spot_img
Home Blog Page 929

କଟକରେ ସେକ୍ସଟର୍ସନ ଅଭିଯୋଗ : ନାଇଜେରିଆ ନାଗରିକ ଗିରଫ

ନନ୍ଦିଘୋଷ ବ୍ୟୁରୋ :କଟକରେ ସେକ୍ସଟର୍ସନ ଅଭିଯୋଗ । ଏଥିରେ ଜଣେ ନାଇଜେରିଆ ନାଗରିକ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ନାଇଜେରିଆ ନାଗରିକ ଜେ.ଜେ.ରେହେମାନ ଓରଫ ଜନ ହୋକିଆକୁ ଗିରଫ କଲା କଟକ କମିଶନରେଟ ପୋଲିସ । ଲୋକାଲ ପୋଲିସ ସହାୟତାରେ ଦିଲ୍ଲୀର ଉତ୍ତମନଗରରୁ ତାକୁ ଗିରଫ କରିଛି ପୋଲିସ୍ । ପୋଲିସ ତା ନିକଟରୁ ଗୋଟିଏ ଲାପଟପ୍, ୫ଟି ମୋବାଇଲ, ୮ ସିମ୍ କାର୍ଡ ସହ ଲଣ୍ଡନରେ ବ୍ୟବହୃତ ସିମକାର୍ଡ ଜବତ କରିଛି ।

ଅଭିଯୁକ୍ତର ଡାଟାବେସରେ ରହିଛି ହାଇପ୍ରୋଫାଇଲ ମହିଳାଙ୍କ ପ୍ରୋଫାଇଲ । ଲ୍ଯାପଟପରେ ବିଭିନ୍ନ ଦେଶର ୩ହଜାର ନାଗରିକଙ୍କ ମୋବାଇଲ ନମ୍ବର, ପ୍ରୋଫାଇଲ ଥିବା ପୋଲିସ ଜାଣିବାକୁ ପାଇଛି । କଟକ ଦରଘାବଜ଼ାର ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ଧମକ ଦେଇ ବ୍ଲାକମେଲ କରି ଟଙ୍କା ମାଗୁଥିଲା। ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆଉ ଟଙ୍କା ମାଗିଥିଲା । ହେଲେ ପୀଡିତ ମହିଳା ଡାକ୍ତର ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଲା । ଏହାପରେ ପୀଡିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏ ନେଇ ଦରଘା ବଜ଼ାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଟିମ ଗଠନ କରି ଦିଲ୍ଲୀରୁ ନାଇଜେରିଆ ଯୁବକକୁ ଗିରଫ କରିଛି। ଅଧିକ ତଦନ୍ତ ପାଇଁ ତାକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।

ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ : ବିଜେପିକୁ ବିଜେଡିର ତେରଛା ବାଣ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ତେରଛା ବାଣ। ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛି। ହେଲେ ଓଡ଼ିଶାର କ୍ଷତି ହେବାକୁ ଯାଉଛି। ରାଜନୈତିକ ପ୍ରତିନିଧିତ୍ୱ କମିବାକୁ ଯାଉଛି। ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରୁ ଅର୍ଥ କମ ମିଳିବ। କିନ୍ତୁ ବିଜେପି ସରକାର ଚୁପ ହୋଇ ବସିଛନ୍ତି। ପାର୍ଟିଠୁ ବଡ଼ ମାଟି କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ। ନବୀନ ସବୁବେଳେ ମାଟି କଥା ଭାବୁଛନ୍ତି। ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ। ଓଡ଼ିଶାରେ ଶାସକ ଦଳ ହୋଇ ବି ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ଚୁପ ରହିବା ଓ ଉପରୁ ନିର୍ଦେଶ ଆସୁ ନାହିଁ ବୋଲି ମୁହଁ ବନ୍ଦ ଅଛି। କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥ କଥା ତ ଭାବିବା ଦରକାର। ବିଜେପିର ଓଡିଶା ନେତା ତ କିଛି କହିବାର ଥିଲା।

