କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍

1 min read

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଲାଗି ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ମନ୍ତ୍ରାଣଳୟର ଯୁଗ୍ମ ସଚିବ ସହେଲୀ ଘୋଷ ରୟଙ୍କ ନେତୃତରେ ଟିମ୍‌ ଏୟାରପୋର୍ଟରୁ ସିଧାସଳଖ ଭଦ୍ରକ ଅଭିମୁଖେ ଗସ୍ତ କରିଛି । ଧାମରାରେ ରାତ୍ରିଯାପନ ପରେ ଶୁକ୍ରବାର ଟିମ୍ ୨ ଭାଗରେ ବିଭକ୍ତ ହୋଇ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ । ପ୍ରଥମେ ଭଦ୍ରକ ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଭୁବନେଶ୍ୱର ପହଞ୍ଚି ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗ ଚିଫ୍ ଇଞ୍ଜିନିୟର ବନ୍ଦନା ସିଂଘଲ, ଏକ୍ସପେଣ୍ଡିଚର୍ ଡିପାର୍ଟମୋଣ୍ଟର କନସଲଟାଣ୍ଟ ଦୀନା ନାଥ, ଗ୍ରାମୀଣ ବିକାଶ ବିଭାଗର ଏସ. ଏସ ମୋଦି, ସିଡ୍ଲ୍ୟୁସି ବିଭାଗର ଇଞ୍ଜିନିୟର ଅମରିସ୍ ପାଲ୍ ସିଂ, କେନ୍ଦ୍ର କୃଷି ବିଭାଗର ବିରେନ୍ଦ୍ର ସିଂ, ସଡ଼କ ପରିବହନ ବିଭାଗର ସୁନୀଲ କୁମାର ରହିଛନ୍ତି  । ')}

Leave a Reply