spot_img
Home Blog Page 936

ଆସନ୍ତାକାଲି ଛେନାପୋଡ଼ ଦିବସ: କାହା ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଏ ଓ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଛେନାପୋଡ଼ କଥା ଆସିଲେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ଏହି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରୁ ସୃଷ୍ଟି । ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଓ ତାଙ୍କ ଜନ୍ମଦିନ କାହିଁକି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।

ରାତି ପାହିଲେ ଛେନାପୋଡ଼ ଦିବସ । ମିଠା ଦୋକାନରେ ସଜେଇ ହୋଇ ରଖଯାଇ ସାରିଛି ଭିନ୍ନ ଭିନ୍ନ ସାଇଜର ଛେନାପୋଡ଼ । ସାରା ରାଜ୍ୟରେ ଛେନାପୋଡ଼ ଦିବସକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ । ଅଳ୍ପ ହେଉ କି ବହୁତ, କାଲି ଟିକେ ଛେନାପୋଡ଼ ଘରକୁ ନେବାକୁ ସମସ୍ତେ ଅନାଇ ବସିଛନ୍ତି । ତେବେ ଜାଣିଛନ୍ତି କି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି । ଏହି ସୁସ୍ବାଦୁ ମିଠାକୁ ସ୍ବ;ଜତ ସାହୁ ହିଁ ନିଜ ହାତରେ ପ୍ରଥମ ରୂପ ଦେଇଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି ।

ସେପଟେ ଉତ୍ସବ ପାଳନ ପାଇଁ ନୟାଗଡ଼ରେ ଜୋରଦାର ପ୍ରସ୍ତୁତି ଚାଲିଛି । ଛେନାପୋଡ଼ ପ୍ରସ୍ତୁତି ପାଇଁ ପ୍ରଥମେ ଖୀରରୁ ଛେନା ସଂଗ୍ରହ କରାଯାଏ । ଏହାପରେ ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ ଓ ଗୁଜୁରାତି ଇତ୍ୟାଦି ମିଶାଇ ଏକ ରସପାତ୍ରରେ କଡ଼ା ନିଆଁ ଆଞ୍ଚରେ ବସାଇ ଦିଆଯାଏ । କିଛି ସମୟ ଆଞ୍ଚରେ ପୋଡ଼ି ହେଲା ପରେ ପ୍ରସ୍ତୁତ ହୋଇଥାଏ ଛେନାପୋଡ଼ । ଭାଗମାପରେ କିଛି ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।

ନୟାଗଡ଼ ଛେନାପୋଡ଼ ଏବେ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି । ନୟାଗଡ଼ ଛେନାପୋଡ଼ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ହେଲେ ଆଜିଯାଏଁ ଛେନାପୋଡ଼କୁ ଜିଆଇ ଟ୍ୟାଗ ମିଳିପାରିନାହିଁ ।

୧୯୪୭ ମସିହାରେ ସୁଦର୍ଶନ ସାହୁ ପ୍ରଥମେ ନିଜ ଗାଁ ଦଶପଲ୍ଲା ସାତପାଟଣାରୁ ଆସି ନୟାଗଡ଼ ବଜାରରେ ମିଠା ଦୋକାନଟିଏ କରିଥିଲେ । ଦିନେ ତାଙ୍କର କିଛି ଛେନା ବଳି ପଡ଼ିଥିଲା । ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍ ଗୋଟିଏ ଅଜବ ବୁଦ୍ଧି ତାଙ୍କ ମୁଣ୍ଡକୁ ଜୁଟିଥିଲା । ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ରାତିରେ ନିଆଁ ଆଞ୍ଚରେ ବସାଇ ଦେଇଥିଲେ । ସକାଳକୁ ତାହା ବେଶ୍ ସ୍ଵାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟିଗଲା ।

ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ପାଲଟିଥିବା ଛେନାପୋଡ଼କୁ ଜିଆଇ ଟ୍ୟାଗ ବା ଭୌଗଳିକ ସ୍ବୀକୃତି ପାଇଁ ଦାବି ହୋଇ ଆସୁଛି । ହେଲେ ଏହି ଦାବି କେବେ ପୂରଣ ହେବ ଦେଖିବାକୁ ବାକି ରହିଲା ।