ତେଣୁ ଏ ପ୍ରସଙ୍ଗରେ କିଛି ନ କହିବା ହାସ୍ୟାସ୍ପଦ କଥା ବୋଲି କହି କଟାକ୍ଷ କଲେ ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ଡିଲିମିଟେସନ ପ୍ରତି ୧୦ ବର୍ଷରେ ହେବା କଥା ଯାହା ସମ୍ବିଧାନରେ ଅଛି। କିନ୍ତୁ ୧୯୭୧ ପରେ ଆଉ ହେଲା ନାହିଁ। ଦକ୍ଷିଣ ରାଜ୍ୟ ଓ ପୂର୍ବ ରାଜ୍ୟ ଓଡିଶା ଓ ପଞ୍ଜାବ ମଧ୍ୟ ଯଦି ଜନସଂଖ୍ୟା ହିସାବରେ ଡିଲିମିଟେସନ ହେଲେ ଏମପି ଓ ଏମଏଲଏ ସିଟ କମିବାର ଆଶଙ୍କା ରହିଛି। ଯାହା ଫଳରେ ରାଜ୍ୟ ଗୁଡିକର ରାଜନୈତିକ ପ୍ରତିନିଧିତ୍ୱ କମିବାର ଆଶଙ୍କା ଅଛି। ଯଦି ବଢ଼ାଇ ଦିଆଯାଏ ତାହେଲେ ଅନ୍ୟ ରାଜ୍ୟରେ ବହୁ ଅଧିକ ବଢିଯିବ।ଆନୁପାତିକ ଭାବେ ସଂସଦରେ ବହୁ ରାଜ୍ୟର କ୍ଷମତା କମିଯିବ। ଯଦି ଜନସଂଖ୍ୟା ହିସାବରେ କରାଯାଏ ତାହେଲେ ଓଡ଼ିଶାର ଅନେକ କ୍ଷତି ହେବ।

ଲୋକସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଯେଉଁ ରାଜ୍ୟ କେନ୍ଦ୍ରର ପଲିସି ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କଲେ ସେମାନଙ୍କୁ କଣ ଏଥିପାଇଁ ପେନାଲଟି ଦେବାକୁ ପଡିବ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେହି ବିଷୟକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି। ଏଥିଲାଗି ବରଂ ଓଡିଶା ପୁରସ୍କୃତ ହେବା କଥା।ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ନିୟମାବଳୀ କଣ ରହିବ ସବୁ ଦଳ ଓ ଅଂଶୀଦାରଙ୍କ ସହ ଆଲୋଚନା କରି ସ୍ଥିର ହେବା କଥା ବୋଲି କହିଛନ୍ତି। ସ୍ଵଚ୍ଛ ଡିଲିମିଟେସନ ପାଇଁ ବୈଠକ ଥିଲା। ଯଥାର୍ଥ ଡିଲିମିଟେସନ ହେବା ହିଁ ଉଦେଶ୍ୟ। ଓଡ଼ିଶାର ଗ୍ରୋଥ ପପୁଲେସନ କମି କମି ଚାଲିଛି।ଟୋଟାଲ ଫଟିଲିଟି ରେଟ ମଧ୍ୟ କମିଛି। ଜନସଂଖ୍ୟା କମି କମି ଚାଲିଛି। ତେଣୁ ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ। ଯେଉଁ ରାଜ୍ୟ ଭଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କଥା।

ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ଘଟଣା: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟର ବିବାଦୀୟ ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘର ଭିତରର ଆସିଲା ଭିଡିଓ। ଭିଡିଓରେ ଅଧାପୋଡ଼ା ଟଙ୍କା ଦେଖିବାକୁ ମିଳୁଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘରେ ଏତେ ପରିମାଣର କ୍ଯାସ କେଉଁଠୁ ଆସିଲା ଏହା ତନାଘନା କରିବାକୁ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟ ପକ୍ଷରୁ ଜାରି ହୋଇଛି ଜଷ୍ଟିସ ଯଶୋଓ୍ବନ୍ତ ବର୍ମାଙ୍କ ଘରର ଯାଞ୍ଚ ବେଳର ଭିଡିଓ। ଘର ଭିତରେ ୪ରୁ ୫ ଅଖା ଟଙ୍କା ଅଧା ଜଳା ଅବସ୍ଥାରେ ମିଳିଛି। ଏହି ଭିଡିଓକୁ ସୁପ୍ରିମକୋର୍ଟ ନିଜର ୱେବସାଇଟରେ ଜାରି କରିଛି। ଏହାସହ ମାମଲାରେ ଜଡ଼ିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ଜଷ୍ଟିସ ବର୍ମା ଦେଇଥିବା ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇଛି।

