spot_img
Home Blog Page 943

ସିକନ୍ଦରରେ ସଲମାନଙ୍କୁ ୬୦, ରଶ୍ମିକାଙ୍କୁ ୨୮ : ନଜର ପକାନ୍ତୁ ବଲିଉଡରେ ଏମିତି ବଡ଼ ବୟସର ତାରତମ୍ୟ ରହିଥିବା କଳାକାରଙ୍କ ଫିଲ୍ମ ଉପରେ..

ନନ୍ଦିଘୋଷ ବ୍ୟୁରୋ: ଇଦରେ ଆସିବାକୁ ଯାଉଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର । ଦର୍ଶକେ ଏହି ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି । ତେବେ ସଲମାନ ଖାନଙ୍କ ବୟସ ଫିଲ୍ମ ରିଲିଜ ବେଳକୁ ୬୦ ହେବାକୁ ଥିବାବେଳେ ରଶ୍ମିକାଙ୍କ ବୟସ ୨୮ ରହିଛି । ଉଭୟ ଟିଜରରେ ନଜର ଆସିଛନ୍ତି । ତେବେ ଏହି ଫିଲ୍ମରେ ତାଙ୍କର ଭୂମିକା କଣ ଜଣାନାହିଁ । ମାତ୍ର ବଡ଼ ବୟସର ବ୍ୟବଧାନ ରହିଥିଲେ ସୁଦ୍ଧା ଏମାନେ ସ୍ମ୍ରିନରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ତେବେ ବଡ଼ ବୟସର ତାରତମ୍ୟ ରହିଥିବାବେଳେ ଦର୍ଶକେ ଏହାକୁ ଗ୍ରହଣ କରିବେ କି ଏମିତି ଏକ ପ୍ରଶ୍ନ ସାଧାରଣରେ ଉଠିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ବଲିଉଡରେ ଏମିତି ଅନେକ ଉଦାହରଣ ରହିଛି । ଏମିତିକି ବଡ଼ ବୟସ ବ୍ୟବଧାନର କଳାକାର ମଧ୍ୟ ଜୀବନସାଥୀ ହୋଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏମିତି କିଛି ଯୋଡ଼ିଙ୍କ ଉପରେ..

ଦିଲୀପ ଏବଂ ସାଇରାଙ୍କ ମଧ୍ୟରେ ୨୨ ବର୍ଷର ପାର୍ଥକ୍ୟ

ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ବଲିଉଡ୍ ଫିଲ୍ମରେ ବୟସର ପାର୍ଥକ୍ୟ ଗୁରୁତ୍ୱପୂର୍ଣ୍ଣ ନୁହେଁ କି? ଏହି ପ୍ରଶ୍ନ ଉଠୁଛି କାରଣ ଏହା ପ୍ରଥମ ଥର ନୁହେଁ ଯେ ପରଦାରେ ନାୟକ ଏବଂ ନାୟିକାଙ୍କ ମଧ୍ୟରେ ଏତେ ବଡ଼ ବୟସର ପାର୍ଥକ୍ୟ ଦେଖିବାକୁ ମିଳିବ। ସଲମାନ ଏବଂ ରଶ୍ମିକାଙ୍କ ମଧ୍ୟରେ ପ୍ରାୟ ବତିଶ ବର୍ଷର ବୟସ ପାର୍ଥକ୍ୟ ଅଛି। ଏପରି ପାର୍ଥକ୍ୟ ଅତୀତର ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ଦେଖାଯାଇଛି। ଦିଲୀପ କୁମାର-ସାୟରା ବାନୁଙ୍କଠାରୁ ଆରମ୍ଭ କରି ସଲମାନ-ରଶ୍ମିକା ପର୍ଯ୍ୟନ୍ତ, ଏପରି ବୟସର ମେଳ ନ ଥିବା ଯୋଡ଼ି ଅନେକ ଥର ଦେଖାଯାଇଛି। ବିଶେଷ କଥା ହେଉଛି ଏହା ଦର୍ଶକଙ୍କ ମନୋରଞ୍ଜନ ଉପରେ କେବେବି କୌଣସି ପ୍ରଭାବ ପକାଇ ନଥିଲା।