ନିଜ ଭୁଲ ଲୁଚାଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣୁଛନ୍ତି ପ୍ରଭାତ: ବିଜେଡି

ଭୁବନେଶ୍ବର: ନିଜର ଭୁଲ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ । ପ୍ରଭାତ ପ୍ରଥମେ ୧୯୯୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ପରେ ଚିଟଫଣ୍ଡ ମାମଲାରେ ସେ ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ପ୍ରଭାତ ତ୍ରିପାଠୀଙ୍କ ପୂର୍ବ ଭିଡିଓ ଦେଖାଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି ।  ପ୍ରଭାତ ବିଜେଡିର ସଦସ୍ୟ ନୁହଁନ୍ତି ବୋଲି କହୁଛନ୍ତି । ତେବେ କେଉଁ ପ୍ରତିକ୍ରିୟା ସତ୍ୟ ବୋଲି ପ୍ରଶ୍ନ କରିଛି ବିଜେଡି । ଜଣେ ବରିଷ୍ଠ ନେତା ଯେତେବେଳେ ମତ ରଖୁଛନ୍ତି ତାହା ତଥ୍ୟ ଆଧାରିତ ହେବା ଉଚିତ । ହାଇକୋର୍ଟଙ୍କ ଅର୍ଡରରେ ସ୍ପଷ୍ଟ ଭାବେ ଲେଖା ହୋଇଛି, କେସ ଖାରଜ ପାଇଁ ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି । ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ବୋଲି ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ଲେନିନ୍ ।

ପାରାଦୀପରେ ପ୍ରକଳ୍ପ ଲାଗି IOCL ସହ ଚୁକ୍ତି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ପୂର୍ବ ସରକାର କରିଥିଲେ ଯୋଜନା । ହେଲେ ନାଁ ପରିବର୍ତ୍ତନ ଓ ରଙ୍ଗ ବଦଳାଇ ବାହାବା ନେଉଛି ବିଜେପି ସରକାର । ଯାହାର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗତ ଏପ୍ରିଲ ୮ ତାରିଖରେ ଆଇଓସିଏଲ ସହ ମୁଖ୍ୟମନ୍ତ୍ରୀ କରିଥିବା ଚୁକ୍ତି ଏହାର ସଦ୍ୟତମ ପ୍ରମାଣ । ପାରାଦୀପରେ ଆଇଓସିଏଲ ନାଫତା କ୍ରାକର ୟୁନିଟ୍ ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ରାଜ୍ୟ ସରକାର ଏଥିପାଇଁ କି କି ସୁବିଧା ସୁଯୋଗ ପ୍ରଦାନ କରିବେ ତାର ଘୋଷଣା ମଧ୍ୟ କରିଥିଲେ । ଏବେ କିନ୍ତୁ ବିଜେପି ସରକାର ପୂରୁଣା ପ୍ରକଳ୍ପ ପାଇଁ ପୁଣି ଥରେ ଏମଓୟୁ କରି ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ପୂରୁଣା ପ୍ରକଳ୍ପରେ ପୁଣି ରଙ୍ଗ ମାରିଲା ବିଜେପି ସରକାର । ନବୀନଙ୍କ ଅମଳରେ ଆରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ଆଉ ଥରେ ଏମଓୟୁ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡିର କଟାକ୍ଷ, ଯଦି ନୂଆ ପ୍ରକଳ୍ପ ନାହିଁ, ପୂର୍ବ ଯୋଜନାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରନ୍ତୁ । ବିଏସକେୱାଇଠାରୁ ଆରମ୍ଭ କରି ଆଇଓସିଏଲର ନାଫତା କ୍ରାକର ୟୁନିଟ୍ । ସବୁ କିଛି ହୋଇଥିଲା ନବୀନ ପଟ୍ଟନାୟକଙ୍କ ସରକାରରେ । ଏସବୁ ଯୋଜନାର ନାଁ ଓ ରଙ୍ଗ ବଦଳାଇ ବାଦାଦୂରୀ ନେବାକୁ ଚେଷ୍ଟା କରୁଛନ୍ତି ଡବଲ ଇଞ୍ଜିନ ସରକାର ।

୨୦୧୮ ଜାନୁଆରୀ ୧୧ ତାରିଖରେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାରାଦୀପରେ ଆଇଓସିଏଲ ନାଫତା କ୍ରାକର ୟୁନିଟ ପାଇଁ ଚିଠି ଲେଖିଥିଲେ । ୨୦୧୯ ଏପ୍ରିଲରେ ଆଇଓସିଏଲ ପାରାଦୀପ ରିଫାଇନାରୀର କ୍ଷମତା ୧୫ ନିୟୁତ ଟନରୁ ୨୫ ନିୟୁତ ଟନ୍ କରିବା ସହ ନାଫତା କ୍ରାକର ୟୁନିଟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ସହ ୨୦୨୩ରେ ପ୍ରକଳ୍ପ ପାଇଁ ସୁବିଧା ସୁଯୋଗ ବାବଦରେ ଘୋଷଣା କରିଥିଲେ ।

୨୦୦୦ ମସିହାରୁ ନବୀନ ପଟ୍ଟନାୟକ ରାଜ୍ୟରେ ଶିଳ୍ପାୟନର ଅଭିବୃଦ୍ଧି ଲାଗି ଏକାଧିକ ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲେ । ସେଥିମଧ୍ୟରୁ ବହୁ ପ୍ରକଳ୍ପ ଏହାରି ଭିତରେ କାର୍ଯ୍ୟକ୍ଷମ ହୋଇସାରିଛି । ତେଣୁ ନୂଆ ସରକାର ପୂରୁଣା ପ୍ରକଳ୍ପ ପାଇଁ ପୁଣି ଥରେ ଏମଓୟୁ କରିବା ବଦଳରେ ପୂର୍ବ ପ୍ରକଳ୍ପର ଅଗ୍ରଗତି ନେଇ ଯୋଜନା କରନ୍ତୁ ବୋଲି କହିଛନ୍ତି ସନ୍ତୃପ୍ତ ମିଶ୍ର ।

ସରକାର ବଦଳିବା ପରେ ନୂଆ ସରକାର କେବଳ ଗୋଟିଏ ପରେ ଗୋଟିଏ ଯୋଜନାର ନାଁ ଓ ରଙ୍ଗ ବଦଳାଇ ଚାଲିଛନ୍ତି । ବିଏସକେୱାଇ, ମୋ ବସ, ମୋ ସ୍କୁଲ ଭଳି ୪୦ଟି ଲୋକାଭିମୁଖୀ ଯୋଜନାର ନାଁ ବଦଳାଇ ନିଜସ୍ବ ଯୋଜନା କହି ବାହାଦୂରୀ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

୨୬/୧୧ ମୁମ୍ବାଇ ଆଟାକର ମାଷ୍ଟର ମାଇଣ୍ଡ ତହବୁର ରାଣାକୁ ଭାରତ ଅଣାଗଲା

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା । ଆମେରିକାରୁ ଏକ ସ୍ବତନ୍ତ୍ର ବିମାନରେ ରାଣାକୁ ଦିଲ୍ଲୀ ଅଣାଯାଇଛି । ଦିଲ୍ଲୀସ୍ଥିତ ପାଲାମ ବିମାନ ବନ୍ଦରରେ ରାଣାକୁ ଅବତରଣ କରାଯାଇଛି । ରାଣାକୁ ଏନଆଇଏ ମୁଖ୍ୟାଳୟକୁ ନିଆଯିବ ।

ଏଥିପାଇଁ ଦିଲ୍ଲୀ ସମେତ ମୁମ୍ଵାଇରେ କରାଯାଇଛି ଫୁଲ୍ ପ୍ରୁପ୍ ସିକ୍ୟୁରିଟି । ରାଣାକୁ ପ୍ରଥମେ ଏନଆଇଏ କୋର୍ଟରେ ହାଜର କରାଯିବ । ଦିଲ୍ଲୀରେ ତାକୁ ତିହାର ଜେଲରେ ରଖାଯିବ । ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ । ଏହି ସମସ୍ତ ପ୍ରକ୍ରିୟାକୁ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଅନୁଧ୍ୟାନ କରୁଛନ୍ତି । ମୁମ୍ଵାଇ ଅଣାଯିବା ପରେ ରାଣାକୁ ଆର୍ଥର ରୋଡ୍ ଜେଲରେ ରଖାଯିବ ବୋଲି ଜଣାପଡ଼ିଛି । ତା’ ନାଁରେ ଯେଉଁ ମାମଲା ହେବ, ତା’ର ବିଚାର ପ୍ରକ୍ରିୟା ପାଇଁ ନରେନ୍ଦ୍ର ମାନଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଛି । ୩ ବର୍ଷ ବା ମାମଲା ସରିବା ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି ।

ରାଣାଙ୍କ ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି କେବଳ ୧୨ ସଦସ୍ୟ । ସେମାନଙ୍କ ମଧ୍ୟରେ ଅଛନ୍ତି ଡିଜି ଏନଆଇଏ ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟ ରାୟ । ଜେରା ସମୟରେ ରାଣା ମୁମ୍ବାଇ ଆଟାକ ଘଟଣାର ସବିଶେଷ ତଥ୍ୟ ଓଗାରିବ ।

ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ୧୦ ଲସ୍କର କର୍ମୀ ମୁମ୍ବାଇର ୧୨ଟି ସ୍ଥାନରେ ଆଖିବୁଜା ହମଲା କରିଥଲେ । ସେଥିରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅଜମଲ କାସବକୁ ଧରାଯାଇଥିଲା । ପରେ ୨୦୧୨ରେ ପୁଣେ କାରାଗାରରେ ତାକୁ ଫାଶୀ ଦିଆଯାଇଥିଲା ।

କିଏ ଏହି ତହବୁର ରଣା ?

୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲା ମାଷ୍ଟରମାଇଣ୍ଡ ତହବୁର ରାଣା

ପାକିସ୍ତାନ ଜନ୍ମିତ କାନାଡା ବ୍ୟବସାୟୀ

ଜଣେ ପୂର୍ବତନ ସାମରିକ ଡାକ୍ତର ଭାବେ ଜଣାଶୁଣା

ରାଣାକୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଆସୁଥିଲା ଭାରତ

ରାଣା ବିରୋଧରେ ଭାରତ ଯଥେଷ୍ଟ ପ୍ରମାଣ ପାଇଥିଲା

ଆମେରିକାର ଲସଏଞ୍ଜେଲସରେ ବନ୍ଦୀ ଭାବେ କାଳାତିପାତ କରୁଥିଲା ରାଣା

ପ୍ରତ୍ୟାର୍ପଣ ବିରୋଧରେ ଆବେଦନ କରି ଆମେରିକାରେ ହାରିଥିଲା ରାଣା

ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡାଭିଡ କୋଲମ୍ୟାନ ସହ ସମ୍ପୃକ୍ତ

ରାଣାକୁ ଭାରତ ହାତରେ ଅର୍ପଣ କରିବାକୁ ଦାବି କରୁଥିଲା ଏନଆଇଏ

୨୦୦୯ରେ ରାଣାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ

ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଏବା ସହ ସଂଶ୍ଳିଷ୍ଟ

ପାକିସ୍ତାନ ସେନାରେ ଡାକ୍ତର ଭାବେ କାମ କରି ଚାଲିଯାଇଥିଲା କାନାଡା

କାନାଡାର ନାଗରିକ ହେବା ପରେ ଯାଇଥିଲା ଚିକାଗୋ

ବହୁ ରାଷ୍ଟ୍ରରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଘଟଣାରେ ଜଡିତ

ଆମେରିକୀୟ ଷଡ଼ଯନ୍ତ୍ରକାରୀ ଡାଭିଡ ହେଡଲି ସହ ଥିଲା ସମ୍ପର୍କ

ସମାଧିରୁ ଶବ କାଢ଼ିଲେ, ମାଂସ ପକାଇ କଙ୍କାଳ ନେଇଗଲେ

ଭଦ୍ରକ: ମଶାଣିରେ ସମାଧି ଖୋଳି ଶବକୁ ଘୋଷାଡ଼ି ବାହାର କଲେ । ଏହାପରେ ମାଂସ କାଣି ଏକ ଲୁଗାରେ ବାନ୍ଧି ପକାଇ ଦେଇ କଙ୍କାଳ ନେଇଗଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗାଁରେ ।

ଅଭିଯୋଗ ଅନୁସାରେ, ମଣିନାଥପୁର ଗାଁର ରୁକ୍ମିଣୀ ସାମଲଙ୍କର ଗତ ୧ ତାରିଖରେ ମୃତ୍ୟୁ ଘଟିଥିଲା । ପରମ୍ପରା ଅନୁସାରେ ପରିବାର ପକ୍ଷରୁ ଗାଁ ମଶାଣିରେ ଶବ ପୋତା ଯାଇଥିଲା । ଆଜି ଦଶାହ କର୍ମ ପାଇଁ ସକାଳୁ ପରିବାର ଲୋକେ ସମାଧି ନିକଟକୁ ଯାଇଥିଲେ । ସେଠି ପହଞ୍ଚି ଦେଖିଥିଲେ ସମାଧି ଖୋଳି କିଏ ନେଇ ଯାଇଛି । ସମାଧିଠାରୁ କିଛି ଦୂରରୁ ପର୍ଯ୍ୟନ୍ତ ଶବକୁ ଟାଣି ନିଆଯାଇଥିବା ଚିହ୍ନ ଦେଖିବାକୁ ମିଳିଥିଲା । ଏହାସହ ସେଠାରୁ ଏକ ଲୁଗାରେ କିଛି ମାଂସ ବନ୍ଧା ହୋଇ ପଡିଥିବା ବେଳେ ସଂପୂର୍ଣ୍ଣ କଙ୍କାଳ ଗାଏବ ଥିବା ପରିବାର ଲୋକେ ଦେଖିଥିଲେ ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଗତ ୨ ବର୍ଷ ଭିତରେ ଗାଁରୁ ପ୍ରାୟ ୫୬ଟି ଶବ ସମାନ ଢଙ୍ଗରେ ଗାଏବ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଝୁଲି ପଡ଼ିଲେ ଇଞ୍ଜିନିୟରିଂ ଛାତ୍ର

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଏକ ଘରୋଇ ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ଇଂଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ । ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷ ଛାତ୍ର ସନ୍ଦୀପ ଲେଙ୍କା । ସେ ବିଶ୍ବବିଦ୍ୟାଳୟ ପରିସରରେ ନ୍ୟୁଟନ ହଷ୍ଟେଲରେ ରହୁଥିଲେ ।

ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ । ହଷ୍ଟେଲ ପରିସରରେ ଗୁଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ସମ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମର ସହାୟତା ଲୋଡିଛି ।

ଗତକାଲି କମ୍ପୁଟର ସାଇନ୍ସ ବିଭାଗ ଶେଷ ବର୍ଷର ଛାତ୍ରମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା  ରହିଥିଲା । ଏହି କାର୍ଯ୍ୟକ୍ରମ ସରିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ର ଜଣକ ଶୋଇ ନଥିବା ସହପାଠୀ ଦେଖିବାକୁ ପାଇଥିଲେ । ଛାତ୍ର କବାଟ ନଖୋଲିବାରୁ ସହାପାଠୀମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଛାତ୍ର ଜଣକ ଫ୍ୟାନରେ ଝୁଲିଥିବା ଦେଖିବାକୁ ପାଇଥିଲେ । ଗୁଣୁପୁର ପୋଲିସ୍ ବିଶ୍ବବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲକୁ ଯାଇ ଛାତ୍ର ମୃତ୍ୟୁର ତଦନ୍ତ ଆରମ୍ଭ କରିଛି । ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖୁ ନଥିବା ବେଳେ ଛାତ୍ର ମୃତ୍ୟୁଙ୍କ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ । ଛାତ୍ର ଜଣକ ବାଙ୍ଗାଲୋରର ଏକ କମ୍ପାନୀରେ ନୂତନ ଭାବେ ନିଯୁକ୍ତି ପାଇଥିଲେ ।

ଟାରିଫକୁ ନେଇ ଟ୍ରମ୍ପଙ୍କ ୟୁଟର୍ଣ୍ଣ ପରେ ଉପରକୁ ଉଠିଲା ବିଶ୍ବ ବଜାର

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ତଳକୁ ତଳକୁ ଖସୁଥିବା ବିଶ୍ବ ବଜାର ପୁଣି ହୋଇଛି ଉପରମୁହାଁ । ଗତକାଲି ୯୦ ଦିନ ପାଇଁ ଟ୍ରମ୍ପ ଟାରିଫ ସ୍ଥଗିତ ରଖିବା ପରେ ଆଜି ଉପର ମୁହାଁ ହୋଇଛି ବଜାର ।

ଗତକାଲି ଚୀନକୁ ଛାଡ଼ି ଅନ୍ୟ ସବୁ ଦେଶରେ ଉପରେ ଆମେରିକା ଲଗାଇଥିବା ଟାରିଫକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛି । ଏହା ପରେ ଆଜି ମାର୍କେଟରେ ଦେଖାଦେଇଛି ଉତ୍ସାହ । ଆମେରିକାର ନାସଡାକର ସେୟାର ଗୋଟିଏ ଦିନରେ ୧୨ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଡାଓ ଜୋନସ ବୃଦ୍ଧି ପାଇଛି ୩୦୦୦ ପଏଣ୍ଟ । ଜାପାନର ନିକେରେ ୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଦକ୍ଷିଣ କୋରିଆର କୋସ୍ପି ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସେହିପରି ଅଷ୍ଟ୍ରେଲିଆର ମାର୍କେଟ ୫ ପ୍ରତିଶତ ବୃଦ୍ଧି ପାଇଛି । ବିଭିନ୍ନ ଦେଶର ବେଞ୍ଚମାର୍କରେ ବୃଦ୍ଧି ଘଟିଛି ।

ମହାବୀର ଜୟନ୍ତୀ ପାଇଁ ଆଜି ଭାରତର ସେୟାର ମାର୍କେଟ ବନ୍ଦ ଅଛି । ଆସନ୍ତାକାଲି ବଜାର ଖୋଲିବା ପରେ ଭାରତରେ ବି ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍

ବିଶ୍ବର ଅଗଣିତ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଶେଷରେ ଅଲିମ୍ପିକ୍ସକୁ ଫେରିଛି କ୍ରିକେଟ । ୧୯୦୦ ମସିହା ପରେ ପ୍ରଥମ ଥର ପାଇଁ ୨୦୨୮ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ୧୦୦ରୁ ଅଧିକ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍ ଅଂଶଗ୍ରହଣ କରିବେ । ପଦକ ପାଇଁ ଛଅଟି ଟିମ୍ ମଧ୍ୟରେ ଲଢ଼େଇ ହେବ । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ହୋମ୍ ଟିମ୍ ଭାବେ ଆମେରିକାର ସ୍ଥାନ ପକ୍କା ହେବ ।

ଉଭୟ ମହିଳା ଓ ପୁରୁଷ ବର୍ଗରେ ୬ଟି ଟିମ୍ ମଧ୍ୟରେ ମୁକାବିଲା ହେବ । ପ୍ରତି ଟିମରେ ୧୫ ଜଣିଆ ସଦସ୍ୟ ରହିବେ । ପ୍ରତି ବର୍ଗରେ ୯୦ ଜଣ ଲେଖାଏଁ ଆଥଲେଟଙ୍କୁ ସ୍ଥାନିତ କରାଯିବ । ଲସ ଏଞ୍ଜେଲସ ୨୦୨୮ର ଅଫିସିଆଲ ପ୍ରୋଗ୍ରାମ ଗତକାଲି ଜାରି କରାଯାଇଥିଲା । ହୋମ ଟିମ୍ ଦୃଷ୍ଟିରୁ ଆମେରିକା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । କ୍ରିକେଟ ସାମିଲ ହେବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ଯୋଗ୍ୟତା କ୍ରାଇଟେରିଆକୁ ନେଇ କିଛି ଜଣାପଡ଼ିନାହିଁ ।

ବଜାରକୁ ଆସିଗଲା ଫ୍ରାଏଡ୍ ଚିକେନ ସ୍ବାଦ ଥିବା ଟୁଥପେଷ୍ଟ: ସୀମିତ ସମୟ ପାଇଁ ଲଞ୍ଚ ହେଲା ପ୍ରଡକ୍ଟ

ସାଧାରଣ ଭାବେ ଆପଣମାନେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବ୍ୟବହାର କରିଥିବେ । ତେବେ ଏହା ମଧ୍ୟରେ ଏକ ନୂଆ ପ୍ରକାରର ଟୁଥପେଷ୍ଟ ବଜାରକୁ ଆସିଯାଇଛି । ଏହି ପେଷ୍ଟରେ ଦାନ୍ତ ଘଷିଲେ ଆପଣମାନେ ଫ୍ରାଏଡ ଚିକେନର ସ୍ବାଦ ପାଇପାରିବେ । ଏହି ପ୍ରଡକ୍ଟର ଡିମାଣ୍ଡ ଏତେ ଅଧିକ ଥିଲା ଯେ, ବଜାରକୁ ଆସୁଆସୁ ତାହା ତୁରନ୍ତ ସେଲ ଆଉଟ୍ ହୋଇଯାଇଛି । ଫ୍ରାଏଡ ଚିକେନ ଏବେ କେବଳ ଏକ ଭୋଜନ ମଧ୍ୟରେ ସୀମିତ ରହିନାହିଁ । ଏହା ଏକ ଟୁଥପେଷ୍ଟ ମଧ୍ୟ ହୋଇପାରିଛି ।  କେଏଫସି କମ୍ପାନୀ ନିକଟରେ ଫ୍ରାଏଡ ଚିକେନ-ସ୍ବାଦ ଥିବା ଟୁଥପେଷ୍ଟ ଲଞ୍ଚ କରିଛି । ଏହାର ସ୍ବାଦ କେଏଫସିର ସମସ୍ତ ୧୧ଟି ଜଡ଼ି-ବୁଡ଼ି ଓ ମସଲା ଦ୍ବାରା ପ୍ରେରିତ ହୋଇଛି । କେଏଫସିର ଓରିଜିନାଲ ହଟ ଚିକେନ ରେସିପୀର ଏକ ଗ୍ରେଭି ଭରା ପିସ ପରି ଏହି ଟୁଥପେଷ୍ଟ ଆପଣଙ୍କ ଦାନ୍ତକୁ ସ୍ବାଦରେ ଭରିଦେବ ଓ ମୁହଁକୁ ତାଜା, ସଫା ଅନୁଭବ କରାଇବ ବୋଲି କେଏଫସି ପକ୍ଷରୁ କୁହାଯାଇଛି ।

ଟୁଥପେଷ୍ଟ ନିର୍ମାତା ହିସ୍ମାଇଲ ସହ ବୁଝାମଣା କରି କେଏଫସି ସୀମିତ ସମୟ ପାଇଁ ଏହି ଉତ୍ପାଦକୁ ଲଞ୍ଚ କରିଛି । ହିସ୍ମାଇଲର ମାର୍କେଟିଂ ପ୍ରବନ୍ଧକ କହିଛନ୍ତି, ଆମକୁ ସୀମାକୁ ଆଗକୁ ବଢ଼ାଇବାକୁ ପସନ୍ଦ ଅଟେ । କେଏଫସିର ପ୍ରସିଦ୍ଧ ସ୍ବାଦକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ନେଇ ଏହାଠାରୁ ଭଲ ତରିକା ଆଉ କ’ଣ ହୋଇପାରେ? ଏହି ଉତ୍ପାଦ ସାହସିକ, ଅପ୍ରତ୍ୟାଶିତ ଓ ବାସ୍ତବରେ ମଜାଦାର ଅଟେ । ଆଙ୍ଗୁଠିକୁ ଚାଟିବା ପାଇଁ ପ୍ରେରିତ କରୁଥିବା ଏହି ଟୁଥପେଷ୍ଟ ମୁହଁର ଯତ୍ନ ପ୍ରତି ସଚେତନ କରାଇବ । ଏହି ଟୁଥପେଷ୍ଟ ହିସ୍ମାଇଲ ଓ୍ବେବସାଇଟରେ ୧୩ ଡଲାରରେ ଉପଲବ୍ଧ, ଯାହାକି ମଙ୍ଗଳବାର ସକାଳ ସୁଦ୍ଧା ବିକ୍ରି ସରିଥିଲା ।

ରାଜଧାନୀରେ ଶିକ୍ଷାର ବିକଳ ଚିତ୍ର: ଶିକ୍ଷକ ଅଭାବରୁ ଶ୍ରେଣୀଗୃହରେ ପଡ଼ିଲା ତାଲା, ବାରଣ୍ଡାରେ ବସି ପାଠ ପଢ଼ିଲେ ପିଲା

ଭୁବନେଶ୍ବର: ଉପାନ୍ତ ନୁହେଁ ଭୁବନେଶ୍ୱରରେ ସ୍କୁଲରେ ତାଲା। ଶିକ୍ଷକ ଅଭାଵରୁ ପଡିଲା ତାଲ। ବାରଣ୍ଡାରେ ବସି ନିଜେ ପଡିଲେ ପାଠ।ମଞ୍ଚେଶ୍ୱର ରେଲୱେ କଲୋନୀ ସରକାରୀ ସହବନ୍ଧିତ ସ୍କୁଲ ବାରଣ୍ଡାରେ ପିଲା ପାଢ ପଢୁଛନ୍ତି।ପ୍ରଧାନ ଶିକ୍ଷକ ତାଲା ପକାଇଥିବା ଅଭିଯୋଗ। ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୃହରେ ତାଲା ପଡିଛି। ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି। ଶିକ୍ଷକ ଅଭାବ ଆଳରେ ଦୋଷକୁ ଲୁଚାଇବାକୁ କ୍ଲାସରୁମରେ ତାଲା ପଡିଛି। ସ୍କୁଲରେ ତାଲାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।ସରକାର ସଭିଏଁ ପଢ଼ିବେ ନାରା ଦେଉଥିବାବେଳେ ରାଜଧାନୀରେ ଶିକ୍ଷା ବ୍ୟବସ୍ଥାର ଏ ଦୟନୀୟ ଚିତ୍ର।

ଏପଟେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରୁଥିବା ବେଳେ ଅନ୍ୟପଟେ ୧୩୦ ପିଲାଙ୍କ ପାଠରେ ପଡିଲା ଡୋରି। ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପଢ଼ୁଥିବା ବେଳେ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୧୩୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା କୌଣସି ନୋଟିସରେ ଏଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଅନ୍ୟପକ୍ଷରେ ରେଲୱେ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି। ବିଲ୍‌ଡିଂ ନିର୍ମାଣ ହୋଇଛି। ବିଦ୍ୟୁତ୍ ଓ ପାଣି ସଂଯୋଗ ଓ ବିଲ୍ ପୈଠ ବି ରେଲୱେ କରୁଛି। ତା’ ସତ୍ତ୍ବେ ମଧ୍ୟ କାହା ସ୍ବାର୍ଥରେ ରେଲୱେ କଲୋନୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଛି ଏହାକୁ ନେଇ ପ୍ରଶ୍ନ ଉଠିଛି।