spot_img
Home Blog Page 938

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଭୁବନେଶ୍ୱର ଇଡି ଅଫିସ ଆଗରେ କଂଗ୍ରେସ କର୍ମୀଙ୍କ ଜୋରଦାର ଆନ୍ଦୋଳନ । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଫାଇଲ ବିରୋଧରେ ଇଡି ଅଫିସ ଘେରାଉ କରିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି କଂଗ୍ରେସ କର୍ମୀ। କେନ୍ଦ୍ର ସରକାରଙ୍କ ଏ ପ୍ରାୟୋଜିତ ଷଡ଼ଯନ୍ତ୍ରକୁ ସହ୍ୟ କରାଯିବ ନାହିଁ ବୋଲି ଇଡି ଅଫିସ ଆଗରେ ଗର୍ଜିଛନ୍ତି କଂଗ୍ରେସ ନେତା । ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ମହମ୍ମଦ ମୋକିମ । ଆଜି ସାରା ଦେଶରେ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ରାଜ୍ୟ କଂଗ୍ରେସ ମଧ୍ଯ ବିରୋଧି କରିଛି । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟକୁ ଜୋରଦାର ବିରୋଧ କରାଯାଇଛି ।

ଜାତିଭିତ୍ତିକ ଜନଗଣନା ଲାଗି ଦାବି ଉଠାଇଲେ ଏସପି ନେତା ଅଖିଳେଶ ଯାଦବ

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ଜାତିଗଣନା ଦାବି। ଜାତିଭିତ୍ତିକ ଜନଗଣନା ଲାଗି ଦାବି ଉଠାଇଲେ ସମାଜବାଦୀ ପାର୍ଟି ସୁପ୍ରମୋ ଅଖିଳେଶ ଯାଦବ। ସେ କହିଛନ୍ତି, ଦେଶରେ ସାମାଜିକ ନ୍ୟାୟ ଲାଗି ଲଢ଼େଇ ଚାଲିବ। ଏନେଇ ସିପିଆଇ, ସିପିଏମ ଓ ଏନସିପି ସହ ଆଲୋଚନା ହୋଇଛି। ଦେଶର ଲୋକତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରହିଛି। ବିଜେପି ଲୋକତନ୍ତ୍ରକୁ ହତ୍ୟା କରୁଛି  । ସମ୍ବିଧାନକୁ ଦୁର୍ବଳ କରାଯାଉଛି। ଓଡ଼ିଶାରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ନ୍ୟାୟ ମିଳିନାହିଁ । ଏହା ସହ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ଟାର୍ଗେଟ କରିଛନ୍ତି।  ୟୁପିରେ ଯେଉଁ ଦଙ୍ଗା ଓ ହିଂସା ଚାଲିଛି ସେଥିଲାଗି ଯୋଗୀ ଆଦିତ୍ୟନାଥ ହିଁ ଦାୟୀ ବୋଲି ସେ କହିଛନ୍ତି ।

ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନନ୍ଦିଘୋଷ ବ୍ୟୁରୋ : ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଗଭାଇ। ଜଷ୍ଟିସ ଗଭାଇଙ୍କ ନାମକୁ ସୁପାରିସ କଲେ ସିଜେଆଇ ସଞ୍ଜୀବ ଖାନ୍ନା। ତାଙ୍କ ନାମକୁ ଆଇନ ମନ୍ତ୍ରାଳୟ ନିକଟକୁ ନାଁ ପଠାଇଲେ ସିଜେଆଇ ଖାନ୍ନା। ଆସନ୍ତା ମେ ୧୪ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ଗଭାଇ।

ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗଭାଇ ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି। ଆସନ୍ତା ମେ ୧୩ରେ ଅବସର ନେବେ ସିଜେଆଇ ସଞ୍ଜୀବ ଖାନ୍ନା। ତା ପରଦିନ ନୂଆ ସିଜେଆଇ ଭାବେ ଶପଥ ନେବେ ଗଭାଇ। ପରବର୍ତ୍ତୀ ସିଜେଆଇ କିଏ ହେବେ ସେନେଇ ଜଷ୍ଟିସ ଖାନ୍ନାଙ୍କୁ ପ୍ରସ୍ତାବ ମାଗିଥିଲା କେନ୍ଦ୍ର ଆଇନ ମନ୍ତ୍ରାଳୟ। ତେବେ ଜଷ୍ଟିସ ଗଭାଇ କେବଳ ୬ ମାସ ଲାଗି ସିଜେଆଇ ପଦ ସମ୍ଭାଳିବେ। ଆସନ୍ତା ନଭେମ୍ବର ୨୫ରେ ତାଙ୍କ କାର୍ଯ୍ଯକାଳ ଶେଷ ହେବ।

