୍କ ନଜର ରଖାଯାଇଛି ।

କଲମ୍ବିଆ ଏୟାରଫୋର୍ସ ପକ୍ଷରୁ ବି ବେଲୁନ ଉପରେ କଡ଼ା ନଜର ରଖାଯାଇଛି । ବେଲୁନ ସମ୍ପର୍କରେ ଅନ୍ୟାନ୍ୟ ଦେଶ ସହ ଯୋଗସୂତ୍ର ରକ୍ଷାକରାଯାଉଛି ବୋଲି କହିଛନ୍ତି ବାଗୋଟା କର୍ତ୍ତୃପକ୍ଷ । ସେପଟେ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଲାଟିନ ଆମେରିକା ଉପରେ ଉଡୁଥିବା ବେଲୁନଟି ବେସାମରିକସ୍ତରୀୟ ଏବଂ ଫ୍ଲାଇଟ ଟେଷ୍ଟ ଲାଗି ଏହା ବ୍ୟବହାର କରାଯାଉଛି । ପ୍ରଥମ ବେଲୁନକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢ଼ିଥିବାବେଳେ ଦ୍ବିତୀୟ ବେଲୁନ ପ୍ରସଙ୍ଗରେ କୂଟନୈତିକ ସମ୍ପର୍କ ପୁଣି ଅଧିକ ତିକ୍ତ ହେବା ଆଶଙ୍କା ରହିଛି ।