ଦିଲୀପ କୁମାର ଏବଂ ସାଇରା ବାନୁ ପ୍ରଥମେ ୧୯୭୦ ମସିହାରେ ଗୋପୀ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କ ବୟସ ମଧ୍ୟରେ ପ୍ରାୟ 22 ବର୍ଷର ପାର୍ଥକ୍ୟ ଥିଲା। ସତୁରି ଦଶକରେ ଦିଲୀପ କୁମାରଙ୍କ ଷ୍ଟାରଡମ୍ ହ୍ରାସ ପାଇବା ଆରମ୍ଭ କଲା। ତା’ପରେ, ବୟସର ବ୍ୟବଧାନ ସତ୍ତ୍ୱେ, ଲୋକମାନେ ସାଇରା ବାନୁଙ୍କ ସହିତ ତାଙ୍କର ଯୋଡ଼ିକୁ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା। ପରେ ଦୁହେଁ ବିବାହ ମଧ୍ୟ କରିଥିଲେ।

ରାଜ କପୁର ଏବଂ ହେମାଙ୍କ ମଧ୍ୟରେ ୨୪ ବର୍ଷର ପାର୍ଥକ୍ୟ

ସେହିପରି, ଦେବ ଆନନ୍ଦ ଏବଂ ରାଜ କପୁର ମଧ୍ୟ ସେମାନଙ୍କର ବହୁତ ସାନ ନାୟିକାମାନଙ୍କ ସହିତ ପରଦାରେ ନାୟକ ଭୂମିକାରେ ଅଭିନୟ କରିଥିଲେ। ଉଭୟ ଅଭିନେତା ନିଜ ନିଜ ଫିଲ୍ମରେ ନୂଆ ନାୟିକାମାନଙ୍କୁ ଲଞ୍ଚ କରିବା ପାଇଁ ଜଣାଶୁଣା ଥିଲେ। ଦେବ ଆନନ୍ଦ ହରେ ରାମା ହରେ କୃଷ୍ଣାରେ ଯୁବା ଜୀନତ ଅମନଙ୍କୁ ନେଇଥିଲେ, ଯେତେବେଳେ ରାଜ କପୁର ୧୯୬୮ ମସିହାରେ ହେମା ମାଳିନୀଙ୍କୁ ସପନନ୍ କା ସୌଦାଗରରେ ନାୟିକା ଭାବରେ ବ୍ରେକ୍ ଦେଇଥିଲେ। ତା’ପରେ ରାଜ କପୁର ଏବଂ ହେମା ମାଳିନୀଙ୍କ ବୟସ ମଧ୍ୟରେ ପ୍ରାୟ ୨୪ ବର୍ଷର ପାର୍ଥକ୍ୟ ଥିଲା। ସେତେବେଳେ ରାଜ କପୁରଙ୍କ ବୟସ ୪୪ ବର୍ଷ ଥିଲା ବେଳେ ହେମା ମାଳିନୀଙ୍କ ବୟସ ୨୦ ବର୍ଷ ଥିଲା।

ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ୨୦ ବର୍ଷର ପାର୍ଥକ୍ୟ

ଅନେକ ସୁପରଷ୍ଟାର ପ୍ରାୟ ସେମାନଙ୍କ ବୟସର ଅଧା ନାୟିକାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି। ୧୯୮୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ହିମ୍ମତୱାଲା ସମୟରେ ଜିତେନ୍ଦ୍ରଙ୍କ ବୟସ ୪୧ ବର୍ଷ ଥିଲା, କିନ୍ତୁ ୨୦ ବର୍ଷୀୟା ଶ୍ରୀଦେବୀଙ୍କ ସହ ତାଙ୍କର ଯୋଡି ଏତେ ହିଟ୍ ହୋଇଥିଲା ଯେ ପରେ ସେମାନଙ୍କର ଅନେକ ଫିଲ୍ମ ଲଗାତାର ମୁକ୍ତିଲାଭ କରିଥିଲା ​​ଏବଂ ସବୁ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା। ଏହି ସମୟ ମଧ୍ୟରେ ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନ ମଧ୍ୟ ଶ୍ରୀଦେବୀଙ୍କ ସହ କାମ କରିଥିଲେ। ତିନିଜଣ ଷ୍ଟାର, ଅମିତାଭ, ରାଜେଶ ଖାନ୍ନା ଏବଂ ଜିତେନ୍ଦ୍ରଙ୍କ ଜନ୍ମ ୧୯୪୨ ମସିହାରେ ହୋଇଥିଲା।

