spot_img
Home Blog Page 970

ଦର୍ଶକ ଡବଲ ମିନିଙ୍ଗ ଗୀତ ପସନ୍ଦ କରନ୍ତି, ଭଜନରେ ୪୦୦ ଭ୍ୟୁ ମଧ୍ୟ ଆସେନି : ରାଗିଣୀ ବିଶ୍ୱକର୍ମା

ନନ୍ଦିଘୋଷ ବ୍ୟୁରୋ: ରାଗିଣୀ ବିଶ୍ୱକର୍ମା ଜଣେ ଭୋଜପୁରୀ ଗାୟିକା । ନିକଟରେ ପ୍ରସିଦ୍ଧ ରାପର୍ ହନି ସିଂହ ରାଗିଣୀଙ୍କୁ ତାଙ୍କ ଆଲବମ୍ ମାନିଆକରେ ଗାଇବାର ସୁଯୋଗ ଦେଇଛନ୍ତି । ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଗୀତଟି ରାଗିଣୀଙ୍କ କ୍ୟାରିୟରକୁ ଭଲ ମାଇଲେଜ ଦେବା ସହିତ ଚର୍ଚ୍ଚିତ କରାଇଛି । କିନ୍ତୁ ଏହି ଗୀତ ଯୋଗୁଁ ଗୋରଖପୁରର ଏହି ଗାୟିକାଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡୁଛି । ରାଗିଣୀ ବିଶ୍ୱକର୍ମା ନିଜର ଡୁଆଲ ମିନିଙ୍ଗ ଗୀତ ପାଇଁ ବେଶ ପ୍ରସିଦ୍ଧ । ତାଙ୍କ ଗୀତରେ ଶବ୍ଦଗୁଡ଼ିକ ଅଶ୍ଳୀଳତାରେ ପରିପୂର୍ଣ୍ଣ  । ତେବେ ନିକଟରେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ  ଉପଯୁକ୍ତ ଜବାବ ଦେଇଛନ୍ତି । ତାଙ୍କ କହିବାନୁସାରେ ଟ୍ରେଣ୍ଡିଂ କରୁଥିବା ତାଙ୍କର ମାନିଆକ୍ ଗୀତକୁ ଯେଉଁ ଲୋକ ମାନେ ପସନ୍ଦ କରୁଛନ୍ତି ସେମାନେ ତାଙ୍କର ଭଜନ ଗୁଡିକୁ ଅଣଦେଖା କରନ୍ତି ।

ରାଗିଣୀଙ୍କ ଅନୁସାରେ ସେ ଭଜନ  ମଧ୍ୟ ଗାଇଛନ୍ତି । ସେ କହିଛନ୍ତ ମୋର ଏହି ଭଜନ କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଛି । ମୁଁ ଚାହେଁ ଲୋକମାନେ ମଧ୍ୟ ତାହା ଦେଖନ୍ତୁ। କିନ୍ତୁ ଯଦି ଆପଣ ସେହି ଭିଡିଓଟିକୁ ଯାଇ ଦେଖନ୍ତି, ତେବେ ଏହାକୁ ୪୦୦ ଥର ମଧ୍ୟ ଦେଖାଯାଇ ନାହିଁ । ଏବେ ଯେଉଁମାନେ ମୋ ଆଡ଼କୁ ଆଙ୍ଗୁଠି ଦେଖାଉଛନ୍ତି ସେମାନେ ଏହି ଜିନିଷ ଦେଖି ପାରୁନାହାଁନ୍ତି କି ? ଲୋକମାନେ ଯଦି ମୋର ସେହି ଗୀତ ଦେଖୁଥାଆନ୍ତେ, ଭଲପାଇବା ଦେଇଥାଆନ୍ତେ, ଆଶୀର୍ବାଦ କରିଥାଆନ୍ତେ ଏବଂ ସେହି ଭଜନକୁ 10 ମିଲିୟନ, 50 ମିଲିୟନ ଭ୍ୟୁ ମିଳିଥାଆନ୍ତେ ତେବେ ମୋତେ ଏଭଳି ଗୀତ ତିଆରି କରିବାର କ’ଣ ଆବଶ୍ୟକତା ଅଛି ? ଯଦି ଲୋକମାନେ ମୋର ଭଲ ଗୀତଗୁଡ଼ିକୁ ସମର୍ଥନ କରିଥାଆନ୍ତେ ତେବେ ମୁଁ ମଧ୍ୟ ଖୁସିରେ ସେହି ଗୀତଗୁଡ଼ିକ ଗାଇଥାଆନ୍ତି ।

