spot_img
Home Blog Page 962

ପୁଣି ଅଟକିଲା ମହାକାଶଚାରୀ ସୁନିତା ଓ୍ବିଲିୟମ୍ସଙ୍କ ଫେରିବା ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଟକିଲା ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋରଙ୍କ ପୃଥିବୀକୁ ଫେରିବା ପ୍ରକ୍ରିୟା  । ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋରଙ୍କ ଫେରିବା ନେଇ ସମସ୍ତେ ଆଶାବାଦୀ ଥିଲେ । ତାଙ୍କର ଫେରିବା ନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା କ୍ରୁ- ୧୦ ନାମକ ଏକ ମହାକାଶଯାନ ଉତକ୍ଷେପଣ କରିବାକୁ ଯାଉଥିଲା । କିନ୍ତୁ ଏବେ ତାହା ଅଟକି ଯାଇଛି ।

ଯାନ୍ତ୍ରୀକ ଅସୁବିଧା ଯୋଗୁ କ୍ରୁ-୧୦ର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡ଼ିଛି । ଏ ନେଇ ନାସା କହିଛି ଯେ, ହାଇଡ୍ରୋଲିକ ସିଷ୍ଟମରେ ସମସ୍ୟା ଯୋଗୁ କ୍ରୁ-୧୦ର ଉତକ୍ଷେପଣ ରୋକିବାକୁ ପଡ଼ିଲା ।

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କ୍ରୁ-୧୦ ବହୁ ଗୁରୁତ୍ବପୂର୍ଣ୍ଣ । କାରଣ ଏହା କ୍ରୁ-୯କୁ ବଦଳାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ନାସା ପୂର୍ବରୁ କହିଥିଲା ଯେ, କ୍ରୁ -୧୦ ମହାକାଶକୁ ଉତକ୍ଷେପଣ ହେବା ପରେ ହିଁ କ୍ରୁ-୯ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଫେରିପାରିବ ।

ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ

ସୋର: ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ମାଆକୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଯାଇଛି। ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେବ ନରମା ଗାଁରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ସ୍ତ୍ରୀ ମୁନି ସିଂକୁ କୌଣସି କାରଣରୁ ମାଡ଼ ମାରିଥିଲେ।

ମାଆକୁ ବଞ୍ଚାଇବାକୁ ଯାଇ ବଡ଼ପୁଅ ରାଜେଶ ସିଂ ପ୍ରତିବାଦ କରିଥିଲେ। ଏଥିରେ ଯୋଗେନ୍ଦ୍ର ରାଗିଯାଇ ଏକ ଛୁରୀରେ ପୁଅ ରାଜେଶର ଛାତିକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିଲେ।  ସେଠାରେ ଡାକ୍ତର ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହତ୍ୟାକାରୀ ବାପା ଯୋଗେନ୍ଦ୍ର ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଖଇରା ପୋଲିସ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏବେବି ସମ୍ପୂର୍ଣ୍ଣ ହୋଇନାହିଁ ପ୍ରକଳ୍ପ କାମ। ମଠ ପୁନରୁଦ୍ଧାର କାମ ବୁଲି ଦେଖିବା ସହ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଲେ ଗଜପତି ମହାରାଜା। ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର ହେବ ବୋଲି କହିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିରର ନୂତନ କାର୍ଯ୍ୟଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ ସ୍ଥିର ହୋଇଛି। ସେହିପରି ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ  ଏମାର ମଠ ନିକଟରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ।

ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ସେବନ ସୁବିଧା ନେଇ ଉତ୍ତର ଦ୍ୱାର ବାହାରେ ଅନ୍ନଛତ୍ର ନେଇ ସ୍ଥାନ ନିରୂପଣ କରାଯିବ। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ।ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।ସେହିପରି ଅଧପନ୍ତରିଆ ଥିବା  ପ୍ରକଳ୍ପ କାମ, ମଠ ପୁନରୁଦ୍ଧାର ନେଇ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଅନୁଧ୍ୟାନ କରୁଥିବା ଜଣାପଡିଛି।ଗଜପତିଙ୍କ ସାଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ଥିଲେ।

