ଆକ୍ସନ୍ ମୁଡରେ ସରକାର , ଆତଙ୍କବାଦୀଙ୍କୁ ଭାରତରୁ କରିଦେବେ ମୂଳପୋଛ

1 min read

ଜମ୍ମୁକାଶ୍ମୀର: ଜମ୍ମୁ କାଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ  ମୁସଲିମ୍ ଲିଗ୍ ଜମ୍ମୁ-କାଶ୍ମୀର ପରେ ଏବେ ତହରିକ୍- ଏ – ହୁରିୟତ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଗୃହ ମନ୍ତ୍ରୀ ଅମିତଶାହା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ  UAPA ଅଧୀନରେ ଥିବା ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  । କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଟ୍ବିଟର୍ ରେ କହିଛନ୍ତି ଯେ,  ଜମ୍ମୁକାଶ୍ମୀର ରେ ଥିବା ତହରିକ୍- ଏ – ହୁରିୟତ୍ ସଂଗଠନ କୁ UAPA ଆଧାରରେ ବେଆଇନ୍ ସଂଗଠନ ବୋଲି ଘୋଷିତ କରାଯାଇଛି  । ଗୃହମନ୍ତ୍ରୀ  ଆଉ ମଧ୍ୟ ଲେଖିଛନ୍ତି, ଏହି ସଂଗଠନ ଜାମ୍ମୁକାଶ୍ମୀରକୁ ଭାରତ ଠାରୁ ଅଲଗା କରିବା ଏବଂ ଇସଲାମ୍ ଧର୍ମର ପ୍ରତିଷ୍ଠା  ଭଳି ବେଆଇନ୍ କାମ କରୁଥିବା ଯୋଜନା ରେ ସାମିଲ୍ ରହିଛି  । ଏହି ସମୂହ ଜମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ସହ ଭାରତ ବିରୋଧୀ ପ୍ରଚାର ପ୍ରସାର କରୁଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି  ।

ଆତଙ୍କବାଦୀଙ୍କ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୂନ୍ୟ ସହନଶୀଳତା ନୀତି ଦ୍ବାରା ଭାରତ ବିରୋଧୀ ଗତିବିଧି କାର୍ଯ୍ୟକଳାପରେ ଜଡିତ ଥିବା କୌଣସି ବି ବ୍ୟକ୍ତି କିମ୍ବା ସଂଗଠନ କୁ ତୁରନ୍ତ ରୋକାଯିବ ବୋଲି କହିଛନ୍ତି  । ଭାରତ ସରକାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ , ଏହି ସଂଗଠନ ଜମ୍ମୁକାଶ୍ମୀରରେ ବିଚ୍ଛିନ୍ନତାବାଦ  ଚିନ୍ତାଧାରା ବିସ୍ତାର କରୁଛି  ।  ଏହି ସଂଗଠନର ଲୋକମାନେ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି  ।  ଏବଂ ପଥର ଫିଙ୍ଗିବା ଭଳି କାର୍ଯ୍ୟକୁ ଉତ୍ସାହିତ କରନ୍ତି  । ସଂଗଠନର ଲୋକମାନେ ଭାରତର ନିୟମ ପାଳନ କରନ୍ତି ନାହିଁ  ଏବଂ କାଶ୍ମୀର ଠାରୁ ଭାରତକୁ ଅଲଗା ବୋଲି ଭାବନ୍ତି ।  ଚାରି ଦିନ ମଧ୍ୟରେ ସରକାର କାଶ୍ମୀର ରେ ଥିବା ଯେତେସବୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ।  ଏହା ପୂର୍ବରୁ ଡିସେମ୍ବର ୨୭ରେ ଗୃହ ମନ୍ତ୍ରାଣାଳୟ ମୁସଲିମ୍ ଲିଗ୍ ଜମ୍ମୁକାଶ୍ମୀର ଉପରେ ପ୍ରତିବନ୍ଧକ ଲଗାଇଥିଲା  । ଗୃହ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏହି ସଂଗଠନକୁ UAPA ଆଧାରରେ ୫ ବର୍ଷ ପାଇଁ ବ୍ୟାନ୍ କରାଯାଇଛି  ।