ଭଜନ ଭିଡିଓରେ କୌଣସି ଭ୍ୟୁ ନାହିଁ

ରାଗିଣୀ ଆହୁରି ମଧ୍ୟ କହିଛନ୍ତି, “ମନୋରଞ୍ଜନ ପାଇଁ ଡବଲ ମିନିଙ୍ଗ ଗୀତ ଆସୁଛି ଲୋକମାନେ ଏହିଭଳି ଗୀତ ଦେଖିବାକୁ ପସନ୍ଦ କରୁଛନ୍ତି । ଏବେ ଦେଖନ୍ତୁ, ଏଭଳି ଗୀତକୁ ଲୋକମାନେ ଏତେ ସମର୍ଥନ କରୁଛନ୍ତି କି ଆମର ଗୀତ ଟ୍ରେଣ୍ଡିଂରେ ଅଛି ଯାହାର ଅର୍ଥ ହେଉଛି ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି । ସେ ଏହିଭଳି ଗୀତଗୁଡ଼ିକୁ ପସନ୍ଦ କରୁଛନ୍ତି। ସେଥିପାଇଁ ସେମାନେ ଏହାକୁ ଦେଖୁଛନ୍ତି। ମୁଁ ଅନୁରାଗ ମ୍ୟୁଜିକ୍ ଏବଂ ରାଗିଣୀ ମ୍ୟୁଜିକ୍ ରେ ଭଜନ ମଧ୍ୟ ଗାଇଛି, କିନ୍ତୁ ସେଗୁଡ଼ିକୁ ୨୦୦ ରୁ ୪୦୦ ଭ୍ୟୁ ମଧ୍ୟ ମିଳିନାହିଁ। ତେବେ ଆମେ ଏବେ କ’ଣ କରିବା ଉଚିତ ?”

ଭୁଲ ପାଇଁ କ୍ଷମା ମାଗିଲେ

ଏହା ସହିତ ରାଗିଣୀ କହିଛନ୍ତି ଯେ, ମୁଁ ସ୍ୱୀକାର କରୁଛି ଯେ ମୁଁ କିଛି ଭୁଲ କରିଛି, ମୁଁ ହୃଦୟରୁ ସେଗୁଡ଼ିକ ପାଇଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ତୁମ ସମସ୍ତଙ୍କ ଠାରୁ ବହୁତ ଛୋଟ ଏବଂ ଛୋଟ ରହିବି। ତୁମ ସମସ୍ତଙ୍କ ଭଲପାଇବା ଯୋଗୁଁ ମୁଁ ଏଠାକୁ ପହଞ୍ଚିପାରିଛି । ଜନତା ମୋ ସହିତ ଅଛନ୍ତି ଏବଂ ମୋର ସେମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି । ସେମାନେ ମୋ ତରଫରୁ ସମସ୍ତଙ୍କୁ ଉତ୍ତର ଦେଉଛନ୍ତି।

ବେଆଇନ କଳାପଥର ଖନନକୁ ବିରୋଧ, ଖନନ ମେସିନ ଅଟକ ରଖିଲେ ଲୋକେ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପାହାଡ଼ରୁ ବେଆଇନ କଳାପଥର ଖନନକୁ ସ୍ଥାନୀୟ ଲୋକଙ୍କ ବିରୋଧ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନଶୁଣିବାରୁ ତାତିଲେ ଲୋକେ । ରାତି ସାରା ଖନନ ସ୍ଥଳରେ ବସିବା ସହ ଜବତ କଲେ ବ୍ୟବହୃତ ମେସିନ ।

ଅଭିଯୋଗ ଅନୁସାରେ, କିଛି ଖଣି ମାଫିଆ ଧର୍ମଶାଳା ଥାନା ଆରୁହା ପାହାଡ଼ରୁ ବେଆଇନ ଭାବେ କଳା ପଥର ଲୁଟ କରୁଛନ୍ତି । ପରିବହନ ଅନୁମତି ନ ଥାଇ କୋଟି କୋଟି ଟଙ୍କାର କଳା ପଥର ଚୋରା ଚାଲାଣ କରାଯାଉଛି । ଏହାସହ ବ୍ଲାଷ୍ଟିଂ ମଧ୍ୟ ହେଉଛି । ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ଵାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିଛନ୍ତି ।

