ଅକ୍ଟୋବର ୩୦ରେ ଅନୁଷ୍ଠିତ ହେବ ୩୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ

1 min read

ନୂଆଦିଲ୍ଲୀ: ଦେଶରେ ଖାଲିପଡ଼ିଥିବା ୩ଟି ଲୋକସଭା ଆସନ ଏବଂ ୩୦ ବିଧାନସଭାର ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିଶନ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ସମସ୍ତ ସିଟ୍ ପାଇଁ ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ହେବ । ଲୋକସଭାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୩ଟି ସିଟ୍ ହେଉଛି ଦାଦରା ନଗର ହାବେଳୀ, ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଏବଂ ହିମାଚଳ ପ୍ରଦେଶର ମଣ୍ଡି ସିଟ୍  ।

ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ଗୋଟିଏ, ଆସାମର ୫, ବିହାରର ୨, ହରିୟାଣାର ଗୋଟିଏ, ହିମାଚଳ ପ୍ରଦେଶରର ୩ କର୍ଣ୍ଣାଟକର ୨, ମଧ୍ୟପ୍ରଦେଶର ୩, ମହାରାଷ୍ଟ୍ରର ୧,  ମେଘାଳୟର ୩, ନାଗାଲ୍ୟାଣ୍ଡର ୧, ରାଜସ୍ଥାନର ୨, ତେଲେଙ୍ଗାନାର ୧ ଏବଂ ପଶ୍ଚିମବଙ୍ଗର ୪ ବିଧାନସଭା ସିଟ୍ ଉପରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।

ସୂଚନା ଯୋଗ୍ୟ ଯେ, ଦାଦରା ନଗର ହାବେଳୀର ନିର୍ଦ୍ଦଳୀୟ ସାଂସଦ ମୋହନ ଡେଲକରଙ୍କ ମୃତଦେହ ଏହି ବର୍ଷ ଫେବ୍ରୁଆରୀରେ ହୋଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏଣୁ ତାଙ୍କ ଅବର୍ତ୍ତମାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ମଧ୍ୟପ୍ରଦେଶର ଖଣ୍ଡବାରୁ ବିଜେପି ସାଂସଦ ନନ୍ଦକୁମାର ସିଂହ ଚୈହାନଙ୍କ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେହାନ୍ତ ହୋଇଥିଲା । ସେ କରୋନା ସଂକ୍ରମିତ ଥିଲେ । ଅନ୍ୟ ପକ୍ଷରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ମୃତଦେହ ଦିଲ୍ଲୀର ଏକ ଫ୍ଳାଟରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

Leave a Reply