ଜଳିବ ପଶ୍ଚିମ ଓଡ଼ିଶା, ୪ ଦିନ ପାଇଁ ହିଟ ୱେବ ଜାରି

ଭୁବନେଶ୍ବର: ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା।  ୪ ଦିନ ପାଇଁ ହିଟ ୱେବ ଜାରି କଲା ପାଣିପାଗ କେନ୍ଦ୍ର।  ୧୫ ଓ ୧୬ ଉଷ୍ମ ରାତ୍ରି ସତର୍କତା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ।  ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା।  ଚଳିତ ସପ୍ତାହରେ ଆଜିଠୁ ୧୬  ତାରିଖ ଯାଏଁ ହିଟୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଆଜି ବଲାଙ୍ଗୀର,ବୌଦ୍ଧ,  ସମ୍ବଲପୁର ଓ ଝାରସୁଗୁଡା  ଆଭ୍ୟନ୍ତରୀଣ ଓଡ଼ିଶାର ୪  ଜିଲ୍ଲା ପାଇଁ ଓ୍ବେଲୋ ସତର୍କତା ଜାରି କରିଛି ବିଭାଗ। ସେହିପରି ଆସନ୍ତାକାଲି ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳ କୁ ୟେଲୋ ୱାର୍ଣି ଜାରି କରାଯାଇଛି । ୧୫ ତାରିଖ ତାରିଖ ରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର ,ବରଗଡ଼,ସୁନ୍ଦରଗଡ ଓ  ମୟୂରଭଞ୍ଜ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତି ଅନୁଭବ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତେବେ ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିତିଲାଣି ୪୦ ଘଣ୍ଟା, ଏବେବି ୧୫୪ ପାକ୍ ଯବାନ ବନ୍ଧକ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଜାଫର ଏକ୍ସପ୍ରେସ ହାଇଜାକ ଘଟଣାକୁ ପୁରିଲାଣି ୪୦ ଘଣ୍ଟା। ଏବେ ବି ପଣବନ୍ଦୀ ଅଛନ୍ତି ଶତାଧିକ ଯାତ୍ରୀ। ବାଲୁଚ ବିଦ୍ରୋହୀଙ୍କ ପାଖରେ ୧୫୪ ଜଣ ପାକ୍ ସେନାର ଯବାନ ବନ୍ଧକ ଥିବା କହିଛନ୍ତି। ଏପର୍ଯ୍ୟନ୍ତ ବାଲୁଚ୍ ସେନା ୧୦୦ ଜଣଙ୍କୁ ହତ୍ୟା କରିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୪୦ ଜଣ ଯବାନ ଅଛନ୍ତି। ମୋଟ ୧୫୫ ଯାତ୍ରୀଙ୍କୁ ପାକ ସୈନ୍ୟ ଉଦ୍ଧାର କରିପାରିଛନ୍ତି । ଉଭୟ ପକ୍ଷରୁ ଗୁଳି ଚାଳନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨୭ ବିଦ୍ରୋହୀଙ୍କୁ ମାରିଥିବା କହିଛି ପାକସେନା ।

ସେପଟେ ବିଦ୍ରୋହୀଙ୍କ ଗୁଳିରେ ପାକିସ୍ତାନର ୩୦ ଯବାନଙ୍କ ମୃତ୍ଯୁ ହୋଇଥିବା ଦାବି କରିଛି ବାଲୁଚ ଲିବେରେସନ ଆର୍ମି। ତେବେ ପଣବନ୍ଦୀଙ୍କୁ ଛାଡିବା ପାଇଁ ବାଲୁଚ୍ ସେନା ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା। ଏବେ ଏହି ଅବଧିର ଆଉ ମାତ୍ର ୧୮ ଘଣ୍ଟା ବାକି ଅଛି। ନଚେତ ବନ୍ଧକ ଥିବା ସମସ୍ତ ଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ବଲୁଚ ବିଦ୍ରୋହୀ। ପଣବନ୍ଦୀଙ୍କ ବଦଳରେ ସମସ୍ତ ବଲୁଚ୍ ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ଛାଡ଼ି ଦିଅନ୍ତୁ ବୋଲି ଦାବି କରିଛି ବଲୁଚ୍ ଲିବେରେସନ ଆର୍ମି। ଯଦି ଏହି ସମୟ ମଧ୍ୟରେ PAK ସରକାର BLA ସହିତ କୌଣସି ଚୁକ୍ତି ନକରନ୍ତି, ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ବିଏଲଏ ସେନା ଟ୍ରେନ ହାଇଜାକ ବେଳର ଛାତିଥରା କାହାଣୀ ବଖାଣିଥିଲେ ବିପଦରୁ ଉଦ୍ଧାର ପାଇଥିବା ଜଣେ ଯାତ୍ରୀ ।

