ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ପୁରୁଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ନକଲି ଜର୍ଦା କାରଖାନାକୁ ଠାଵ କରିବା ସହିତ ଘଟଣାରେ ସମୃକ୍ତ ଥିବା ତିନିଜଣଙ୍କୁ ଗିରଫ କରିଛି ପୋଲିସ। ୨ ଲକ୍ଷ ଟଙ୍କାର ଜର୍ଦ୍ଧା ଜବତ କରିବା ସହ ଜର୍ଦା ତିଆରୀ ଯନ୍ତ୍ରପାତିକୁ ମଧ୍ୟ ଠାବ କରିଛି। ପୁରୁଣାବଜାର ଅନ୍ତର୍ଗତ ହେଲାସାହିରେ ନକଲି ଜର୍ଦା ତିଆରି ଚାଲିଥିବା ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ କରିବା ସମୟରେ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲୋ। ଗିରଫ ଅଭିଯୁକ୍ତ ହେଲେ ସେକ ମୁନା, ସେକ ଅରବାଜ ଓ ମିର ନିୟାଜ କାଦରୀ। ସେମାନଙ୍କ ନିକଟରୁ ଜର୍ଦା ତିଆରି ମେସିନ ସହ ବିଭିନ୍ନ ନକଲି ଜର୍ଦ୍ଦ ଡବା, ନକଲି ଜର୍ଦ୍ଦ ଓ ସେନ୍ଟ ଆଦି ଠାଵ କରା ଯାଇଛି। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ସିଟି ଡ଼ିଏସପି ସମ୍ବିତ ମାଝୀ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।
ଆଇସିସି ଚମ୍ପିୟାନ୍ସ ଟ୍ରଫି : ବିରାଟଙ୍କ ଆଉଟ୍ ହେବା ଦେଖି ହାର୍ଟଆଟାକରେ ଚାଲିଗଲା ଛାତ୍ରୀଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଭାରତ- ନ୍ୟୁଜିଲାଣ୍ଡ ଆଇସିସି ଚମ୍ପିୟାନସ୍ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତର ବିପୁଳ ବିଜୟ ହୋଇଛି । କିନ୍ତୁ ଏହି ଖୁସି ମଧ୍ୟରେ ଗୋଟିଏ ଦୁଃଖଦ ଘଟଣା ବି ଘଟିଛି । ଭାରତ- ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଚାଲିଥିଲାବେଳେ ବିରାଟ କୋହଲି ଦ୍ବିତୀୟ ବଲରେ ଆଉଟ୍ ହେବା ପରେ ଉତ୍ତରପ୍ରଦେଶ ଦେବରିୟାର ଝିଅ ପ୍ରିୟାଶୀଂ ପାଣ୍ଡେଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ବିରାଟ କୋହଲି ଆଉଟ୍ ହେବା ପରେ ତାଙ୍କୁ ବହୁତ ବଡ ଧକ୍କା ଲାଗିଥିଲା । ପ୍ରିୟାଶୀଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ରବିବାର ଦିନ ନିଜ ପରିବାର ସହ ଫାଇନାଲ୍ ମ୍ୟାଚ୍ ଦେଖୁଥିଲେ ।
ବିରାଟ କୋହଲି ୧ ରନ୍ ନେଇ ଆଉଟ୍ ହେବା ପରେ ଝିଅଟିକୁ ଶକ୍ତ ଆଘାତ ଲାଗିଥିଲା । ଏହା ପରେ ତାଙ୍କର ହାର୍ଟ ଆଟାକ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପରିବାରଲୋକେ ହସ୍ପିଟାଲ୍ ନେଇ ଯାଇଥିଲେ । ହସ୍ପିଟାଲରେ ହିଁ ପ୍ରିୟାଶୀଂଙ୍କର ମୃତ୍ୟୁ ହୋଇଗଲା । ଡାକ୍ତରମାନେ କହିଥିଲେ ଯେ ଝିଅଟିର ହୃଦଘାତ ହୋଇଛି। ମୃତକ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ, ଯାହାଙ୍କ ନାମ ପ୍ରିୟାଂଶୀ ପାଣ୍ଡେ ଥିଲା। ତାଙ୍କ ବାପା ଅଜୟ ପାଣ୍ଡେ ଜଣେ ଓକିଲ।
