spot_img
Home Blog Page 917

ଗୁଜରାଟର ଦ୍ୱାରକା ଓ ବେଟ୍ ଦ୍ୱାରକାରେ ଖନନ କରୁଛି ୟୁଏଡବ୍ଲୁ

ଗାନ୍ଧିନଗର : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଅଣ୍ଡରୱାଟର ଆର୍କିଓଲୋଜି ୱିଙ୍ଗ ଗୁଜରାଟର ଦ୍ୱାରକା ଏବଂ ବେଟ୍ ଦ୍ୱାରକାରେ ଅନୁସନ୍ଧାନ କରୁଛି। ଏହି ଅଭିଯାନ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରଫେସର ଆଲୋକ ତ୍ରିପାଠୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି। ଏହି ଅନୁସନ୍ଧାନ ଫେବୃଆରୀ ୨୦୨୫ରେ ଦ୍ୱାରକାରେ କରାଯାଇଥିବା ସର୍ଭେର ଏକ ବିସ୍ତାର। ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଦ୍ୱାରକା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏହାର ଉଲ୍ଲେଖ ଥିବାରୁ, ଏହା ବହୁ ଦିନ ଧରି ଗବେଷଣାର ବିଷୟ ହୋଇ ରହିଛି। ଅନେକ ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍ ଏହି କ୍ଷେତ୍ରର ଅଧ୍ୟୟନ କରିଛନ୍ତି। ଏହି କାରଣରୁ, ଫେବୃଆରୀ ୨୦୨୫ରେ, ଏଏସଆଇର ଏକ ପାଞ୍ଚ ଜଣିଆ ଦଳ ଗୋମତୀ କ୍ରିକର ଦକ୍ଷିଣ ଭାଗରେ ଏକ ଅନୁସନ୍ଧାନ କରିଥିଲେ। ଏହି ସର୍ଭେର ଉଦ୍ଦେଶ୍ୟ ହେଉଛି ପୂର୍ବରୁ ଅନୁସନ୍ଧାନ କରାଯାଇଥିବା କ୍ଷେତ୍ରଗୁଡ଼ିକର ବର୍ତ୍ତମାନର ଅବସ୍ଥା ଯାଞ୍ଚ କରିବା ଓ ଭବିଷ୍ୟତର ସମ୍ଭାବ୍ୟ ଖନନ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା।

ବର୍ତ୍ତମାନର ଏହି ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୁଡ଼ିଯାଇଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଆବିଷ୍କାର, ଡକ୍ୟୁମେଣ୍ଟେସନ୍ ଓ ଅଧ୍ୟୟନ କରିବା। ଏହା ବ୍ୟତୀତ, ଏହି କ୍ଷେତ୍ରରେ କାର୍ଯ୍ୟରତ ପ୍ରତ୍ନତତ୍ତ୍ୱବିଦମାନଙ୍କୁ ଜାହାଜ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ମଧ୍ୟ ତାଲିମ ଦିଆଯାଉଛି। ଅଧ୍ୟୟନ ସମୟରେ, ସାମୁଦ୍ରିକ ଅବଶେଷ ଏବଂ ପ୍ରତ୍ନତାତ୍ତ୍ୱିକ ଅବଶେଷର ପ୍ରାଚୀନତା ନିର୍ଣ୍ଣୟ କରିବା ପାଇଁ ସେମାନଙ୍କର ବୈଜ୍ଞାନିକ ବିଶ୍ଳେଷଣ କରାଯିବ।

