spot_img
Home Blog Page 990

ଯାଜପୁରରେ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ସର୍ବବୃହତ ପ୍ରତିମୂର୍ତ୍ତି ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ : ଟଲ୍ ମ୍ୟାନଙ୍କ ସର୍ବବୃହତ ପ୍ରତିମୂର୍ତ୍ତି। ଯାଜପୁରରେ ଉନ୍ମୋଚିତ ହେଲା ସବୁଠୁ ବଡ଼ ପ୍ରତିମୂର୍ତ୍ତି। ଏକାଠି ହେଲେ ହଜାର ହଜାର ବିଜୁ ପ୍ରେମୀ। ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୪୫ ଫୁଟର ବିଶାଳ ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚିତ କରି ଓଡ଼ିଶା ନିର୍ମାତାଙ୍କୁ ମନେ ପକାଇଛନ୍ତି ବିଜେଡି ନେତା। ବିଜୁ ବାବୁଙ୍କ ଚିନ୍ତାଧାରାରେ ଏକାଠି ହୋଇଛନ୍ତି ଓଡ଼ିଶାବାସୀ। ହୀନମନ୍ୟତା ଦର୍ଶାଇ ସରକାର ସିନା ବିଜୁ ଜୟନ୍ତୀ ଛୁଟି ବନ୍ଦ କଲେ। ହେଲେ ଓଡ଼ିଆଙ୍କ ମନରୁ ବିଜୁ ବାବୁଙ୍କୁ କଦପି କାଢ଼ି ହେବନି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଯାଜପୁର ଜିଲ୍ଲାରେ ଯାହା ବିକାଶ ହୋଇଛି ତାହା କେବଳ ବିଜୁ ବାବୁଙ୍କ ପାଇଁ। ଯାଜପୁରକୁ ଜିଲ୍ଲାର ମାନ୍ୟତା ସହ ଶିଳ୍ପାୟନ ନୂଆ ଯୁଗ ଆରମ୍ଭ କରିଥିଲେ ବିଜୁ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ହୃଦୟରେ ବିଜୁ ପଟ୍ଟନାୟକ ପ୍ରତି ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ବିଜୁ ଜୟନ୍ତୀରେ ଓଡ଼ିଶାର ସର୍ବବୃହତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ନେତା ଓ ବିଜୁ ପ୍ରେମୀ। ଏହା ପରେ ଯଯାତି କେଶରୀ ମେଡିକାଲ କଲେଜ ସମ୍ମୁଖରେ ଥବା ବିଶାଳକାୟ ୪୫ ଫୁଟର ସର୍ବବୃହତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକାଠି ହୋଇ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ ବିଜେଡି ନେତା। ଜନ୍ମ ଜୟନ୍ତୀରେ ଭୂମି ପୁତ୍ରଙ୍କୁ ମନେ ପକାଇ ତାଙ୍କ ସ୍ବପ୍ନକୁ ଆଗେଇ ନେବାକୁ ସଙ୍କଳ୍ପ ନେଇଥିଲେ ନେତା।

କାର୍ଯ୍ୟକ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ସଂଜୀବ ମଲ୍ଲିକ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରୀପାଠୀ, ବିଧାୟକ ବିଶ୍ୱ ରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ସାମିଲ ହୋଇଥିଲେ  । ୧୦ ହଜାରରୁ ଅଧିକ ବିଜୁପ୍ରେମୀ ସାମିଲ ହୋଇ ବିଜୁବାବୁଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ମନେ ପକାଇଥିଲେ। ଯାହାକୁ ନେଇ ଉତ୍ସବ ମୁଖର ହୋଇଥିଲା ଯାଜପୁର ସହର।

