ବ୍ରିଟେନ ରାଣୀ ପିନ୍ଧିବେନି କୋହୀନୂର ହୀରାର ମୁକୁଟ

ଲଣ୍ଡନ: ରାଣୀ ପିନ୍ଧିବେନି କୋହିନୂର ହୀରାର ମୁକୁଟ । ଭାରତ ସହ ସମ୍ପର୍କ ବିଗିଡିବାର ଭୟ ରହିଛି ବ୍ରିଟେନକୁ । ବ୍ରିଟେନ୍ ନୂଆ ରାଣୀ କିଙ୍ଗ ଚାର୍ଲସ ତୃତୀୟଙ୍କ ପତ୍ନୀ ରାଣୀ କାମିଲା ରାଜ୍ୟାଅଭିଷେକ ବେଳେ କୋହିନୂର ହୀରା ମୁକୁଟ ପିନ୍ଧିବାକୁ ମନାକରି ଦେଇଛନ୍ତି। କୋହୀନୂର ହୀରା ଭାରତର ହୋଇଥିବାରୁ ଭାରତୀୟ ସମ୍ପ୍ରଦାୟର ଲୋକ ଏହାକୁ ବିରୋଧ କରିଆସୁଛନ୍ତି। ଯେଉଁଥିପାଇଁ ରାଣୀ କାମିଲ ଏହାକୁ ପିନ୍ଧିବାକୁ ମନା କରିଦେଇଛନ୍ତି । ସେ ରାଜ୍ୟାଭିଷେକ ବେଳେ ରାଣୀ ମେରୀଙ୍କର 100 ବର୍ଷ ପୁରୁଣା ମୁକୁଟ ପିନ୍ଧିବାକୁ ନିଷ୍ପତ୍ତି ନେଇଛନ୍ତି।

ଚଳିତ ବର୍ଷ ରାଜା ଚାର୍ଲସଙ୍କର ରାଜ୍ୟାଭିଷେକ ମେ ମାସ 6 ତାରିଖରେ ଅନୁଷ୍ଠିତ ହେବ। ରାଜପରିବାର ପକ୍ଷରୁ କୁହାଯାଇଛି କି, ରାଜ୍ୟଅଭିଷେକ ପାଇଁ ଲଣ୍ଡନର ଟାୱାରାରେ ପ୍ରଦର୍ଶନ ପାଇଁ ରଖାଯାଇଥିବା ମୁକୁଟକୁ ଅପସାରିତ କରାଯାଇଛି। ରାଣୀ ମେରୀଙ୍କର 100 ବର୍ଷ ପୁରୁଣା ମୁକୁଟରେ କୋହୀନୂର ପରି ଦେଖାଯାଉଥିବା ଏକ ହୀରା ରହିଛି। ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହି ମୁକୁଟଟିକୁ ରାଜ୍ୟାଭିଷେକ ବେଳେ ରାଣୀ ପିନ୍ଧିବିକେ ନାହିଁ। ଲଣ୍ଡନସ୍ଥିତ ବକିଙ୍ଗହୋମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି, ଯେଉଁଠାରେ ମହାମହିମ ରାଣୀ ମେରୀଙ୍କ ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ବାସ୍ତବରେ କୁହାଯାଉଥିଲା ଯେ କାମିଲା ରାଣୀ ଏଲିଜାବେଥଙ୍କ ମା ଙ୍କ କୋହୀନୂର ହୀରା ମୁକୁଟ ପିନ୍ଧିବେ । କିନ୍ତୁ କାମିଲା ଏହି ନିଷ୍ପତ୍ତିକୁ ବଦଳାଇ ରାଣୀ ମେରୀଙ୍କର ମୁକୁଟ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି। ତେବେ ଏହା ପଛର କାରଣ କଣ ରହିଛି ତାହା ଜଣାପଡିନାହିଁ।  ଏହା କୁହାଯାଉଛି ଯେ ଏହି ନିଷ୍ପତ୍ତି ପଛରେ କୂଟନୈତିକ ସମ୍ବେଦନଶୀଳତା ରହିଛି। ଭାରତ ସହିତ ସମ୍ପର୍କ ବିଗିଡିବା ଆଶଙ୍କାରେ ରାଜ ପରିବାର ଏଭଳି ପଦକ୍ଷେପ ନେଇଥିବା ଏକ ରିପୋର୍ଟରୁ ଜଣାପଡିଛି।

ଯଦିଓ କାମିଲା କୋହୀନୂର ହୀରାର ମୁକୁଟକୁ ପିନ୍ଧୁନାହାନ୍ତି। ତେବେ ରାଣୀ ମେରୀଙ୍କ ମୁକୁଟକୁ ନେଇ ମଧ୍ୟ ବିବାଦୀୟ ହୀରା ସହିତ ଯୋଡା ହୋଇ ରହିଛି। କୋହୀନୂର ହୀରାର ଏକ ବିବାଦୀୟ ଇତିହାସ ରହିଛି। ଇଂରାଜୀମାନେ ଯେତେବେଳେ ଭାରତ ଉପରେ ତାଙ୍କର ଶାସନ ଚଳାଇଥିଲା ସେତେବେଳେ ରାଜା ରଣଜୀତ ସିଂଙ୍କ ଭଣ୍ଡାରରୁ ନେଇଯାଇଥିଲେ। ସେବେଠାରୁ ହୀରାରେ ସଜ୍ଜିତ ମୁକୁଟ ବ୍ରିଟିସ ରାଜାଙ୍କ ମସ୍ତକରେ ସୋଭାପାଉଛି।