୨୦୦୫ ରୁ ୨୦୦୭ ମଧ୍ୟରେ, ଏଏସଆଇର ଅଣ୍ଡରୱାଟର ଆର୍କିଓଲୋଜି ୱିଙ୍ଗ ଦ୍ୱାରକାର ଉପକୂଳ ଏବଂ ସାମୁଦ୍ରିକ ଅଞ୍ଚଳରେ ବ୍ୟାପକ ଗବେଷଣା କରିଥିଲା। ଏହି ଅନୁସନ୍ଧାନଗୁଡ଼ିକରେ, ପ୍ରାଚୀନ ମୂର୍ତ୍ତି, ପଥର ଲଙ୍ଗର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଅବଶେଷ ମିଳିଥିଲା। କିନ୍ତୁ, ଦ୍ୱାରକାଧୀଶ ମନ୍ଦିର ଚାରିପାଖରେ ଖୋଲା ସ୍ଥାନ ଅଭାବରୁ, କେବଳ ସୀମିତ ଅଞ୍ଚଳରେ ଖନନ କରାଯାଇପାରିଲା। ୨୦୦୭ ମସିହାରେ ମନ୍ଦିରର ଉତ୍ତର ଦ୍ୱାର ନିକଟରେ କରାଯାଇଥିବା ଖନନରୁ ୧୦ ମିଟର ଗଭୀର ଓ ୨୬ ସ୍ତର ବିଶିଷ୍ଟ ଗଠନ ଆବିଷ୍କାର ହୋଇଥିଲା। ଏଠାରେ ଲୁହା ଏବଂ ତମ୍ବା ଜିନିଷ, ମୁଦି, ମଣି ଏବଂ ମାଟି ପାତ୍ର ମିଳିଥିଲା। ବର୍ତ୍ତମାନର ଗବେଷଣା କାର୍ଯ୍ୟ ଓଖାମଣ୍ଡଳ ଅଞ୍ଚଳକୁ ବିସ୍ତାରିତ। ପ୍ରତ୍ନତତ୍ତ୍ୱବିତ୍ମାନେ ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରୁଛନ୍ତି ଏବଂ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ସେଗୁଡ଼ିକର ଅଧ୍ୟୟନ କରୁଛନ୍ତି। ଏହି ଗବେଷଣାରେ ୯ ଜଣ ପ୍ରତ୍ନତତ୍ତ୍ୱବିଦଙ୍କ ଏକ ସ୍ୱତନ୍ତ୍ର ଦଳ ଅଂଶଗ୍ରହଣ କରୁଛନ୍ତି, ଯେଉଁମାନଙ୍କୁ ଜାହାଜ ପ୍ରତ୍ନତତ୍ତ୍ୱ ବିଷୟରେ ଗଭୀର ଜ୍ଞାନ ଦିଆଯାଉଛି।

ଦଳରେ ତିନି ଜଣ ମହିଳା ମଧ୍ୟ ଅଛନ୍ତି: । ସେମାନେ ହେଲେ ୟୁଏଡବ୍ଲୁର ସହାୟକ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଅପରାଜିତା ଶର୍ମା, ସହାୟକ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ପୁନମ ବିନ୍ଦ ଓ ସହାୟକ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜକୁମାରୀ ବାର୍ବିନା । ଏହା ସହିତ, ଖନନ ଏବଂ ଅନୁସନ୍ଧାନ ନିର୍ଦ୍ଦେଶକ ହେମସାଗର ଏ. ନାଇକ ମଧ୍ୟ ଏହି ଅଭିଯାନ ସହିତ ସାମିଲ ଅଛନ୍ତି । ଏହି ଅଧ୍ୟୟନ ଭାରତୀୟ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହୋଇପାରେ, ଯାହା ଦ୍ୱାରକା ଏବଂ ଏହାର ଆଖପାଖରେ ଥିବା ଐତିହାସିକ ସ୍ଥାନଗୁଡ଼ିକର ପ୍ରାଚୀନତା ଓ ଐତିହାସିକ ଗୁରୁତ୍ୱକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ।