କେଦାରନାଥରେ ଚାଲିବ ରାପଓ୍ୱେ ; ସହଜ ହେବ ଯାତ୍ରା, କ୍ୟାବିନେଟ୍ ବୈଠକରେ ମିଳିଲା ମଞ୍ଜୁରୀ

ନନ୍ଦିଘୋଷ ବ୍ୟୁରୋ : ଏବେ ସହଜ ହେବ କେଦାରନାଥ ଯାତ୍ରା । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଉତ୍ତରାଖଣ୍ଡକୁ ଏକ ବଡ଼ ଉପହାର ମିଳିଛି। ଉତ୍ତରାଖଣ୍ଡର କେଦାରନାଥ ଧାମ ପାଇଁ ରୋପୱେ ପ୍ରକଳ୍ପକୁ କ୍ୟାବିନେଟ୍ ପକ୍ଷରୁ ଅନୁମୋଦନ କରାଯାଇଛି । ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିଲୋମିଟର ରୋପୱେ ନିର୍ମାଣ କରାଯିବ, ଯେଉଁଥିରେ ୪୦୮୧ କୋଟି ଟଙ୍କା ଖର୍ଚ୍ଚ ହେବ। ନ୍ୟାଶନାଲ ହାଇଓ୍ବେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଏହାକୁ ନିର୍ମାଣ କରିବ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,  ବର୍ତ୍ତମାନ ୮-୯ ଘଣ୍ଟାରେ ସମାପ୍ତ ହେଉଥିବା ଯାତ୍ରା ୩୬ ମିନିଟ୍‌କୁ ହ୍ରାସ ପାଇବ, ଯାହା ଲୋକଙ୍କ ପାଇଁ ବଡ଼ ସୁବିଧା ଦାୟକ ହେବ। ଏଥିରେ ୩୬ ଜଣଙ୍କ ବସିବା କ୍ଷମତା ରହିବ। ଏହା ସ୍ଥାନୀୟ ବ୍ୟବସାୟଗୁଡ଼ିକୁ ଲାଭ ଦେବ ଏବଂ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ବୃଦ୍ଧି କରିବ। ଏହା ସମ୍ପୂର୍ଣ୍ଣ ଛଅ ମାସ ପାଇଁ ତୀର୍ଥଯାତ୍ରୀଙ୍କ ନିରନ୍ତର ପରିବହନ ସୁନିଶ୍ଚିତ କରିବ । କେବଳ ଏତିକି ନୁହେଁ, ଯାତ୍ରା ଋତୁରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ଅନ୍ୟପକ୍ଷେ ଦ୍ୱିତୀୟ ପ୍ରକଳ୍ପ ହେଉଛି ହେମକୁଣ୍ଡରେ ଏକ ରୋପୱେ ପ୍ରକଳ୍ପ ନିର୍ମାଣ କରିବା, ଯାହା ପାଇଁ ୨୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ମାଧ୍ୟମରେ, ହେମକୁଣ୍ଡ ସାହିବ ଏବଂ ଫୁଲ ଉପତ୍ୟକା ଯାତ୍ରା କରିପାରିବେ ।

ହିନ୍ଦୁଙ୍କ ଘରେ ଲାଗିଲା ଏପରି ପୋଷ୍ଟର , ଖେଳି ଗଲାଣି ଆତଙ୍କ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦୁଇଟି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି  । ପ୍ରକୃତରେ, ଦିଲ୍ଲୀର ବ୍ରହ୍ମପୁରୀ ଅଞ୍ଚଳରେ, ହିନ୍ଦୁ ପରିବାର ମାନଙ୍କ ଘର ବାହାରେ ଏପରି ଏକ ପୋଷ୍ଟର ଲଗାଇଛନ୍ତି ଯାହା ଯୋଗୁଁ ଆଖପାଖ ପରିବେଶରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଏହି  ହିନ୍ଦୁ ପରିବାରମାନେ ସେମାନଙ୍କ ଘର ସାମ୍ନାରେ ପୋଷ୍ଟର ଲଗାଇଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ‘ଘରଟି ବିକ୍ରୟ ପାଇଁ ଅଛି’ ।

କାହିଁକି ଲାଗିଛି ଏପରି ପୋଷ୍ଟର ?

ସେଠାରେ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଗଳିରେ ଏକ ମସଜିଦର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହା  ନିକଟରେ ଏକ ଶିବ ମନ୍ଦିର ଅଛି ଯେଉଁଠାରେ ହିନ୍ଦୁ ପରିବାର ପୂଜା ଏବଂ କୀର୍ତ୍ତନ କରନ୍ତି।  କିନ୍ତୁ ଯଦି ମସଜିଦର ଗେଟ୍ ଶିବ ମନ୍ଦିର ଆଡକୁ ଖୋଲେ, ତେବେ ଉଭୟ ପାର୍ଶ୍ୱର ଲୋକମାନେ ସମସ୍ୟାର ସମ୍ମୁଖୀନ ହେବେ । ଏଠାରେ ରହୁଥିବା ଲୋକେ କହିଛନ୍ତି କି, ଏହି କାରଣରୁ ସମ୍ପ୍ରତିକ ଦଙ୍ଗାକୁ ନେଇ ଏଠାରେ ଭୟ ଏବଂ ଆତଙ୍କର ବାତାବରଣ ରହିଛି। ସେଥିପାଇଁ ହିନ୍ଦୁଙ୍କ ଘର ବାହାରେ ଘର ବିକ୍ରି ପାଇଁ ପୋଷ୍ଟର ଲଗାଯାଇଛି।

ପ୍ରକୃତ କାରଣ କ’ଣ ?