ଅମିତାଭ ଏବଂ ଅମ୍ରିତା ସିଂହଙ୍କ ମଧ୍ୟରେ ୨୫ ବର୍ଷର ପାର୍ଥକ୍ୟ

ଅମିତାଭ ବଚ୍ଚନ ଏବଂ ଶ୍ରୀଦେବୀ ଅଭିନୀତ ଫିଲ୍ମ ଇନକିଲାବ ସେତେବେଳେ ବକ୍ସ ଅଫିସରେ ଏକ ରେକର୍ଡ ସୃଷ୍ଟି କରିଥିଲା। ଏହି ସମୟରେ ଅମିତାଭ ବଚ୍ଚନ ଜୟା ପ୍ରଦାଙ୍କ ସହିତ ଶରାବିରେ, ଅମୃତା ସିଂହଙ୍କ ସହିତ ମର୍ଦ୍ଦରେ ଏବଂ ମୀନାକ୍ଷୀ ଶେଷାଦ୍ରିଙ୍କ ସହିତ ଗଙ୍ଗା ଜମୁନା ସରସ୍ୱତୀରେ ନାୟକ ଭାବରେ କାମ କରିଥିଲେ। ଏହି ଫିଲ୍ମଗୁଡ଼ିକୁ ନେଇ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଲୋକମାନେ ବିଶେଷକରି ତାଙ୍କୁ “ମର୍ଦ୍ଦ”ରେ ଅମ୍ରିତା ସିଂହ ଏବଂ “ଗଙ୍ଗା ଜମୁନା ସରସ୍ୱତୀ”ରେ ମୀନାକ୍ଷୀ ଶେଷାଦ୍ରିଙ୍କ ସହିତ ହିରୋ ଭାବରେ ପସନ୍ଦ କରିନଥିଲେ। ଦୁଇଟି ଫିଲ୍ମ ମଧ୍ୟ ଫ୍ଲପ୍ ହୋଇଥିଲା।

ପରେ, ଅମିତାଭ ବଚ୍ଚନଙ୍କର ଏପରି କିଛି ଫିଲ୍ମ ଆସିଥିଲା ​​ଯେଉଁଥିରେ କାହାଣୀର ଚାହିଦା ଅନୁସାରେ ବୟସର ବ୍ୟବଧାନ ଦେଖାଯାଇଥିଲା, ସେହି ଅର୍ଥରେ ତବୁ ଚିନି କମ୍ ରେ ନାୟିକା ହୋଇଥିଲେ ଏବଂ ଜିଆ ଖାନ ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର ନିଶାବ୍ଦରେ ନାୟିକା ହୋଇଥିଲେ। ତବୁ ଅମିତାଭଙ୍କଠାରୁ ପ୍ରାୟ ୨୯ ବର୍ଷ ସାନ ଥିଲେ ଯେତେବେଳେ ସ୍ୱର୍ଗତ ଜିଆ ଖାନ ୪୬ ବର୍ଷ ସାନ ଥିଲେ। ଫିଲ୍ମରେ ଜିଆ ଖାନଙ୍କୁ ତାଙ୍କ ଚରିତ୍ରର ଝିଅର ବୟସର ବୋଲି ଦର୍ଶାଯାଇଥିଲା।

 

 

ଶୀଘ୍ର ସାରନ୍ତୁ କାମ, ଆସନ୍ତା ୨୨ରୁ ଚାରି ଦିନ ବ୍ୟାଙ୍କ ରହିବ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ୨୧ ତାରିଖ ସୁଦ୍ଧା ସାରି ଦିଅନ୍ତୁ ଜରୁରୀ ବ୍ୟାଙ୍କ କାର୍ଯ୍ୟ । ଆସନ୍ତା ୨୨ରୁ ଚାରି ଦିନ ବ୍ୟାଙ୍କ ରହିବ ବନ୍ଦ । ଆସନ୍ତା ୨୪ ଓ ୨୫ ତାରିଖ ବ୍ୟାଙ୍କ୍ ଧର୍ମଘଟ ରହିଛି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ୯ ଦଫା ଦାବିରେ ବ୍ୟାଙ୍କ ସଂଘଗୁଡ଼ିକ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୨୨ ଓ ୨୩ ତାରିଖ ଶନିବାର ଓ ରବିବାର ଥିବାରୁ ବ୍ୟାଙ୍କ ଛୁଟି ରହିବ ।  ଲଗାତର ୪ ଦିନ ବ୍ୟାଙ୍କ୍ ବନ୍ଦ ରହୁଥିବାରୁ ଶାଖାଗୁଡ଼ିକରେ ଟଙ୍କା ଜମା, ଉଠାଣ, ଚେକ୍‌ କ୍ଲିଅରିଂ ଭଳି ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ  ହେବ । ଏଟିଏମ୍‌ଗୁଡ଼ିକରେ ଟଙ୍କା  ଖାଲି ହେବାର ଆଶଙ୍କା ମଧ୍ୟ ରହୁଛି ।ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ  କରିବା, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ  ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀର  ତ୍ୱରିତ ପ୍ରତ୍ୟାହାର, ବ୍ୟାଙ୍କ ଅଧିକାରୀ ଏବଂ  କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ ପଦବୀ ପୂରଣ ଲାଗି ଦାବି ରଖିଛନ୍ତି ବ୍ୟାଙ୍କ କର୍ମଚାରୀ ।