ପୁଣି ତାଣ୍ଡବ ରଚିଲା ଇସ୍ରାଏଲ, ଗାଜାରେ ୩୮ ପାଲେଷ୍ଟାଇନୀ ନିହତ

ନନ୍ଦିଘୋଷ ବ୍ୟୁରୋ ; ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଯୁଦ୍ଧବିରତି ଚୁକ୍ତିନାମା ପରେ, ଇସ୍ରାଏଲ ପୁଣି ଥରେ ଗାଜାରେ ତାଣ୍ଡବ ଚଳାଇଛି । ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ପାଲେଷ୍ଟାଇନୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ, ଆମେରିକା ୟେମେନ ଉପରେ ପ୍ରବଳ ବୋମା ମାଡ଼ କରିଥିଲା। ହମାସକୁ ମୂଳପୋଛ କରିବା ପାଇଁ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଦ୍ଧ ଗତ ୧୮ ମାସ ଧରି ଚାଲିଛି । ଯେଉଁଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଏହି କ୍ରମରେ, ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଥିଲା। ଗାଜା ଉପରେ କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରାଯାଇଥିଲା। ଏ ସମ୍ପର୍କରେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି  । ଭଗ୍ନାବଶେଷରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଜାତିସଂଘର ମାନବିକତା ସଂସ୍ଥା ଓସିଏଚଏ ଅନୁସାରେ, ଇସ୍ରାଏଲ ମାର୍ଚ୍ଚ ୧୮ରେ ଗାଜା ଉପରେ ପୁନଃ ଆକ୍ରମଣ କରିବା ପରଠାରୁ ୧୪୨,୦୦୦ ପାଲେଷ୍ଟାଇନୀଙ୍କୁ ବଳପୂର୍ବକ ବିସ୍ଥାପିତ କରାଯାଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅତି କମରେ ୫୦,୧୮୩ ପାଲେଷ୍ଟାଇନୀ ପ୍ରାଣ ହରାଇଥିବା ବେଳେ ୧୧୩,୮୨୮ ଜଣ ଆହତ ହୋଇଛନ୍ତି।

ଆଜିଠାରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ, ଲୋୟର ପିଏମଜିରେ ହେବ ପ୍ରତିବାଦ

ଭୁବନେଶ୍ବର : ଆଜିଠାରୁ ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛି ଆୟୁଷ ଡାକ୍ତର ସଂଘ। ଏହା ସହିତ ରାଜଧାନୀର ଲୋୟର ପିଏମଜିରେ ହେବ ପ୍ରତିବାଦ । ଦୀର୍ଘ ୧୮ ବର୍ଷ ଧରି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ଭାବରେ ସେମାନେ କାର୍ଯ୍ୟ କରୁଛନ୍ତି । ଏହା ପରେ ବି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୧୪୮୫ ଆୟୁଷ ଡାକ୍ତରଙ୍କୁ ନିୟମିତ କରାଯାଉନି। ସ୍ଥାୟୀ ନିଯୁକ୍ତି, ସରକାରୀ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସକଙ୍କ ସହିତ ସମାନ ବେତନ ପ୍ରଦାନ କରିବା, ଡାକ୍ତରଖାନାକୁ ନିୟମିତ ଔଷଧ ଯୋଗାଣ, ଆୟୁଷ ଡାକ୍ତରଙ୍କ ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷର ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିବା ଓ ଚାକିରି ସମୟରେ ମୃତ୍ୟୁ ବରଣ କରୁଥିବା ଡାକ୍ତରଙ୍କ ପରିବାର ପାଇଁ ୪୦ ଲକ୍ଷ ଟଙ୍କା ଏକକାଳୀନ ସହାୟତା ରାଶି ପ୍ରଦାନ ଆଦି ଦାବି ରହିଛି।

