ନନ୍ଦିଘୋଷ ବ୍ୟୁରୋ: ଚାକିରିରୁ ବିଦା ହେଲେ ୩ ଜଣ IRB ଯବାନ । ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କଲେ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ । ଗଞ୍ଜେଇ କାରବାରରେ ଲିପ୍ତଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତଥିବାରୁ ୩ଜଣ ଯବାନ ନିଲମ୍ବନ ହୋଇଥିଲେ । ମନମୁଣ୍ଡା ପୋଲିସ ବାରାକରେ ଚଢ଼ାଉ କରି ତିନିଜଣ ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସିପି । ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା । ତେବେ ତିନି ଯବାନ ଚାକିରୀରୁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି ।
ପୋଲାଭରମ ପ୍ରକଳ୍ପ ପରେ ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର : ବିଜେପି ସରକାରଙ୍କ ଉପରେ ବର୍ଷିଲା ସିପିଆଇ
ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ଗୋଟିଏ ପରେ ଗୋଟିଏ ପାଦ ମାଡ଼ି ଚାଲିଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର କ୍ଷତିକୁ ଖାତିର ନ କରି ଏବେ ଆଉ ଏକ ନୂଆ ପୋଲାଭରମ ବନକଚାରଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ଏକ ନୂଆ କର୍ପୋରେସନ ଗଠନ କରିଛନ୍ତି । ଜଳହାରଥୀ କର୍ପୋରେସନ ନାଁରେ ଗଠିତ ହୋଇଛି ଏହି କର୍ପୋରେସନ। ଯାହାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛି ସିପିଆଇ। ପୂର୍ବରୁ ୧୬ ହଜାର କୋଟି ନେଇଛନ୍ତି। ସରକାର ଭାଙ୍ଗିବା ଭୟରେ କେନ୍ଦ୍ର ବିଜେପି ସରକାର ମଧ୍ୟ ସହାୟତା ଦେଇ ଚାଲିଛି। ଆନ୍ଧ୍ର ଯାହା କହୁଛି କେନ୍ଦ୍ରର ବିଜେପି ମାନିଚାଲିଛି। ମାଲକାନଗିରି ବ୍ୟାପକ କ୍ଷତି ସହିବ। ପୂର୍ବରୁ ଓଡ଼ିଶା ସରକାରକୁ ବିଜେପି ଦୋଷ ଦେଉଥିଲା । କିନ୍ତୁ ଏବେ କଣ ଅସୁବିଧା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ। ତେଣୁ ବିଜେପି ସରକାରଙ୍କ ଏହି ନୀତି ବିରୋଧରେ ଏକ ବିଶାଳ ଜନ ଆନ୍ଦୋଳନର ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଲୋକସଭାରେ ମଧ୍ୟ ଓଡ଼ିଶାର ସ୍ୱର କ୍ଷୀଣ ହୋଇଗଲା ବୋଲି ଅଭିଯୋଗ ହେଲା । ତେଣୁ ବିଜେପି ଏବେ ଏକଛତ୍ରବାଦ ଶାସନ ଚଳାଇଛି । ଆନ୍ଧ୍ର ସରକାର ପୋଲାଭରମ ଲିଙ୍କ ପ୍ରକଳ୍ପ ପାଇଁ କରିଥିବା ଜଳହାରଥୀ କର୍ପୋରେସନ କମ୍ପାନିଜ ଆକ୍ଟ ଅନୁଯାୟୀ କରାଯାଇଥିବା ବେଳେ ଏହି କର୍ପୋରେସନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଧ୍ୟକ୍ଷ ଓ ଆନ୍ଧ୍ର ଜଳସମ୍ପଦ ମନ୍ତ୍ରୀ ଉପାଧ୍ୟକ୍ଷ ରହିଛନ୍ତି।
କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ ଚେହେରା ? ଇଣ୍ଡିଆ ମେଣ୍ଟରେ ଛିଡ଼ୁନି ବିବାଦ!
ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ବିହାର ନିର୍ବାଚନ । ଭୋଟରଙ୍କ ମନ ଜିଣିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇ ଗଲାଣି ପ୍ରତିଯୋଗିତା । ଏବେଠାରୁ କିଏ ରାଲି କରୁଛି ତ ଆଉ କିଏ ସଭା ସମିତି କରୁଛି । ତେବେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢ଼ୁଥିବାବେଳେ ବିହାରରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ଆଗକୁ ଆଣିବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବ ଆଗରେ ରହିଥିବାବେଳେ ଏଯାବତ କଂଗ୍ରେସ ପକ୍ଷରୁ କିନ୍ତୁ ଗ୍ରୀନ୍ ସିଗନାଲ ମିଳିନାହିଁ । ଏନଡିଏ ବୈଠକ ଚାଲିଥିବାବେଳେ ଚିରାଗ ପାଶଓ୍ବାନ ଭବିଷ୍ୟବାଣୀ କହିଛନ୍ତି କି, ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଭାଙ୍ଗି ଯାଇଥିବ ।
ସେପଟେ ଚିରାଗ ପାଶଓ୍ବାନଙ୍କୁ ଟାର୍ଗେଟ କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଛନ୍ତି କି, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କେହି ରୋକି ପାରିବେ ନାହିଁ । ଯଦି ଏନେଇ କଂଗ୍ରେସ ଏଯାବତ କିଛି କହିନାହିଁ ତଥାପି ଆସନ୍ତା ୧୭ ତାରିଖରେ ପାଟନାରେ ବୈଠକ ହେବାକୁ ଥିବାବେଳେ ଏଥିରେ ସବୁ ସ୍ପଷ୍ଠ ହୋଇଯିବ । ସବୁ ଠିକ ହୋଇଯିବ । ତେବେ ବିହାର ରାଜନୀତି ଏବେ ବେଶ ରୋଚକ ହେବାକୁ ଯାଉଛି ।
ଜ୍ବାଇଁ ସହ ଶାଶୁ ଫେରାର ଘଟଣା : ଶ୍ବଶୁର କହିଲେ ସାଙ୍ଘାତିକ କଥା
ନନ୍ଦିଘୋଷ ବ୍ୟୁରୋ: ଅଲିଗଡ଼ର ଶାଶୁକୁ ନେଇ ଜ୍ବାଇଁ ଫେରାର ହେବା ଘଟଣା ସାରା ଭାରତ ବର୍ଷରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ୯ ଦିନ ପୂର୍ବରୁ ଜ୍ବାଇଁ ଶାଶୁଙ୍କ ଚୋରା ପିରତି ପଦାରେ ପଡ଼ିଛି । ତେବେ ଏମାନେ ଫେରାର ହେବାର ପାଞ୍ଚ ଦିନ ପୂର୍ବରୁ କଣ ଘଟିଥିଲା ଏନେଇ ଗଣମାଧ୍ୟମ ଆଗରେ ସାଙ୍ଘାତିକ ସତ କହିଛନ୍ତି ମହିଳାଙ୍କ ସ୍ବାମୀ । ସେ କହିଛନ୍ତି କି, ମୋ ସ୍ତ୍ରୀ ପ୍ରଥମେ ଜ୍ବାଇଁଙ୍କ ଦେହ ଖରାପ କହି ଯାଇଥିଲା । ମୁଁ ଭାବିଥିଲି କି, ଜ୍ବାଇଁଙ୍କ ସେବା କରିବା ପାଇଁ ଯାଇଛି । କହିଥିଲା କି, ଜ୍ବାଇଁ ଅସୁସ୍ଥ ଅଛନ୍ତି । ତେବେ ପାଞ୍ଚ ଦିନ ରହିବା ପରେ ଜ୍ବାଇଁ ଆଣି ଛାଡ଼ି ଦେଇ ଯାଇଥିଲେ । କିନ୍ତୁ ପରଦିନ ଯେତେବେଳେ ଘରୁ ସୁନା ଗହଣା ସାଙ୍ଗକୁ ନଗଦ ୩ ଲକ୍ଷ ଟଙ୍କା ନଥିଲା ଏହାପରେ ସନ୍ଦେହ ବଢ଼ିଥିଲା ।
ଆମେ ପ୍ରଥମେ ଏଭଳି ପାପ ସମ୍ପର୍କ କଥା ଭାବି ନଥିଲୁ । କିନ୍ତୁ ଜାଣିଲା ବେଳକୁ ସେମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ନାଁରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଏବେ ସେମାନଙ୍କୁ ଖୋଜୁଛି । ଶେଷଥର ପାଇଁ ସେମାନେ ଉତ୍ତରାଖଣ୍ଡର ରୁଦ୍ରପୁରରେ ରହିଥିବା ଜଣା ପଡ଼ିଥିଲା । ଏବେ ଉଭୟଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ଟଙ୍କା ଏବଂ ଗହଣା ନେଇ ଫେରାର ହୋଇଥିବାରୁ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ମୋ ଜୀବନର ସବୁ ଧନ ସେମାନେ ନେଇ ପଳାଇଛନ୍ତି । ମୋ ଝିଅକୁ ବାହା ଦେବା ବେଳେ ଆଉ କଣ ଦେବି ।
କାହିଁକି PSL ବଦଳରେ IPL ଖେଳିବାକୁ ମନ ବଳାଉଛନ୍ତି ପାକିସ୍ତାନୀ କ୍ରିକେଟର ? ମହମ୍ମଦ ଅମୀର କହିଲେ..
ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ IPL ସହ ପାକିସ୍ତାନ ସୁପର ଲିଗ୍ ମଧ୍ୟ ଚାଲିଛି । ଏହା ପ୍ରଥମଥର ହେଉଛି । ଆଇପିଏଲକୁ ଟକ୍କର ଦେବାକୁ ପାକିସ୍ତାନ ଏଭଳି କରିଛି । ତେବେ ବହୁ ବିଦେଶୀ ଖେଳାଳି ପିଏସଏଲରୁ ନିଜର ନାମ ପ୍ରତ୍ୟାହାର କରିଝନ୍ତି । କେବଳ ଆଇପିଏଲ ଖେଳିବା ପାଇଁ ବିଦେଶୀ ଖେଳାଳିମାନେ ପିଏସଏଲରୁ ନିଜର ନାମ ପ୍ରତ୍ୟାହାର କରିଛନ୍ତି । ତେବେ ପାକିସ୍ତାନର ପୂର୍ବତନ ପେସର ବୋଲର ମହମ୍ମଦ ଅମୀରଙ୍କ ଏକ ପ୍ରଶ୍ନ ପଚରା ଯାଇଥିଲା । ତାଙ୍କୁ କୁହାଯାଇଥିଲା କି, ଆପଣ ଏକା ସମୟରେ ଆଇପିଏଲ ଏବଂ ପିଏସଏଲ ଖେଳାଯାଉଛି । ତେବେ ଯଦି ସୁଯୋଗ ମିଳେ ତାହେଲେ କେଉଁଠି ଖେଳିବାକୁ ପସନ୍ଦ କରିବେ ? ଏହାର ଉତ୍ତରରେ ସେ କହିଥିଲେ କି, ଆଇପିଏଲ ଖେଳିବାକୁ ପସନ୍ଦ କରିବି ।
MOHAMMAD AMIR WILL PLAY IPL .Mohammad Amir confirms he'll be eligible to play in the IPL from 2026. @iamamirofficial pic.twitter.com/86laeN2RXx
— Ankit Rawat 45 (@ankitrwtt045) March 8, 2025
ଟଙ୍କା, ଅଭିଜ୍ଞତା ଏବଂ ଗୁଣବତ୍ତା ଦୃଷ୍ଟିରୁ ଆଇପିଏଲ ପିଏସଏଲ ଦୃଷ୍ଟିରୁ ବହୁତ ଭଲ । ଏହାସହ ଏବେ ଆଇପିଏଲ ଖେଳିବା ପାଇଁ ପ୍ରାୟ ସମସ୍ତ ଖେଳାଳିଙ୍କ ସ୍ବପ୍ନ ରହିଛି । ଏଣୁ ମୋର ମଧ୍ୟ ଏହା ଏକ ସ୍ବପ୍ନ ଯଦି ମୋତେ ସୁଯୋଗ ମିଳେ ତାହେଲେ ନିଶ୍ଚିତ ଭାବେ ଆଇପିଏଲରେ ଭାଗ ନେବି । ସେପଟେ ଏହି ପୋଡକାଷ୍ଟରେ ଅମୀର କହିଛନ୍ତି କି, ଏବେ ତାଙ୍କ ପାଖରେ ପାକିସ୍ତାନର ନାଗରିକତା ରହିଛି । ଆସନ୍ତା ବର୍ଷକୁ ସେ ବିଦେଶୀ ନାଗରିକତା ହାସଲ କରିବେ । ଏଣୁ ଯଦି ସୁଯୋଗ ମିଳେ ତାହେଲେ ସେ ଆଇପିଏଲରେ ଭାଗ ନେବେ ।
ଝିଅ ପାଠ ପଢିବାକୁ କହିବାରୁ ଦଣ୍ଡ, ବନ୍ଦ ଘରେ ଶିକୁଳିରେ ବାନ୍ଧି ରଖିଲେ ବାପାମାଆ
କୋଲକାତା: ଝିଅ ପାଠ ପଢିବାକୁ କହିବାରୁ ୭ଦିନ ଧରି ଲୁହା ଶିକୁଳିରେ ବାନ୍ଧି ରଖିଲେ ଘର ଲୋକ। ଝିଅକୁ ପାଠ ପଡିବାକୁ ଦେବେ ନାହିଁ କହି ଏକ ବନ୍ଦ ଘରେ ଶିକୁଳିରେ ବାନ୍ଧି ରଖିଲେ ବାପାମାଆ ଏବଂ ବଡ ଭାଇ। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଘୁସୁଡ଼ି ଅଞ୍ଚଳ ଦୟାରାମ ନସ୍କର ଲେନରେ | ଛାତ୍ରୀ ଜଣଙ୍କ ତୃତୀୟ ସେମିଷ୍ଟାର ପଢିବାକୁ ଘର ଲୋକଙ୍କୁ କହିଥିଲେ । କିନ୍ତୁ ଘର ଲୋକ ପାଠ ପଢିବାକୁ ମନା କରି ଝିଅକୁ ଶିକୁଳିରେ ବାନ୍ଧି ଏକ ବନ୍ଦ ଘରେ ୭ଦିନ ଗୃହବନ୍ଦୀ ଭାବେ ରଖିଥିଲେ। ଏହି ଖବର ପାଖ ପଡୋଶୀ ଜାଣିବା ପରେ ମାଲି ପାଞ୍ଚଘୋଡା ପୋଲିସ ଷ୍ଟେସନରେ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ ବାପା ମାଆ ଓ ବଡ ଭାଇକୁ ନେଇ ଅଧିକ ପଚରା ଉଚରା କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଘଟ ପରେ ଲୋକମାନେ ଘଟଣାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ପୋଲିସ ପ୍ରକୃତ କାରଣ ଖୋଜୁଛି ।
କାମ କରୁନି UPI, ଗୋଟିଏ ମାସରେ ଅଟକିଲାଣି ଦୁଇ ଥର
ନନ୍ଦିଘୋଷ ବ୍ୟୁରୋ: ପୁଣି ଅଟକିଲା ୟୁପିଆଇ ପେମେଣ୍ଟ ସିଷ୍ଟମ । ଗୋଟିଏ ମାସରେ ଅଟକିଲାଣି ଦୁଇ ଥର । ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ହଠାତ ୟୁପିଆଇ ସେବା ଠପ ହୋଇଯାଇଥିଲା । ତେବେ କିଛି ସମୟ ପରେ ଏହା ପୁଣି ଥରେ ଆକ୍ଟିଭ ହୋଇଥିଲା । ତେବେ ହଠାତ ସେବା ବ୍ୟାହତ ହେବାରୁ ଲୋକମାନେ କାରବାର କରିବାରେ ଅସୁବିଧା ଭୋଗିଥିଲେ । ଏ ନେଇ ଆଉଟେଜକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ଏହି ଅସୁବିଧା ସଂପର୍କରେ ଗ୍ରାହକଙ୍କୁ ଅବଗତ କରିଥିଲା । ପେଟିଏମ, ଫୋନ ପେ, ଗୁଗଲ ପେରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ମଧ୍ୟାହ୍ନ ୧୨ଟାରୁ ଏହି ଅସୁବିଧା ଗ୍ରାହକ ସାମ୍ନା କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ଗ୍ରାହକ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଂମ୍ପାନୀମାନଙ୍କୁ ଅଭିଯୋଗ କରିଥିଲେ । ଗ୍ରାହକ ପେମେଣ୍ଟ କରିବା ପରେ ବଫରିଙ୍ଗ ହୋଇ ୫ ମିନିଟ ପରେ ପ୍ରକ୍ରିୟା ଫେଲ ବୋଲି ପେମେଣ୍ଟ ଆପ ଦର୍ଶାଉଥିଲା । କିଛି ସମୟ ମଧ୍ୟରେ ସୋସିଆଲ ସାଇଟ ଏକ୍ସରେ ହାସଟ୍ୟାଗ ୟୁପିଆଇ ଡାଉନ ବୋଲି ଟ୍ରେଣ୍ଡ ଚାଲୁ ହୋଇଯାଇଥିଲା ।
ରାଜ୍ୟରେ ମାଓ ଗତିବିଧି ନେଇ ଉଦବେଦ ପ୍ରକାଶ କଲା ବିଜେଡି