ଏହାସହ ଜାରି କରାଯାଇଥିବା ଏକ ରିପୋର୍ଟରେ ଅଧାଜଳା ଟଙ୍କା ବିଷୟରେ କୁହାଯାଇଛି। ଜଷ୍ଟିସ ବର୍ମାଙ୍କ ଘରେ ଲାଗିଥିବା ନିଆଁ ଆୟତ୍ତକୁ ଆସିଥିବାବେଳେ ୪ରୁ ୫ ଅଖା ଭର୍ତ୍ତି ଟଙ୍କା ଅଧା ପୋଡ଼ା ଅବସ୍ଥାରେ ମିଳିଥିବା କୁହାଯାଇଛି। ସେପଟେ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ଯ ବିଚାରପତି ଜଷ୍ଟିସ ଶୀଲ ନାଗୁ। ଏଥିରେ ସଦସ୍ୟ ଅଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ଯ ବିଚାରପତି ଜିଏସ ସାନ୍ଧେୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅନୁ ଶିବରମଣ।

ଜଷ୍ଟିସ ଯଶବନ୍ତ କୌଣସି ନ୍ୟାୟିକ ଦାୟିତ୍ବ ତୁଲାଇବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ରିପୋର୍ଟ ପ୍ରଦାନ କରିଛନ୍ତି। ସେପଟେ ଖୋଲିବାରେ ଲାଗିଛି ବିଚାରପତି ଯଶବନ୍ତଙ୍କ ଅତୀତର କାରନାମା। କେତେକ ଠକେଇ, ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଘଟଣାରେ ସେ ସମ୍ପୃକ୍ତ ଥିବା ସିବିଆଇ ଏଫଆଇଆରରେ ଦର୍ଶାଯାଇଥିଲା ।

 

ଜେଲରେ ରାତି କାଟିଲେ ରିୟା ଚକ୍ରବର୍ତ୍ତୀ, କିନ୍ତୁ ସିବିଆଇକୁ ମିଳିଲାନି ପ୍ରମାଣ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲକୁ ଯିବାକୁ ପଡ଼ିଥିଲା । ସେ ୨୭ ଦିନ ଜେଲରେ କାଟିଥିଲେ । ସୁଶାନ୍ତଙ୍କୁ ନିଶା ଯୋଗାଉଥିବା ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏପରିକି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ଖଳନାୟିକା ସଜା ଯାଇଥିଲା । ଗଣମାଧ୍ୟମ ହେଉ କି ସୋସିଆଲ ମିଡିଆ ସୁବଥିରେ ରିୟାଙ୍କୁ ଦୋଷୀ ବନାଯାଉଥିଲା । ମାତ୍ର ଦୀର୍ଘବର୍ଷ ପରେ ଏହି ଘଟଣାର କୌଣସି ପ୍ରମାଣ ମିଳିନାହିଁ । କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ଯେଉଁଥିରେ ସିବିଆଇ ପକ୍ଷରୁ କୁହାଯାଇଛି ଏହି ଘଟଣାରେ କୌଣସି ପ୍ରମାଣ ମିଳିନାହିଁ । ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବା ଭଳି ସଙ୍ଗୀନ ଅଭିଯୋଗମାନ ଉଠିଥିଲା ସତ, କିନ୍ତୁ ଏହାର କୌଣସି ପ୍ରମାଣ ନଥିବା କହିଛି ସିବିଆଇ ।

କହି ରଖୁଛୁ କି, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଦୁଇଟି ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି। ସିବିଆଇ ପାଟନାର ଏକ ସ୍ୱତନ୍ତ୍ର କୋର୍ଟରେ ଗୋଟିଏ କ୍ଲୋଜର ରିପୋର୍ଟ ଦାଖଲ କରିଥିବା ବେଳେ ଦ୍ୱିତୀୟ କ୍ଲୋଜର ରିପୋର୍ଟ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ସୁଶାନ୍ତଙ୍କ ବାପା କେକେ ସିଂହ ରିଆଙ୍କ ବିରୋଧରେ ଦାୟର କରିଥିଲେ, ଯେତେବେଳେ ଦ୍ୱିତୀୟ ମାମଲା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଅଭିନେତାଙ୍କ ଭଉଣୀମାନଙ୍କ ବିରୋଧରେ ଦାୟର କରିଥିଲେ। ଏବେ କୋର୍ଟ ନିଷ୍ପତ୍ତି ନେବେ ଯେ ସେ ଏହି ରିପୋର୍ଟକୁ ଗ୍ରହଣ କରିବେ ନା ଏଜେନ୍ସିକୁ ଅଧିକ ତଦନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେବେ।

