ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

Monsoon Session 2021 may be held from July 19 to August 13

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଏନେଇ ସୁପାରିସ୍ କରିଛି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି । ଜୁଲାଇ ୧୯ରୁ ଅଗଷ୍ଟ ୧୩ ଯାଏଁ ଅଧିବେଶନ ପାଇଁ ସୁପାରିସ୍ କରାଯାଇଛି । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ସୁଦ୍ଧା ସରିଥାଏ ।

Monsoon Session 2021 may be held from July 19 to August 13

ଏହା ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଥିଲେ, ସଂସଦର ମୌସୁମୀ ଅଧିବେଶନ ବସିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ଓମ୍ ବିର୍ଲାଙ୍କ ଅନୁସାରେ, ସଂସଦର କର୍ମଚାରୀ ଟିକା ନେଇଛନ୍ତି । ସେହିଭଳି ଉଭୟ ଗୃହର ୪୪୫ ଜଣ ସାଂସଦ କୋଭିଡ୍ ଟିକା ନେଇ ସାରିଛନ୍ତି । ଟିକା ନେଇ ନଥିବା କର୍ମଚାରୀ ଓ ସାଂସଦ ଶୀଘ୍ର ଟିକା ନେବେ ।

ଗତ ଅଧିବେଶନରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଟିକା ନେବା ପରେ ଗୁରୁତର ହେବା ଆଶଙ୍କା କମ୍ ରହୁଛି । ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଛନ୍ତି ଲୋକସଭା ଅଧ୍ୟକ୍ଷ ।

Leave a Reply