spot_img
Home Blog Page 964

ଓଡ଼ିଶା ମିଶନ ଶକ୍ତି ଇ.ସି ସଂଘ ପକ୍ଷରୁ ରଣହୁଙ୍କାର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ମିଶନ ଶକ୍ତି ଇ.ସି  ସଂଘ ପକ୍ଷରୁ ରଣହୁଙ୍କାର । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବିକ୍ଷୋଭ ଓ ପ୍ରତିବାଦ ।  ଇ.ସି. ସଦସ୍ୟଙ୍କ ରିଷ୍ଟ୍ରକଚରିଂ ନିର୍ଦ୍ଦେଶନାମା ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଶତାଧିକ ମିଶନ ଶକ୍ତି ମହିଳା । ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅଫିସ୍ ସମ୍ମୁଖରେ  ଶାନ୍ତି ପୁର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି । ବ୍ଲକ୍ ସଭାନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରାରେ ବାହାରି ହିଞ୍ଜିଳିକାଟୁ ବ୍ଲକ୍ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି । ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନୂତନ ଗାଇଡ୍‌ଲାଇନ୍ ଫଳରେ ରାଜ୍ୟରେ କାର୍ଯ୍ୟରତ ଲକ୍ଷାଧିକ ଇ.ସି. ସଦସ୍ୟ ଓ ୬ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକ ମିଶି ୧୨ଲକ୍ଷ ମହିଳା, ସେହି ହାରରେ ସିଆରପି ଏବଂ ଏମ୍.ବି.କେମାନେ କର୍ମଚ୍ୟୁତ ହେବେ। ତେଣୁ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ଦାବିରେ ସଂଘ ତରଫରୁ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଆନ୍ଦୋଳନ ଜାରି ରହିଛି ।

ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି : ଜାରି କଲେ ନୂଆ ଗାଇଡଲାଇନ୍

ନନ୍ଦିଘୋଷ ବ୍ୟୁରୋ: ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି । ହୋଲି ପାଇଁ ଜାରି ହେଲା ପୋଲିସର ନୂଆ ଗାଇଡଲାଇନ । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପ୍ରତ୍ୟେକ ଛକରେ ମୁତୟନ ହେବେ ପୋଲିସ ଟିମ । ହୋଲି ପୂର୍ବରୁ ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ଦୋଳମେଳନ ଥିବାରୁ ଆଲର୍ଟ ରହିବାକୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି । ଏହାସହ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର । ସେପଟେ ନକଲି ମଦ କାରବାର ରୋକିବ ସ୍ପେଶାଲ ଡ୍ରାଇଭ । ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୋଲିସ । ହିଂସାତ୍ମକ ବାର୍ତ୍ତା ସୋସିଆଲ ମିଡିଆରେ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଇଂଲଣ୍ଡ ଗସ୍ତରେ ଯିବାକୁ ମନା କଲେ ଗମ୍ଭୀର, ବିସିସିଆଇକୁ ଜଣାଇଲେ କାରଣ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ପରେ ଇଂଲଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ଚାମ୍ପିୟନ୍ସ ଟ୍ରଫି ପରେ ଭାରତୀୟ ଦଳର ପ୍ରଥମ ଗସ୍ତ ରହିଥିବାବେଳେ ଏହା ଟିମ ପାଇଁ ବଡ଼ ପରୀକ୍ଷା ରହିବ । ତେବେ ଗସ୍ତ ପୂର୍ବରୁ ସାମ୍ନାକୁ ଆସିଛି ବଡ଼ ଖବର । ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହି ଗସ୍ତରେ ଯିବେ ନାହିଁ ବୋଲି ବିସିସିଆଇକୁ ଜଣାଇଛନ୍ତି । ତେବେ ତାଙ୍କ ବଦଳରେ ଦଳକୁ କିଏ ପ୍ରଶିକ୍ଷଣ ଦେବ ଏହାକୁ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବ କହି ରଖୁଛୁ କି, ରୋହିତଙ୍କ ଟିମ ସହ ନଯାଇ ଗମ୍ଭୀର ଟିମ ଇଣ୍ଡିଆର ଏ ଟିମ୍ ସହ ଯିବେ । ଏନେଇ ସେ ବିସିସିଆଇକୁ ଜଣାଇଛନ୍ତି ।