୯ ଦଫା ଦାବିରେ ଦେଶର ୯ ଟି ସଂଗଠନ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ। ମୁଖ୍ୟତଃ ବ୍ୟାଙ୍କରେ ଖାଲି ପଡିଥିବା ଦେଢ଼ ଲକ୍ଷରୁ ଅଧିକ ପଦବୀ ପୂରଣ କରିବା, ସପ୍ତାହରେ 5 ଦିନ କାର୍ଯ୍ୟ ଦିବସ କରିବା, ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ସହ ବ୍ୟାଙ୍କ, କର୍ମଚାରୀ ଓ ଗ୍ରାହକ ମାନଙ୍କ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ଦାବି ରହିଛି। AIBEA, BEFI, NCBE, NIBW, INBEF ଭଳି 5ଟି କର୍ମଚାରୀ ସଂଗଠନ ଓ AIBOC, AIBOA, NOBO, INBOC ଭଳି 4ଟି ଅଫିସର ସଂଗଠନ ୟୁନଇଟେଡ଼ ଫୋରମ ଅଫ ବ୍ୟାଙ୍କର ୟୁନିୟନ ବ୍ୟାନରରେ ଏକାଠି ହୋଇ କେନ୍ଦ୍ର ସରକାର ଙ୍କ ମାନମାନି ନୀତିକୁ ବିରୋଧ କରୁଛନ୍ତି। ଅନ୍ୟ ଦାବି ମଧ୍ୟରେ ଗ୍ରାଚୁଇଟି ବୃଦ୍ଧି, ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବ କୁ ବିରୋଧ କରାଯାଉଛି। ଦେଶବ୍ୟାପୀ  ହେଉଥିବା ଏହି ଆନ୍ଦୋଳନରେ  ରାଜ୍ୟର ୬ ହଜାର ଶାଖା ଏବଂ  ୩୭ ହଜାର କର୍ମଚାରୀ ସାମିଲ  ହେବେ  ।

ଖରାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ

ନନ୍ଦିଘୋଷ ବ୍ୟୁରୋ: ଖରାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆସନ୍ତା ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ସକାଳ ୭ଟାରୁ ୯ ଟା ଯାଏ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର। ଖରାବଢ଼ିଲେ ଘରକୁ ପଠାଯିବ ଶୁଖିଲା ଖାଦ୍ୟ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ତାପମାତ୍ରା ଦେଖି ସେହି ଅନୁସାରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ।  ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେହିପରି ଶ୍ରମିକମାନଙ୍କ ସମ୍ପର୍କରେ ବି ଘୋଷଣା କରାଯାଇଛି । ଶ୍ରମିକମାନେ ସକାଳ ୧୧ ରୁ ୩ଟାଏ ଯାଏଁ କାମ ନ କରିବାକୁ ନିର୍ଦେଶ ଦିଆଯାଇଛି । ଯେଉଁ ମାଲିକ କାମ କରାଇବେ ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହେବ। ଜଳଛତ୍ର ଖୋଲିବା ସହ ଟ୍ୟୁବୱେଲ ଖନନ ହେବ। ଏ ନେଇ ୩ଶହ କୋଟି ଦିଆଯାଇଛି । ଅଘୋଷିତ ବିଜୁଳି କାଟ ହେବନି। ଘୋଷିତ ବିଜୁଳି କାଟ ବେଶି ସମୟ ହେବନାହି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି।

ଚେନ୍ନାଇ ବିପକ୍ଷ ମ୍ୟାଚରେ ଖେଳିବେନି ପାଣ୍ଡ୍ୟା, କହିଲେ କିଏ ହେବେ ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ । ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ । ସେପଟେ ଦ୍ବିତୀୟ ମ୍ୟାଚରେ ୫ ଥର ଲେଖାଏଁ ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଟକ୍କର ହେବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରଥମ ମ୍ୟାଚରେ ନଜର ଆସିବେନି ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ସେ କାହିଁକି ଖେଳିବେ ନାହିଁ ଏବଂ ତାଙ୍କ ସ୍ଥାନରେ କିଏ ଅଧିନାୟକ ହେବେ ସେନେଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ପ୍ରେସମିଟ୍ କରି ଜଣାଇଛନ୍ତି ।

