ତାଜା ଖବର ନୂଆଦିଲ୍ଲୀ: ଅଲିମ୍ପିକ୍ସରୁ ୪ ବର୍ଷ ପାଇଁ ବାଦ୍ ପଡ଼ିଲା ରୁଷ । ୪ ବର୍ଷ ପାଇଁ ବ୍ୟାନ କଲା ୱାର୍ଲଡ ଆଣ୍ଟି ଡପିଙ୍ଗ ଏଜେନ୍ସି (ୱାଡା) । December 9, 2019
ତାଜା ଖବର କଟକ: ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଅଭୟ । ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଅଭୟ । ପୋଲିସ ମୁଖ୍ୟାଳୟରେ କଲେ ଦାୟିତ୍ୱ ଗ୍ରହଣ । December 9, 2019
ତାଜା ଖବର କଟକ: ଡିଜିପି ଭାବେ ଦାୟିତ୍ୱ ନେବା ପରେ ଅଭୟଙ୍କ ପ୍ରତିକ୍ରିୟା । ମୋ ସରକାର, 5T ଉପରେ ଗୁରୁତ୍ୱ । ମହିଳା ସୁରକ୍ଷା ସହ ତ୍ୱରିତ ତଦନ୍ତ ଉପରେ ଫୋକସ । ମାଓବାଦୀ ଓ ମାଫିଆଙ୍କୁ କରାଯିବ ଦମନ । December 9, 2019
ତାଜା ଖବର ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଉଧୁରା ପଞ୍ଚାୟତ ପିଇଓଙ୍କୁ ଧରିଲା ଭିଜିଲାନ୍ସ । ଦରମା ପାଇଁ ପିଅନଙ୍କ ଠାରୁ ଲାଞ୍ଚ ନେଉଥିଲେ ପିଇଓ । December 9, 2019
ତାଜା ଖବର ମୟୂରଭଞ୍ଜ: ଝାରପୋଖରିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା । December 9, 2019
ତାଜା ଖବର ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଗିରଫ । ରାଣୀଗୁଡ଼ାରେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲା । ଡୁମାଗୁଡ଼ା ନାଗବଳୀ ନଦୀରେ ଗାଧୋଉଥିବା ବେଳେ ମିଳିତ ଭାବେ ଗିରଫ କଲେ ପୁରୀ ଓ ରାୟଗଡ଼ା ପୋଲିସ । December 8, 2019
ତାଜା ଖବର ଭୁବନେଶ୍ୱର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର । କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ୍ ନିକଟରେ ଚଳନ୍ତା କାରରେ ନିଆଁ । କାରଟି କଟକରୁ ଭୁବନେଶ୍ୱର ଆସୁଥିଲା । କାରରେ ଥିବା ୪ ଜଣ ସୁରକ୍ଷିତ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ । December 8, 2019
ତାଜା ଖବର ରାଉରକେଲା: ରୁକୁଡ଼ା ଡ୍ୟାମର ଗୋଟିଏ ଗେଟରେ ଯାନ୍ତ୍ରିକ ତ୍ରୁଟି । ଡ୍ୟାମ ପରିଦର୍ଶନ କରି ଯାଞ୍ଚ କଲେ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅଧିଷଣ ଯନ୍ତ୍ରୀ । ତ୍ରୁଟି ସ୍ଥାନକୁ କଙ୍କ୍ରିଟରେ ମରାମତି କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଅଷୟ ବାନାର୍ଜୀଙ୍କ ସୂଚନା । December 8, 2019
ତାଜା ଖବର ଭୁବନେଶ୍ୱର: ୨ ଦିନିଆ ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନବନ୍ଦରରେ ବିଦାୟ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । December 8, 2019
ତାଜା ଖବର ନୂଆଦିଲ୍ଲୀ: ଝାନ୍ସି ରୋଡସ୍ଥିତ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ବିଲ୍ଡିଂ ମାଲିକ ରେହାନକୁ ଗିରଫ କଲା ପୋଲିସ । ସକାଳେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମାଲିକଙ୍କ ବିରୋଧରେ ଆଇପିସି ଧାରା ୩୦୪ରେ ମାମଲା ରୁଜୁ । December 8, 2019