ସ୍ଥାନୀୟ ଲୋକେ ଏକାଠି ହୋଇ ବେଆଇନ ଖଣି ପାଖରେ ରାତି ସାରା ଜଗି ବସିଥିଲେ । ଏହାସହ ଡ୍ରିଲିଂ ମେସିନ, ଲୋଡ଼ିଙ୍ଗ ହୋଇଥିବା ଟ୍ରକ, କମ୍ପ୍ରେସରକୁ ଅଟକ ରଖିଥିଲେ । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଗତକାଲିଠୁ ଏହି ଘଟଣା ହୋଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ଖଣି ବିଭାଗ ଅଧିକାରୀଙ୍କ ଦେଖା ମିଳିନାହିଁ । ତେଣୁ ବାଧ୍ୟ ହୋଇ ଗତ ରାତିରୁ ଜଗି ବସିଛୁ ।

ଚଣ୍ଡିଖୋଲରେ ଟାୟାର ଗୋଦାମରେ ନିଆଁ, ଜଳିଗଲା ୧୫ ଲକ୍ଷ ଟଙ୍କାର ଟାୟାର

ଯାଜପୁର: ଚଣ୍ଡିଖୋଲ ଛକରେ ଥିବା ଏକ ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୭୦୦ ଟାୟାର । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ଥିଲା ।

ରାତିରେ କୌଣସି କାରଣରୁ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦୁଇଟି ଟିମକୁ ନିଆଁ ଲିଭାଇବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା । ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ସମୟରେ ରାସ୍ତା କଡ଼ରେ ଥିବା ଗାଡ଼ି ଗୁଡ଼ିକ ଅଳ୍ପକେ ନିଆଁରୁ ବର୍ତ୍ତି ଯାଇଛନ୍ତି ।

‘ଆମେ ପୁଣି ଆମ ଚାକିରିକୁ ଫେରିଯିବୁ’ ନିର୍ବାଚନ ହାରିବା ପରେ କାହିଁକି ଏମିତି କହିଲେ ଆତିଶୀ ?

ନୂଆଦିଲ୍ଲୀ : ନିର୍ବାଚନ ହାରିବା ପରେ ଲୋକଙ୍କ ଭରସା ସାଉଁଟିବା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ଆପର ନେତା ଓ ମନ୍ତ୍ରୀ ମାନେ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ ଦେଶର ଗରିବ ଲୋକଙ୍କୁ କିଏ ୧୦୦ ପ୍ରତିଶତ ମାଗଣା ଚିକିତ୍ସା ଯୋଗାଇବ ? ଆମ ଦେଶର ବେକାର ଲୋକଙ୍କୁ କିଏ ଚାକିରି ଦେବ ? ପ୍ରଶ୍ନ ଆମ ଆଦମୀ ପାର୍ଟି ବିଷୟରେ ନୁହେଁ। ଆମର କଣ ଅଛି, ଯଦି ଆମେ ହାରିଯାଉ, ଆମେ ପୁଣି ଆମର ଚାକିରିକୁ ଫେରିଯିବୁ। ଆମେତ ଆମର ଭଲ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଥିଲୁ।

ଗୋଆରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ ସେ ଏପରି କହିଛନ୍ତି । ପ୍ରକୃତରେ, ଆତିଶୀ ଦକ୍ଷିଣ ଗୋଆରେ ଆମ ଆଦମୀ ପାର୍ଟିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ସେହି ଅବସରରେ ସେ କହିଛନ୍ତି ଯେ ଆପ ପାର୍ଟି ନିଜ ଲଢ଼େଇ ନୁହେଁ, ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢ଼ୁଛି। ଯଦି ଆମେ ଆପ୍ ର ନେତା ମାନଙ୍କ ବିଷୟରେ ଚର୍ଚ୍ଚା କରିବା ତାହେଲେ ସେମାନେ ନିଜ ବିଳାସପୂର୍ଣ୍ଣ ଚାକିରି ଛାଡି ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଥିଲେ କିନ୍ତୁ ଦରକାର ପଡିଲେ ସେମାନେ ପୁଣି ନିଜ ଚାକିରିକୁ ଫେରିଯାଇପାରିବେ ।

