ସୁନା କିଣିବା ବେଳେ ନୁହେଁ ବିକିବା ବେଳେ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ !

1 min read
Gold Price Latest Update Today Down About RS 6000 Per 10 Gram From Highest In August

ନୂଆଦିଲ୍ଲୀ: କରୋନା ଭାଇରସ୍‌ କାରଣରୁ ‘ସୁନା-ରୂପା’ରେ ନିବେଶ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସୁନା ଏବଂ ରୂପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଏହି ସମୟରେ, ଉଭୟ ମୂଲ୍ୟବାନ ଧାତୁ ସର୍ବାଧିକ ଦର ରେକର୍ଡ ଭାଙ୍ଗିଛି । ସୁନା କ୍ରୟ ଏବଂ ବିକ୍ରୟ ସହିତ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କଥା ଯୋଡ଼ି ହୋଇ ରହିଛି, ଯାହା ସମସ୍ତଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।

ବାସ୍ତବରେ ସୁନା ଏବେ କେବଳ ପରମ୍ପରା ହେତୁ ନୁହେଁ ବରଂ ନିବେଶକୁ ଆଖିଆଗରେ ରଖି ଅଧିକ କ୍ରୟ କରାଯାଉଛି । ଏହି କାରଣରୁ ସୁନା ମୂଲ୍ୟରେ ବୃଦ୍ଧି ଘଟୁଛି । ବିଗତ ମାସଗୁଡିକରେ, ୧୦ ଗ୍ରାମ ସୂଚନାର ମୂଲ୍ୟ ୫୬ ହଜାର ଟଙ୍କା ଅତିକ୍ରମ କରିସାରିଥିଲା । ତେବେ ବର୍ତ୍ତମାନ ସୁନାର ମୂଲ୍ୟ ଅପେକ୍ଷା କୃତ ସସ୍ତା ରହିଛି । ବର୍ତ୍ତମାନ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ରହିଛି ।

ଯେତେବେଳେ ଆପଣ ସୁନା କିଣୁଛନ୍ତି, ସେତେବେଳେ ସୁନା ମୂଲ୍ୟ ସହିତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଆପଣ ସୁନା ବିକ୍ରୟ କରିବାକୁ ଯାଆନ୍ତି, ସେତେବେଳେ ମଧ୍ୟ ଆପଣ ଟିକସ ଦେଇଥାନ୍ତି । ସୁନା ବିକ୍ରୟ ସମୟରେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ (STCG) କିମ୍ବା ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌ (LTCL) ଟ୍ୟାକ୍ସ ଦେବାକୁ ପଡିଥାଏ ।

 Gold Price Latest Update Today Down About RS 6000 Per 10 Gram From Highest In August

ଯେତେବେଳେ ଆପଣ ସୁନା କିଣୁଛନ୍ତି, ସେଥିରେ ୩ ପ୍ରତିଶତ ଜିଏସ୍‌ଟି ଦେଉଛନ୍ତି । କିନ୍ତୁ ବିକ୍ରୟ କରିବା ବେଳେ ଦେଖାଯାଏ ଯେ, ଅଳଙ୍କାରଟି ଆପଣଙ୍କ ପାଖରେ କେତେ ସମୟ ଧରି ରହିଛି । ସେହି ସମୟ ଅନୁଯାୟୀ ଏହା ଉପରେ ଟିକସ ଲାଗୁ କରାଯାଇଥାଏ । ସୁନା ଉପରେ ସେତେବେଳେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଲାଗୁ କରାଯିବ ଯେତେବେଳେ ଆପଣ କ୍ରୟ ତାରିଖ ଠାରୁ ୩ ବର୍ଷ ମଧ୍ୟରେ ଅଳଙ୍କାର ବିକ୍ରୟ କରୁଛନ୍ତି ।

ଅର୍ଥାତ୍‌ ନିୟମ ଅନୁଯାୟୀ ଯଦି ଆପଣ କ୍ରୟ ତାରିଖ ଠାରୁ ୩ ବର୍ଷ ମଧ୍ୟରେ ଅଳଙ୍କାର ବିକ୍ରି କରନ୍ତି, ତେବେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଦେବାକୁ ପଡିବ । ଏହାସହ ଅଳଙ୍କାର ବିକ୍ରୟ ସମୟରେ ଆପଣ ଯେତିକି ଆୟ କରୁଛନ୍ତି ସେଥିରୁ ଆୟକର ସ୍ଲାବ ଅନୁଯାୟୀ ଆପଣଙ୍କୁ ଦେୟ ଦେବାକୁ ପଡ଼ିଥାଏ ।

ତେବେ ତିନି ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଅଳଙ୍କାର ବିକ୍ରୟ କଲେ ସେଥିରେ ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌ ହିସାବରେ କର ଦେବାକୁ ହୋଇଥାଏ । ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍ ନିୟମ‌ ଅନୁଯାୟୀ ୨୦.୮୦ ପ୍ରତିଶତ ଟିକସ ଲାଗୁ କରାଯାଇଥାଏ । ବଜେଟରେ ହିଁ ଏହି ବ୍ୟବସ୍ଥା କରାଯାଇଥିଲା । ଲଙ୍ଗ୍‌ ଟର୍ମ କ୍ୟାପିଟାଲ୍‌ ଗେନ୍‌ରେ ଟିକସ ୩% ରୁ ୪%କୁ ବୃଦ୍ଧି କରାଯାଇଥିଲା । ଟିକସ ହାରରେ ସେସ୍ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି ।

Leave a Reply