ପିଲା ଭାଙ୍ଗିଲା କଣ୍ଢେଇ,ବାପା ଗଣିଲେ ୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଏକ ଖେଳନା ଦୋକାନରେ ପାଖାପାଖି ୫ଲକ୍ଷ ଟଙ୍କାର ମୂର୍ତ୍ତି ତଳେ ଖଣ୍ଡବିଖଣ୍ଡିତ ହୋଇ ତଳେ ପଡ଼ିଥିଲା ।। ଏ ନେଇ ସିସିଟିଭି ଯାଞ୍ଚ କରିବାରୁ କିଏ ମୂର୍ତ୍ତିଟିକୁ ପକାଇଥିଲା ଜଣାପଡ଼ିଥିଲା । ଏବଂ ପରେ ଏ ନେଇ କ୍ଷତିପୂରଣ ରାଶି ମଗାଯାଇଥିଲା । କିନ୍ତୁ ଏଭଳି ଟଙ୍କା ଆଦାୟକୁ ଭୁଲ ଦର୍ଶାଇଛନ୍ତି ଅନେକ ଲୋକେ ।

ଚୀନର ହକଂକଙ୍ଗ ଜିଲ୍ଲା ସ୍ଥିତ ଏକ ସପିଂ ମଲ୍‌ରେ ୫.୯ ଫୁଟର ଏକ ମୂର୍ତ୍ତି ଖଣ୍ଡ ବିଖଣ୍ଡିତ ହୋଇ ଚଟାଣରେ ପଡ଼ିଥିଲା । ଯାହାକୁ ନେଇ ମଲ୍ କର୍ମଚାରୀଙ୍କ ମଧ୍ୟରେ ଭାଳେନି ପଡ଼ିଥିଲା । ସେମାନେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯେଉଁଥିରେ ଏକ ଜଣେ ପୁଅ ମୂର୍ତ୍ତିକୁ ଆଉଜି ଛିଡ଼ା ହୋଇଥିଲା । ଯେତେବେଳେ ପଡ଼ିବାରେ ଲାଗିଥିଲା ସେ ତାକୁ ବଞ୍ଚାଇବାକୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ସେ ସଫଳ ହୋଇପାରିନଥିଲା । ଏବଂ ମୂର୍ତ୍ତିଟି ତଳେ ପଡ଼ି ଚୁରମାର ହୋଇଯାଇଥିଲା ।

toy

ଘଟଣା ଘଟିବା ସମୟରେ ପୁଅର ବାପା ଚେଙ୍ଗ୍ ଫୋନ୍‌ରେ କଥା ହେଉଥିଲେ । ସେ ଯେତେବେଳେ ମୂର୍ତ୍ତି ତଳେ ପଡ଼ିବାର ଶଦ୍ଧ ଶୁଣିଥିଲେ ସେ ପଛକୁ ବୁଲି ଦେଖିଥିଲେ ।  ସେ କହିଲେ ଯେ, ମୋ ପୁଅ ସିଧା ଛିଡ଼ା ହୋଇଥିଲା । ଏବଂ ଖେଳନାକୁ ଦେଖୁଥିଲା । ଏହି ଘଟଣାକୁ ନେଇ ମୋ ପୁଅ ଏତେ ଡରି ଯାଇଥିଲା ଯେ ତାକୁ ସ୍କୁଲ ଛାଡ଼ିବାକୁ ପଡ଼ିଲା । ମୂର୍ତ୍ତି ଏତେ ଭୟଙ୍କର କାହିକି ଦେଖାଯାଉଥିଲା ବୋଲି ସେ ପ୍ରଶ୍ନ କରିଥିଲା ।

ତେବେ ପୁଅର ଭୁଲ ମନେକରି  ଚେଙ୍ଗ୍ ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ । ମୂର୍ତ୍ତିର ଖୁଚୁରା ଦାମ୍ ୫ଲକ୍ଷ ଟଙ୍କାରୁ ଅଧିକ ରହିଛି । କିନ୍ତୁ ଦୋକାନ ମାଲିକ ଡିସକାଉଣ୍ଟ ଦେବା ସହିତ ୩.୩ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ଦୋକାନ ମାଲିକ କେକେ ପ୍ଳସ୍ କହିଥିଲେ ଯେ, ଉଭୟଙ୍କ ସହମତିରେ କ୍ଷତିପୂରଣ ରାଶି ଧାର୍ଯ୍ୟ ହୋଇଥିଲା । ତେବେ ସୋସିଆଲ ମିଡିଆରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । କିଛି ଲୋକେ ଦୋକାନ ବାଲାଙ୍କୁ ଏ ନେଇ ଦାୟୀ କରୁଥିବା ବେଳେ ଅନ୍ୟ କିଛି ଜଣ ପିଲାଟିର ବାପାଙ୍କୁ ମିଛ କହି ଟଙ୍କା ନେଇଥିବା କହିଛନ୍ତି । ତେବେ ଆଉ କିଛି ଜଣ ଅଭିଭାବକମାନେ ପିଲାଛୁଆଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଥିବା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିବ୍ୟାଙ୍ଗ ପିଲାକୁ ବିମାନ ଯାତ୍ରା ନେଇ ଅନୁମତି ଦେଲାନି ଇଣ୍ଡିଗୋ; ୫ଲକ୍ଷ ଟଙ୍କା ଜରିମାନା ଲାଗୁ କଲା ଡିଜିସିଏ