ବର୍ଷ ବର୍ଷ ଧରି ଲିଜଧାରୀ ଦେଉନାହାନ୍ତି ଭଡ଼ା ବାବଦ ଅର୍ଥ

BMC And BDA Enforcement Drive in Bhubaneswar

ଭୁବନେଶ୍ୱର: ରାଜଧାନୀରେ ଲିଜ ସୂତ୍ରରେ ଦୋକାନ ଘର ହାତେଇବା ପରେ ବର୍ଷ ବର୍ଷ ଧରି ଲିଜଧାରୀ ଦେଉନାହାନ୍ତି ଭଡ଼ା ବାବଦ ଅର୍ଥ । ମୁଣ୍ଡ ପିଛା ବାକି ରହିଛି କୋଟି କୋଟି ଟଙ୍କା । ଫଳରେ ଭଡ଼ା ବାବଦରେ କୋଟି କୋଟି ଟଙ୍କା ବକେୟା ପଡ଼ି ରହିଛି ଲୋକଙ୍କ ପାଖରେ । ଅସୁଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଏମସି ଓ ବିଡିଏ କର୍ତ୍ତୃପକ୍ଷ ।

BMC And BDA Enforcement Drive in Bhubaneswar

ବିଡିଏ ଓ ବିଏମସି ଟାର୍ଗେଟରେ ଏବେ ରାଜଧାନୀରେ ଥିବା ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସ । ଦୀର୍ଘ ବର୍ଷ ପୂର୍ବରୁ ବିଡିଏ ଓ ବିଏମସି ପକ୍ଷରୁ ଦିଆଯାଇଥିଲା ଏସବୁ ଲିଜ୍ ସୂତ୍ରରେ । ତେବେ ବିଭିନ୍ନ ଆଳ ଦେଖାଇ ବର୍ଷ ବର୍ଷ ଧରି ଭଡ଼ା ଅର୍ଥ ପଇଠ କରୁନାହାନ୍ତି ଲିଜଧାରୀ ଦୋକାନୀ । ବାକି ଗଡ଼ି ଗଡ଼ି କୋଟି କୋଟି ଟଙ୍କାର ବକେୟା ହେଲାଣି । ଏହି ବକେୟା ଅର୍ଥକୁ ଏବେ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଡିଏ ଓ ବିଏମସି । ନିୟମିତ ଜାରି ରହିଛି ଏନଫୋର୍ସମେଣ୍ଟ । ପ୍ରଥମେ ଇନ୍ଦ୍ରଧନୁ ମାର୍କେଟ ଆଉ ଏବେ ପୁଣି ସହିଦନଗରର ସୂର୍ଯ୍ୟକିରଣ ମାର୍କେଟ କମ୍ପ୍ଲେକ୍ସରେ ମୋଟ ୧୧ଟି ଦୋକାନକୁ କରାଯାଇଛି ସିଲ୍ ।

BMC And BDA Enforcement Drive in Bhubaneswar

୧୯୮୫ ମସିହାରେ ମାସିକ ୪୫୦ ଟଙ୍କା ଭଡ଼ାରେ ଲିଜ୍ ନେଇଥିଲେ ଦୋକାନ ଘର । କ୍ରମଶଃ ଏହି ଭଡ଼ା ବୃଦ୍ଧି ପାଇ ଏବେ ୭ ଗୁଣାରୁ ଅଧିକ ହୋଇସାରିଛି । ସେପଟେ ଏରିୟର ବାବଦରେ ବିଡିଏ ଓ ବିଏମସି ଯେତିକି ଅର୍ଥ ଦାବି କରୁଛନ୍ତି ସେତିକି ଦେବା ଲିଜଧାରୀଙ୍କ ପକ୍ଷେ ସମ୍ଭବପର ନୁହେଁ । ଯାହାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କିଛି ଦୋକାନୀ ।

BMC And BDA Enforcement Drive in Bhubaneswar

ସେହିଭଳି ୧୯୯୨ ମସିହାରୁ ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଦୋକାନ ଘର ପାଇଥିଲେ ଦୋକାନୀ । ହେଲେ ବକେୟା ଅର୍ଥକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରେ ପରେ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି । କୋଟି କୋଟି ଟଙ୍କାର ବକେୟା ଅର୍ଥ ଆଦାୟ ପାଇଁ କଠୋର ହୋଇଛନ୍ତି ଉଭୟ ବିଡିଏ ଓ ବିଏମସି କର୍ତ୍ତୃପକ୍ଷ । ଆଗକୁ ମଧ୍ୟ ଜାରି ରହିବ ଏଭଳି ଭଡ଼ା ଅସୁଲ ଅଭିଯାନ ।

Leave a Reply