ଆମେରିକା-କାନାଡ଼ା ସୀମାନ୍ତରୁ ଭାରତୀୟଙ୍କ ଶବ ଜବତ

1 min read

ଦିଲ୍ଲୀ: ଆମେରିକା-କାନଡା ସୀମାନ୍ତରୁ ୮ ଶବ ଜବତ । ଜବତ ମୃତଦେହରେ ଅଛନ୍ତି ଦୁଇ ଶିଶୁ । ଏ ସବୁ ଶବକୁ କାନାଡା ପୋଲିସ ଜବତ କରିଛି । କାନାଡାରୁ ଆମେରିକାକୁ ଏମାନେ ବେଆଇନ ଭାବେ ପ୍ରବେଶ କରୁଥିଲେ ବେଶଳି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଏକ ଭାରତୀୟ ଓ ଏକ ରୋମାନ ପରିବାର ଅଛନ୍ତି ।

ସେଣ୍ଟ ଲରେନ୍ସ ନଦୀରେ ଏକ ବୋଟରେ ସେମାନେ ଆମେରିକାରେ ପ୍ରବେଶ ଉଦ୍ୟମ କରୁଥିଲେ ବୋଲି ସୂଚନା ମିଳିଛି । ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସେଠାରେ ସର୍ଚ୍ଚ ଅପରେସନ ହୋଇଥିଲା । ଏକ ହେଲିକପ୍ଟର ସହାୟତାରେ କେତେକ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଏହି ମର୍ମନ୍ତୁଦ ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ।

ସରକାରୀ ଅନୁମତି ବିନା ସୀମାରେ ବେଆଇନ ପ୍ରବେଶ ସମ୍ପର୍କରେ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଗତବର୍ଷ ବି ଆମେରିକାରେ ପ୍ରବେଶ ବେଳେ କାନାଡାର ମାନିତୋବା ପ୍ରଜାତନ୍ତ୍ରରେ ୪ ସଦସ୍ୟ ବିଶିଷ୍ଟ ଏକ ଭାରତୀୟ ପରିବାରର ମୃତ୍ୟୁ ଘଟିଥିଲା ।