ଭୋଟିଂ ଆରମ୍ଭ; ମତାଧିକାର ସାବ୍ୟସ୍ତ କରୁଛନ୍ତି ବ୍ରଜରାଜନଗରବାସୀ

1 min read

ବ୍ରଜରାଜନଗର: ଆରମ୍ଭ ହେଲା ଭୋଟିଂ । ବ୍ରଜରାଜନଗର ପାଇଁ ବିଧାୟକ ବାଛୁଛନ୍ତି ଭୋଟର । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଦୁଇ ଲକ୍ଷରୁ ଅଧିକ ଭୋଟର । ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୨୨ଟି ନୂଆ ବୁଥ୍ ସମେତ ୨୭୯ ବୁଥରେ ମତଦାନ ଆରମ୍ଭ ହୋଇଛି । ୬୦ଟି ସମ୍ବେଦନଶୀଳ ବୁଥରେ ମାଇକ୍ରୋ ଅବଜରଭର ଓ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହୋଇଛନ୍ତି । ଏଥିସହ ୩୦ଟି ମଡେଲ ପୋଲିଂ ସହ ୫ଟି ପିଙ୍କ୍ ବୁଥରେ ଚାଲିଛି ଭୋଟିଂ ।

କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ରହିଛନ୍ତି । ୧୨୮୮ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଥିବା ବେଳେ, ଆଇନ ଶୃଙ୍ଖଳା ପାଇଁ ୧୦୦୦ ପୋଲିସ କର୍ମଚାରୀ ମୁତୟନ ରହିଛନ୍ତି । ସେହିଭଳି ସମ୍ବେଦନଶୀଳ ବୁଥରେ ତିନି କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ ଅଛନ୍ତି । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗ୍ ରୁମ୍ ପ୍ରସ୍ତୁତ ରହିଛି । ୫୦ ପ୍ରତିଶତ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗଙ୍କ ଭୋଟରଙ୍କ ନିମନ୍ତେ ସବୁ ବୁଥରେ ରାମ୍ପ, ହ୍ୱିଲଚେୟାର ସହ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ପୂର୍ବରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ୩୧୨ ଜଣ ଭୋଟର ପୋଷ୍ଟାଲ ବାଲଟରେ ମତଦାନ କରିସାରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାତି ପାହିଲେ ଉପ-ନିର୍ବାଚନ, ହଠାତ୍ ପ୍ରିଜାଇଡିଙ୍ଗ ଅଫିସରଙ୍କ ମୃତ୍ୟୁ