ମଡଗାଓଁରେ ଦଳୀୟ କାର୍ଯ୍ୟାଳୟର ଉଦଘାଟନ ଉତ୍ସବରେ ଆତିଶୀ କହିଥିଲେ ଯେ ଆମେ ଗୋଆ ଏବଂ ଗୁଜରାଟରେ ନିଜ ଦମରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛୁ। ଏପର୍ଯ୍ୟନ୍ତ ମେଣ୍ଟ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ସେ କହିଛନ୍ତି ଯେ ଗୋଆର ଲୋକମାନେ ୨୦୨୨ରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିବା ପାଇଁ ଭୋଟ ଦେଇଥିଲେ ଏବଂ ସେହି ସମୟ ମଧ୍ୟରେ କଂଗ୍ରେସ ୧୧ଟି ଆସନ ଜିତିଥିଲା, କିନ୍ତୁ କଂଗ୍ରେସର ଆଠ ଜଣ ବିଧାୟକ ପରେ ବିଜେପିରେ ଯୋଗ ଦେଇଥିଲେ।

ବିଜେପି ଆମର ବିଧାୟକମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା

ସେ କହିଛନ୍ତି ଯେ କଂଗ୍ରେସ ହେଉଛି ମୁଖ୍ୟ ବିରୋଧୀ ଦଳ ଯାହାଙ୍କର କେବଳ ତିନି ଜଣ ବିଧାୟକ ଅଛନ୍ତି ଏବଂ ଆମ ଆଦମୀ ପାର୍ଟିର ଦୁଇ ଜଣ ବିଧାୟକ ଅଛନ୍ତି। ଆତିଶୀ କହିଛନ୍ତି ଯେ ଯେତେବେଳେ ୨୦୨୨ନିର୍ବାଚନରେ ​​ଆମ ଆଦମୀ ପାର୍ଟିର ଦୁଇଜଣ ପ୍ରାର୍ଥୀ ଜିତିଥିଲେ, ସେତେବେଳେ ଗୁଜବ ଥିଲା ଯେ ସେମାନେ ଦୁଇ ମାସ ପାଇଁ ମଧ୍ୟ ଦଳରେ ରହିବେ ନାହିଁ, କିନ୍ତୁ ସେମାନେ ଏବେ ବି ଦଳ ସହିତ ଅଛନ୍ତି କାରଣ ସେମାନେ ଟଙ୍କା ରୋଜଗାର କରିବାକୁ ରାଜନୀତିରେ ଆସି ନାହାଁନ୍ତି। ଯେତେବେଳେ ଆତିଶୀଙ୍କୁ ପଚରାଗଲା ଯେ ସେ ସମାନ ଚିନ୍ତାଧାରା ଥିବା ଦଳଗୁଡ଼ିକ ସହିତ ମେଣ୍ଟ କରିବାକୁ ଆଗ୍ରହୀ ନୁହଁନ୍ତି କି, ସେ କହିଲେ ଯେ ଯେତେବେଳେ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ବିଜେପିରେ ଯୋଗ ଦିଅନ୍ତି, ତେବେ ସମାନ ଚିନ୍ତାଧାରା କ’ଣ ?

ଆମ ଆଦମୀ ପାର୍ଟି ଦେଖାଇଛି ଯେ ଆମର ଦୁଇ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ସେମାନେ ଏବେ ବି ଦଳ ସହିତ ଠିଆ ହୋଇଛନ୍ତି। ବିଜେପି ମଧ୍ୟ ଆମର ବିଧାୟକମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛି। ସେ କହିଥିଲେ ଯେ ଆମେ ଏପରି ରାଜନୀତିରେ ଆଗ୍ରହୀ ନାହୁଁ ଯେଉଁଥିରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିର୍ବାଚନ ଜିତିବା ଏବଂ ଟଙ୍କା ରୋଜଗାର କରିବା। ରାଜନୀତିରେ ଆମର ଆଗ୍ରହ ହେଉଛି ଲୋକଙ୍କ ପାଇଁ କାମ କରିବା।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟ ବିଷୟରେ ଆଲୋଚନା କରି ଆତିଶୀ କହିଛନ୍ତି ଯେ ପ୍ରଶ୍ନ ଆମ ଆଦମୀ ପାର୍ଟିର କ’ଣ ହେବ ତାହା ନୁହେଁ, ବରଂ ଦିଲ୍ଲୀବାସୀଙ୍କର କ’ଣ ହେବ ତାହା। ସେ କହିଛନ୍ତି ଯେ ବିଜେପି ପୂର୍ବରୁ ଘୋଷଣା କରିସାରିଛି ଯେ ସେମାନେ ୨୫୦ଟି ମୋହଲ୍ଲା କ୍ଲିନିକ୍ ବନ୍ଦ କରିବେ। ସେମାନେ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ସେମାନେ ମାଗଣା ଔଷଧ ବନ୍ଦ କରିବେ। ସେ କହିଛନ୍ତି ଯେ ଦଳର ନେତା ଅରବିନ୍ଦ କେଜରିୱାଲ ଚେତାବନୀ ଦେଇଥିଲେ ଯେ ଯଦି ଆମ ଆଦମୀ ପାର୍ଟି ହାରିଯାଏ, ତେବେ ବିଦ୍ୟୁତ୍ କାଟ୍ ଆରମ୍ଭ ହେବ, ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାର ଗୁଣବତ୍ତା ପୁଣି ଖରାପ ହେବ ।

