ଟିଙ୍କବୀର ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଦେବଗଡ଼: ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର  । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି  । ଅଙ୍ଗନବାଡ଼ି କର୍ମୀ ଓ ରିଆମାଳ ଚାଇଲଡ ଲାଇନ ଶିଶୁକନ୍ୟାକୁ ଉଦ୍ଧାର କରି ପ୍ରଥମେ ଛତାବାର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଶିଶୁକନ୍ୟା ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । କୁମାରୀ ମାତୃତ୍ବ ଓ ଲୋକଲଜ୍ଜା ଭୟରେ କେହି ଜଙ୍ଗଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ପୋଲିସ ଏ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରୁଛି  ।