୨୦୨୦ ମସିହାରେ ଘଟିଥିବା ଦଙ୍ଗା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ଥିଲା। ଦଙ୍ଗା ପରେ ଅନେକ ହିନ୍ଦୁ ପରିବାର ସ୍ଥାନାନ୍ତରିତ ହୋଇଥିଲେ  । ଏବେ ଏପରି ପରିସ୍ଥିତିରେ, ଲେନ ନମ୍ବର ୧୩ ରେ ନିର୍ମିତ ମସଜିଦକୁ ଲେନ ନମ୍ବର ୧୨କୁ ମଧ୍ୟ ସମ୍ପ୍ରସାରିତ କରାଯାଉଛି  । ଯଦି ଏହି ଲେନରେ ଗେଟ୍ ଖୋଲିଯାଏ, ତେବେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେବେ। ଏହି କାରଣରୁ, ଅନେକ ହିନ୍ଦୁଙ୍କ ଘରକୁ  ମୁସଲମାନମାନେ କିଣି ନେଉଛନ୍ତି।

 

ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି : ବିଧାୟକ ଅରୁଣ ସାହୁ

ଭୁବନେଶ୍ୱର : ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି । ଦୁଇମାସ ତଳେ ସରକାର ଗୋଟିଏ ନିଷ୍ପତ୍ତି ନେଇ, କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରିଥିଲେ । ହଠାତ୍ ଦୁଇଦିନ ତଳେ ସେହି ଛୁଟିକୁ ପୁଣି ବାତିଲ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ବାଚଳାମିକୁ ତୀବ୍ର ସମାଲୋଚନା କରିଛନ୍ତି ବିଧାୟକ ଅରୁଣ ସାହୁ । ଗୋଟିଏ ସରକାର ଦୁଇ ଦୁଇଟି ନିଷ୍ପତ୍ତି କେମିତି ନେଉଛନ୍ତି । ଏହା କେବଳ ରାଜନୈତିକ ପକ୍ଷାଘାତ ବୋଲି କହିଛନ୍ତି ଅରୁଣ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ବିଜୁ ଜୟନ୍ତୀ ପାଳନ କରିବା ଅବସରରେ ଏହା କହିଛନ୍ତି ଅରୁଣ ସାହୁ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫ କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ କରି ଆସୁଥିଲେ । ହେଲେ ବିଜେପି ସରକାର ଏହାକୁ ବନ୍ଦ କରିଦେଇଛନ୍ତି ।

ରାହୁଲ ଗାନ୍ଧିଙ୍କ ଉପରେ ଅଦାଲତ ଲଗାଇଲେ ୨ଶହ ଟଙ୍କାର ଜରିମାନା

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ । ଲଗାତାର ଶୁଣାଣିରେ କୋର୍ଟରେ ହାଜର ନହେଉଥିବାରୁ ଏହି ଜରିମାନା ଲଗାଇଛନ୍ତି ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟେଟ୍ । ଏହାଛଡ଼ା ଯେକୌଣସି ପରିସ୍ଥିତିରେ ଏପ୍ରିଲ ୧୪ ତାରିଖରେ କୋର୍ଟରେ ଆଦେଶ ହେବାକୁ ମଧ୍ୟ ଚେତାବନୀ ଦେଇଛି କୋର୍ଟ ।

ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ଘଟଣା ନେଇ ଲକ୍ଷ୍ନୌ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବାରମ୍ୱାର ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ କୁହାଗଲେ ସୁଦ୍ଧା ସେ ଆସୁନାହାନ୍ତି । ଏଥିପାଇଁ କୋର୍ଟ ରାହୁଲଙ୍କ ଉପରେ ୨୦୦ଟଙ୍କାର ଜୋରିମାନା ଲଗାଇଛନ୍ତି ।