ମୃତକଙ୍କ ବାପା ଅଜୟ ପାଣ୍ଡେ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦେଖୁଥିଲେ। ପରିବାରର ସମସ୍ତ ସଦସ୍ୟ ଏକାଠି ବସି ମ୍ୟାଚ୍ ଦେଖୁଥିଲେ। ରୋହିତ ଶର୍ମା ଚୌକା ଏବଂ ଛକା ମାରିବା ପରେ ପ୍ରିୟାଂଶୀ ବହୁତ ଖୁସି ହୋଇଥିଲେ। ସମସ୍ତେ ଭାରତର ବିଜୟ ପାଇଁ ଆଶା କରିଥିଲେ। ତା’ପରେ ବିରାଟ କୋହଲିଙ୍କ ବ୍ୟାଟିଂ ପାଳି ଆସିଲା ଏବଂ ସେ ବ୍ୟାଟ୍ ଧରି ଆସିଥିଲେ କିନ୍ତୁ ମାତ୍ର ଗୋଟିଏ ରନ୍ କରିବା ପରେ ଆଉଟ୍ ହୋଇଗଲେ, ଯାହା ଦ୍ବାରା ପ୍ରିୟାଶୀଂଙ୍କୁ ବଡ ଧକ୍କା ଲାଗିଥିଲା ।
ପ୍ରିୟାଂଶୀ ଏତେ ବଡ ଧକ୍କା ଲାଗିଥିଲା ଯେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ, ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରିୟାଂଶୀଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ସେଥିପାଇଁ କୁହାଯାଉଛି ଯେ ବିରାଟ କୋହଲିଙ୍କ ଆଉଟ୍ ହେବା ତାଙ୍କ ପ୍ରଶଂସକ ପ୍ରିୟାଂଶୀଙ୍କ ପାଇଁ ଏତେ ବଡ଼ ଧକ୍କା ଥିଲା ଯେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିଲା। ତଥାପି, ପ୍ରିୟାଂଶୀଙ୍କ ଜଣେ ପଡ଼ୋଶୀ କହିଛନ୍ତି ଯେ ପ୍ରିୟାଂଶୀଙ୍କ ହୃଦଘାତ ହେବା ଏକ ସଂଯୋଗ ।
ଘରୋଇ ଆମ୍ବୁଲାନ୍ସରେ କଫ ସିରଫ ଚାଲାଣ, ମାଡ଼ି ବସିଲା ପୋଲିସ
ବଲାଙ୍ଗୀର: ଆମ୍ବୁଲାନ୍ସ ସେବା କେବଳ ବାହାନା । ଘରୋଇ ଆମ୍ବୁଲାନ୍ସରେ ହେଉଥିଲା କଫ୍ ସିରଫ ଚୋରା ଚାଲାଣ । ଖବର ପାଇ ମାଡ଼ି ବସିଲା ବଲାଙ୍ଗୀର ପୋଲିସ । ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ କରିଛି ଟାଉନ ଥାନା ପୋଲିସ । ଘରୋଇ ଆମ୍ବୁଲାନ୍ସରେ ଆଗରୁ ବି ଅଭିଯୁକ୍ତମାନେ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି I ଚଢ଼ାଉ ବେଳେ ଏକ ଫାର୍ମାସି କମ୍ପାନୀର ମେଡିସିନ ରିପ୍ରେଜେଣ୍ଟେଟିଭ ରାକେଶ ପ୍ରଧାନ ଧରାପଡ଼ିଛି ।
ରାକେଶ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଗାଁର। ରାକେଶ ଏମଆର ଭାବେ କାମ କରୁଥିବାବେଳେ ବଲାଙ୍ଗୀର ସହର ଶାସ୍ତ୍ରୀନଗର ହରିହର ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ଅଭିଯୁକ୍ତମାନଙ୍କଠାରୁ ୧୫ ପେଟି ୧୮ ଶହ ବୋତଲ କଫ ସିରଫ ଜବତ ହୋଇଛି । ଗୋଟିଏ ଆମ୍ବୁଲାନ୍ସ,, ପଶ୍ଚିମବଙ୍ଗ ନମ୍ବର ଥିବା ଦାମୀ କାର, ଗୋଟିଏ ସ୍କୁଟି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ଟାଉନ୍ ଥାନା ପୋଲିସ I