ପାକିସ୍ତାନ କ୍ଵେଟାରୁ ପେଶାୱର ଯାଉଥିଲା ଜାଫର ଏକ୍ସପ୍ରେସ । ଏହି ସମୟରେ  ଟ୍ରେନ ଟ୍ରାକରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ।  ପରେ ଗୋଟିଏ ଘଣ୍ଟା ଧରି ଚାଲିଥିଲା ଫାୟାରିଂ। ପରେ ଟ୍ରେନ ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଗୋଟିଏ ବଗିରେ ୧୧ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଟ୍ରେନର ଲୋକୋ ପାଇଲଟଙ୍କୁ ମଧ୍ୟ ସେମାନେ ହତ୍ୟା କରିଥିଲେ ।

’କୋଷ୍ଟାଲ ହାଇଓ୍ବେକୁ ନେଇ ଡିଣ୍ଡିମ ପିଟୁଛି ବିଜେପି, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରସ୍ତୁତି ହୋଇନି ଡିପିଆର’: ମାନସ ମଙ୍ଗରାଜ

ନନନ୍ଦିଘୋଷ ବ୍ୟୁରୋ: ଉପକୂଳ ରାଜପଥକୁ ନେଇ ବିଜେପି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଯାଏଁ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତ ହୋଇନି । ପୁରୀ, କାକଟପୁର, ପାରାଦୀପ, ରତନପୁର, ଚାନ୍ଦିପୁର ଓ ଦିଘା ପର୍ଯ୍ୟନ୍ତ ୪୦୮ କିଲୋମିଟର ଲମ୍ବ ଉପକୂଳ ରାଜପଥ ପାଇଁ କେନ୍ଦ୍ର ସରକାର ଡିପିଆର ଆୱାର୍ଡ କରିଛନ୍ତି ବୋଲି ବିଜେଡି ସାଂସଦ ମାନସ ମଙ୍ଗରଜଙ୍କ ଏକ ଲକ୍ଷିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି । ରାସ୍ତା ଆଲିଏନେସନ ଷ୍ଟଡି, ଫିଜିବିଲିଟି ଷ୍ଟଡି ଓ ନୂଆ ରାସ୍ତା ନିର୍ମାଣ ପ୍ରସ୍ତାବ ସହ ଡିପିଆର ପ୍ରସ୍ତତ ହେବ । ଡିପିଆର ଚୁଡାନ୍ତ ହେବା ସହ ଆବଶ୍ୟକ ମଂଜୁରୀ ପରେ ଯାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଉପକୂଳ ରାଜପଥ ପାଇଁ ଜମି ଅଧିଗ୍ରହଣ ସ୍ଥିତି ଓ କେବେ ସୁଦ୍ଧ କାମ ସରିବ ସେନେଇ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଡିପିଆର ଚୁଡାନ୍ତ ହୋଇନଥିବାରୁ ଉପକୂଳ ରାଜପଥ ପାଇଁ କେତେ ବ୍ୟୟବରାଦ ହୋଇଛି କିମ୍ବା କେବେ ସୁଦ୍ଧା ପ୍ରକଳ୍ପ କାମ ସରିବ ତାହା ଆକଳନ କରାଯାଇପାରିବ ନାହିଁ ।

ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ

ନନ୍ଦିଘୋଷ ବ୍ୟୁରୋ: ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ । ଝାଡ଼ଖଣ୍ଡର ଲୁଟେରା ସୀତାରାମ ମଣ୍ଡଳକୁ ଗିରଫ କଲା ପୁରୀ ପୋଲିସ । ଟଙ୍କା ଉଠାଇଦେବା ବାହାନାରେ ଲୋକଙ୍କ ଏଟିଏମ ବ୍ୟବହାର କରି ଲୁଟ କରୁଥିଲା । ତା ନିକଟରୁ ୧୧ଟି ଏଟିଏମ କାର୍ଡ଼ ଜବତ କରିବା ସହିତ ୭୮ହଜାର ଟଙ୍କା, ଗୋଟିଏ ସୁନା ଚେନ ଓ ସୁନା ମୁଦି ଜବତ କରିଛି ପୋଲିସ୍ । ଅଭିଯୁକ୍ତ ସୀତାରାମ ନାଁରେ ବିଭିନ୍ନ ଥାନାରେ ଲୁଟ ମାମଲା ରହିଛି ।  ବିଗତ କିଛିଦିନ ହେବ ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବୃଦ୍ଧା ଓ ମହିଳାଙ୍କୁ ଟାର୍ଗେଟ୍ କରୁଥିଲା ସୀତାରାମ । ଗତ ୯ ତାରିଖରେ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ବ୍ୟାଙ୍କ ଅଫ ବରୋଦା ଏଟିଏମକୁ ଟଙ୍କା ଉଠାଇବା ପାଇଁ ଆସିଥିବାବେଳେ କୌଶଳକ୍ରମେ ତାଙ୍କ ଏଟିଏମ ନେଇ ଅନ୍ୟ ଜଣକ ଏଟିଏମ ଦେଇ ଫେରାର ହୋଇଯାଇଥିଲା । କିଛି ସମୟ ପରେ ୨୫ ହଜାର ଟଙ୍କା ଉଠାଯାଇଥିବା ହରିଶ୍ଚନ୍ଦ୍ରଙ୍କ ମୋବାଇଲକୁ ମେସେଜ ଆସିଥିଲା । ଅଭିଯୁକ୍ତ ଗ୍ରାଣ୍ଡ ରୋଡରେ ଥିବା ଅରୁନ୍ଧତୀ ଅଳଙ୍କାର ଦୋକାନରେ ଏଟିଏମ୍ କାର୍ଡ ସ୍ବାଇପ କରି ସୁନା କିଣିଥିଲା । ଏହାକୁ ନେଇ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଟାଉନ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ସୀତାରାମ ମଣ୍ଡଳକୁ ବଡ଼ଶଙ୍ଖ ନିକଟରେ ଧରିବାରେ ସଫଳ ହୋଇଛି  ପୁରୀ ପୋଲିସ ।

