ତାଜା ଖବର ରାଉରକେଲା: ବୀରମିତ୍ରପୁର ଥାନା କାଲୋସିରିଆ ନିକଟରେ ସ୍କପିଓ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୫ ଜଣ ଗୁରୁତର ଆହତ । ୩ ଜଣ ରାଉରକେଲା ସରକାରୀ ଚିକିତ୍ସାଳୟ ଓ ୨ ଜଣ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି । November 19, 2019 ')}
ତାଜା ଖବର ରାଉରକେଲା: ଭିଜିଲାନ୍ସ ଜାଲରେ କେଶେଇବାହଲ +୨ ମହାବିଦ୍ୟାଲୟ ଅଧ୍ୟକ୍ଷ ଜୟପ୍ରକାଶ ପଟେଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ । କେଶେଇବାହଲ ବାସଭବନ, ହଷ୍ଟେଲ ଓ ଅଫିସରେ ରେଡ୍ । November 19, 2019 ')}
ତାଜା ଖବର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର । ରାଜ୍ୟରେ ୪୭,୩୬୬ ଗାଁ ଅଛି । ୧୯,୫୦୪ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । November 19, 2019 ')}
ତାଜା ଖବର ଭୁବନେଶ୍ୱର : ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନରେ ଦୁଇ ଚକିଆ ସ୍କୁଟରରେ ରେଳବାଇ ସୁରକ୍ଷା ବଳର ଅଧିକାରୀ ଏଣିକି ପଇଁତରା ମାରିବେ। ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୬ଟି ସେଗୱେ ସ୍କୁଟର ମିଳିଛି। ଘଣ୍ଟାପ୍ରତି ୮ରୁ୧୦ କିମି ଯାଇପାରିବ ସ୍କୁଟର । ରେଲୱେ IGଙ୍କ ଉପସ୍ଥିତିରେ ରେଲଓ୍ୱେ GM ଭୁବନେଶ୍ୱରରେ ଏହାର ଉଦଘାଟନ କରିଛନ୍ତି । November 19, 2019 ')}
ତାଜା ଖବର ଖୋର୍ଦ୍ଧା : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ସମାରୋହ । ବିଶିଷ୍ଟ ଅଭିନେତା କମଲ୍ ହାସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। November 19, 2019 ')}
ତାଜା ଖବର ତାଳଚେର କାର୍ତ୍ତିକେଶ୍ୱର ପୂଜା ଭସାଣୀରେ ଦୁଇ ସାହି ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ଢେଲାପଥର ମାଡ଼ ସହ ଗାଡି ଭଙ୍ଗାରୁଜା ଦୋକାନଘର ଭଙ୍ଗାରୁଜା । ମଦ୍ୟପାନ ଓ କମେଣ୍ଟମରାକୁ କେନ୍ଦ୍ରକରି ଦୁଇସାହି ଭିତରେ ଆରମ୍ଭ ହୋଇଥିଲା ବଚସା । ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । November 18, 2019 ')}
ତାଜା ଖବର ନୂଆଦିଲ୍ଲୀ : ଅଡ୍-ଇଭିନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ପ୍ରତିକ୍ରିୟା, ଆକାଶ ଏବେ ସ୍ୱଚ୍ଛ ହୋଇ ସାରିଛି, ଦିଲ୍ଲୀରେ ଆଉ ଅଡ୍-ଇଭିନ ଫର୍ମୁଲାର ଆବଶ୍ୟକତା ନାହିଁ। କିଛିଦିନ ତଳେ ଏହାକୁ ଫାର୍ସ ବୋଲି କହିଥିଲେ ସୁପ୍ରିମକୋର୍ଟ। ନଭେମ୍ୱର ୪ରୁ ଏହା ଦିଲ୍ଲୀରେ ଲାଗୁ ହୋଇ ୧୫ ନଭେମ୍ୱରରେ ସରିଥିଲା। November 18, 2019 ')}
ତାଜା ଖବର କଟକ : କୁନ୍ଦୁଲି ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର SIT । କୋର୍ଟଙ୍କ ତତ୍ୱାବଧାନରେ ଏହି ଟିମ୍ ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଓଡ଼ିଶା ପୋଲିସର ୩ ଜଣ DIGଙ୍କୁ ନେଇ ଗଠିତ ହେବ SIT । ସମସ୍ତଦିଗକୁ ତଦନ୍ତ କରି ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବ SIT । ଡିସେମ୍ୱର ୧୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । November 18, 2019 ')}
ତାଜା ଖବର ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ତଥା MNM ଅଧ୍ୟକ୍ଷ କମଲ୍ ହାସନ । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା । କହିଲେ, ନବୀନଙ୍କ ରାଜନୀତିକ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣା । November 18, 2019 ')}
ତାଜା ଖବର ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର । ମହାରାଷ୍ଟ୍ର ରାଜନୀତି ପ୍ରସଙ୍ଗରେ କହିଲେ, ଅଧିକ ଆଲୋଚନାର ଆବଶ୍ୟକତା ରହିଛି । November 18, 2019 ')}