୨୦୨୨ ମସିହାରେ, ଓକିଲ ନୃପେନ୍ଦ୍ର ପାଣ୍ଡେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟବିଧି ସଂହିତା (CRPC) ଧାରା ୧୫୬ (୩) ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗର ଶୁଣାଣି କରିବା ସମୟରେ, କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା। ସୂଚନା ମୁତାବକ ଓକିଲ ନୃପେନ୍ଦ୍ର ପାଣ୍ଡେଙ୍କ ଅଭିଯୋଗ ଥିଲା ଯେ, ରାହୁଲ ଗାନ୍ଧୀ ୧୭ ଡିସେମ୍ବର, ୨୦୨୨ରେ ମହାରାଷ୍ଟ୍ରର ଆକୋଲାରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ବୀର ସାଭରକରଙ୍କୁ ‘ବ୍ରିଟିଶଙ୍କ ଦାସ’ ଏବଂ ‘ପେନସନଭୋଗୀ’ ବୋଲି କହିଥିଲେ।

କାହିଁକି ହାଜର ହେଲେନି ରାହୁଲ ଗାନ୍ଧୀ ?

୫ ମାର୍ଚ୍ଚ , ୨୦୨୫ରେ ଶୁଣାଣି ସମୟରେ, ରାହୁଲ ଗାନ୍ଧୀଙ୍କ ପକ୍ଷରୁ, ତାଙ୍କ ଓକିଲ ପ୍ରାଂଶୁ ଅଗ୍ରୱାଲ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ସେ ଆଜି ବ୍ୟକ୍ତିଗତ ଭାବରେ ହାଜର ନହେବାର କାରଣ ଦର୍ଶାଇଥିଲେ। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦାୟର ଆବେଦନରେ କୁହାଯାଇଛି ଯେ ସେ ବର୍ତ୍ତମାନ ସଂସଦରେ ବିରୋଧୀ ଦଳ ନେତା। ତାଙ୍କର ଜଣେ ବିଦେଶୀ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ପୂର୍ବ ନିର୍ଦ୍ଧାରିତ ସାକ୍ଷାତ ଥିଲା। ଏହା ବ୍ୟତୀତ ଅନ୍ୟ ସରକାରୀ କାମରେ ବ୍ୟସ୍ତ ଥିବାରୁ ସେ କୋର୍ଟରେ ହାଜର ହୋଇପାରିଲେ ନାହିଁ। ସେ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କରନ୍ତି ଏବଂ ଜାଣିଶୁଣି କୋର୍ଟରେ ହାଜର ହେବାକୁ ଏଡାଇବାକୁ ଚେଷ୍ଟା କରୁନାହାଁନ୍ତି।

ଲକ୍ଷ୍ନୌ କୋର୍ଟର ନିଷ୍ପତ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ପାଇଁ କୋର୍ଟ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି ଏବଂ ପରବର୍ତ୍ତୀ ଶୁଣାଣିର ତାରିଖ ୧୪ ଏପ୍ରିଲ ୨୦୨୫ ଧାର୍ଯ୍ୟ କରିଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଏହି ତାରିଖରେ ମଧ୍ୟ ବ୍ୟକ୍ତିଗତ ଭାବରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆହୁରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୁନା ଚୋରାଚାଲାଣ ଅଭିଯୋଗରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲାଣ ଅଭିଯୋଗରେ ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ। କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ତାଙ୍କ ନିକଟରୁ ୧୪.୮ କେଜି ସୁନା ଜବତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହେବ ପ୍ରାୟ ୧୨ କୋଟି ୫୬ ଲକ୍ଷ ଟଙ୍କା। ସେ ଦୁବାଇରୁ ଏମିରେଟସ୍ ଫ୍ଲାଇଟରେ ବେଙ୍ଗାଲୁରୁ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିଥିଲା ଡିଆରଆଇ। ସେ ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ଡିଆରଆଇ ସ୍କାନରରେ ଥିଲେ। ସେ କର୍ଣ୍ଣାଟକର ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ। ରାମଚନ୍ଦ୍ର ରାଓ କର୍ନାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ।