ଭୁବନେଶ୍ବର: ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓ ଗତିବିଧି ନେଇ ଖବର ଆସୁଛି । ଏହା ଏକ ଚିନ୍ତାଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ କହି ଉଦବେଗ ପ୍ରକାଶ କରିଛି ବିଜେଡି । ଏଥିରେ ରାଜ୍ୟର ସୁରକ୍ଷା ଜଡ଼ିତ ଥିବାରୁ ବିଜେଡି ଉଦବେଦ ପ୍ରକାଶ କରିବା ସହିତ ସଂପୃକ୍ତ ତିନି ଜିଲ୍ଲାରେ ଲୋକେ ଆତଙ୍କିତ ଥିବା ଅଭିଯୋଗ କରିଛି ବିଜେଡି । ୨୦୧୩ରେ ଏହି ତିନି ଜିଲ୍ଲା ଜିରୋ ମାଓବାଦୀ ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ହେଲେ ଏବେ ସେଠି ଦାଦାବଟି ମାଗିବା ସହିତ ଅସ୍ତ୍ରଶସ୍ତ୍ର ଧରି ଖୋଲାରେ ବୁଲୁଛନ୍ତି । ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାରେ ତ୍ରୁଟି ରହିଛି ବୋଲି ତାହା ଆଜି ପ୍ରମାଣିତ ହୋଇଛି । ଓଡ଼ିଶା ପୋଲିସର ଏହା ବଡ଼ ବିଫଳତା ।
ସେମାନେ ଏହାକୁ ଅନୁମାନ କରିବାରେ ବିଫଳ ହୋଇଛନ୍ତି । ରାଜ୍ଯବାସୀଙ୍କୁ ସୁରକ୍ଷା ଦେବାରେ ଗୃହ ବିଭାଗ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ୧୦୦ ରୁ ୧୨୦ ମାଓବାଦୀ ଅଛନ୍ତି । ସରକାର ଓ ଏସପିଙ୍କ ମଧ୍ଯରେ ସମନ୍ୱୟ ନାହିଁ । ଏସପି ଫୋନରେ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି । ତେଣୁ ମାଓବାଦୀ ଜନ୍ମ ନେଉଛନ୍ତି । ଯେଉଁଠି ସରକାରୀ ଯୋଜନା ପହଞ୍ଚୁନାହିଁ ସେଠି ମାଓବାଦୀ ଜନ୍ମ ନେଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ଦମନ କରି ନିଯୁକ୍ତି ଓ ରୋଜଗାର ମାଧ୍ଯମ ବାହାର କରିଥିଲେ । ବର୍ତ୍ତମାନର ସରକାର ସେହି କାର୍ଯ୍ୟକ୍ରମ ସବୁକୁ ଆଗକୁ ନେଇ କର୍ମନିଯୁକ୍ତି ଦେଉ । ଯେଉଁ ୧୨୦ ମାଓବାଦୀଙ୍କୁ ସରକାର ଚିହ୍ନଟ କରିଛନ୍ତି, ସେ ଦିଗରେ କଣ ପଦକ୍ଷେପ ନିଆଯାଇଛି ? ନା କେବଳ ଗଣିକି ଓ ଚିହ୍ନିକି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ ।
କାହିଁକି ସରକାର ପଞ୍ଚାୟତ ଉପନିର୍ବାଚନ କରିନାହାନ୍ତି: ଦେବୀ ମିଶ୍ର
ଭୁବନେଶ୍ବର: ବହୁ ପଞ୍ଚାୟତରେ ଉପନିର୍ବାଚନ ବିଳମ୍ବ ହୋଇଚାଲିଛି । ଆଜି ପର୍ଯ୍ୟନ୍ତ କାହିଁକି ସରକାର ପଞ୍ଚାୟତ ଉପନିର୍ବାଚନ କଲେନି ବୋଲି ପ୍ରଶ୍ନ କରିଛି ଦଳ । ଏ ନେଇ ପ୍ରତିକ୍ରିୟାରେ ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ବିଜେଡିକୁ ନିର୍ବାଚନ ପାଇଁ ଭୟ ନାହିଁ । ବିଜେପିର ଭୟ ରହିଛି ବୋଲି ୧୦ ମାସ ହେବ ନିର୍ବାଚନ କରାଉନଥିଲେ । ଗତକାଲି କେନ୍ଦ୍ରପଡ଼ାରେ ବିଜେଡି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛି ।