କାହିଁକି ଖେଳିବେନି ପାଣ୍ଡ୍ୟା

ଚଳିତ ସିଜିନର ପ୍ରଥମରୁ କାହିଁକି ଖେଳିବେନି ଷ୍ଟାର ଅଲରାଉଣ୍ଡର ତଥା ମୁମକବାଇ ଇଣ୍ଡିଆନ୍ସର ଅଧିନାୟକ । ଏମିତି ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉଠିଥିବାବେଳେ ଏହାର ଉତ୍ତର ରଖିଛନ୍ତି ପାଣ୍ଡ୍ୟା । ଗତ ସିଜିନରେ ୩ଟି ମ୍ୟାଚରେ ସ୍ଲୋ ବୋଲିଂ କରିଥିବାରୁ ଆଇପିଏଲ ନିୟମ ଅନୁସାରେ ଦଣ୍ଡିତ ହୋଇଛନ୍ତି ହାର୍ଦ୍ଦିକ । ତେବେ ନିୟମ ଅନୁସାରେ ଗୋଟିଏ ମ୍ୟାଚ ଖେଳିପାରିବେ ନାହିଁ ଅଧିନାୟକ । ଗତ ବର୍ଷର ଶେଷ ମ୍ୟାଚରେ ସ୍ଲୋ ବୋଲିଂ ସହ ତୃତୀୟ ମ୍ୟାଚ ହୋଇଥିଲା । ଏଣୁ ଚଳିତ ବର୍ଷର ପ୍ରଥମ ମ୍ୟଚରେ ଖେଳିବେନି ବୋଲି କହିଛନ୍ତି ପାଣ୍ଡ୍ୟା । ସେପଟେ ତାଙ୍କ ବଦଳରେ ଦଳର ଅଧିନାୟକ ପଦ ସମ୍ଭାଳିବେ ସୂର୍ଯ୍ୟ କୁମାର ଯାଦବ । ଟି-୨୦ରେ ପୂର୍ବରୁ ଭାରତୀୟ ଦଳ ପାଇଁ ଅଧିନାୟକ ପଦ ସମ୍ଭାଳିଥିବା ସୂର୍ଯ୍ୟଙ୍କର ଅଭିଜ୍ଞତା ରହିଛି । ଏଣୁ ଦଳ ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

 

ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ମାମଲା : ଜାଣନ୍ତୁ କେବେ ହେବ ଶୁଣାଣି ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚରାଧିନ ରହିଛି । ତେବେ ଉଭୟଙ୍କୁ ଗଣମାଧ୍ୟମରେ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି କେବେ ଫାଇନାଲ ଶୁଣାଣି କରିବେ କୋର୍ଟ । ତେବେ ଏହି ପ୍ରଶ୍ନ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର । ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୦ରେ ଚହଲ-ଧନଶ୍ରୀଙ୍କ ମାମଲାର ଶୁଣାଣି କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେ ଛାଡପତ୍ର ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଦେବାକୁ ବାନ୍ଦ୍ରା ପରିବାର କୋର୍ଟକୁ ଅନୁରୋଧ କରିଛନ୍ତି। ହାଇକୋର୍ଟ ୬ ମାସର କୁଲିଂ ଅଫ୍ ପିରିୟଡ୍ ମଧ୍ୟ ଛାଡ଼ କରିଛନ୍ତି। ଏଥିପାଇଁ ଉଭୟ ପାରସ୍ପରିକ ସମ୍ମତିରେ ଏକ ଆବେଦନ ଦାଖଲ କରିଥିଲେ। ପ୍ରକୃତରେ, ଛାଡପତ୍ର ପାଇଁ ପାରସ୍ପରିକ ଆବେଦନ ଦାଖଲ କରିବା ପରେ, ପୁନଃମିଳନ ଏବଂ ପୁନଃମିଳନ ପାଇଁ ଛଅ ମାସ ସମୟ ଦିଆଯାଏ। କିନ୍ତୁ ଯେତେବେଳେ ଏପରି କୌଣସି ସମ୍ଭାବନା ଦେଖାଯାଏ ନାହିଁ, ସେତେବେଳେ କୋର୍ଟ ଏହାକୁ ଛାଡ଼ କରିପାରିବେ।

ତେବେ କୁହାଯାଉଛି କି, ଅଢ଼େଇ ବର୍ଷ ହେବ ଚହଲ ଏବଂ ଧନଶ୍ରୀ ଅଲଗା ରହୁଛନ୍ତି । ସେମାନେ ନିଜ ନିଜର ବାଟ ଆପଣାଇଥିବାବେଳେ ସେମାନ ଗତ ଫେବୃଆରୀ ୫ ତାରିଖରେ ଉଭୟଙ୍କ ସମ୍ମତିକ୍ରମେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେପଟେ ଭରଣପୋଷଣ ବାବଦକୁ ଚହଲ ଧନଶ୍ରୀଙ୍କୁ ୪ କୋଟି ୭୫ ଲକ୍ଷ ଟଙ୍କା ଦେବେ ବୋଲି ଚୁକ୍ତିନାମା ହୋଇଛି । ଯେଉଁଥିରୁ ଚହଲ ୨. ୩୭ କୋଟି ଟଙ୍କା ଦେଇ ସାରିଛନ୍ତି । କହି ରଖୁଛୁ କି, ନିକଟରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ସମୟରେ ଚହଲ ଜଣେ ଯୁବତୀଙ୍କ ସହ ନଜର ଆସିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଟ୍ରୋଲ ମଧ୍ୟ କରାଯାଇଥିଲା ।