କୁହାଯାଉଛି କି, ଗମ୍ଭୀର ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ୨୦୨୬ ଟି-୨୦ ବିଶ୍ବକପ ଏବଂ ୨୦୨୭ ବିଶ୍ବକପ ଜିତିବା ଲକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ସେ ଏବେଠାରୁ ଯୋଜନା ଆରମ୍ଭ କରିଥିବା ଖବର ମିଳିଛି । ତେବେ ଇଣ୍ଡିଆ ’ଏ’ ଟିମ ସହ ଗମ୍ଭୀର ଯାଇ ଏମାନଙ୍କ ଖହଳ ଉପରେ ନଜର ରଖିବେ । କାରଣ ଆଗକୁ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ରହିଥିବାବେଳେ ଅଭିଜ୍ଞଙ୍କ ସହ କେଉଁ ଯୁବ ଖେଳାଳି କିଭଳି ପ୍ରଦର୍ଶନ କରୁଛନ୍ତି ଏହାକୁ ନେଇ ନୂଆ ଟିମ ଗଠନ ହେବ ।  ଜୁନ ୨୦ରେ ଭାରତ ଇଂଲଣ୍ଡ ଗସ୍ତରେ ଯିବ । ମାତ୍ର ଏହା ପୂର୍ବରୁ ଏ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଗମ୍ଭୀର ଏଭଳି ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି । ତେବେ ଏହା କେତେ ସଫଳ ହେଉଛି ତାହା କେବଳ ସମୟ କହିବ ।

ହୋଲିକୁ ନେଇ ଆସିଲା ଗାଇଡଲାଇନ : ଅମାନିଆଙ୍କୁ ଜଗିବ ପୋଲିସ, ମଦୁଆଙ୍କ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର : ହୋଲିକୁ ନେଇ ଆସିଲା ଗାଇଡଲାଇନ । ହୋଲିରେ ସାବାଡ଼ ହେବେ ଅମାନିଆ । ପ୍ରେସମିଟ୍ କରି ହୋଲି ଗାଇଡଲାଇନ ନେଇ ସୂଚନା ଦେଲେ ଡିସିପି ଜଗମୋହନ ମୀନା । ତେବେ ହୋଲିରେ ଅମାନିଆଙ୍କୁ ଜଗିବ ପୋଲିସ, ମଦୁଆ ଉପରେ ରହିବ କଡ଼ା ନଜର । ମଦ ପିଇ ହୋଲି ଖେଳିନ୍ତି ତେବେ ବାନ୍ଧିବ ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

ସେହିପରି ମଦ୍ୟପାନ କରି ନଦୀ, ପୋଖରୀରେ ନଗାଧୋଇବାକୁ ପରାମର୍ଶ ଦେଇଛନ୍ତି ଡିସିପି । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ PCR ଉଠାଇନେବ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିବ । ସୁରକ୍ଷିତ ହୋଲି ସହ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅପିଲ୍ କଲେ ଡିସିପି  ।

ଆସିଲା ଡଲଫିନ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ

ନନ୍ଦିଘୋଷ ବ୍ୟୁରାେ : ଆସିଲା ଡଲଫିନ ଗଣନା ରିପୋର୍ଟ । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ । ସେଥିମଧ୍ୟରୁ ରାଜନଗର ଡିଭିଜନରେ ସର୍ବାଧିକ ୫୦୫ ଡଲଫିନ ଥିବା ବେଳେ ଚିଲିକା ଡିଭିଜନରେ ୧୭୪, ବ୍ରହ୍ମପୁର ଡିଭିଜନରେ ୧୩, ପୁରୀ ଓ ବାଲେଶ୍ଵର ଡିଭିଜନରେ ୭ଟି ଲେଖାଏଁ ଓ ଭଦ୍ରକ ଡିଭିଜନରେ ଅଛନ୍ତି ୪ଟି ଡଲଫିନ ।

