ପ୍ରତିରକ୍ଷା କ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ: ୪ ଷ୍ଟାର୍ ଜେନେରାଲ୍ ରାଙ୍କ୍ ପଦବୀ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ନୂଆ କରି ନିଯୁକ୍ତ ହେବେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସେନା କର୍ମଚାରୀ ମୁଖ୍ୟ । ସେ ସେନା ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ । ଦେଶର ୩ ସେନା ଏହି ବିଭାଗ ଅଧିନରେ ରହିବେ ।

ପ୍ରତିରକ୍ଷା ସଚିବଙ୍କ ବିନା ଅନୁମତିରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରିପାରିବେ ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ  । ଏହି ୪ ଷ୍ଟାର୍‌ ଜେନେରାଲ୍ ରାଙ୍କ୍‌ ପଦବୀ ଗଠନକୁ ଆଜି କେନ୍ଦ୍ର କ୍ୟାବିନେଟର ବୈଠକରେ ମିଳିଛି ମଞ୍ଜୁରୀ  । ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲେ ବି ଅଫିସରଙ୍କ ନାମ ଘୋଷଣା ହୋଇନି ।

ତେବେ ଏହି ପଦବୀ ନେଇ ପୂର୍ବତନ ସ୍ଥଳସେନା ମୁଖ୍ୟ ବିପିନ ସିଂହ ରାଓ୍ୱତଙ୍କ ନାଁ ଚର୍ଚ୍ଚା ହେଉଛି । ଚିଫ୍‌ ଡିଫେନ୍ସ କମିଟିରେ ବେସାମରିକ ଅଧିକାରୀ ଏବଂ ମିଲିଟାରୀ ଅଧିକାରୀ ସାମିଲ ହେବ ଏହାର ଚେୟାରମ୍ୟାନ୍‌ ରହିବେ ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ । ଏହା ବ୍ୟତୀତ ଡିଫେନ୍ସ ଷ୍ଟାଫ୍‌ ଚିଫ୍‌ ୩ ସେନା ସହିତ ଜଡ଼ିତ ପ୍ରସଂଗଗୁଡ଼କରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଉପଦେଶ ଦେବେ ।

ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ଚିଫ୍‌ ଅଫ୍‌ ଡିଫେନ୍ସ ତିନି ସେନାର ପ୍ରମୁଖଙ୍କ ସମେତ କୌଣସି ସେନା କମାଣ୍ଡରଙ୍କ ଅଧିକାରର ବ୍ୟବହାର କରିପାରିବେ ନାହିଁ । ଚିଫ୍‌ ଅଫ୍‌ ଡିଫେନ୍ସ ଅବସର ନେବା ପରେ ବିନା ଅନୁମତିରେ କୌଣସି ସରକାରୀ କିମ୍ୱା ଘରୋଇ ପଦବୀ ଅଧିକୃତ କରିବେ ନାହିଁ ।  ଚିଫ୍‌ ଡିଫେନ୍ସ ସେନା ଅଭିଯାନ ବେଳେ ୩ ସେନାର ମଧ୍ୟରେ ତାଳମେଳ ରକ୍ଷା କରିବେ  ।

Leave a Reply