ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର: ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଦୁଇ ଦିନ ପରେ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରିନାହିଁନ୍ତି କୌଣସି ରାଜନୈତିକ ଦଳ । ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଭୁବନେଶ୍ୱରର ୬୭ଟି ୱାର୍ଡ ଏବଂ ମେୟର ପଦବୀ ପାଇଁ ନିର୍ବାଚନ ଥିବା ବେଳେ ଦୁଇଦିନରେ ୩୭୧ ଆଶାୟୀ କର୍ପୋରେଟର ପଦବୀ ପାଇଁ ଏବଂ ୮ ଜଣ ମେୟର ପଦବୀ ପାଇଁ ଫର୍ମ ନେଇଥିବା ଜଣାପଡ଼ିଛି । ଆଜି ତୃତୀୟ ଦିନରେ ୩ ପ୍ରମୁଖ ଦଳ କଂଗ୍ରେସ ବିଜେପି ଓ ବିଜେଡି ସେମାନଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି ।

ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଓ ନିର୍ମଳ ଶାସନକୁ ଆଧାର କରି ପୌର ନିର୍ବାଚନରେ ମଧ୍ୟ ଅନୁରୂପ ସଫଳତା ହାସଲ କରିବା ପାଇଁ ଆଶା ରଖିଛି ଶାସକ ବିଜେଡି ଦଳ । ସେପଟେ ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନର ଫଳାଫଳ କିଛି ବି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିରୋଧୀ ।

Leave a Reply