ସେହିପରି ରାଜ୍ୟରେ ସର୍ବାଧିକ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ଟି ଇରାୱାଡ଼ି ଡଲଫିନ, ୧୬ଟି ବଟଲ-ନୋଜ ଡଲଫିନ ଓ ୮ଟି ସ୍ପିନର ଡଲଫିନ ଅଛନ୍ତି । ଚିଲିକାରେ ଥିବା ଡଲଫିନକୁ ସାଧାରଣ ପର୍ଯ୍ୟଟକ ଦେଖିପାରୁଥିବା ବେଳେ ଗହୀରମଥା ଅଭୟାରଣ୍ୟରେ ଗଭୀର ସମୁଦ୍ରରେରେ ହମ୍ପବ୍ୟାକ ଡଲଫିନକୁ ସାଧାରଣ ଲୋକେ ଦେଖିବାର ସୁଯୋଗ ମିଳେ ନାହିଁ ବୋଲି ପିସିସିଏଫ କହିଛନ୍ତି।

ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ

ନନ୍ଦିଘୋଷ ବ୍ୟୁରୋ : ପୁରୀରେ ଓଲିଉଡ୍ ଅଭିନେତା ବାବୁସାନ । ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ହୋଇଛି ଅସ୍ଥି ବିସର୍ଜନ। ପୁଅ ବାବୁଶାନ୍ ମହାନ୍ତି ବିସର୍ଜନ କର୍ମ କରିଛନ୍ତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ଗତ ଫେବୃଆରୀ ୨୭ ତାରିଖରେ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁକୁ ୧୩ ଦିନ ପୂରିଛି।

ସୋମବାର ଭୁବନେଶ୍ୱରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  ।

ଆନ୍ଦୋଳନ ମୋଡରେ କଂଗ୍ରେସ ; ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନକୁ ନେଇ ଆନ୍ଦୋଳନ ମୋଡରେ କଂଗ୍ରେସ । ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ତାରାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ବସିବେ ବିଧାୟକ ବୋଲି ଦଳ ନିଷ୍ପତ୍ତି ନେଇଛି । ସେପଟେ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ସାଗର ଚରଣ ଦାସ ବି ତାରାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । କଂଗ୍ରେସ ଦଳ ତାଙ୍କ ସହିତ ଅଛି ବୋଲି ପ୍ରଭାରୀ କହିଥିବା କହିଛନ୍ତି ତାରା। ଧର୍ମର ଜୟ ହେବ। ମହିଳାମାନଙ୍କ ପାଇଁ ଦଳ ଲଢ଼ୁଛି । ମହିଳାମାନେ ଆମର ମା, ଦେବୀ, ଠାକୁରାଣୀ। ସେଥିପାଇଁ ବିଜେପି ଅସହାୟ ହୋଇପଡୁଛି । ଯେଉଁଥିପାଇଁ କଲାର ଧରି ମାରିବା ସହ ତାଙ୍କୁ ନିଲମ୍ବିତ କରିଛନ୍ତି ବୋଲି କହିଛନ୍ତି ତାରା । ସେ କହିଛନ୍ତି, ମତେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ହେଉଛି ବିଜେପିର ଆଚରଣ ଉଚ୍ଚାରଣ। ମୋର ପ୍ରଶ୍ନ ତାଙ୍କୁ ବାଣ ଭଳିଆ ଭେଦିଥିଲା। ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଶାଳୀନତା ଭୁଲି ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ସେ ଡ଼ରିଯିବାର ନାହିଁ। ବିଜେପି ଫାଶୀ ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ତାରା।

ମହିଳାମାନଙ୍କ ପାଇଁ ଲଢେଇ ଜାରି ରହିବ । ମହିଳା, ଗରିବ, ଖଟିଖିଆଙ୍କ ପାଇଁ ସମସ୍ତେ ଲଢନ୍ତୁ ଓ କଂଗ୍ରେସ ସେମାନଙ୍କ ସହ ଅଛି ବୋଲି ପ୍ରଭାରୀ ଲଲୁ ତାରାଙ୍କୁ କହିଛନ୍ତି। ସାରା ଓଡ଼ିଶାର ୮୫ ନେତା ଆସୁଛନ୍ତି। ଏ ପ୍ରସଙ୍ଗରେ ଦଳ କି ଆଭିମୁଖ୍ଯ ଗ୍ରହଣ କରିବ ସେ ନିଷ୍ପତ୍ତି ନିଆଯିବ। ସେପଟେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା କଂଗ୍ରେସ ବିଧାୟକଙ୍କୁ ବୁଝାସୁଝା କରିଛନ୍ତି ଶାସକ ଦଳର ବିଧାୟକ ।