 

GATE ୨୦୨୫ ଫଳାଫଳ ଘୋଷିତ

ଗେଟ ୨୦୨୫ର ଫଳାଫଳ ଘୋଷଣା କରାଯାଇଛି । ମାର୍ଚ୍ଚ ୨୮ରେ ସ୍କୋରକାର୍ଡ ଜାରି କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।  ଏଥିସହିତ ପ୍ରାର୍ଥୀମାନେ ଅଫିସିଆଲ ଓ୍ବେବସାଇଟକୁ ଯାଇ ଲଗିନ କରି ମଧ୍ୟ ଫଳାଫଳ ଚେକ କରିପାରିବେ । ଗତ ଫେବୃଆରୀ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାର ଆୟୋଜନ କରାଯାଇଥିଲା । ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କର ସ୍କୋରକାର୍ଡ ଆସନ୍ତା ୨୮ରେ ଜାରି କରାଯିବ । ପରୀକ୍ଷାର ଆୟୋଜନ ଜାତୀୟ ସ୍ତରରେ ଫେବୃଆରୀ ୧, ୨, ୧୫ ଓ ୧୬ରେ ହୋଇଥିଲା ।

ରେଜଲ୍ଟ ଚେକ୍ କରିବା ଲିଙ୍କ: https://goaps.iitr.ac.in/login

ଜଳର ଅଭାବ ରୋଗର କାରଣ: କମ୍ ପାଣି ପିଇଲେ ଷ୍ଟ୍ରୋକ ଆଶଙ୍କା ବଢ଼ିବା ସହ ସୃଷ୍ଟି କରିଥାଏ ଏକାଧିକ ସମସ୍ୟା

କଥାରେ ଅଛି ଜଳ ହିଁ ଜୀବନ । ଏକ ସୁସ୍ଥ ଶରୀର ପାଇଁ ପ୍ରଚୁର ମାତ୍ରାରେ ଜଳପାନ ଅପରିହାର୍ଯ୍ୟ । ବିଶେଷ କରି ଗରମ ସିଜିନରେ ଜଳର ଆବଶ୍ୟକତା ବହୁମାତ୍ରାରେ ବଢ଼ିଯାଇଥାଏ । ଏପରି ସ୍ଥିତିରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ନ ପିଇବା କାରଣରୁ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଏହି କାରଣରୁ ମୁଣ୍ଡବ୍ୟଥା, ମୁଡ଼ ସ୍ବିଇଙ୍ଗସ ସମସ୍ୟା ହୋଇପାରେ । ଆପଣମାନେ ଯଦି କମ୍ ପାଣି ପିଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଥିପାଇଁ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବକ, ମାନବ ଶରୀରର ପାଖପାଖି ୬୦ ପ୍ରତିଶତ ଅଂଶ ପାଣି ଅଟେ । ସେଥିପାଇଁ ସେଲ୍ସକୁ ଇନ୍ଧନ ଦେବା ଓ ଶରୀରକୁ ସକ୍ରିୟ ରଖିବା ପାଇଁ ହାଇଡ୍ରେସନ ସ୍ତରକୁ ବଜାୟ ରଖିବା ଜରୁରୀ ହୋଇଥାଏ । ବର୍ଷର ସବୁ ସିଜିନରେ ଜଳର ଆବଶ୍ୟକତା ରହିଥାଏ । ମାତ୍ର ଗରମ ଦିନେ ଜଳର ଚାହିଦା ବହୁ ମାତ୍ରାରେ ବଢ଼ିଯାଇଥାଏ । ତାତି ଦିନରେ ହେଲଦୀ ରହିବା ପାଇଁ ହାଇଡ୍ରେଟ ରହିବା ଅତ୍ୟନ୍ତ ଜରୁରୀ । ମାତ୍ର ଅନେକ ସମୟରେ କିଛି ଲୋକ ପାଣି ପିଇବାକୁ ଅଣଦେଖା କରିଥାନ୍ତି । ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ ।