 

ଧନଶ୍ରୀ ଭାବି ଏହି ଅଭିନେତ୍ରୀଙ୍କୁ ଗାଳି କରୁଛନ୍ତି ୟୁଜର୍ସ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ସ୍ପିନର ବୋଲର ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ୪.୭୫ କୋଟି ଟଙ୍କାର ଭରଣପୋଷଣ ଚହଲ ଧନଶ୍ରୀଙ୍କୁ ଦେଇଛନ୍ତି । ତେବେ ଏହି ଛାଡ଼ପତ୍ର ପରେ ୟୁଜର୍ସମାନେ ଧନଶ୍ରୀଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ତେବେ ଏକ ଭୁଲ୍ ବୁଝାମଣା ପାଇଁ ଟ୍ରୋଲର ଶିକାର ହେବା ସହ ଗାଳି ଶୁଣିବାକୁ ପଡ଼ିଛି ଅନ୍ୟଜଣେ ଅଭିନେତ୍ରୀଙ୍କୁ । ସୁରଭି ଚନ୍ଦନା ନାମକ ଅଭିନେତ୍ରୀ ଧନଶ୍ରୀଙ୍କ ଭଳି ଦେଖାଯାଉଛନ୍ତି । ଯେଉଁ କାରଣରୁ ୟୁଜର୍ସମାନେ ତାଙ୍କୁ ଧନଶ୍ରୀ ଭାବି ତାଙ୍କ ପୋଷ୍ଟରେ କମେଣ୍ଟ କରି ଗାଳି କରୁଛନ୍ତି । ତୁମେ ଚହଲ ଭାଇଙ୍କ ହୃଦୟ ଭାଙ୍ଗିଲ । କାହିଁକି ଏମିତି କଲ ? ଏଭଳି ଅନେକ ୟୁଜର୍ସ ଗାଳି କରୁଥିବା ସେ କହିଛନ୍ତି । ତେବେ ଅନେକ ୟୁଜର୍ସଙ୍କ କମେଣ୍ଟରେ ଉତ୍ତର ଦେଇ ସୁରଭି କହିଛନ୍ତି କି, ମୁଁ ଧନଶ୍ରୀ ନୁହେଁ ସୁରଭି । ତେବେ କିଛି ୟୁଜର୍ସ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ଯଦି ଆମେ ସୁରଭିଙ୍କ କଥା କହିବା ତାହେଲେ ସେ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ଭୁଲ୍ ବୁଝାମଣା ପାଇଁ ତାଙ୍କୁ ୟୁଜର୍ସମାନେ ବିଭିନ୍ନ ଖରାପ କମେଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ସୋନାଯୋଡିଆରେ ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଉପଜିଲ୍ଲାପାଳଙ୍କୁ ଅଟକ ରଖିଲେ ଲୋକେ..