ତାଳଚେର ବଳରାମ କୋଇଲା ଖଣିରେ ଅଘଟଣ : କ୍ରେନ ଟୋଚନ ଛିଣ୍ଡି ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ତାଳଚେର ବଳରାମ କୋଇଲା ଖଣିରେ ଚାଲିଥିବା କନଭେୟର ନିର୍ମାଣ କାର୍ଯ୍ୟବେଳେ ଅଘଟଣ । କ୍ରେନ ଟୋଚନ ଛିଣ୍ଡି ଜଣେ ମୃତ, ଜଣେ ଗୁରୁତର । ମୃତକ କେନ୍ଦୁଝର ଜିଲ୍ଲା  ଶଙ୍ଖଲେଇ ଗାଁର ଦୁଷ୍ମନ୍ତ ନାୟକ ।  ଗୁରୁତର କୋଲକାତା ଅଞ୍ଚଳର ସୁବିର ଚକ୍ରବର୍ତ୍ତୀଙ୍କୁ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହିଙ୍ଗୁଳା କୋଇଲା ଖଣିରୁ ବଳରାମ କୋଇଲା ଖଣିର ୯ନ ମ୍ବର ଓ ୧୦ ନମ୍ବର ସାଇଡିଂକୁ  କୋଇଲା ପରିବହନ ପାଇଁ କନଭେୟର କାର୍ଯ୍ୟକୁ ଏକ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । କୋଇଲାଖଣିରୁ ବଳରାମ ସାଇଡିଂ କୁ କୋଇଲା ପରିବହନ ପାଇଁ କନଭେୟର କାର୍ଯ୍ୟ ପାଇଁ କ୍ରେନ ସାହାଯ୍ୟରେ ଲୁହାଖଣ୍ଡ ଉପରକୁ ଉଠୁଥିଲା । କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ କ୍ରେନର ଟୋଚନ ଟି ଛିଣ୍ଡିପଡିଥିଲା । ଫଳରେ  ଶ୍ରମିକଙ୍କ ଉପରେ ଲୁହାଖଣ୍ଡ ପଡିଯିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବଳରାମ ଓ ହିଙ୍ଗୁଳା କୋଇଲା ଖଣିର ବରିଷ୍ଠ ଅଧିକାରୀ ଓ ଗୋପାଳପ୍ରସାଦ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା ।  ୪ ଦିନ ପାଇଁ ହିଟ ୱେବ ଜାରି କଲା ପାଣିପାଗ କେନ୍ଦ୍ର ।  ୧୫ ଓ ୧୬ ଉଷ୍ମ ରାତ୍ରି ସତର୍କତା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ।  ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା।  ଚଳିତ ସପ୍ତାହରେ ୧୩ , ୧୪, ୧୫ ଓ ୧୬  ତାରିଖ ୪ ଦିନ ହିଟୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ ୧୩ ତାରିଖରେ ବଲାଙ୍ଗୀର,ବୌଦ୍ଧ,  ସମ୍ବଲପୁର ଓ ଝାରସୁଗୁଡା  ଆଭ୍ୟନ୍ତରୀଣ ଓଡ଼ିଶାର ୪  ଜିଲ୍ଲା ପାଇଁ ଓ୍ବେଲୋ ସତର୍କତା ଜାରି କରିଛି ବିଭାଗ। ସେହିପରି ୧୪ ତାରିଖରେ  ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳ କୁ ୟେଲୋ ୱାର୍ଣି ଜାରି କରାଯାଇଛି ।