ସେ କହିଛନ୍ତି ଯେ ଯଦି ଆପଣ ଦିଲ୍ଲୀ ନିର୍ବାଚନକୁ ଦେଖନ୍ତି, ତେବେ ହେରଫେର ଠାରୁ ଆରମ୍ଭ କରି ଯନ୍ତ୍ରପାତିର ଅପବ୍ୟବହାର ଏବଂ ଭୋଟରଙ୍କୁ ଭୟଭୀତ କରିବା ପର୍ଯ୍ୟନ୍ତ ସବୁକିଛି କରାଯାଇଥିଲା। ଦିଲ୍ଲୀ ପୂର୍ବରୁ କେବେ ଏପରି ନିର୍ବାଚନ ଦେଖି ନଥିଲା, କିନ୍ତୁ ଏସବୁ ସତ୍ତ୍ୱେ, ବିଜେପି ଏବଂ ଆପ୍ ମଧ୍ୟରେ କେବଳ ଦୁଇ ପ୍ରତିଶତ ଭୋଟର ପାର୍ଥକ୍ୟ ଥିଲା। ଆତିଶୀ ଅଭିଯୋଗ କରିଛନ୍ତି ଯେ ବିଜେପି ଦିଲ୍ଲୀର ମହିଳାଙ୍କୁ ୨୫୦୦ ଟଙ୍କା ଦେବାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିନାହିଁ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ୮ ମାର୍ଚ୍ଚ, ମହିଳା ଦିବସରେ ସମସ୍ତ ମହିଳାଙ୍କୁ ପ୍ରଥମ କିସ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମିଳିବ। କିସ୍ତି ପାଇବା କଥା ଭୁଲିଯାଅ, ଯୋଜନା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇନାହିଁ। ଏହା ଦର୍ଶାଉଛି ଯେ ବିଜେପିର ପ୍ରତିଶ୍ରୁତି ପୂରଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ସମ୍ବଲପୁରରେ ଗୋରୁ ମାଫିଆଙ୍କୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ନିକଟରେ ପୋଲିସର ଏନକାଉଣ୍ଟର । ବେଆଇନ ଗୋରୁ ଚାଲାଣକାରୀଙ୍କୁ ଧନୁପାଲି ପୋଲିସ କରିଛି ଏନକାଉଣ୍ଟର । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏକ ଟ୍ରକରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗର । ରାଜସ୍ଥାନର ରେଜିଷ୍ଟ୍ରେସନ ଥିବା ଏକ ଗାଡ଼ିରେ ୩୦ରୁ ଅଧିକ ଗୋରୁ ନେଉଥିଲେ । ଆହତ ହୋଇଥିବା ଦୁଇ ଜଣ ସେହି ଗାଡ଼ିକୁ ସୁରକ୍ଷା ଦେଉଥିଲେ । ପୋଲିସ ଯାଞ୍ଚ ପାଇଁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ପ୍ରଥମେ ଗୁଳି କରିଥିଲେ । ପୋଲିସର ପାଲଟା ଗୁଳିରେ ୨ ଜଣ ଆହତ ହୋଇଛନ୍ତି । ସେମାଙ୍କଠାରୁ ୨ଟି ବନ୍ଧୁକ, ଗୁଳି ଓ ଏକ କାର୍ ଜବତ କରାଯାଇଛି ।

ଦମ୍ପତିଙ୍କୁ ଲୁଟର ମାଷ୍ଟରମାଇଣ୍ଡ ଭଡ଼ା ଗାଡିର ଡ୍ରାଇଭର

ବଲାଙ୍ଗୀର: ସଇଁତଲା ଥାନା ଅଞ୍ଚଳରେ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ । ଘଟଣାର ମାଷ୍ଟରମାଇଣ୍ଡ ଥିଲା ଭଡ଼ା ଗାଡ଼ିର ଡ୍ରାଇଭର ।  ଘୁନସର ଗାଁ କଲେଜ ରାସ୍ତାରେ ଗତ ୮ ତାରିଖ ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ଲୁଟ କରିଥିଲେ ଦୁର୍ବୃତ୍ତ ।

