ହୋଲି ଓ ଦୋଳ ଯାତ୍ରା ପାଳନ ନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି, ଜାଣନ୍ତୁ କେମିତି ପାଳିବେ ହୋଲି

ଭୁବନେଶ୍ୱର: ହୋଲି ଓ ଦୋଳ ପୂର୍ଣ୍ଣିମା ପାଳନ ନେଇ ରାଜ୍ୟ ରାଜଧାନୀରେ କଟକଣା କଟକଣା । ବଢ଼ୁଥିବା ସଂକ୍ରମଣ ସଂଖ୍ୟାକୁ ଆଖି ଆଗରେ ରଖି କଟକଣା ଜାରି କରିଛି ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ । ଦୋଳ ଯାତ୍ରା ସମୟରେ ଠାକୁରଙ୍କୁ ନେଇ ପରିକ୍ରମା ବେଳେ ମାତ୍ର ୬ ଜଣଙ୍କୁ ନେଇ ଯାଇପାରିବେ । କିନ୍ତୁ କୌଣସି ପ୍ରକାର ବାଜା ବଜାଇବେ ନାହିଁ ଯାହ ଦ୍ୱାରା ଲୋକଙ୍କ ଧ୍ୟାନ ଆକର୍ଷଣ ହେବ ଏବଂ ଲୋକେ ଏଥିରେ ସାମିଲ ହେବେ ।

ଅପରପକ୍ଷରେ ମେଲଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣ ରହିପାରିବେ । ପଡ଼ିଆରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ୬ଫୁଟ୍ ଦୂରତା ରହିବା ସହ ସମସ୍ତେ ମାସ୍କ ପିନ୍ଧିଥିବେ । ମେଲଣ ପଡ଼ିଆରେ କୌଣସି ପ୍ରକାର ଯାତ୍ରା, ଅରକେଷ୍ଟ୍ରା ଏବଂ ମୀନା ବଜାରର ଆୟୋଜନ ହେବ ନାହିଁ । ଅଧିକ ସଂଖ୍ୟକ ଲୋକଙ୍କୁ ନେଇ ମେଲଣ ଆୟୋଜନ କରିବା ନେଇ ବିଏମ୍‌ସି ପକ୍ଷରୁ ଅନୁମତି ନେବା ଆବଶ୍ୟକ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା: ଫେରିବ ଲକ୍‌ଡାଉନ୍ !

Leave a Reply