ଆଗାମୀ ସମୟରେ ନିର୍ବାଚନରେ ବିଜେଡି ଭଲ କରିବ ବୋଲି ସେ ଦୃଢ଼ୋକ୍ତି ଦେଖାଇଛନ୍ତି । ସେହିପରି ବିଜେପି ଭୟରେ ଅଛି ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ । ବିଜେପି ସରକାର ଏକ ଅପାରଗ ସରକାର ବୋଲି ଲୋକେ ଜାଣିଛନ୍ତି l ତେଣୁ ସେମାନେ ଉପନିର୍ବାଚନ ପାଇଁ ଡରୁଛନ୍ତି l ବିଜେଡି ସଶକ୍ତ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ସେବା କରୁଛି l ତେଣୁ ଲୋକେ ବିଜେଡି ସହ ଅଛନ୍ତି ବୋଲି କହିଛନ୍ତି ଅରୁଣ ।.. ..
ସୁଟକେସରେ ପ୍ରେମିକାକୁ ନେଇ ହଷ୍ଟେଲ ଯାଉଥିଲା ପ୍ରେମିକ, ଆଉ ତା’ ପରେ…
ନନ୍ଦିଘୋଷ ବ୍ୟୁରୋ: ପ୍ରେମିକାକୁ ସୁଟକେସରେ ଭର୍ତ୍ତି କରି ହଷ୍ଟେଲକୁ ନେଉଥିଲା ପ୍ରେମିକ । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ହଷ୍ଟେଲ ନେବା ବାଟରେ ଧରା ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଜଣେ ଝିଅ ସୁଟକେସରୁ ବାହାରୁଛନ୍ତି । ପାଖରେ ଯାଞ୍ଚ କରୁଥିବା ବ୍ୟକ୍ତିମାନେ ଅଛନ୍ତି । ଏହି ଘଟଣା ଘଟିଛି ଏକ ପ୍ରସିଦ୍ଧ ବିଶ୍ବ ବିଦ୍ୟାଳୟରେ । ଜଣେ ବିଶ୍ବ ବିଦ୍ୟାଳୟର ଛାତ୍ର ଏକ ସୁଟକେସରେ ପ୍ରେମିକାକୁ ନେଇ ହଷ୍ଟେଲ ଭିତରକୁ ଯାଉଛି ।
Guy tried Sneaking his Girlfriend into the Boys hostel in a Suitcase.. one Bump and she screamed from inside. guards Heard it and they got Caught, Op Jindal Uni
pic.twitter.com/xBkBTYymdt— Ghar Ke Kalesh (@gharkekalesh) April 12, 2025
ହଷ୍ଟେଲରେ ପଶିବା ପୂର୍ବରୁ ଏକ ସ୍ଥାନରେ ସୁଟକେସଟି ମାଡ଼ ହୋଇଯାଇଥିଲା । ଏହା ପରେ ଭିତରୁ ଛାତ୍ରୀଙ୍କର ଶବ୍ଦ ଶୁଣାଗଲା । ସେଠାରେ ଥିବା ମହିଳା ସୁରକ୍ଷା କର୍ମୀ ଛାତ୍ରଙ୍କୁ ଅଟକାଇଥିଲେ । ସୁଟକେସ ଖୋଲିବା ପରେ ହଠାତ ଜଣେ ଝିଅ ବାହାରିଥିଲେ । ଏହା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ପଚାରିବାରୁ ସେ ତାଙ୍କା ପ୍ରେମିକା ବୋଲି ଜଣାପଡ଼ିଥିଲା । ହଷ୍ଟେଲରେ ଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଛାତ୍ର ଜଣଙ୍କ ଏମିତି ଉପାୟ ଆପଣାଇଥିଲେ । ଯାହା ସଫଳ ହୋଇପାରିଲା ନାହିଁ ।