ସୋନିଆ, ରାହୁଲଙ୍କ ଚାର୍ଜସିଟର ପ୍ରତିବାଦ: ସାରା ଦେଶରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ମାମଲାରେ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟର ପ୍ରତିବାଦ । ଗତକାଲି ଇଡି ଚାର୍ଜସିଟ ଦାଖଲ କରିଛି। ଏହାର ପ୍ରତିବାଦରେ ଆଜି ସାରା ଦେଶରେ ବିକ୍ଷୋଭ। ସବୁ ରାଜ୍ୟରେ ଥିବା ଇଡିର ଅଫିସ ଆଗରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ। ଦିଲ୍ଲୀର ଇଡି ଅଫିସ ଆଗରେ ବି ଆନ୍ଦୋଳନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ଯ କାରଣରୁ ଗାନ୍ଧୀ ପରିବାରକୁ ବଦନାମ କରିବାକୁ ଏପରି କରାଯାଇଥିବାର ଅଭିଯୋଗ ହୋଇଛି।

ଗତକାଲି ସୋନିଆ, ରାହୁଲ, ସାମ ପିଟ୍ରୋଡା ଓ ସୁମନ ଦୁବେଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଦିଲ୍ଲୀ ନ୍ୟୁ ରାଉସ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ। ଆସନ୍ତା ଏପ୍ରିଲ ୨୫ରେ ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି। ସୋନିଆ ଓ ରାହୁଲଙ୍କ ମାଲିକାନାରେ ୟଙ୍ଗ ଇଣ୍ଡିଆନ ଲିମିଟେଡ ଦ୍ବାରା ଅଧିକୃତ ହୋଇଥିବା ଆସୋସିଏସେଟେଡ ଜର୍ଣ୍ଣାଲ୍ସ ଲିମିଟେଡ ବା ଏଜେଏଲର ସମ୍ପତ୍ତିକୁ ମୁମ୍ବାଇ ଓ ଲକ୍ଷ୍ମୌରେ ଠାବ କରିଥିଲା ଇଡି । ଅତୀତରେ ନ୍ୟାସନାଲ ହେରାଲଡକୁ ୟଙ୍ଗ ଇଣ୍ଡିଆନ ଜରିଆରେ ପ୍ରକାଶନ କରୁଥିବା ଏଜେଏଲର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଇଡି ଏହାର ତଦନ୍ତ କରୁଥିଲା । ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଏଜେଏଲର ପ୍ରାୟ ୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନ ବେଆଇନ ଭାବେ ଅକ୍ତିଆର କରିଥିବା ନେଇ ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ । ଇଡି ଦର୍ଶାଇଛି ଏଜେଏଲର ପ୍ରାୟ ୯୮୮ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି । ୨୦୨୩ ନଭେମ୍ବରରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ମୌରେ ଥିବା ୬୬୧ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲା ଇଡି । ଏଥିରେ ଥିଲା ଏଜେଏଲର ପ୍ରାୟ ୯୦ କୋଟି ଟଙ୍କାର ସେୟାର । ମୁମ୍ବାଇସ୍ଥିତ ହେରାଲ୍ଡ ହାଉସରେ ଚାଲିଥିବା ଜିନ୍ଦଲ ସାଉଥ ଓ୍ବେଷ୍ଟ ପ୍ରୋଜେକ୍ଟସକୁ ବି ଏକ ନୋଟିସ ପଠାଯାଇଛି । ଏହା ସହ ବିଲଡିଂରୁ ଆଦାୟ ହେବାକୁ ଥିବା ଭଡା ବର୍ତ୍ତମାନଠାରୁ ଇଡି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୪ରେ ସୁବ୍ରମଣ୍ୟମ ସ୍ବାମୀ ଏହି ଅଭିଯୋଗ ଆଣିବା ପରେ ୨୦୨୧ରେ ଏହାର ଇଡି ତଦନ୍ତ ଆରମ୍ଭ ହୋଇଥିଲା । ୨ହଜାର କୋଟି ଟଙ୍କାର ଏଜେଏଲର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାର ୟଙ୍ଗ ଇଣ୍ଡିଆନ ହାତେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଆଇନଗତ ବିବାଦ ମଧ୍ୟରେ ଏହାର ତଦନ୍ତ ଲାଗି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଇଡିର ଅଭିଯୋଗ ଅନୁସାରେ ଜାଲ ଡୋନେସନ ବାବଦରେ ୧୮ କୋଟି, ଅଗ୍ରୀମ ଭଡ଼ା ବାବଦରେ ୩୮ କୋଟି ଓ ବିଜ୍ଞାପନ ବାବଦରେ ୨୯ କୋଟି ଟଙ୍କା ଆଦାୟ କରାଯାଇଛି ।

ରାଉରକେଲା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ !

ରାଉରକେଲା: ରାଉରକେଲା ଜେଲ ହାଜତରେ ଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଦଲକୀ ଗାଁର ୪୫ ବର୍ଷୀୟ ରାଜେଶ କୁଜୁର। ଚୋରା ମଦ ବିକ୍ରୀ କରୁଥିବା ଅଭିଯୋଗରେ ଗତକାଲି ଵିରମିତ୍ରପୁର ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ଗତକାଲି ଅପରାହ୍ନରେ ରାଉରକେଲା ଜେଲ ହାଜତକୁ ଅଣାଯାଇଥିଲା। ଗତକାଲି ରାତି ସାଢେ ଆଠଟା ସମୟରେ ରାଜେଶ କୁଜୁର ଅସୁସ୍ଥ ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ଅପରପଟେ ନିର୍ଯାତନା ଦିଆଯାଇ ମାରି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତିି। ଘଟଣାର ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ରଘୁନାଥପାଲ୍ଲି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତ ବିଚାରାଧୀନ କଏଦୀ ରାଜେଶ କୁଜୁର ଫିଡସ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ରାଉରକେଲା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି। ଏହାକୁ ଖଣ୍ଡନ କରିଛନ୍ତି ମୃତକଙ୍କ ପରିବାର।

ରାଜଧାନୀରେ ବ୍ୟାପିଛି ଝାଡ଼ାବାନ୍ତି; ଆକ୍ରାନ୍ତ ହୋଇଛନ୍ତି ୧୦୦ରୁ ଅଧିକ ଲୋକେ

ଭୁବନେଶ୍ୱର: ରାଜଧାନୀରେ ବ୍ୟାପିଛି ଝାଡ଼ାବାନ୍ତି। ଆକ୍ରାନ୍ତ ହୋଇଛନ୍ତି ୧୦୦ରୁ ଅଧିକ ଲୋକେ। ଦୂଷିତ ପାଣି ପିଇବା ପାଇଁ ଚନ୍ଦ୍ରଶେଖରପୁର ନୀଳମାଧବ ନିବାସ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଗତକାଲି ଖବର ପ୍ରସାରଣ ପରେ ଆଜି ପହଁଞ୍ଚିଛି ହେଲଥ ଟିମ୍। ଝାଡାବାନ୍ତି ପାଇଁ ଔଷଧ ବଣ୍ଟା ଯାଉଥିବା ବେଳେ, ଲୋକେ କିନ୍ତୁ ଅଭିଯୋଗ କରୁଛନ୍ତି କି ସରକାର ଦେଉଥିବା ମେଡ଼ିସିନରେ ଭଲ ହେଉନାହିଁ ରୋଗ।

ସେପଟେ ୱାଟକୋ ପକ୍ଷରୁ ପାଣି ଟାଙ୍କି ସଫା କରାଯିବା ସହ ଅସ୍ଥାୟୀ ଭାବେ ପିଇବା ପାଣି ଯୋଗାଇଦିଆଯାଇଛି। ହେଲେ ୪ ମହଲା  ଉପରକୁ ପାଣି ବୋହି ନେବା କଷ୍ଟ ସାଧ୍ଯ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସପ୍ଲାଇ ହୋଇଥିବା ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପିଥିବାର କହିଛନ୍ତି ଲୋକେ। ସେପଟେ ଝାଡାବାନ୍ତିକୁ ନେଇଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି ଏନେଇ ଲୋକେ ଏଥିରୁ ମୁକ୍ତି ପାଇଁ ମଙ୍ଗଳା ମାଆଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳୁଛି।

ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣାରେ ପୂର୍ବତନ ବିଧାୟକଙ୍କୁ ନିନ୍ଦା

ବାଲେଶ୍ଵର: ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଅସମ୍ମାନ ଘଟଣାକୁ ନିନ୍ଦା କରିଛନ୍ତି ବାଲେଶ୍ଵର ସଦର ପୂର୍ବତନ ବିଧାୟକ ସ୍ଵରୂପ ଦାସ। ସେ କହିଛନ୍ତି, ବିଜୁ ପଟ୍ଟନାୟକ ସବୁବେଳେ ଓଡ଼ିଶା ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ମହିଳା ଶସକ୍ତିକରଣ ହେଉ ବା ପଞ୍ଚାୟତିରାଜ ବ୍ୟବସ୍ଥା ସବୁ ବିଜୁବାବୁଙ୍କ ସମୟରେ ହୋଇଛି। ଏପରି ଜଣେ ମହାନ ନାୟକଙ୍କୁ ଅପମାନ ଦେବା ଏବଂ ସୁଚିନ୍ତିତ ଯୋଜନା ମାଧ୍ୟମରେ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ। ଏହାକୁ ନେଇ ପ୍ରତିବାଦ କରିବାକୁ ଯାଉଥିବାବେଳେ ମହିଳା କର୍ମୀଙ୍କୁ ମଧ୍ୟ ପୋଲିସ ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି।

ସେହିପରି ଓଡିଶା ଅସ୍ମିତାର କଥା କହି ସରକାରକୁ ଆସିଥିବା ଦଳ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଅପମାନ କରିଛି। ଆଜି ଓଡିଶାର ରାସ୍ତାଘାଟରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାର ଅବଦାନ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ। ସାରା ଦେଶରେ ପଂଚାୟତିରାଜ ବ୍ୟବସ୍ଥା ଆରମ୍ଭ କରିଥିବା ବିଜୁ ପଟ୍ଟନାୟକ ଜୟନ୍ତୀରେ ପଂଚାୟତିରାଜ ଦିବସ ନପାଳିବା ପରେ କଟକ ମାହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଅସମ୍ମାନ କରିଥିଲେ। ଆଉ ଏବେ ନିଆଁ ଲଗାଇବା ସହ ପୁଣି ପୋଲିସ ପ୍ରତିବାଦ ବେଳେ ମହିଳା କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ରେମୁଣା ବିଧାୟକ ସୁଦାମ ପରିଡ଼ା। ଏଥିରୁ ସରକାର ଦୁରେଇ ନରହିଲେ ଆଗାମୀ ଦିନରେ ଏହାର ଜବାବ ଲୋକେ ଦେବେ ବୋଲି ସେ କହିଛନ୍ତି।

ଜଣାଶୁଣା ଗାୟକଙ୍କ ଭଏସ୍ ନକଲ କଲା AI

ନନ୍ଦିଘୋଷ ବ୍ୟୁରୋ: ତେଲୁଗୁ ସୁପରଷ୍ଟାର ରବି ତେଜା ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ମାସ୍ ଯାତ୍ରା’ ‘କୁ ନେଇ ଚର୍ଚ୍ଚାରେ। ମେ’ ମାସରେ ତାଙ୍କ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଟିଜର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିବା ବେଳେ ଏହାର ଗୀତକୁ ନେଇ ବେଶ୍ ଚର୍ଚ୍ଚା ହେଉଛି।

ନିର୍ମାତାମାନେ ଏବେ ‘ମାସ୍ ଯାତ୍ରା’ର ପ୍ରଥମ ଗୀତ ‘ତୁ ମେରା ଲଭର’ ରିଲିଜ୍ କରିଛନ୍ତି। ଏହି ଗୀତରେ ରବି ତେଜା ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ନଜର ଆସିଛନ୍ତି। ତେବେ ଏହି ଗୀତଟି ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରଥମ ଗୀତ ଯେଉଁଥିରେ AI -ଜେନେରେଟେଡ୍ ଭଏସ୍ ବ୍ୟବହାର କରାଯାଇଛି । ଏହି ଫିଲ୍ମରେ ସ୍ୱର୍ଗତ ଚକ୍ରୀଙ୍କ ସ୍ୱରରେ ଏହି ଗୀତଟି ପ୍ରସ୍ତୁତ ହୋଇଛି । ଯାହା ଲୋକଙ୍କୁ ବେସ୍ ପସନ୍ଦ ଆସିଛି ।

୨୦୦୦ ଦଶକରେ ଯେତେବେଳେ ରବି ତେଜା ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ମ୍ୟୁଜିକ୍ କମ୍ପୋଜର୍ ଏବଂ ସିଙ୍ଗର ଚକ୍ରୀଙ୍କ ସ୍ୱର ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଚକ୍ରୀ ରବିଙ୍କ ପାଇଁ ଅନେକ ଚଳଚ୍ଚିତ୍ରରେ ପ୍ଲେ-ବ୍ୟାକ୍ କରିଛନ୍ତି । ସେସବୁ ଫିଲ୍ମର ଗୀତଗୁଡକ ହିଟ୍ ମଧ୍ୟ ହୋଇଛି । ଚକ୍ରୀଙ୍କ ଗୀତ ସହ ରବି ଅଧିକ ଲୋକପ୍ରିୟତା ହାସଲ କରିଥିଲେ ।

ଗିଲା ଚକ୍ରଧର ଓରଫ ଚକ୍ରୀ ୨୦୦୦ ମସିହାରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଦେଢ଼ ଦଶନ୍ଧି ପାଇଁ ସେ ତେଲୁଗୁ ଇଣ୍ଡଷ୍ଟ୍ରୀର ସବୁଠାରୁ ବ୍ୟସ୍ତ ସଂଗୀତକାରଙ୍କ ମଧ୍ୟରୁ ଜଣେ ଥିଲେ। କିନ୍ତୁ ୧୫ ଡିସେମ୍ବର ୨୦୧୪ରେ, ଚକ୍ରିଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ଚକ୍ରୀଙ୍କ ମୃତ୍ୟୁ ତେଲୁଗୁ ଇଣ୍ଡଷ୍ଟ୍ରୀ ପାଇଁ ଏକ ଝଟକା ଥିଲା।

ବଲାଙ୍ଗୀର ଅଂଚଳରେ ଚାଞ୍ଚଲ୍ୟ, ଦାରିଦ୍ର୍ୟତା କାରଣରୁ ଶିଶୁ ବିକ୍ରି ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଅଂଚଳରେ ଚାଞ୍ଚଲ୍ୟ। ମୁରିବାହାଲ ଅଞ୍ଚଳରୁ ପୁଣି ଆସିଛି ଶିଶୁବିକ୍ରି ଅଭିଯୋଗ। ଦାରିଦ୍ର୍ୟତା କାରଣରୁ ଜନ୍ମିତ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲସି। ରାୟପୁର ଦୁର୍ଗରୁ ଶିଶୁକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ବଲାଙ୍ଗୀର ପୋଲିସ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଯାଆଁଳା ଶିଶୁକୁ ଜନ୍ମ ଦେଇଥିଲେ। ଦାରିଦ୍ର୍ୟତା କାରଣରୁ ଶିଶୁର ଲାଳନପାଳନ କରିନପାରିବାରୁ ବିକ୍ରି କରି ଦେଇଥିବା ସୂଚନା ମିଳିଛି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରୁ ଗୋଟିଏ ଶିଶୁକୁ ବିକ୍ରି କରି ଦେଇଥିଲେ ମହିଳା। ଦୁର୍ଗର ସୋନି ଗୁପ୍ତା ନାମକ ଜଣେ ମହିଳା ଶିଶୁକୁ କିଣିଥିବା ଜଣାପଡିଛି।

ହସ୍ପିଟାଲରେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମରେ ଥିବା ଏକ ଘରୋଇ ହସ୍ପିଟାଲରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଏୟାର ହୋଷ୍ଟେସ୍ ହସ୍ପିଟାଲର ପୁରୁଷ କର୍ମଚାରୀଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।

ପୋଲିସ ହସ୍ପିଟାଲର ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି । ପୀଡିତା ଏୟାର ହୋଷ୍ଟେସଙ୍କ ଅଭିଯୋଗ ଅନୁଯାୟୀ, ସେ ଭେଣ୍ଟିଲେଟରରେ ଥିବା ସମୟରେ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ ତାଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ।

ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ହସ୍ପିଟାଲ ପ୍ରଶାସନ କହିଛି। ହସ୍ପିଟାଲ ପକ୍ଷରୁ ଏକ ଚିଠି ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସେମାନେ କହିଛନ୍ତି ଯେ ପୋଲିସକୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ। ଗୁରୁଗ୍ରାମ ପୋଲିସ କହିଛି ଯେ, ପୀଡିତାଙ୍କ ବୟାନ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି। ପୋଲିସ ହସ୍ପିଟାଲର ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ।

ପୀଡିତା ଏୟାର ହୋଷ୍ଟେସଙ୍କ ଅନୁଯାୟୀ, ଯେତେବେଳେ ତାଙ୍କ ସହିତ ଏହି ଘୃଣ୍ୟ କାମ କରାଯାଇଥିଲା, ସେତେବେଳେ ସେ ଭେଣ୍ଟିଲେଟରରେ ଅଚେତ ଅବସ୍ଥାରେ ଥିଲେ, କିନ୍ତୁ ସେ ସବୁକିଛି ଅନୁଭବ କରିପାରୁଥିଲେ। ସେ ଏହାକୁ ପ୍ରତିରୋଧ କରିପାରିଲେ ନାହିଁ। ଡିସଚାର୍ଜ ହେବା ପରେ, ସେ ତାଙ୍କ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇଲେ ଏବଂ ପୋଲିସରେ ଅଭିଯୋଗ କଲେ।