ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରୁଛି ପ୍ରଚାର, ୨୦ରେ ଭୋଟ୍

ଲକ୍ଷ୍ନୌ: ତୃତୀୟ ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶରେ କମ୍ପୁଛି କ୍ୟାମ୍ପେନ । ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟ ଥିବାରୁ ଆଜି ସନ୍ଧ୍ୟା ୬ଟା ସୁଧା ଶେଷ ହେବ ପ୍ରଚାର । ଏହି ପର୍ଯ୍ୟାୟରେ ୧୬ ଜିଲ୍ଲାରେ ୫୯ ସିଟ ପାଇଁ ମତଦାନ ହେବ । ଦୁଇ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ଓ ବିଜେପି ପାଇଁ ଏହି ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ହାଥରସ୍, ଫିରୋଜାବାଦ୍, ଇଟାଓ୍ବା, ମେନପୁରୀ, କାସଗଞ୍ଜ, ମୈନପୁରୀ, ଫରୁଖାବାଦ, କନ୍ନୌଜ, କାନପୁର, ଝାନସୀ, ଲଳିତପୁର ଆଦି ଜିଲ୍ଲାରେ ଭୋଟ ଗ୍ରହଣ ହେବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ ।

୫୯ ଆସନ ପାଇଁ ବିଭିନ୍ନ ଦଳରୁ ୬୨୭ ପ୍ରାର୍ଥୀ ମଇଦାନରେ ଥିବା ବେଳେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୧୬ ଲକ୍ଷ ଭୋଟର । ଏହି ପର୍ଯ୍ୟାୟରେ ମୈନପୁରୀ ଜିଲ୍ଲା କହରଲ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେହି ଆସନରୁ କେନ୍ଦ୍ରମନ୍ତ୍ରୀ ଏସପି ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି । ହଟାଓ୍ୱାର ଯଶବନ୍ତନଗରରୁ ନିର୍ବାଚନ ଲଢ଼ୁଛନ୍ତି ଅଖିଳେଶଙ୍କ ଚାଚା ଶିବପାଲ ଯାଦବ ।

Leave a Reply