ବଜେଟ୍ ପରେ ଟିକାୟତଙ୍କ ପ୍ରତିକ୍ରିୟା, ‘MSP ଆଇନ୍ ଆସିବା ପରେ କୃଷକଙ୍କ ମିଳିବ ଲାଭ’

1 min read
Budget-2022 Rakesh Tikait Says Farmers Will Benefit Only After MSP Guarantee Law

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିଛନ୍ତି । ତିନି ବିବାଦୀୟ କୃଷି ଆଇନକୁ ନେଇ ଅସହମତି ଓ ପ୍ରତ୍ୟାହାର ପରେ କୃଷକଙ୍କ ନଜର ବଜେଟ୍ ଉପରେ ଥିଲା । ଏବେ ବଜେଟ୍ ଆସିବା ପରେ କୃଷକ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସୁନିଶ୍ଚିତ ନେଇ ଆଇନ୍ ଆସିବା ପରେ ହିଁ ଚାଷୀଙ୍କୁ ଫାଇଦା ମିଳିବ ।

ଆଖୁ ବକେୟା କଥା କହି ଟିକାୟତ କହିଛନ୍ତି, ଆଖୁ ଆଇନରେ ଯଦି ୧୪ ଦିନ ଭିତରେ ଟଙ୍କା ନମିଳେ ତେବେ ସୁଧ ଦେବାର ନିୟମ ରହିଛି । କିନ୍ତୁ ଟଙ୍କା ମିଳୁନାହିଁ । ପାଞ୍ଚ ବର୍ଷ ହେଲା ୟୁପିରେ ବିଜେପି ସରକାର ରହିଛି, ତଥାପି ହେଇ ପାରୁନି । ମାର୍ଚ୍ଚ ମାସରୁ ଟଙ୍କା ବାକି ରହିଛି । ଏମଏସପି ନେଇ ଆଇନ୍ ଆସିଲେ ହିଁ କୃଷକଙ୍କୁ ଲାଭ ମିଳିବ । ସେତେବେଳେ ଶସ୍ତାରେ କୌଣସି ବେପାରୀ କିଣିବେ ନାହିଁ । କୃଷକ ଏମଏସପିରେ ବିକିବେ, ଲାଭ ମିଳିବ । ଚାଷୀଙ୍କର କୌଣସି କ୍ଷତି ହେବ ନାହିଁ ।

ସୂଚନାଯୋଗ୍ୟ, ଟିକାୟତ ଲଗାତାର ୨ ବର୍ଷ ହେଲା ଏମଏସପି ଆଇନ୍ ଆଣିବାକୁ ଦାବି କରି ଆସୁଛନ୍ତି । କୃଷି ଆଇନ୍ ରଦ୍ଦ ହେବା ପରେ ବି ଟିକାୟତ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଯେ ପର୍ଯ୍ୟନ୍ତ ଏମଏସପି ନେଇ କୌଣସି ଆଇନ୍ ଆସିନାହିଁ ଚାଷୀଙ୍କ ଅମଳ ଫସଲ କମ ଦରରେ ବିକ୍ରି ହେଉଥିବ । ଏଥିରେ କୃଷକଙ୍କ ନୁହେଁ ବେପାରୀ, ଅଧିକାରୀ ଓ ନେତାଙ୍କର ଲାଭ ହେବ ।

Leave a Reply