ଟ୍ରେନ୍ ହାଇଜାକ୍ ଘଟଣାରେ ବଡ଼ ଖୁଲାସା: BLA କବ୍ଜାରେ ଅଛନ୍ତି ୧୮୦ ଯବାନ ସହ ଅଛନ୍ତି ଜଣେ ବଡ଼ ଅଫିସର

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ ବଲୁଚିସ୍ତାନର ସେନା ବନ୍ଦୀ ସୈନିକଙ୍କ ଲିଷ୍ଟ ଜାରି କରିଛନ୍ତି । ଯେଉଁଥିରେ ୧୮୦ ବନ୍ଧକ ସୈନିକ ମଧ୍ୟରେ ଜଣେ ମେଜର ରାଙ୍କର ଅଧିକାରୀଙ୍କ ନାଁ ମଧ୍ୟ ସାମିଲ ଅଛି । BLA ଅନୁଯାୟୀ, ଅଧିକାଂଶ ସୈନିକ ଜାଫର ଏକ୍ସପ୍ରେସର ଇକୋନୋମିକ ବର୍ଥରେ ଯାତ୍ରା କରୁଥିଲେ  । ସେମାନଙ୍କ ମଧ୍ୟରେ ଜଣେ ମେଜର ଅଧିକାରୀ ତାଙ୍କ ପତ୍ନୀଙ୍କ ସହ ତୃତୀୟ ଏସି ବଗିରେ ଯାତ୍ରା କରୁଥିଲେ  । ସେନାଙ୍କ ସହ ତାଙ୍କ ମଧ୍ୟ ବନ୍ଦୀ ରଖାଯାଇଛି । ଏହି ବନ୍ଧକ ମେଜରଙ୍କ ନାଁ ହେଉଛି ଅହସାନ ଜାବିଦ ।

BLA ଯେଉଁ ଯେଉଁ ସୈନିକଙ୍କୁ ବନ୍ଦୀ କରିରଖିଛନ୍ତି ସେମାନଙ୍କ ଫୋନ ନମ୍ୱର ମଧ୍ୟ ଜାରି କରିଛି । ଏହା ସହ ପାକିସ୍ଥନୀ ସେନାକୁ ନିଜ ଦାବି ମଧ୍ୟ ରଖିଛି । ଅନ୍ୟପଟେ ଟ୍ରେନ୍ ଅପହରଣ ନେଇ ପାକିସ୍ତାନୀ ସେନାଙ୍କୁ ସବୁଆଡୁ  ସମାଲୋଚନାର ସାମ୍ନା କରିବାକୁ ପଡୁଛି । ଏବଂ ବନ୍ଦୀ ମେଜରଙ୍କ ନାଁ ସାମ୍ନାକୁ ଆସିବା ପରେ ସେନା ପଛକୁ ହଟିଯାଇଛି ।

ପାକିସ୍ତାନ ଟ୍ରେନ୍ ହାଇଜାକ୍ ଘଟଣା : ପ୍ରତ୍ୟେକ ଗୁଳିର ଜବାବରେ ୧୦ ବନ୍ଧକଙ୍କୁ ହାତ୍ୟା କରାଯିବ; ଚେତାବନୀ ଦେଲା BLA

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ବଲୁଚିସ୍ତାନରେ ଏବେ ବି ବଳୁଚିସ୍ତାନ ଲେବରେଶନ ଆର୍ମି(BLA) କବ୍ଜାରେ ଅଛି ଜାଫର ଏକ୍ସପ୍ରେସ । ପାକିସ୍ତାନ ସେନା ବନ୍ଧକଙ୍କୁ ମୁକୁଳାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଏବଂ ଅପରେସନ ଜାରି ରଖିଛି । ଯାହା ଫଳରେ ବିଦ୍ରୋହୀମାନେ ଭୟଭୀତ ହୋଇଯାଇଛନ୍ତି । କିନ୍ତୁ ଭୟଭୀତ ଥାଇ ମଧ୍ୟ ସେମାନେ ପାକିସ୍ତାନ ସେନାଙ୍କୁ ନିଜ ଦାବି ପୂରଣ ପାଇଁ ୪୮ ଘଣ୍ଟା ସମୟ ଦେଇଛନ୍ତି , ନତେଚ୍ ପ୍ରତି ଘଣ୍ଟାରେ ୧୦ ବନ୍ଧକଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି।