ଖବର ଅନୁସାରେ, ପାଣ୍ଡବ ପ୍ରଧାନ ଏବଂ ତାଙ୍କ ପତ୍ନୀ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ଗାଁକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ଆସି ଗାଡି ଅଟକାଇ ବନ୍ଧୁକ ଦେଖାଇ ଲୁଟ କରିଥିଲେ । ଏନେଇ ସଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ ଦମ୍ପତି । ତେବେ ବାହାଘରକୁ ଯେଉଁ ଗାଡି ଭଡାରେ ନେଇଥିଲେ, ସେହି ଗାଡିର ଡ୍ରାଇଭର ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବୋଲି ପୋଲିସ କହିଛି ।

ନିଜ ସାଙ୍ଗମାନଙ୍କ ସହ ମିଶି ଡ୍ରାଇଭର ଲୁଟ କରିଥିଲା । ଘଟଣାରେ ଗାଡି ଡ୍ରାଇଭର ସହ ତାଙ୍କର ୪ ଜଣ ସାଙ୍ଗ ସଂପୃକ୍ତ ଥିଲେ । ଜଣେ ନାବାଳକ ଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ଦୁଇଟି ବାଇକ, ୪ଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, ସୁନା ଗହଣା ଜବତ କରିଛି ପୋଲିସ । ଗିରଫ ୪ ଜଣ ହେଲେ ତେଣ୍ଡିପାଲିର ପିଣ୍ଟୁ ସାହୁ, ସଇଁନ୍ତଳାର ବିଦ୍ୟ ଶଙ୍କର ସାହୁ, ସର୍ଗିପାଲିର ପିଣ୍ଟୁ ସାହୁ, ଟୁଚେଉପର ଗାଁର ଚିନ୍ତାମଣି ସାହୁ ।

୧୧ ମାର୍ଚ୍ଚର ଇତିହାସ : ଏହି ସେ କଳାଦିନ ଯେଉଁଦିନ କରୋନାକୁ ମହାମାରୀ ଘୋଷିତ କରାଯାଇଥିଲା

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ପାଇଁ ୧୧ ମାର୍ଚ୍ଚର ଇତିହାସ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ । ଆଜି ସେହି ଦିନ ଯେଉଁଦିନ କରୋନାକୁ ମହାମାରୀ ଭାବେ ଘୋଷିତ କରାଯାଇଥିଲା । ସେହି ଭାଇରସ ଯିଏ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଅଗଣିତ ମୃତ୍ୟୁ ଏହି ଭାଇରସର ସାକ୍ଷୀ ଅଟନ୍ତି । ୧୧ ମାର୍ଚ୍ଚ ୨୦୨୧ରେ ପାଖାପାଖି ୧୧କୋଟି ଲୋକ ଏହି ମହାମାରୀର ଶିକାର ହୋଇଥିଲେ ।  ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୧ ମାର୍ଚ୍ଚ ୨୦୨୧ରେ କରୋନାକୁ ମହାମାରୀ ଭାବେ ଘୋଷିତ କରିଥିଲା । ଏହାପରେ ସମ୍ପର୍ଣ୍ଣ ମାନବ ଜାତି ଏହି ମହାମାରୀ ସହିତ ଲଢେଇ କରିବା ପାଇଁ ଏକଜୁଟ ହୋଇଥିଲେ ।

କରୋନାର ଆରମ୍ଭ ୨୦୨୦ ମସିହାରେ ନିମୋନିଆରୁ ଆରମ୍ଭ ହୋଇଥିଲା । ଯାହାର ଚିକିତ୍ସା ସମ୍ଭବ ଥିଲା । ତେବେ ୩୧ ଜାନୁୟାରୀ ୨୦୨୦ରେ କରୋନାର ପ୍ରଥମ କେସ୍ ସାମ୍ନାକୁ ଆସିଥିଲା ।  ଏହାଛଡା ଆଜିର ଦିନରେ ୧୬୮୯ରେ ଆଉରଙ୍ଗଜେବ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ । ୨୦୦୬ ମସିହା ଆଜିର ଦିନରେ ପ୍ରଥମ ଥର ଚିଲିକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିଥିଲା ।