ଅଭିନେତ୍ରୀଙ୍କ ନିକଟରୁ ସୁନା ଜବତ ହେବା ପରେ ସାରା ରାଜ୍ୟରେ ହଇଚଇ ଖେଳିଯାଇଛି। ଏତେ ପରିମାଣର ସୁନା ସେ କାହିଁକି ଆଣୁଥିଲେ , ଏହା କାହା ଉଦ୍ଦେଶ୍ୟରେ ଆସୁଥିଲା ତାହାର ତଦନ୍ତ ଜାରି ରଖିଛି ଡିଆରଆଇ। ଗିରଫ ହେବା ପରେ ରାନ୍ୟାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି। ଗତ ୧୫ ଦିନ ମଧ୍ୟରେ ରାନ୍ୟା ୪ ଥର ଦୁବାଇ ଯାଇଥିଲେ। ଏହି ଗସ୍ତ ନେଇ ସେ ଡିଆରଆଇ ସ୍କାନରରେ ଆସିଥିଲେ। ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା ଏବଂ ସୁଯୋଗ ପାଇବା ମାତ୍ରେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଡିଆରଆଇ ଅଧିକାରୀ କହିଛନ୍ତି ଯେ, ଅଭିନେତ୍ରୀ ରନ୍ୟା ନିଜେ ଅଧିକାଂଶ ସୁନା ପିନ୍ଧିଥିଲେ ଲବଂ  ସେ ଏହି ସୁନାକୁ ତାଙ୍କ ଜ୍ୟାକେଟ ଭିତରେ ଲୁଚାଇ ଆଣିଥିଲେ। ବିମାନବନ୍ଦରରୁ ଘରକୁ ଯିବା ଲାଗି ସେ ଏପରିକି କିଛି ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଥିଲା। ଏହି ଘଟଣାରେ ପରେ ଲାଭେଲ ରୋଡସ୍ଥିତ ରାନ୍ୟାଙ୍କ ଘରେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ବେଙ୍ଗାଲୁରୁ ଇତିହାସରେ ଏତେ ପରିମାଣର ସୁନା କେବେ ଜବତ ହୋଇ ନଥିବା ଜଣାଯାଇଛି।

ରାଜରାସ୍ତାରେ ପୋଲିସର ଦାଦାଗିରି ; ଜବରଦସ୍ତ କରୁଛି ଚାନ୍ଦା ଆଦାୟ

ଭୁବନେଶ୍ୱର : ରାଜରାସ୍ତାରେ ପୋଲିସର ଦାଦାଗିରି । ଟ୍ରାଫିକ ଓ ପାର୍କିଂ ନିୟମର ପାଠ ପଢାଇ ଜୋର ଜବରଦସ୍ତ କରୁଛି ଚାନ୍ଦା ଆଦାୟ। ପାର୍କିଂରେ ଗାଡି ଥିଲେ ବି ଜୋର୍ କରି ଚାଲାଣ କାଟି ନେଉଛନ୍ତି ଫାଇନ। ଏଭଳି ସାଂଘାତିକ ଅଭିଯୋଗ କରି ନିଖିଳ ଓଡିଶା ମିନିଟ୍ରକ ମାଲିକ ମହାସଂଘ କରିଛି ସାମ୍ବାଦିକି ସମ୍ମିଳନୀ।

ଗତ ୩ ତାରିଖରେ ଦେବାଶିଶ ମିଶ୍ରଙ୍କ ଗାଡି ୮ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ବ୍ରହ୍ମପୁର ୟାଇଥିଲା। ବ୍ରହ୍ମପୁରରେ ଟ୍ରାଫିକ ପୋଲିସ ବେଆଇନ ପାର୍କିଂ ଦର୍ଶାଇ ୧୫ଶହ ଟଙ୍କାର କାଟିଛି ଚାଲାଣ। କିନ୍ତୁ ଗାଡିଟି ମୁଖ୍ଯ ରାସ୍ତା ନୁହେଁ ଗୋଟିଏ ଖୋଳପଡିଆରେ ହୋଇଥିଲା ପାର୍କି। ପ୍ରଥମେ ୫ଶହ ଟଙ୍କା ପୋଲିସ ମାଗିଲେ। ଟଙ୍କା ଦେବାକୁ ମନା କରିବାରୁ ପିସିଆର ଭ୍ଯାନରେ ଡ୍ରାଇଭରକୁ ଜୋର କରି ଉଠେଇ ନେଇ ଚାଲାଣ କାଟିଥିଲେ। ଏହାକୁ ମାଲିକ ଜଣକ ଥାନା ସହ ଯୋଗାଯୋଗ କରିବାରୁ ଥାନାଅଧିକାରୀ ଏ ବିଷୟରେ ଅବଗତ ନଥିବା ସ୍ପଷ୍ଟୀକରଣ ରଖିଥିଲେ ବୋଲି ଗାଡି ମାଲିକ କହିଛନ୍ତି।