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ଓ ବିଶୋଇ ବ୍ଲକର କିଛି କ୍ଷତିଗ୍ରସ୍ତ ଅଞ୍ଚଳ ରାଜସ୍ବ ମନ୍ତ୍ରୀ ବୁଲି ନଥିବାରୁ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା ଗାଡ଼ି ଉପରେ ସୋନାଯୋଡିଆ ରେଳଫାଟକ ନିକଟରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ପୋଲିସକୁ ମଧ୍ୟ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଲୋକଙ୍କ ଢେଲାପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଛି। ବିଶୋଇ ଅଞ୍ଚଳର ୧୮ଟି ଗାଁ ଓ ବାଙ୍ଗିରିପୋଷୀ ଅଞ୍ଚଳର ୩୯ଟି ଗାଁ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ମନ୍ତ୍ରୀ ଦୁଇ ତିନିଟି ଗାଁ ବୁଲି ଫେରିଯିବା ଫଳରେ ଉତ୍ତ୍ୟକ୍ତ ହୋଇଥିଲେ କ୍ଷତିଗ୍ରସ୍ତ ଲୋକେ।  ତିନି ଦିନି ହେଲାଣି ସହାୟତା ମିଳିଥିବାରୁ ପ୍ରକାଶ ପାଇଥିଲା ଉତ୍ତେଜନା। ଘଟଣାସ୍ଥଳରେ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆମେରିକାରେ ୨ ଭାରତୀୟଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପୁଣି ଗୁଳିକାଣ୍ଡ। ଭର୍ଜିନିଆ ଆକୋମାକ କାଉଣ୍ଟି ସ୍ଥିତ ଏକ ଗ୍ରୋସରୀ ଦୋକାନକୁ ଆସି ଦୁଇ ବାପଝିଅକୁ ହତ୍ୟା କଲା ଦୁର୍ବୃତ୍ତ।ମୃତକ ହେଲେ ଭାରତୀୟ ବଂଶୋଦ୍ଭବ ପ୍ରଦୀପ ପଟେଲ ଏବଂ ଉର୍ମି ପଟେଲ। ଭୋର ସମୟରେ ଗ୍ରୋସରୀ ଷ୍ଟୋରକୁ ଆସିଥିଲା ଦୁର୍ବୃତ୍ତ। ମଦ କିଣିବାକୁ ଚାହିଥିଲା ଦୁର୍ବୃତ୍ତ। ତେବେ ସକାଳୁ ଦୋକାନ ଖୋଲିନଥିବାରୁ ନଦେବାରୁ ବାପା ପ୍ରଦୀପ ପଟେଲଙ୍କୁ ଗୁଳି କରି ହତ୍ଯା କରିଥିଲା। ଝିଅ ଉର୍ମି ପ୍ରତିବାଦ କରିବାକୁ ଝିଅକୁ ମଧ୍ୟ ଗୁଳି କରିଥିଲା। ଝିଅ ଉର୍ମିକୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଝିଅର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।୬ ବର୍ଷ ତଳେ ଦୁଇ ବାପଝିଅ ଆମେରିକା ଯାଇଥଲେ। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଜର୍ଜ ଫ୍ରାଜିଅରକୁ ଗିରଫ କରିଛି ଆମେରିକା ପୋଲିସ। ମୃତକ ପ୍ରଦୀପ ପଟେଲ ଗୁଜରାଟ ମେହସାଣା ଅଂଚଳର। ତାଙ୍କର ସମ୍ପର୍କୀୟଙ୍କ ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ କାମ କରୁଥିଲେ। ମୃତ ପ୍ରଦୀପଙ୍କ ଆଉ ଦୁଇ ଝିଅ ଅଛନ୍ତି। ଜଣେ କାନାଡାରେ ଥିବାବେଳେ ଅନ୍ୟ ଜଣେ ଅହମ୍ମଦାବାଦରେ ଅଛନ୍ତି। ଭାରତୀୟ ବଂଶୋଦ୍ଭବ ଦୁଇ ବାପଝିଅଙ୍କ ମୃତ୍ଯୁ ପରେ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ଏହି ହତ୍ଯାକାଣ୍ଡ ଘଟଣାର କିଛି ମାସ ପୂକର୍ବରୁ ମୟଙ୍କ ପଟେଲ ନାମକ ବ୍ୟକ୍ତିଙ୍କୁ ଆମେରିକାର ନର୍ଥ କାରୋଲିନାରେ ଲୁଟପାଟ କରିବାକୁ ଆସି ଗୁଳି କରି ହତ୍ଯା କରିଥିଲେ ଦୁର୍ବୃତ୍ତ।

ଶୌଚ ହେବାକୁ ଯାଇଥିଲା, ଗାଡ଼ିରେ ବସି କାହା ସାଙ୍ଗରେ ପଳେଇଲା..