୧୧ ମାର୍ଚ୍ଚରେ ଘଟିଥିବା ମହତ୍ତ୍ବପୂର୍ଣ୍ଣ ଘଟଣା :

  • ୧୬୮୯ରେ ମୋଗଲ ସମ୍ରାଟ ଆଉରଙ୍ଗଜେବ ଛତ୍ରପତି ଶିବାଜୀ ମହାରାଜଙ୍କ ପୁତ୍ରକୁ ହତ୍ୟା କରିଥିଲେ
  • ୧୯୪୮ରେ ଭାରତର ପ୍ରଥମ ପୋତ ‘ଜଲ ଉଷା’ ବିଶାଖାପାଟଣାରେ ଜଳାବତରଣ କରିଥିଲା,ଯାହାକୁ ଆଧୁନିକ ପ୍ରଣାଳୀରେ ସଜ୍ଜିତ କରାଯାଇଥିଲା
  • ୧୯୮୫ରେ ସୋଭିୟତ ନେତା କୋସ୍ତାନ୍ତିନ ଚେରେଙ୍କୋଙ୍କ ମୃତ୍ୟୁ ପରେ ମିଖାଇଲ ଗୋର୍ବାଚେବଙ୍କୁ ସୋଭିୟତ ସଙ୍ଘର ନେତା ଭାବେ ଚୟନ କରାଯାଇଥିଲା
  • ୧୯୯୦ ମସିହାରେ ଲିଥୁଆନିଆ ମତଦାନ ପରେ ନିଜେ ନିଜେ ସୋଭିୟତ ସଙ୍ଘକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଘୋଷିତ କରିଦେଇଥିଲେ, ଏହା ପ୍ରଥମ ସୋଭିୟତ ଗଣରାଜ୍ୟ ଥିଲା
  • ୧୯୯୬ରେ ଇରାନରେ ବିବାଦସ୍ପଦ ପୁସ୍ତକ ‘ସୈଟେନିକ ବର୍ସେଜ’ର ଲେଖକ ସଲମାନ ଋଷଦିଙ୍କ ବିରୋଧରେ ଫତବେ ଫେରାଇନିଆଯାଇଥିଲା
  • ୨୦୦୪ ମସିହାରେ ସ୍ପେନର ୩ଟି ରେଲଓ୍ବେ ଷ୍ଟେସନ ଉପରେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୯୦ଲୋକଙ୍କ ମୃତ୍ୟୁ ଏବଂ ୧୨୦୦ଲୋକ ଆହତ ହୋଇଥିଲେ
  • ୨୦୦୬ରେ ଚିଲିକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିଥିଲା
  • ୨୦୦୮ରେ ନାସା ନିଜର ଅନ୍ତରୀକ୍ଷ ଯାନ ’ଏଣ୍ଡବର’ ର ସଫଳ ଉତକ୍ଷେପଣ କରିଥିଲା

କଲବଲ କରିବ ତାତି, ୩ରୁ ୫ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ବର: ବଢ଼ିବ ପାରଦ । କଲବଲ କରିବ ତାତି । ୩ରୁ ୫ ଡିଗ୍ରୀ ଯାଏଁ ଉପର ମୁହାଁ ହେବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ପାଇବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ଦିନ ହେବ ରାଜ୍ୟରେ ତାପମାତ୍ରା କମିବା ସହ ସ୍ଥିର ରହିଥିବା ବେଳେ ଆଗକୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି ।

ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ତାତି ଅତିକ୍ରମ କରିବ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇବ । ଏହାସହ ମେଘମୁକ୍ତ ଆକାଶ ସହ ଟାଣ ଖରା ଅଣାୟତ କରିବ । ନୂଆପଡା, ବରଗଡ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଗଜପତି ସମେତ ଭୁବନେଶ୍ବରର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ତାତି ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରୋଗୀ, ଶିଶୁ, ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖରା ବୃଦ୍ଧି ସମୟରେ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଯତ୍ନର ସହ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି । ଶ୍ରମିକମାନେ ଆଲର୍ଟରେ ଥିବା ଜିଲ୍ଲାଗୁଡିକରେ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ଦିନରେ ତିନି ଥର ଡାଉନ ହେଲା ସୋସିଆଲ ମିଡ଼ିଆ ‘ଏକ୍ସ’