୧୫ ତାରିଖ ତାରିଖ ରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର ,ବରଗଡ଼,ସୁନ୍ଦରଗଡ ଓ  ମୟୂରଭଞ୍ଜ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତି ଅନୁଭବ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ମଧ୍ୟ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତେବେ ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

ରେଳବାଇ ଓଡିଶାରୁ ସର୍ବାଧିକ ରାଜସ୍ବ ଆଦାୟ କରୁଛି କିନ୍ତୁ ସେହି ଅନୁପାତରେ ଓଡିଶାକୁ ମିଳୁନି ଗୁରୁତ୍ବ : ଶୁଭାଶିଷ ଖୁଣ୍ଟିଆ

ନନ୍ଦିଘୋଷ ବ୍ୟୁରୋ: ରେଳବାଇ ଓଡିଶାରୁ ସର୍ବାଧିକ ରାଜସ୍ବ ଆଦାୟ କରୁଛି କିନ୍ତୁ ସେହି ଅନୁପାତରେ ଓଡିଶାକୁ ମିଳୁନି ଗୁରୁତ୍ବ। ଆଜି ସଂସଦରେ ଏହି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ। ପୂର୍ବତଟ ରେଳବାଇରୁ କେନ୍ଦ୍ର ସରକାର ପ୍ରତିବର୍ଷ ପ୍ରାୟ ୨୫ ହଜାର କୋଟି ରାଜସ୍ବ ଆଦାୟ କରୁଛନ୍ତି। କିନ୍ତୁ ରେଳ ବଜେଟରେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ ମିଳୁଛି ମାତ୍ର ୧୦ ହଜାର କୋଟି। ଓଡିଶାରୁ ହେଉଥିବା ଆୟ ଅନ୍ୟ ରାଜ୍ୟରେ ରେଳ ବିକାଶରେ ଖର୍ଚ୍ଚ ହେଉଛି। ସମାନ୍ତରାଳ ରେଳ ବିକାଶକୁ ବିଜେଡି ବିରୋଧ କରୁନଥିଲେ ବି ଓଡିଶାରୁ ତାର ହକ ମିଳୁ ବୋଲି ସେ ଦାବି କରିଛନ୍ତି। ବିହାର, ପଶ୍ଚିମବଙ୍ଗ ଓ ପଂଜାବ ତୁଳନାରେ ଓଡିଶାର ରେଳପଥ ଘନତା ସବୁଠୁ କମ। ଓଡିଶାରୁ ହେଉଥିବା ରେଳବାଇ ରାଜସ୍ବରୁ ଅନ୍ୟୁନ ୭୦ ପ୍ରତିଶତ ରାଜ୍ୟର ରେଳ ଭିତ୍ତିଭୂମି ଓ ଯାତ୍ରୀ ସୁବିଧା ପାଇଁ ଖର୍ଚ୍ଚ କରିବାକୁ ସେ ଦାବି କରିଛନ୍ତି। ଏଥିସହିତ କଞ୍ଚାମାଲ ପରିବହନ ପାଇଁ ଶିଳ୍ପ ସମୃଦ୍ଧ ଓ ବନ୍ଦର ଭିତ୍ତିକ ଅଞ୍ଚଳକୁ ନେଇ ରାଜ୍ୟରେ ଏକ ଉତ୍ସର୍ଗୀକୃତ ରେଲୱେ କରିଡର ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ରର ଅଣଦେଖା ଯୋଗୁ ଗଂଜାମ ଜିଲ୍ଲାରେ ପ୍ରସ୍ତାବିତ ଓ୍ବାଗନ କାରଖାନା ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ ହୋଇଗଲା। କଳାହାଣ୍ଡିରେ ପ୍ରସ୍ତାବିତ ଇଲେକ୍ଟ୍ରୋ ଲୋକୋ ୱାର୍କସପ୍  ପାଇଁ ୧୦୦ ଏକର ଜମି ଦିଆଯାଇଥିଲେ କି କାମ ଆରମ୍ଭ ହେଉନି। ଏବେ ବି କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ, ଦେବଗଡ ଓ ମାଲକାନଗିରି ଜିଲ୍ଲାକୁ ରେଳପଥ ଛୁଇଁନଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି। ରାଜଧାନୀ ଏକ୍ସପ୍ରେସକୁ ପୁରୀ ପର୍ଯନ୍ତ ସଂପ୍ରସାରିତ କରିବା ସହ ପୁରୀ-କୋଣାର୍କ-ଚିଲିକା ଏବଂ ଜଳେଶ୍ବର-ଦୀଘା ରେଳପଥ ପାଇଁ ସେ ଦାବି ରଖଛନ୍ତି।