ନନ୍ଦିଘୋଷ ବ୍ୟୁରୋ: ଦିନ  ଦ୍ବିପ୍ରହରରେ ନାବାଳକ ଛାତ୍ର ନିଖୋଜ । ନିଖୋଜ ନାବାଳକ ହେଲେ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଲିଅରା ଗାଁର ସୁରେନ୍ଦ୍ର ଖଟୁଆଙ୍କ ବଡ଼ପୁଅ ବିଶ୍ଵଜିତ ଖଟୁଆ । ବିଶ୍ବଜିତ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଗତ ୧୯ ତାରିଖ ଦିନ ବିଶ୍ବଜିତ ଏବଂ ତାଙ୍କ ସାନ ଭାଇ ଶୌଚ ହେବାକୁ ଘର ଠାରୁ ଦୂରକୁ ଯାଇଥିଲେ । ସେଠାରେ କେହି ଜଣେ ବିଶ୍ବଜିତକୁ ଗାଡ଼ିରେ ବସାଇ ନେଇଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବିଶ୍ବଜିତଙ୍କ କୌଣସି ଖବର ପାଇନଥିଲେ । ଏନେଇ ଭଦରେଶ୍ୱର ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି । ପୋଲିସ ନାବାଳକକୁ  ଖୋଜାଖୋଜି କରୁଥିବା ଥାନା ଅଧିକାରୀ କହିଛନ୍ତି।

ଜେଲରେ ନିଶା ଖାଇବାକୁ ବିକଳ ହେଉଛି ସାହିଲ, ମୁସ୍କାନର ଅବସ୍ଥା ସଙ୍ଗୀନ

ନନ୍ଦିଘୋଷ ବ୍ୟୁରୋ: ମେରଟର ସୌରଭ ରାଜପୁତଙ୍କ ହତ୍ୟାକାରୀ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଏବେ ଜେଲରେ ରହିଛନ୍ତି । ହତ୍ୟା କରି ଡ୍ରମରେ ରଖିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସବୁଠି ଦାବି କରାଯାଇଛି । ତେବେ ଉଭୟ ଅଭିଯୁକ୍ତ ଏବେ ନିଶା ଖାଇବାକୁ ବିକଳ ହେଉଥିବା ଖବର ଶୁଣିବାକୁ ମିଳିଛି । ଅଭିଯୁକ୍ତ ସାହିଲ ନିଶା ପାଇଁ ଡହଳ ବିକଳ ହେଉଥିବାବେଳେ ମୁସ୍କାନର ଅବସ୍ଥା ଏବେ ସଙ୍ଗୀନ ହୋଇ ଯାଇଛି । ଉଭୟ ଜେଲରେ ନିଶା ମାଗିଥିଲେ । ମାତ୍ର ସେମାନଙ୍କୁ ନଦେବାରୁ ଅବସ୍ଥା ଖରାପ ହୋଇ ଯାଇଛି । ସେମାନଙ୍କୁ ଏବେ ଜେଲର ନିଶା ନିବାରଣ କେନ୍ଦ୍ରରେ ରଖାଯାଇଛି । କୁହାଯାଉଛି କି, ସାହିଲ ହିଁ ମୁସ୍କାନକୁ ନିଶା ଦେଇ ଅଭ୍ୟାସ ପରିଣତ କରାଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଉଭୟ ମାତ୍ରାଧିକ ନିଶାରେ ବୁଡ଼ି ରହିଥିବାରୁ ଏମିତି ଏକ କାଣ୍ଡ ଭିଆଇଛନ୍ତି ।

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ବିଜେଡିର କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ। ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଅନେକ ଥର ଏ ନେଇ ଉଦ୍ୟମ ହୋଇଛି। ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି।ଏକାଧିକ ଥର ତ୍ରିପାଖିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ସମାଧାନ ହୋଇପାରିନି। ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ହେଲେ କେବଳ ଚା କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବନ୍ଦ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଅନେକ ବ୍ୟାରେଜ କାମ ଶେଷ ହୋଇସାରିଲାଣି। ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ।କେବଳ ଟେବୁଲରେ ଆଲୋଚନା କରି କାମ ଚାଲୁ ରହିଲେ କୌଣସି ଲାଭ ନାହିଁ। ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ସହ ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ।ଏମିତି କି ମାମଲା ଟ୍ରିବ୍ୟୁନାଲରେ ଅଛି। ତେଣୁ ଉଭୟ ସରକାର ଆପୋଷ ସମାଧାନ କରିପାରିବେ କି ନାହିଁ ଦେଖନ୍ତୁ। ନୂଆ ସରକାର ସବୁବେଳେ ପୂର୍ବ ସରକାର ଉପରେ ଦୋଷ ଦେଉଛନ୍ତି। ଏବେ ବିଜେପି ସରକାର ଅଛନ୍ତି। ତେଣୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବନ ଦେଇଛି ବିଜେଡି ।