ନନ୍ଦିଘୋଷ ବ୍ୟୁରୋ: ପୁଣି ଡାଉନ ହେଲା ସୋସିଆଲ ମିଡିଆ ଏକ୍ସ । ଗୋଟିଏ ଦିନରେ ତିନି ତିନି ଥର ଡାଉନ ହେଲା ଏକ୍ସ । ବାରମ୍ବାର ସାଇଟ ଡାଉନ ହେବାରୁ ବ୍ୟତିବ୍ୟସ୍ତ ହୋଇ ପଡିଲେ ୟୁଜର୍ସ ।

ଗତକାଲି ତିନି ତିନି ଧର ଏହି ସାଇଟ ଡାଉନ ହୋଇଥିଲା । ବ୍ୟବହାରକାରୀ ଟ୍ଵିଟର ଫିଡ ଦେଖିବାରେ ସମସ୍ଯାର ସାମନା କରିଥିଲେ । ଦୁନିଆର ସବୁଠାରୁ ଧନୀ ଶିଳ୍ପପତି ଏଲନ ମକ୍ସଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ ଡାଉନ ହୋଇଥିଲା । ଗତକାଲି ଏହି ସାଇଟ ଠପ୍ ହୋଇଯାଇଥିଲ। ଫଳରେ ୟୁଜର୍ସ ଲଗ ଇନ୍ କରିବାରେ ଅସମର୍ଥ ହୋଇଥିଲେ । ଡାଉନ ଡିଟେକ୍ଟର୍ସ ୱେବସାଇଟରେ ଅନେକ ଗ୍ରାହକ ଏ ନେଇ ଅଭିଯୋଗ କରିଥିଲେ। ଡାଉନ ଡିଟେକ୍ଟର ୱେବସାଇଟ ଅନୁସାରେ ଗତକାଲି ଅପରାହ୍ନ ସାଢେ ୩ଟା, ସଂଧ୍ଯା ୭ଟା ସମୟରେ ଲଗ ଇନ କରିବାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ରାତି ୮ଟା ୪୪ ମିନିଟରେ ଡାଉନ ହୋଇଯାଇଥିଲା ଏକ୍ସ । ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାହକ ଆପ୍ ଓ ସାଇଟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସାରା ବିଶ୍ଵରେ ଅଧିକାଂଶ ଦେଶରେ ଏକ୍ସ ବ୍ଯବହାରକାରୀ ଅଭିଯୋଗ ଦାଖଲ କରିଛନ୍ତି । ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଭାରତ ସମେତ ଅନ୍ୟ ଦେଶର ୟୁଜର୍ସ ଅଭିଯୋଗ ଦାଖଲ କରିଥିଲେ । ସୋସିଆଲ ମିଡିଆ ସାଇଟ ଏକ୍ସରେ ସାରା ବିଶ୍ଵରେ ୪୦ ହଜାରରୁ ଅଧିକ ଉପଭୋକ୍ତା ସେବାରେ ବାଧା ଆସିଥିବା ଅଭିଯୋଗ କରିଥିଲେ । ୫୬ ପ୍ରତିଶତ ଆପରେ ସମସ୍ଯାର ସାମନା କରିଥିବାବେଳେ ୩୩ ପ୍ରତିଶତ ୱେବସାଇଟରେ ଏହି ସମସ୍ଯାର ସାମନାର କରିଥିଲେ । ଅନ୍ୟ ୧୧ ପ୍ରତିଶତ ସର୍ଭର କନେକସନ୍ ସମସ୍ଯା ନେଇ ସୂଚନା ଦେଇଥିଲେ । ସେପଟେ ଏକ୍ସ କର୍ତ୍ତୃପକ୍ଷ ସମସ୍ଯା ଉପୁଜିଥିବା ସ୍ଵୀକାର କରିଛନ୍ତି । ତେବେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବୈଷୟିକ ତ୍ରୁଟି ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଆଜି ବି ସରଗରମ ହେବ ବିଧାନସଭା, ବିରୋଧୀ ଆଣିବେ ମୁଲତବି ପ୍ରସ୍ତାବ

ଭୁବନେଶ୍ବର: ଚାଲିଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆଜି ବି ବେଶ ସରଗରମ ହୋଇପାରେ ଗୃହ । ଆଜି ପ୍ରଶ୍ନକାଳରେ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ, ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି ।

ଶୂନ୍ୟକାଳରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ, ମହିଳା ନିର୍ଯାତନା, ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରି ପାରନ୍ତି ବିରୋଧୀ । ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ ।

ସେହିପରି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି l ତେବେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରସ୍ତୁତ ଥିବାରୁ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି l