ତାଇଓ୍ୱାନ ସୀମାରେ ପୁଣି ସମରାଭ୍ୟାସ କରିବ ଡ୍ରାଗନ

1 min read

ନୂଆଦିଲ୍ଲୀ: ତାଇଓ୍ୱାନ ସୀମାରେ ପୁଣି ସାମରିକ ଅଭ୍ୟାସ ପାଇଁ ଘୋଷଣା କରିଛି ଡ୍ରାଗନ । ମିଲିଟାରୀ ଡ୍ରିଲ ପାଇଁ ଡେଡଲାଇନ ସରିବାର ଦିନକ ପରେ ପୁଣିଥରେ ସମୁଦ୍ର ଓ ଆକାଶପଥରେ ଯୁଦ୍ଧାଭ୍ୟାସ ପାଇଁ ବେଜିଂ ଘୋଷଣା କରିଛି । ଚୀନ କରିଥିବା ଚାରି ଦିନିଆ ସମରାଭ୍ୟାସରେ ମଲ୍ଟିଟାଇପ୍ସ ଓ୍ୱାର ପ୍ଲେନ୍, ଲଙ୍ଗ ରେଞ୍ଜ ଏୟାର ଷ୍ଟ୍ରାଇକ କ୍ଷମତା ବିଶିଷ୍ଟ ଯୁଦ୍ଧ ଜାହାଜ ସାମିଲ କରିଥିଲା ପିପୁଲ୍ସ ଲିବରେସନ ଆର୍ମି । ଏବେ ବି ତାଇୱାନ ଷ୍ଟ୍ରେଟ୍ ରେ PLA ସୈନ୍ୟ ଅଭ୍ୟାସ ସହ ବିସ୍ଫୋରଣ ଓ ଯୁଦ୍ଧ ବିମାନ ଉଡ଼ାଣ ଅଭ୍ୟାସ ଜାରି ରହିଛି ବୋଲି ଚୀନର ଜାତୀୟ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ କରିଛି ।

ତାଇଓ୍ୱାନ ସୀମାରେ ଆଣ୍ଟି ସବମେରାଇନ ଓ ସି’ ଆସଲ୍ଟ ଅପରେସନକୁ ଅଧିକ ଗୁରୁତ୍ୱ ଦିଆଯାଇ ସମରାଭ୍ୟାସ କରାଯିବ ବୋଲି ଚୀନ୍ ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ କହିଛନ୍ତି । ଏହି ଡ୍ରିଲର ଅବଧି ଓ ସ୍ଥାନ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ । ଆମେରିକା ବାଚସ୍ପତି ନେନସି ପେଲୋସିଙ୍କ ତାଇଓ୍ୱାନ ଗସ୍ତପରେ ଆରମ୍ଭ ହୋଇଥିବା ଚୀନ୍-ତାଇଓ୍ୱାନ ବିବାଦ ଶାନ୍ତ ପଡ଼ିବାର ନାଁ ଧରୁନି । ତାଇଓ୍ୱାନ ଚାରିପଟେ ବିଶାଳ ସମରାଭ୍ୟାସ ଜାରି ରଖିଛି ଚୀନ୍ । ମିଲିଟାରୀ ଡ୍ରିଲରେ ଚୀନର ୬୬ଟି ଚାଇନାର ଯୁଦ୍ଧ ବିମାନ ଏବଂ ୧୪ ଟି ଯୁଦ୍ଧଜାହାଜ ନିୟୋଜିତ ହୋଇଛି । ତାଇଓ୍ୱାନ ମିଲିଟାରୀ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଚୀନ୍ ସାମରିକ ଡ୍ରିଲର ଜବାବ ଦେବା ପାଇଁ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।