ଅନ୍ୟପଟେ BLA କହିଛି ଯଦି ପାକିସ୍ତାନୀ ସେନା ଯଦି ଡ୍ରୋନରେ ଗୁଳିରେ ଆକ୍ରମଣ କରେ ତେବେ ୧୦ଜଣ ବନ୍ଧକଙ୍କୁ ହତ୍ୟା କରାଯିବ । ବିଦ୍ରୋହୀମାନେ ଏକ ବୟାନ ଜାରି କରି କହିଛନ୍ତି କି,  ଯଦି ସେମାନେ ଡ୍ରୋନରେ ଆକ୍ରମଣ ଆରମ୍ଭ କରନ୍ତି ତେବେ ଏହା ପାକିସ୍ତାନ ସେନାର ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ହେବ । ଯାହା ଆମର ବନ୍ଦୀଙ୍କ ଅଦଳା-ବଦଳିର ଦାବିକୁ ଗମ୍ଭୀର ଭାବେ ନେଉଥିବା ଦର୍ଶାଇବ । ତେଣୁ ଆମ ଦାବି ପୂରଣ କରିବା ପାଇଁ ଆମେ ସେନାକୁ ୪୮ ଘଣ୍ଟାର ସମୟ ଦେଉଛୁ, ନଚେତ୍ ପ୍ରତି ଘଣ୍ଟାରେ ୧୦ ବନ୍ଧକଙ୍କ ମୁଣ୍ଡ କଟିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନୀ ସେନା ଯଦି ଆମ ଦାବିକୁ ଅଣଦେଖା କରେ ବା ଗମ୍ଭୀର ଭାବେ ନିଏନାହିଁ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ । ପାକିସ୍ତାନୀ ସେନାର କାପୁରୁଷତାପୂର୍ଣ୍ଣ କାର୍ଯ୍ୟର ଆମେ ଜବାବ  ଦେବୁ । ଯଦି ସେମାନେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖେ ତେବେ ବନ୍ଧକଙ୍କ ଜୀବ ବାଜିରେ ଲାଗିବ ।

ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା ; ଧାରଣାରେ ବସିଲେ ସାମ୍ଵାଦିକ

ଭୁବନେଶ୍ୱର : ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା। ଏହାର ପ୍ରତିବାଦ କରିଛନ୍ତି ସାମ୍ଵାଦିକମାନେ। ଗୃହ କାର୍ଯ୍ୟରୁ ସେମାନେ ଦୂରେଇ ରହିଛନ୍ତି । ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତୀ ତଳେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଏହା ସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ ବୟକଟ କରିଛନ୍ତି। ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି। ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକଙ୍କ ଖବର ସଂଗ୍ରହ ଓ ପ୍ରସାର କ୍ଷମତା କ୍ଷୁର୍ଣ୍ଣ କରିବାକୁ ଷଡଯନ୍ତ୍ର ବିରୋଧରେ ଗୃହରୁ ଖବର ସଂଗ୍ରହ ବଏକଟ କରି ପ୍ରତିବାଦ କରୁଛନ୍ତି ସାମ୍ବାଦିକ । ଗତକାଲି ବିରୋଧୀଙ୍କ ସ୍ୱର ଚାପିଥିଲେ ସରକାର. ଆଜି ଗଣମାଧ୍ୟମର ସ୍ୱର ଚାପିଲେ ବୋଲି କହି ଧାରଣାରେ ବସିଛନ୍ତି ସାମ୍ୱାଦିକ ।

ଅନ୍ୟପଟେଏହି ପ୍ରସଙ୍ଗରେ ବର୍ଷିଛି ବିଜେଡି । ବିଧାୟକ ଅରୁଣ ସାହୁ କହିଛନ୍ତି, କେଉଁ କଥାକୁ ଘୋଡାଇବାକୁ ଚାହୁଁଛନ୍ତି ସରକାର, ତାହା ସ୍ପଷ୍ଟ କରନ୍ତୁ । ଟିକିନିଖି ଖବର ଦେବାର ଅଧିକାର ସାମ୍ବାଦିକମାନଙ୍କ ଅଛି। ଆମେ ସାମ୍ବାଦିକମାନଙ୍କ ସହ ଅଛୁ  ଓ ରହିବୁ। ଏହା ସହ ଆନ୍ଦୋଳନରେ ବସିଥିବା ସାମ୍ୱାଦିକଙ୍କୁ ଭେଟିଛି ବିଜେଡି ଟିମ୍ ।