BPCL,LIC,AIR INDIA :ବିକ୍ରୀ ହୋଇପାରେ ଏହି ସବୁ କମ୍ପାନୀ

1 min read

ନୂଆଦିଲ୍ଲୀ: ସରକାରୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର (Disinvestment) ମାମଲାରେ ଲକ୍ଷ୍ୟ ହାସର କରିବାରେ କେନ୍ଦ୍ର ସରକାର ଏବେ ମଧ୍ୟ ପଛରେ ଅଛନ୍ତି । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଦୁଇ ମାସ ବାକି ଥିବା ବେଳେ କେନ୍ଦ୍ର ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବପର ମଧ୍ୟ ନୁହେଁ । କରୋନା ଓ ଲକଡାଉନ୍ କାରଣରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗରେ ଅନେକ ପ୍ରତିବନ୍ଧକ ଆସିଥିଲା ।

ସରକାର ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାର ଜରିଆରେ ୨ .୧୦ ଲକ୍ଷ କୋଟି ଟଙ୍କା ଯୋଗାଡ କରିବା ଲକ୍ଷ୍ୟ ରଖିଛନ୍ତି । ଏହାମଧ୍ୟରୁ ୧.୨୦ ଲକ୍ଷ କୋଟି ଟଙ୍କା ସରକାରୀ କମ୍ପାନୀରେ ଥିବା ଅଂଶଧନ ବିକ୍ରୀ ଦ୍ୱାରା ଓ ବାକି ୯୦ ହଜାର କୋଟି ଟଙ୍କା ଆର୍ଥିକ ସଂସ୍ଥାନରେ ଷ୍ଟେକ୍ ବିକ୍ରୀ କରି ଯୋଗାଡ ହେବ ।ତେବେ ଚଳିତ ଆର୍ଥିକ ବର୍ଷରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ନୁହେଁ ।

ସରକାର ଗତ ବଜେଟରେ ସରକାରୀ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରୀ କରି ୨.୧୦ ଲକ୍ଷ କୋଟି ଟଙ୍କା ଆୟ କରିବା ଲକ୍ଷ୍ୟ ରଖିଥିଲେ । କିନ୍ତୁ କରୋନା କାରଣରୁ ଏହି ଲକ୍ଷ୍ୟ ହାସଲ କରି ପାରିନାହାନ୍ତି । ଏହି ସମୟ ମଧ୍ୟରେ ମାତ୍ର ୩୦ରୁ ୪୦ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ଯୋଗାଡ ହୋଇଛି । ଯାହାକି ଗତ ୫ ବର୍ଷ ମଧ୍ୟରେ ସବୁଠାରୁ କମ ।

ଚଳିତ ଆର୍ଥିକ ବର୍ଷରେ ସରକାର ନିଜ ଲକ୍ଷ୍ୟର ମାତ୍ର ୨୦ ପ୍ରତିଶତ ହାସଲ କରି ପାରିଛନ୍ତି । ବାକି ୨ ମାସରେ ପୁରା ଟାର୍ଗେଟ୍ ହାସଲ କରିବା ଅସମ୍ଭବ ହେବ । ତେଣୁ ଆସନ୍ତା ବଜେଟରେ ସରକାର ପୁଞ୍ଜି ପ୍ରତ୍ୟାହାରକୁ ନେଇ ବଡ ଘୋଷଣା କରିପାରନ୍ତି ।

ଚଳିତ ଆର୍ଥିକ ବର୍ଷରେ ସରକାର ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ମାତ୍ର ୧୭ ହଜାର ୯୫୮ କୋଟି ଟଙ୍କା ହାସଲ ହୋଇଛି । ଯାହା ମୋଟ ଲକ୍ଷ୍ୟର ମାତ୍ର ୮.୫ ପ୍ରତିଶତ ଅଟେ । ଏହାସହ ବିଦେଶ ସଂଚାର ନିଗମ ଲିମିଟେଡରେ ଥିବା ବାକି ଥିବା ନିଜର ୨୬.୧୨ ପ୍ରତିଶତ ସେୟାରକୁ ସରକାର ଟାଟା କମ୍ୟୁନିକେଶନକୁ ବିକ୍ରୀ କରିଦେଇଛନ୍ତି । ଯେଉଁଥିରୁ ସରକାର ୮ ହଜାର କୋଟି ଟଙ୍କା ପାଇବେ ।

ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୨ ଲକ୍ଷ କୋଟିରୁ ଅଧିକ ରଖି ପାରନ୍ତି । ଏହା ସହ ଏଲଆଇସିର ଆଇପିଓ ଲଂଚ ବାବଦରେ ବଜେଟରେ ଘୋଷଣା ହୋଇପାରେ । ବିପିସିଏଲର ରଣନୈତିକ ବିକ୍ରୀ କଥା ମଧ୍ୟ ବଜେଟରେ ଆସିପାରେ । ଆସନ୍ତା ବଜେଟରେ BPCL,LIC,AIR INDIA ଓ SCIରୁ ସରକାରୀ ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା ହୋଇପାରେ । ଆସନ୍ତା ଆର୍ଥିକ ବର୍ଷରେ ସରକାର ପୁଞ୍ଜି ପ୍ରତ୍ୟାହାର ନେଇ ନିଜ ଟାର୍ଗେଟ୍ ପୁରଣ କରିପାରନ୍ତି ବୋଲି ବିଶେଷଜ୍ଞ ଆଶା କରୁଛନ୍ତି ।

Leave a Reply