ଶରୀରରେ ପାଣିର ଅଭାବ ହେଲେ ସାଧାରଣ ଭାବେ ଏନର୍ଜୀ ସ୍ତରରେ ହ୍ରାସ ପରିଲକ୍ଷିତ ହୋଇଥାଏ । କାରଣ ପାଣି ଆମ ବ୍ରେନକୁ ଆଲର୍ଟ ରଖିବା  ଓ ଶରୀରକୁ ବାଲାନ୍ସ ରଖିବାରେ ସହାୟକ ହୋଇଥାଏ । ଯଦି ଆପଣ ଅଧିକ ପାଣି ନ ପିଇବେ, ତେବେ ନିଜକୁ ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ଟିଭ ରଖିବା ପାଇଁ ଥକ୍କା ଅନୁଭବ ହୋଇଥାଏ । ଆମ ଶରୀର ଓ ବ୍ରେନ ଠିକ୍ ଭାବେ କାମ କରିବା ପାଇଁ ପାଣିର ଆବଶ୍ୟକତା ରହିଥାଏ । କମ୍ ପାଣି ପିଇଲେ ମେମୋରୀର କାର୍ଯ୍ୟକ୍ଷମତା ଉପରେ ନେଗେଟିଭ୍ ପ୍ରଭାବ ପଡ଼ିଥାଏ ।

ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁରୋସାଇନ୍ସରେ ୨୦୨୦ରେ ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ମୁତାବକ, ଡିହାଇଡ୍ରେସନ ଦ୍ବାରା ଷ୍ଟ୍ରୋକ ଆଶଙ୍କା ବଢ଼ିଯାଇଥାଏ । କେବଳ ଏତିକି ନୁହେଁ, ଏହି କାରଣରୁ ଆପଣଙ୍କୁ ଷ୍ଟ୍ରୋକ ହେଲେ, ରିକଭରି ହେବାକୁ ସମୟ ଲାଗିପାରେ । ନିଜର କାର୍ଡିଓଭାସ୍କୁଲାର ସିଷ୍ଟମକୁ ସୁଦୃଢ଼ ରଖିବା ପାଇଁ ହେଲେ ଆପଣ କେତେ ପାଣି ପିଉଛନ୍ତି ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ । ପାଣି କମ୍ ପିଇଲେ ଆମର ଚର୍ମ ମଧ୍ୟ ପ୍ରଭାବିତ ହୋଇଥାଏ । କମ୍ ପାଣି ପିଇଲେ ବୟସ ବଢ଼ିବାର ପ୍ରକ୍ରିୟା ଦ୍ରୁତ ହୋଇଥାଏ ।

ଦାରିଦ୍ର୍ୟର ଦାରୁଣ ଦୁଃଖ! ମାତ୍ର ୨୦୦ ଟଙ୍କାରେ ନାତିକୁ ଅନ୍ୟ ଲୋକକୁ ବିକିଦେଲା ଆଈ

ବାରିପଦା: ଦାରିଦ୍ର୍ୟର ଦାରୁଣ ଦୁଃଖ। ନାତିକୁ ଅନ୍ୟ ଲୋକ ହାତରେ ଟେକିଦେଲା ଜେଜେ ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କରଞ୍ଜପଡାରେ। ଆଜକୁ ମାସେ ହେବ ବସଷ୍ଟାଣ୍ଡରେ ଅସହାୟ ଭାବେ ଆଶ୍ରୟ ନେଇଛନ୍ତି ଜଣେ ବୃଦ୍ଧା । ମାଗିଯାଚି ଖାଉଥିବା ବେଳେ ୫ ବର୍ଷ ବୟସର ନାତିର ବୋଝକୁ ସମ୍ଭାଳି ପାରୁନଥିଲେ। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡାର ଜଣେ ବ୍ୟକ୍ତି ତାଙ୍କୁ ୨୦୦ ଟଙ୍କା ଦେଇ ନାତିକୁ ନେଇଯାଇଥିବା କହିଛନ୍ତି । ଏହା ସହ ତାଙ୍କ ଫୋନ ନମ୍ବର ମଧ୍ୟ ଦେଇଯାଇଥିବା କହିଛନ୍ତି । ବୃଦ୍ଧା ଜଣଙ୍କ ହେଲେ ମନ୍ଦ ହେମ୍ବ୍ରମ। ତାଙ୍କର ବାସସ୍ଥାନ ନଥିବା ବେଳେ ସେ ସରାକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ରାଜ୍ୟବାସୀ: ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଜଳୁଛି ଆଭ୍ୟନ୍ତରିଣରୁ ଉପକୂଳ ଓଡ଼ିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି ଦିନ ସାଢ଼େ ୧୧ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି। । ସେହିପରି ଝାରସୁଗୁଡ଼ାରେ ୩୯ ଦଶମିକ ୮ ଡିଗ୍ରୀ, ସମ୍ଵଲପୁରରେ ୩୯ ଦଶମିକ ୭ ଡିଗ୍ରୀ, ହୀରାକୁଦରେ ୩୯ ଦଶମିକ ୧ ଡିଗ୍ରୀ, ଭବାନୀପାଟଣାରେ ୩୮ ଦଶମିକ ୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ, ରାଉରକେଲାରେ ୩୭ ଦଶମିକ ୮ ଡିଗ୍ରୀ, ଭୁବନେଶ୍ଵରରେ ୩୪ ଦଶମିକ ୬ ଡିଗ୍ରୀ, କେନ୍ଦୁଝରରେ ୩୨ ଦଶମିକ ୧ ଡିଗ୍ରୀ ରେକର୍ଡ କରାଯାଇଛି । ୨୦ ତାରିଖ ବେଳକୁ କମିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ତାପମାତ୍ରା ହ୍ରାସ ସହ ୩ ଦିନ ପରେ ବିଜୁଳି ଘଡଘଡି ସହ କିଛି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇତିହାସ ରଚିଲା ସୁନା ଦର: ୯୦ ହଜାର ନିକଟତର ହେଲା ୧୦ ଗ୍ରାମ ସୁନା

ସୁନା ଦର ଦିନକୁ ଦିନ ବଢ଼ିବା ସହ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରିଚାଲିଛି । ଏହା ମଧ୍ୟରେ ସୁନା ଦର ଇତିହାସ ରଚିଛି । ମାର୍ଚ୍ଚ ୧୯ରେ ଲଗାତର ଦ୍ବିତୀୟ ଦିନରେ ସୁନା ଦର ନୂଆ ରେକର୍ଡ କରିଛି । ମିଡିଲ ଇଷ୍ଟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତିର ଆର୍ଥିକ ପ୍ରଭାବ ସୁନାର ’ସୁରକ୍ଷିତ ନିବେଶ’ ଛବିକୁ ଆହୁରି ମଜବୁତ କରିଛି । MCX ଗୋଲ୍ଡ (୫ ଏପ୍ରିଲ କଣ୍ଟ୍ରାକ୍ଟ)ର ଦର ୦.୨୦ ପ୍ରତିଶତ ବଢ଼ି ୧୦ ଗ୍ରାମ ପିଛା ଦର ୮୮,୮୯୦ ଟଙ୍କାରେ ପହଞ୍ଚି ଯାଇଛି ।

ଇସ୍ରାଏଲ ଓ ଫିଲିସ୍ତିନୀ ମିଲିଟାଣ୍ଟ ଗ୍ରୁପ ହମାସ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଭୂ-ରାଜନୈତିକ ମୋର୍ଚ୍ଚା ଉପରେ ନୂଆ ଅନିଶ୍ଚିତତା ସୃଷ୍ଟି କରିଛି । ଫଳରେ ସୁନା ଦରକୁ ସପୋର୍ଟ ମିଳୁଛି । ଏକ ରିପୋର୍ଟ ମୁତାବକ ଇସ୍ରାଏଲ ବିମାନ ଆକ୍ରମଣରେ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଦୁଇ ମାସ ମଧ୍ୟରେ ଯୁଦ୍ଧବିରାମର ସମ୍ଭାବନା ସମାପ୍ତ ହୋଇଯାଇଛି । କାରଣ ହମାସ କବଜାରେ ଥିବା ବନ୍ଧକଙ୍କୁ ମୁକ୍ତ କରିବାକୁ ଓ ଅଧିକ ବଳ ପ୍ରୟୋଗ କରିବାକୁ ଇସ୍ରାଏଲ ଘୋଷଣା କରିଥିବା ଫିଲିସ୍ତିନୀ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସଭିଙ୍କ ନଜର ୟୁଏସ ଫେଡେରାଲ ରିଜର୍ଭର ମୁଦ୍ରା ନୀତି ଓ ଫେଡ ଚେୟାରମ୍ୟାନଙ୍କ ଆର୍ଥିକ ବିକାଶ ଓ ମୁଦ୍ରାସ୍ଫୀତି ପ୍ରାଜେକ୍ସନ ଉପରେ ରହିଛି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଟାରିଫ ନୀତି କାରଣରୁ ଅନିଶ୍ଚିତତା ବୃଦ୍ଧି ପାଇଥିବା ବେଳେ ଏପରି ସ୍ଥିତିରେ ଫେଡ ସୁଧ ହାର ହ୍ରାସ କରିବ ବୋଲି ଏକ୍ସପର୍ଟ ଆଶା କରିଛନ୍ତି ।