କିଛି ପୋଲିସ କର୍ମଚାରୀ ହାତଗୁଞ୍ଜା ନେଇ ପିତାପଲ୍ଲୀ ଠାରେ ଗାଡି ଛାଡୁଛନ୍ତି ବୋଲି ଗୁରୁତର ଅଭିଯୋଗ କରିବା ସହ ମୋବାଇଲରେ ଭିଡିଓ ରେକର୍ଡିଂ କରିଛି ନିଖିଳ ଓଡିଶା ମିନିଟ୍ରକ ମାଲିକ ମହାସଂଘ। ପୋଲିସର ଏଭଳି ଆଚରଣ ପାଇଁ ସଂଘ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା। ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ୪୦ ଅତିକ୍ରମ କରିବ। ଟାଣ ଖରା ସହ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଗରମ ଶୁଷ୍କ ପବନ। ପ୍ରଭାବରେ ଦିନକୁ ଦିନ ଉପରମୁହାଁ ହେଉଛି ପାରଦ।

ଗତକାଲି ଝାରସୁଗୁଡା ଦେଶର ଷଷ୍ଠ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ୩୯ ଡିଗ୍ରୀ ତାପମାତ୍ରା ସହ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା। ପଶ୍ଚିମ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିଛି ତାତି। ଆସନ୍ତା ଦୁଇ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମାର୍ଚ୍ଚ ମାସରେ ସ୍ବାଭାବିକ ଠାରୁ ଅଧିକ ଦିନ ହେବ ଗ୍ରୀଷ୍ମପ୍ରବାହ। ପଶ୍ଚିମ ଓଡିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବି ବଢିବ ତାତି।

ଚାମ୍ପିୟନ୍ସ ଟ୍ରଫିରେ ବରୁଣଙ୍କ କମାଲ, ୧୪୩ ପକାଇଲେ ପଛରେ..

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ନିଜର ସ୍ପିନ ଯାଦୁରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇଥିବା ବରୁଣ ଚକ୍ରବର୍ତ୍ତୀ ଆଇସିସି ରାଙ୍କିଂରେ ଉପରକୁ ଉଠିଛନ୍ତି । ସଦ୍ୟତମ ପ୍ରକାଶ ପାଇଥିବା ରାକିଂରେ ସେ ୧୪୩ ଜଣ ବୋଲରଙ୍କୁ ପଛରେ ପକାଇଛନ୍ତି । ଦିନିକିଆରେ ଏବେ ସେ ୯୭ ନମ୍ବର ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ବରୁଣ । ସେ ଚାମ୍ପିୟନ୍ସ ଟ୍ରଫିର ୨ଟି ମ୍ୟାଚ ଖେଳିଥିବାବେଳେ ୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଯାହାକି ତାଙ୍କ ପାଇଁ ବେଶ ଲାଭଦାୟକ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ସେମିଫାଇନାଲରେ ଗୁରୁତ୍ବପୂର୍ଣ୍ଣ ୨ଟି ଅକ୍ତିଆର କରିଥିଲେ ବରୁଣ ଚକ୍ରବର୍ତ୍ତୀ । ଦିନିକିଆ ଏବେ ଏବେ ଖେଳିବାର ସୁଯୋଗ ପାଇଥିବା ବରୁଣ ଚକ୍ରବର୍ତ୍ତୀ ଆଗାମୀ ଦିନରେ ଆହୁରି ଉପରକୁ ଉଠିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

 

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା: ଏମିତି କହିଲେ ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ

ନନ୍ଦିଘୋଷ ବ୍ୟୁରୋ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ। ଯେଉଁ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଶ୍ବଭୂଷଣ। ଦଳମତ ନିର୍ବିଶେଷରେ ସମସ୍ତେ ଏହି ଘଟଣାକୁ ନିନ୍ଦା କରିବାର ଆବଶ୍ୟକତା ରହିଛି। ଏହାସହ ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ।