spot_img
Home Blog Page 942

ଚାଲିଥିଲା ଫୁଟବଲ ଭିକ୍ଟ୍ରି ପରେଡ ; ମାଡିଗଲା କାର୍

ନନ୍ଦିଘୋଷ ବ୍ୟୁରୋ: ଚାଲିଥିଲା ଫୁଟବଲ ଭିକ୍ଟ୍ରି ପରେଡ । ଅଚାନକ୍ ମାଡ଼ିଗଲା କାର୍ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ୟୁକେର ଲିଭରପୁଲ ସହରରେ । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଆହତଙ୍କ ଭିତରେ ୪ ଜଣ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ଘଟଣାସ୍ଥଳରେ ୨୦ ଜଣଙ୍କୁ ଚିକିତ୍ସା କରାଯାଇଥିଲା । ଗତକାଲି ରାତିରେ ଲିଭରପୁଲ ସହରରେ ଏପରି ଅଘଟଣ ଦେଖିବାକୁ ମିଳିଛି । ପ୍ରିମିୟର ଲିଗର ଟ୍ରଫି ଜିତିବା ଖୁସିରେ ଦଳ ଏବଂ କର୍ମଚାରୀମାନେ ଏକ ଖୋଲା ବସ୍ ରେ ସହରର ମଧ୍ୟଭାଗରେ ବିଜୟ ପରେଡ୍ କରୁଥିଲେ। ତାଙ୍କ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ରାସ୍ତା କଡ଼ରେ ଏକାଠି ହୋଇଥିଲେ, କିନ୍ତୁ ଫ୍ୟାନ୍ସଙ୍କ ଭିଡ ଭିତରକୁ ହଠାତ୍ କାର୍ ପଶି ଆସିଥିଲା । ଅତିକମରେ ୫୦ ଜଣ ଲୋକ ଏହାର ଶିକାର ହୋଇଛନ୍ତି । ପରେ କାର୍ ଚାଳକଙ୍କୁ ପୋଲିସ ଗିରଫ କରି ଦୁର୍ଘଟଣାର କାରଣକୁ ଜାଣିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ୫୩ବର୍ଷୀୟ କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଏବଂ ଦୁର୍ଘଟଣାକୁ ନେଇ ପୋଲିସର କହିବା ଅନୁସାରେ, ଏହି ଘଟଣା ଆତଙ୍କବାଦ ସହିତ ଜଡିତ ନୁହେଁ ଏହା ଏକ ସଡ଼କ ଦୁର୍ଘଟଣା । ଏହାର ତଦନ୍ତ କରାଯାଉଛି । ଏହି ଘଟଣା ସହିତ ଜଡିତ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଏକ କଳା କାର ଭିଡ଼ ମଧ୍ୟକୁ ପ୍ରବେଶ କରୁଛି ଏବଂ ଲୋକଙ୍କ ଉପରେ ଚଢିଯାଉଛି ।

https://x.com/i/status/1927065276970856650

ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର କହିଛନ୍ତି, ଲିଭରପୁଲର ଦୃଶ୍ୟଗୁଡ଼ିକ ଭୟଙ୍କର” ପ୍ରଭାବିତ ସମସ୍ତ ଲୋକଙ୍କ ସହିତ ମୋର ସମବେଦନା। ଏହି ଗମ୍ଭୀର ଘଟଣାରେ ଶୀଘ୍ର ଏବଂ ନିରନ୍ତର ପ୍ରତିକ୍ରିୟା ପାଇଁ ମୁଁ ପୋଲିସ ଏବଂ ଜରୁରୀକାଳୀନ ସେବାକୁ ଧନ୍ୟବାଦ ଜଣାଉଛି।”

ହରିୟାଣା ପଞ୍ଚକୁଲାରେ ହୃଦୟବିଦାରକ ଘଟଣା ; ବିଷ ପିଇ ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ପଞ୍ଚକୁଲାରେ ଅଭାବନୀୟ ଘଟଣା। ବିଷ ପିଇ ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା । ଗାଡି ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଋଣରେ ବୁଡିଥିବାରୁ ଜୀବନ ହାରିଥିବା ସୂଚନା ରହିଛି। ଡେରାଡୁନ ନିବାସୀ ପ୍ରବୀଣ ମିତଲଙ୍କ ପରିବାର ପଞ୍ଚକୁଲା ବାବା ବାଗେଶ୍ବର ଧାମକୁ ହନୁମାନ କଥା କାର୍ଯ୍ୟକ୍ରମ ଶୁଣିବାକୁ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଫେରିବା ସମୟରେ ସମେସ୍ତ କାର ଭିତରେ  ଆତ୍ମହତ୍ୟା କରିଛନ୍ତି। କାରରୁ ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ ।

ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗାଡିରେ ବସିଥିବା ସମୟରେ ବାପାମାଆ ଏବଂ ପିଲାମାନେ ବିଷ ପିଇ ଦେଇଥିଲେ। ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାରଟି ଉତ୍ତରାଖଣ୍ଡର ଥିବା ବେଳେ ପଞ୍ଚକୁଲାରେ ରହୁଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପରିବାରର ବୃଦ୍ଧ ସଦସ୍ୟଙ୍କ ସହିତ ଏକ ଦମ୍ପତି ଏବଂ ସେମାନଙ୍କର ତିନି ପିଲା ସାମିଲ ଥିଲେ। ଯେଉଁ କାରରେ ସମସ୍ତ ମୃତଦେହ ମିଳିଥିଲା। ସେହି କାରର ନମ୍ବର ଡେରାଡୁନର ବୋଲି କୁହାଯାଉଛି। ଏବେ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି।

ସମସ୍ତ ମୃତଦେହ କାର ଭିତରୁ ଜବତ

ପରିବାର ଊାରକ ପଞ୍ଚକୁଲାର ଘର ନମ୍ବର 1204 ସାମ୍ନାରେ ଡେରାଡୁନ ନମ୍ବର ଥିବା ଏକ କାରରେ ବିଷ ପିଇ ଦେଇଥିଲେ। ପୋଲିସ ଅନୁଯାୟୀ ସେମାନେ ସୋମବାର ରାତିରେ ଏହି ଘଟଣା ବିଷୟରେ ଖବର ପାଇଥିଲେ। ରାତି ପ୍ରାୟ ୧୧ଟା ବେଳେ ସେମାନଙ୍କୁ ଏକ ଫୋନ୍ ଆସିଲା ଯେଉଁଥିରେ ତାଙ୍କୁ ପଞ୍ଚକୁଲାର ସେକ୍ଟର-୨୭ରେ ଏକ କାର ପାର୍କିଂ ହୋଇଛି, ଯେଉଁଥିରେ କିଛି ଲୋକ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ଦିଆଯାଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ କାରରୁ ବାହାର କରିବା ପରେ ପଞ୍ଚକୁଲାର ସେକ୍ଟର ୨୬ରେ ଥିବା ଏକ ଘରୋଇ ହସ୍ପିଟାଲରରେ ରଖାଯାଇଛି ଏବଂ ସମସ୍ତଙ୍କ ପୋଷ୍ଟମର୍ଟମ କରାଯିବ।ଡାକ୍ତରଖାନାକୁ ଆଣିବା ପୂର୍ବରୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା। ମୃତକମାନେ ଦେଶରାଜ ମିତ୍ତଲ ଏବଂ ପ୍ରବୀଣ ମିତ୍ତଲ ଏବଂ ସେମାନଙ୍କ ପରିବାରବର୍ଗ ବୋଲି ଚିହ୍ନଟ ହୋଇଛନ୍ତି।

ବ୍ୟବସାୟରେ କ୍ଷତି ହୋଇଥିଲା

ମାମଲାର ତଦନ୍ତ ସମୟରେ, ପୋଲିସ ଜାଣିବାକୁ ପାଇଲା ଯେ ପ୍ରବୀଣ ସମ୍ପ୍ରତି ଡେରାଡୁନରେ ଏକ ଟୁର୍ ଏବଂ ଟ୍ରାଭେଲ୍ ବ୍ୟବସାୟ ଆରମ୍ଭ କରିଥିଲେ। ସେ ତାଙ୍କ ବ୍ୟବସାୟରେ ବହୁତ ଟଙ୍କା ନିବେଶ କରିଥିଲେ। କିନ୍ତୁ ସଫଳତା ମିଳିଲା ନାହିଁ। ଏପରି ପରିସ୍ଥିତିରେ, ବ୍ୟବସାୟରେ କ୍ଷତି ଯୋଗୁଁ, ପ୍ରବୀଣଙ୍କ ପରିବାର ଋଣଗ୍ରସ୍ତ ହୋଇଗଲେ। ତାଙ୍କ ପରିବାର ଚଳିବା ମଧ୍ୟ ବହୁତ କଷ୍ଟକର ହୋଇପଡ଼ଥିଲା। ସେଥିପାଇଁ ପରିବାର ଲୋକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ଆଜି ସୃଷ୍ଟି ହେବ ଲଘୁଚାପ, ଜୁନ୍‌ ୧ ଯାଏଁ ପ୍ରବଳ ବର୍ଷା

ନନ୍ଦିଘାେଷ ବ୍ୟୁରୋ: ଚଳିତ ବର୍ଷ ସଅଳ ଓଡ଼ିଶା ଛୁଇଁବ ମୌସୁମୀ । ଏହାର ପଥକୁ ସୁଗମ କରିବ ଲଘୁଚାପ । ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାରର ପ୍ରଭାବରେ ୨୯ ରୁ ୧ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ କରିଛି କେନ୍ଦ୍ର

ଲଘୁଚାପ ସକ୍ରିୟ ହେବାଦ୍ବାରା ମୌସୁମୀ ଅଗ୍ରସର ହେବାକୁ ଅଧିକ ବଳ ଯୋଗାଇବ । ସେପଟେ ରାଜ୍ୟରେ କାଳବୈଶାଖୀ ସହ ପ୍ରାକ ମୌସୁମୀ ବର୍ଷା ଜାରି ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାୟଇଛି । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ରହିଛି ।

ସିଲିଗୁଡ଼ିରେ ରାଫେଲ, S-400 ମୁତୟନ ; ବାଂଲାଦେଶ ଓ ଚୀନକୁ ମାତ ଦେବାକୁ ସେନାର ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତ ସିଲିଗୁଡ଼ିରେ ରାଫେଲ ମୁତୟନ କଲା ଭାରତୀୟ ସେନା । ସିଲିଗୁଡ଼ି କରିଡରରେ ରାଫେଲ ଏବଂ S-400 ମୁତୟନ କରିଛି ଭାରତୀୟ ସେନା । ଅପରେସନ ସିନ୍ଦୂରରେ ପାକିସ୍ତାନକୁ ମାତ ଦେବା ପରେ ଏବେ ପୂର୍ବ ସୀମାନ୍ତରେ ଚୀନ ଏବଂ ବାଂଲାଦେଶକୁ ସାମ୍ନା କରିବାକୁ ରାଫେଲ ମୁତୟନ କରିଛି ଭାରତୀୟ ବାୟୁସେନା । ପାକିସ୍ତାନକୁ ଶିକ୍ଷା ଦେବାପରେ ଏବେ ବାଂଲାଦେଶ ଏବଂ ଚୀନର ପାଳି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଏକ ପ୍ରତିନିଧିମଣ୍ଡଳ ଢାକା ଗସ୍ତ କରିବା ପରେ ପୂର୍ବାଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ବୈଦେଶିକ ମନ୍ତ୍ରଣାଳୟ ଏହି ଅଞ୍ଚଳର ସମସ୍ତ ବିକାଶ ଉପରେ କଡ଼ା ନଜର ରଖିଛି ।

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ବାଂଲାଦେଶ ଏବଂ ଚୀନ୍ ପ୍ରତି ମଧ୍ୟ ସତର୍କ ହୋଇଯାଇଛି । ଭାରତୀୟ ସେନା ସିଲିଗୁଡ଼ି କରିଡରରେ ରୁଷ ନିର୍ମିତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି । ଏହି କରିଡରକୁ ଚିକେନ୍ ନେକ୍ ମଧ୍ୟ କୁହାଯାଏ । ଏହା ମାତ୍ର ୨୦ରୁ ୨୨ କିଲୋମିଟର ଚଉଡା ଏବଂ ଏହା ଉତ୍ତର-ପୂର୍ବକୁ ଭାରତ ସହିତ ସଂଯୋଗ କରୁଥିବା ଏକମାତ୍ର କରିଡର । S-400 ସହିତ, ହାସିମାରା ବାୟୁସେନା ଘାଟିରେ ରାଫେଲ ଯୁଦ୍ଧ ବିମାନର ଏକ ସ୍କ୍ୱାର୍ଡନ ମଧ୍ୟ ମୁତୟନ କରାଯାଇଛି ।ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ S-400 ଏବଂ ରାଫେଲର ମୁତୟନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହା ଚୀନ୍, ଭୁଟାନ, ନେପାଳ ଏବଂ ବାଂଲାଦେଶର ସୀମା ନିକଟରେ ଅବସ୍ଥିତ । ୪୦୦ କିଲୋମିଟର ଦୂରରୁ ଆକାଶ ବିପଦକୁ ପ୍ରତିହତ କରିବାରେ ସକ୍ଷମ ଋଷୀୟ S-୪୦୦ ଏବଂ ରାଫେଲ ଯୁଦ୍ଧ ବିମାନଗୁଡ଼ିକୁ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ କରିଡରକୁ ସୁରକ୍ଷା ଦେବାର ଦାୟିତ୍ୱ ଦିଆଯାଇଛି । ସମଗ୍ର ପୂର୍ବ ସୀମାରେ ଆକାଶ ମାର୍ଗରେ ନଜରକୁ ଆହୁରି କଡ଼ାକଡ଼ି କରାଯାଇଛି ।

ଜାସୁସୀ ସନ୍ଦେହରେ ଯବାନ ଗିରଫ ; ଗୁଇନ୍ଦା ସଂସ୍ଥା ISIକୁ ସୂଚନା ଯୋଗାଇଥିବା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଲାଗି ଗୁଇନ୍ଦାଗିର ଅଭିଯୋଗରେ ସିଆରପିଏଫର ଜଣେ ଯବାନ ଗିରଫ । ଯବାନଙ୍କୁ ଗିରଫ କରିଛି ଏନଆଇଏ । ଗିରଫ ଯବାନ ଜଣକ ହେଲେ ମୋତିରାମ ଜାଟ। ଜାମ୍ମୁ କାଶ୍ମୀର ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ୬ ଦିନ ପୂର୍ବରୁ ସିଆରପିଏଫ୍ ଯବାନଙ୍କ ପହଲଗାଓଁ ପୋଷ୍ଟିଂ ଶେଷ ହୋଇଥିଲା। ମୋତି ରାମ ଜାଟ ଗୁପ୍ତଚର କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ଥିଲେ। ୨୦୨୩ ମସିହାରୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ PIOଙ୍କ ସହିତ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଗୋପନୀୟ ସୂଚନା ପ୍ରଦାନ କରୁଥିବା ଜଣାପଡିଛି ।

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା CRPFର ଜଣେ କର୍ମଚାରୀଙ୍କୁ ଜମ୍ମୁ ଏବଂ କାଶ୍ମୀରର ପହଲଗାଓଁରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ମାତ୍ର ଛଅ ଦିନ ପୂର୍ବରୁ ବଦଳି ହୋଇଥିଲେ। ଅଭିଯୁକ୍ତ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏଏସଆଇ ମୋତି ରାମ ଜାଟ ସ୍ଥାନାନ୍ତର ପୂର୍ବରୁ ପହଲଗାଓଁରେ ସିଆରପିଏଫର ୧୧୬ତମ ବାଟାଲିୟନରେ ମୁତୟନ ଥିଲେ । ଦିଲ୍ଲୀରୁ ଜାଟଙ୍କୁ ଗିରଫ କରିଛି NIA । ୨୦୨୩ ମସିହାରୁ ଟଙ୍କା ଲାଗି ପାକିସ୍ତାନ ଗୁପ୍ତଚର ଅଧିକାରୀ PIOsଙ୍କୁ ଗୁପ୍ତ ସୂଚନା ପ୍ରଦାନ କରିବାରେ ସମ୍ପୃକ୍ତ ଥିଲେ । ଭାରତୀୟ ସୁରକ୍ଷା ବାହିନୀର କାର୍ଯ୍ୟକ୍ଷମ ବିବରଣୀ, ଗତିବିଧି ପଦ୍ଧତି ଏବଂ ପ୍ରମୁଖ ସାମରିକ ପ୍ରତିଷ୍ଠାନର ସ୍ଥାନ ନେଇ ସୂଚନା ଦେଇଥିଲେ।ଗିରଫ ପରେ ଯବାନଙ୍କୁ CRPFରୁ ବହିଷ୍କାର କରାଯାଇଛି। NIA ଅଧିକାରୀମାନେ ତାଙ୍କୁ ବର୍ତ୍ତମାନ ପଚରାଉଚରା କରୁଛନ୍ତି। ପହଲଗାଓଁ ଆକ୍ରମଣ ନେଇ ଗୁପ୍ତଚର ନେଟୱର୍କ ଓ ସମ୍ଭାବ୍ୟ ଲିଙ୍କ୍ ନେଇ ଯାଞ୍ଚ କରୁଛି ଏନଆଇଏ।

ଖୋର୍ଦ୍ଧା-ବଲାଙ୍ଗୀର ଟନେଲ ଭୁଶୁଡିବା ଘଟଣା, ଆଜି ଘଟଣାସ୍ଥଳ ପରିଦର୍ଶନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଖୋର୍ଦ୍ଧା: ବୌଦ୍ଧ ଖୋର୍ଦ୍ଧା ବଲାଙ୍ଗୀର ରେଳ ଟନେଲ ଭୁଶୁଡ଼ିବା ଘଟଣା। ଘଟଣାସ୍ଥଳରେ ପହଞ୍ଚିଲା ODRAF ଟିମ୍ । ବୌଦ୍ଧ ODRAFର ଗୋଟିଏ ଟିମ୍ ପହଞ୍ଚିଛି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ଟିମ୍ । ମାଟି ଅତଡା ଖସିଥିବା ସ୍ଥାନରୁ ୨୦ ଫୁଟ ଦୂରରେ ପାଣି ଜମି ଥିବାରୁ ଘଟଣାସ୍ଥଳକୁ ଯାଇ ପାରୁନଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଠିକା ସଂସ୍ଥା କର୍ମଚାରୀ ମନା କରିଦେଇଛି । ଖୋର୍ଦ୍ଧା- ବଲାଙ୍ଗୀର ରେଳ ଟନେଲ ଭୁଶୁଡିଥିଲା । ଟନେଲ ଭୁଶୁଡି ୩୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । କିଛିଦିନ ତଳେ କାର୍ଯ୍ୟକ୍ଷମ ହୋଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେର ଚାରି ନମ୍ବର ଟନେଲ ଧସିଯାଇଛି ।

ଏହି ଟନେଲ ଭାରତର ଦୀର୍ଘତମ ଟନେଲ ବୋଲି କୁହାଯାଉଛି । ଯାହାର ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଅଧିକ । ଆଡ଼େନିଗଡ଼ କଖାରୁଫାଳ ନିକଟରେ ଟନେଲଟି ଧସି ଯାଇଛି । ପ୍ରାୟ ୩୦ ଫୁଟରୁ ଅଧିକ ତଳକୁ ମାଟି ଭୁଶୁଡ଼ି ଯାଇଛି । ଭୁଶୁଡ଼ି ଯାଇଥିବା ଟନେଲର ଚାରିପଟେ ଆବଦ୍ଧ କରି ଦିଆଯାଇଛି। ଟନେଲ ଭିତରେ କିଏ କିଏ ରହିଯାଇଛି କି, କେତେଜଣ କାମ କରୁଥିଲେ ତାହା ଅସ୍ପଷ୍ଟ ରହିଛି । ଏହି ଟନେଲ କାମ GRIL ନାମକ ଏକ ଠିକା ସଂସ୍ଥା କରୁଛି । ଟନେଲ ଧସିବା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।…ଟନେଲର ନିମ୍ନମାନର କାମ ଅଭିଯୋଗ କରିଛନ୍ତି ପିସିସି ସଭାପତି । କାମର ତଦାରଖ କିମ୍ବା ସମୀକ୍ଷା ମଧ୍ୟ କରାଯାଇନଥିବା ସେ କହିଛନ୍ତି । କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚି ନିରୀକ୍ଷଣ କରିବେ ବୋଲି ସୂଚନା ମିଳିଛି ।

ବେଦାନ୍ତ ଆଲୁମିନିୟମର ମେଗା ସ୍ବାସ୍ଥ୍ୟ ଶିବିର

ନନ୍ଦିଘୋଷ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ମୁଣ୍ଡେରଖେତ ପଞ୍ଚାୟତ କାର୍ଯ୍ୟାଳୟରେ ମେଗା ସ୍ୱାସ୍ଥ୍ୟ ଶିବିର । ୨୦୦ରୁ ଅଧିକ ଲୋକଙ୍କୁ ଦିଆଗଲା ସ୍ବାସ୍ଥ୍ୟସେବା । ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଓ ନିକଟସ୍ଥ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା । ହେମଗିରର ମୁଣ୍ଡେରଖେତ ପଞ୍ଚାୟତ ସରପଞ୍ଚ ସନ୍ୟାସୀ ବାଗଙ୍କ ଉପସ୍ଥିତିରେ ହେମଗିର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିନ୍ମୟ କୁମାର ମିଶ୍ର ଶିବିରକୁ ଉଦଘାଟନ କରିଥିଲେ ।

ଶିବିରରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଶିଶୁ ରୋଗ, ଚର୍ମରୋଗ, ଇଏନଟି, ଛାତି ଏବଂ ଯକ୍ଷ୍ମା ଚିକିତ୍ସା ସହିତ ମାଗଣା ଔଷଧ ବଣ୍ଟନ ଓ ପରାମର୍ଶ ଦିଆଯାଇଥିଲା । କମ୍ପାନୀର ଗୋଷ୍ଠୀ କେନ୍ଦ୍ରୀକ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ‘ବେଦାନ୍ତରେ, ଆମେ ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଉଛୁ । ଏପରି ଶିବିର ମାଧ୍ୟମରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଓ ଆମ ଗୋଷ୍ଠୀ କଲ୍ୟାଣ ଉପରେ ସ୍ଥାୟୀ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ । ଜିଲ୍ଲା ପ୍ରଶାସନ ସହିତ ସହଭାଗୀ ହୋଇ, ଆମେ ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛୁ ସେହି ଅଞ୍ଚଳର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିବୁ । ମୁଣ୍ଡେରଖେତ ସରପଞ୍ଚ ସନ୍ୟାସୀ ବାଗ୍ କହିଛନ୍ତି, ଆମ ଅଞ୍ଚଳର ଲୋକଙ୍କ ପାଇଁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଏକ ଚ୍ୟାଲେଞ୍ଜ । ବିଶେଷକରି ବୟସ୍କ ଓ ମହିଳାମାନଙ୍କ ପାଇଁ । ଏହି ମେଗା ସ୍ବାସ୍ଥ୍ୟ ଶିବିର ଆମ ଅଞ୍ଚଳରେ ଆୟୋଜନ ପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଓ ତୃଣମୂଳ ସ୍ତରୀୟ କ୍ରୀଡା, ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି । ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ । ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଓ ଉନ୍ନତି ପ୍ରତି ଗୋଷ୍ଠୀ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ ।

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା

ନନ୍ଦିଘୋଷ ବ୍ୟୁରୋ: ଜେଲ ଗଲା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଜ୍ୟୋତି । ଜ୍ୟୋତି ବିରୋଧରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ଆଜି ରିମାଣ୍ଡ ଅବଧି ଶେଷ ପରେ ହରିୟାଣାର ହିସାର କୋର୍ଟରେ ହାଜର କରିଥିଲା ପୋଲିସ । ୯ ଦିନିଆ ରିମାଣ୍ଡରେ ନେଇ ତନାଘନା କରିଥିଲା ହରିୟାଣା ପୋଲିସ । ପ୍ରଥମେ ୫ ଦିନ ଓ ପରେ ୪ ଦିନିଆ ରିମାଣ୍ଡରେ ନେଇ ଗୁଇନ୍ଦାଗିରି ନେଇ ଖୋଳତାଡ଼ କରିଥିଲା ପୋଲିସ । ଯାଞ୍ଚ ବେଳେ ଜ୍ୟୋତିଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀରୁ ବହୁ ଗୁରୁତ୍ବପୁର୍ଣ୍ଣ ତଥ୍ୟ ମିଳିଛି ।

ଜ୍ୟୋତିଙ୍କ ପାଖରୁ ମିଳିଛି ୧୪ ଟିବି ଡାଟା । ଜ୍ୟୋତିଙ୍କ ପାକିସ୍ତାନ ଆଇଏସଆଇ ସହିତ  ସମ୍ପର୍କ ଥିବା ଆଶଂକା କରାଯାଉଛି । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତିଙ୍କୁ କରାଯାଉଥିଲା ଜେରା । ପାକିସ୍ତାନ ଏଜେଣ୍ଟଙ୍କୁ ତଥ୍ୟ ଦେଉଥିବା ମିଳିଛି ପ୍ରମାଣ । ଜ୍ୟୋତିଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ହିସାବ କରାଯାଉଛି । ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ଭିଆଇପି ସିକ୍ୟୁରିଟି । ଏକେ-47 ବନ୍ଧୁକଧାରୀ ସୁରକ୍ଷାକର୍ମୀ ପାକିସ୍ତାନରେ ଜ୍ୟୋତିଙ୍କୁ ଦେଉଥିଲେ ସୁରକ୍ଷା । ୬ ଜଣ ବନ୍ଧୁକଧାରୀ ପୁରୁଷ ଗାର୍ଡଙ୍କ  ସୁରକ୍ଷା ବଳୟରେ ରହୁଥିଲେ । ପାକିସ୍ତାନର ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ସେ ଭେଟିଥିବା ଜଣାପଡିଛି । ପାକିସ୍ତାନର ହାଇପ୍ରୋଫାଇଲ ପାର୍ଟିରେ ଯୋଗ ଦେବାକୁ ମିଳୁଥିଲା ନିମନ୍ତ୍ରଣ । ନାମିଦାମୀ ହୋଟେଲରେ ରହିବା ସହ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଖାଉଥିଲେ ।

ପରିଚାଳନା କମିଟି ବିନା ପ୍ରସ୍ତୁତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ, ଭାଙ୍ଗିଲା ଶ୍ରୀମନ୍ଦିର ପ୍ରଶାସନ ପରମ୍ପରା

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ନୀତି ନିୟମକୁ ମୋଡି ମକଚି ଦଳି ଦେଲେ । ବିନା ପରିଚାଳନା କମିଟିରେ ରଥଯାତ୍ରାର ବ୍ୟବସ୍ଥାବଳି ପ୍ରସ୍ତୁତରେ ଲାଗି ପଡିଛନ୍ତି ସରକାର। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କଠାରୁ ଆରମ୍ଭ କରି ସେବାୟତ ଝାଡ଼ିଛନ୍ତି ଅସନ୍ତୋଷ । ନିୟମ ବାହାରେ କାର୍ଯ୍ୟ ଓ ଏଭଳି ହେବା ଦ୍ୱାରା ଆଗାମୀ ଦିନରେ ବଡ଼ ବିଭ୍ରାଟକୁ ଏଡାଇ ଦିଆଯାଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପରିଚାଳନା କମିଟି ବିନା ଚାଲିଛି ରଥଯାତ୍ରା ପ୍ରସ୍ତୁତି । ସମ୍ପୂର୍ଣ୍ଣ ଏକ ପାଖିଆ ଭାବେ ସବୁ ନୀତି ନିୟମକୁ ପାଦରେ ଦଳି ଶ୍ରୀମନ୍ଦିରର କାର୍ଯ୍ୟକୁ ଜୋର ଜବରଦସ୍ତ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବଢିଛି । ଧାରା ୫ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିବେ । ଗଜପତି ମହାରାଜ କମିଟିର ଅଧ୍ୟକ୍ଷ ରହିବା ସହ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଆଇନ ବିଭାଗ ସଚିବ, ଦେବୋତ୍ତର କମିଶନର, ପାଞ୍ଚ ଜଣ ସେବକଙ୍କ ସମେତ ମଠ, ମୁକ୍ତି ମଣ୍ଡପ ତଥା ଚଟାର୍ଡ ଆକାଉଣ୍ଟାଣ୍ଟ ରହିବା କଥା । ଗତ ବର୍ଷ ସେପ୍ଟେମ୍ବର ମାସରୁ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏ ଯାଏଁ ନୂଆ ପରିଚାଳନା କମିଟି ଗଠନ ନକରି ଏକ୍ସ ଅଫିସିଓ ସଦସ୍ୟଙ୍କୁ ନେଇ ରଥଯାତ୍ରା ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି । ଯାହା କି ଆଦୌ ଗ୍ରହଣୀୟ କିମ୍ବା ଆଇନ ସମ୍ମତ ନୁହେଁ ବୋଲି କୁହାଯାଇଛି । ବୈଠକକୁ ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ବ ଶ୍ରୀମନ୍ଦିର ପ୍ରଶାସକ । ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନାରେ ଏହା ବିଭ୍ରାଟ ସୃଷ୍ଟି କରିପାରେ । ଜଗନ୍ନାଥ ସଂସ୍କୃତି ଗବେଷକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ନଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଯେଉଁଥିରେ ରଥଯାତ୍ରା ନୀତି ନିର୍ଘଣ୍ଟ ସହ ଅନ୍ୟାନ୍ୟ ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା ହୋଇଛି । ବିନା ପରିଚାଳନା କମିଟିରେ କୌଣସି ଆର୍ଥିକ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ବ୍ୟବସ୍ଥା ଅନୁଯାୟୀ ଏହି କମିଟି ଅନୁମୋଦନ ନ ଦେଲେ ଆର୍ଥିକ କାର୍ଯ୍ୟକୁ ଗ୍ରହଣ କରାଯାଇ ପାରିବ ନାହିଁ । ପରିଚାଳନା କମିଟି ନଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଆଜି ସ୍ଵତନ୍ତ୍ର ବୈଠକ ବସିଥିଲା । ଏଥିରେ ପରିଚାଳନା କମିଟିର ଏକ୍ସ-ଅଫିସିଓ ସଦସ୍ୟମାନେ ଯୋଗ ଦେଇଥିଲେ । ତେବେ ଏଭଳି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବ ରଥଯାତ୍ରା ସମୟରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ବିଭ୍ରାଟ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ନିୟମ ବାହାରକୁ ଯାଇ ବିନା ପରିଚାଳନା କମିଟିରେ ଏଭଳି ନିଷ୍ପତ୍ତି ସ୍ଥିତିକୁ ଜଟିଳ କରିଛି ।

୧୧ ମାସ ହେଲା ସରିଲାଣି ନିର୍ବାଚନ: ଏଯାଏଁ ସରିଲାନି ୩ ପ୍ରମୁଖ ଦଳଙ୍କ ସାଙ୍ଗଠନିକ ନିର୍ବାଚନ ପର୍ବ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ନିର୍ବାଚନର ୧୧ ମାସ ପରେ ବି ରାଜ୍ୟର ୩ ପ୍ରମୁ୍ଖ ରାଜନୈତିକ ଦଳ ସାଂଗଠନିକ ନିର୍ବାଚନ ପର୍ବ ଶେଷ କରିପାରୁନାହାନ୍ତି । ଶାସକ ବିଜେପି ବେକରେ ରାଜ୍ୟ ମୁଖିଆ ଚୟନ କଣ୍ଟା ଲାଗିଥିବା ବେଳେ ଜିଲ୍ଲା ସଭାପତି ବାଛି ପାରୁନାହିଁ କଂଗ୍ରେସ । ବିଜେଡି କିନ୍ତୁ ବିଜେପି ଓ କଂଗ୍ରେସଠାରୁ ସାଙ୍ଗଠନିକ ନିର୍ବାଚନରେ ଢେର ଆଗରେ ରହିଛି । ବିଜେପି, ବିଜେଡି ଓ କଂଗ୍ରେସ ସଙ୍ଗଠନର ନବକଳେବର କରି ପୁଣି ଥରେ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାକୁ ଯୋଜନା କରିଛନ୍ତି ।

