ମାଆର ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକିଦେଇଥିଲା ବାପା

ଭୁବନେଶ୍ୱର: ମାର ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକିଦେଇଥିଲା ବାପା । ଖୋଜାଖୋଜି ପରେ ମିଳିଲା ଶିଶୁ କନ୍ୟା । ଶିଶୁକନ୍ୟାକୁ ବିକ୍ରି ହୋଇଥିବା ନେଇ ଜଟଣୀର ଜଣେ ମହିଳା ଭୁବନେଶ୍ବର ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିକ୍ରି ହୋଇଥିବା ୩ବର୍ଷୀୟା ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି । ପୁରୀ ଜିଲ୍ଲା ପିପିଲିର ଓସିଦ ମହମ୍ମୁଦ ଓ ମମତାଜ ବେଗମଙ୍କୁ ଶିଶୁ କନ୍ୟାକୁ ତାର ବାପା ବିକିଥିବା ଅଭିଯୋଗ ହୋଇଥିଲା ।

ମାଆର ଅନୁପସ୍ଥିତିରେ କୋର୍ଟରେ ବାପା ଅବୈଧ ଚୁକ୍ତିନାମା କରିଥିଲେ । କୋର୍ଟରେ ହୋଇଥିବା ପୌଷ୍ୟ ସନ୍ତାନ ଗ୍ରହଣ ଚୁକ୍ତିନାମା ଅବୈଧ ଅଟେ । ପୌଷ୍ୟ କନ୍ୟା ଗ୍ରହଣ ନେଇ ନୋଟାରୀରେ ହୋଇଥିଲା ଚୁକ୍ତିନାମା । ଶିଶୁକନ୍ୟାର ମା’ଙ୍କ ଅନୁପସ୍ଥିତିରେ ହୋଇଥିଲା ଆଫିଡେଭିଟ । ମାଆର ଅଜାଣତରେ ଶିଶୁ ବିକ୍ରି ଭଳି ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି  ।