ଦଳୀୟ ସାଙ୍ଗଠନିକ ନିର୍ବାଚନ ପର୍ବରେ କିଏ ଆଗରେ ଓ କିଏ ପଛରେ ? ଡେଡଲାଇନ ପରେ ଡେଡଲାଇନ ସରୁଛି ହେଲେ ଶାସକ ବିଜେପିର ରାଜ୍ୟ ମୁଖିଆ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ । ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ ତାହାକୁ ନେଇ ଦଳରେ ସସପେନ୍ସ ଜାରି ରହିଛି । ରାଜ୍ୟ ନେତୃତ୍ବରୁ କେନ୍ଦ୍ରୀୟ ନେତୃତ୍ବ ଯାଏଁ ସଭାପତି ଚୟନ ନେଇ ଚାଲିଛି କସରତ । ଏହାକୁ ନେଇ ଓଡିଶାରେ ବ୍ୟାକଫୁଟରେ ବିଜେପି ସଙ୍ଗଠନ । ଏହାର ପ୍ରଭାବ ବି ତୃଣମୂଳସ୍ତରେ ପଡୁଛି । ନେତାଙ୍କ ମୁହଁରେ ଗୋଟିଏ କଥା, ଶୀଘ୍ର ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ।

ଅନ୍ୟପଟେ ୩୦ ଜଣିଆ ପିସିସି ଟିମ ଗଠନ କରିବା ପରେ ବି କଂଗ୍ରେସ ଜିଲ୍ଲା ସଭାପତି ଚୟନ କରିପାରୁନାହିଁ । ପିସିସି ଟିମକୁ ନେଇ ଦଳରେ ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଜିଲ୍ଲା ସଭାପତି ଚୟନ ପିସିସି ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହୋଇଛି । ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ପିସିସି ସଭାପତି ଜିଲ୍ଲା ବୁଲି ସଭାପତି ଚୟନ କରୁଛନ୍ତି । ଖୁବଶୀଘ୍ର ନାଁ ଘୋଷଣା କରାଯିବ ।

ଅନ୍ୟପଟେ ସାଙ୍ଗଠନିକ ନିର୍ବାଚନ ପ୍ରକିୟାରେ ବେଶ ଆଗରେ ରହିଛି ମୁଖ୍ୟ ବିରୋଧୀ ବିଜେଡି । ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ, ରାଜ୍ୟ ପରିଷଦ, ରାଜନୈତିକ ବ୍ୟାପାର କମିଟି, ଶୃଙ୍ଖଳା କମିଟି ଗଠନ, ୧୦ଟି ଛାମୁଆ ସଙ୍ଗଠନକୁ ନୂଆ ରୂପ ଦେଇଛି ଦଳ । ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିରୁ ମାତ୍ର ୯ଟି ଜିଲ୍ଲାର ସଭାପତି ଚୟନ କରିପାରିନାହିଁ ଦଳ । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବାସଭବନରେ ଘନଘନ ବୈଠକ କରାଯାଇ ଜିଲ୍ଲା ସଭାପତି ଚୟନ ଚୂଡାନ୍ତ କରାଯାଇଛି ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ବିଜେପି ଲାଗି ରାଜ୍ୟ ସଭାପତି ଚୟନ ଟେନସନ ବନିଥିବାବେଳେ କଂଗ୍ରେସ ଜିଲ୍ଲା ସଭାପତିରେ ଝୁଣ୍ଟୁଛି । ବିଜେଡି ୯ ଜିଲ୍ଲା ସଭାପତିଙ୍କ ନାଁ ଝୁଲାଇ ରଖିଛି । ଆଗକୁ ପଞ୍ଚାୟତ ନିର୍ବାଚନ । ଯଦି ସଙ୍ଗଠନ ଅଧା ଗଢା ରହିଲା, ତେବେ ରଣନୀତି କିପରି ଶକ୍ତିଶାଳୀ ହେବ ତାହା ନେତାଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।