ଆଜି ବି ସରଗରମ ରହିବ ଗୃହ, ବିରୋଧୀଙ୍କ ପକ୍ଷରୁ ଆସିପାରେ ମୁଲତବୀ ପ୍ରସ୍ତାବ

ଭୁବନେଶ୍ବର : ବିଧାନସଭା ଆଜି ବି ବେଶ ସରଗରମ ରହିପାରେ। ବିଧାନସଭାରେ ଶାସକ ଦଳ ଏକଛତ୍ରବାଦ ଶାସନ ଚଳାଇଥିବାରୁ ଏହାକୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି l ସେହିପରି କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଶାସକ ଦଳକୁ ଟାର୍ଗେଟ କରିଛି ହାତ। କଂଗ୍ରେସର ବିଧାୟକମାନେ ବିଧାନସଭା ପରିସର ଭିତରକୁ ଯିବାକୁ ଉଦ୍ୟମ କରିପାରନ୍ତି l ବିନା ବିରୋଧୀ ଦଳରେ ଶାସକ ଦଳ ଗୃହ ଚଳାଉଛି l ଏହା ଗଣତନ୍ତ୍ରର ହତ୍ୟା ବୋଲି ବିରୋଧୀ ଅଭିଯୋଗ କରି ବାଚସ୍ପତିଙ୍କୁ ଘେରିଛନ୍ତି l ବାଚସ୍ପତିଙ୍କ ବିବୃତି ପରେ ବି ମୁଖ୍ୟ ବିରୋଧୀ ବିଜେଡି ଅଭିଯୋଗ କରିଛି ଯେ ବାଚସ୍ପତିଙ୍କ ବିବୃତି ଏକ ପାଖିଆ I ଗୃହକୁ ଏକପାଖିଆ ଭାବେ ଚଳାଉଛନ୍ତି l ସେପଟେ ଆଜି ଜଳ ସମ୍ପଦ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା , ଇସ୍ପାତ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ , ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, sc/St ସରକ୍ଷଣ ବ୍ୟବସ୍ଥା ଭଳି ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେଡି  । ଅନ୍ୟପଟେ ବିରୋଧୀ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି।

ଆଜି କଂଗ୍ରେସର ବିଧାନସଭା ଘେରାଉ, ୫୦ ହଜାର କର୍ମୀ ଏକାଠି ଦେବା ସମ୍ଭାବନା

ଭୁବନେଶ୍ବର : ଆଜି କଂଗ୍ରେସର ବିଧାନସଭା ଘେରାଉ ଯୋଜନା। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଏଥିପାଇଁ ରାଜଧାନୀରେ ଜମା ହେବାରେ ଲାଗିଲେଣି କଂଗ୍ରେସ କର୍ମୀ। ହଜାର ହଜାର କର୍ମୀ ବିଧାନସଭା ଘେରାଉ କରିବେ ବୋଲି ଦଳ କହିଛି। ରାମମନ୍ଦିର ନିକଟରୁ ବାହାରିବ ଏକ ଶୋଭାଯାତ୍ରା ଓ ଏହା ବିଧାନସଭା ଅଭିମୁଖେ ଯିବ। ଶୋଭାଯାତ୍ରାର ଆଗରେ ରହିବେ ମହିଳା । କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଦଳ କହିଛି,  ପୂର୍ବରୁ ୩୦ ହଜାର କର୍ମୀ ଏହି ବିଧାନସଭା ଘେରାଉରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। ବିଜେପିର ଆକ୍ରୋଶମୂଳକ ପଦକ୍ଷେପ ପରେ ଏହି ସଂଖ୍ୟା ୫୦ ହଜାର ଟପିବ। ସେପଟେ କଂଗ୍ରେସକୁ ସମର୍ଥନ କରିଛି ବାମଦଳ। ବିଧାନସଭା ଘେରାଉକୁ ବି ସେମାନେ ସମର୍ଥନ କରିଛନ୍ତି। ସିପିଏମ ସମେତ ଅନ୍ୟ ବାମପନ୍ଥୀ ଦଳର ନେତା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ସାକ୍ଷାତ କରିବା ସହ ବିଜେପିର କାର୍ଯ୍ୟକୁ ନିନ୍ଦା କରିଛନ୍ତି।

ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣୀକା “ସିଦ୍ଧ ପୁରୁଷ” “ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣୀକା “ସିଦ୍ଧ ପୁରୁଷ” “ଉନ୍ମୋଚନ ହୋଇଛି । ଏଥିରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥିଭାବେ ପୂର୍ବତନ ରାଜ୍ୟପାଳ ବିଶ୍ଵ ଭୁଷଣ ହରିଚନ୍ଦନ, ସମ୍ବାଦ୍ଵଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟନାୟକ ଓ ରଙ୍ଗବତୀ ସଙ୍ଗୀତର ଲେଖକ ପଦ୍ମଶ୍ରୀ ମିତ୍ରଭାନୁ ଗର୍ତ୍ତିଆ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି, ସିଦ୍ଧ ପୁରୁଷ” ଦେବେନ୍ଦ୍ର ପ୍ରଧାନଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳି । ସେ ସବୁବେଳେ ଲୋକଙ୍କ ପାଇଁ ସମର୍ପିତ ରହିଥିଲେ। ସେ ଡାକ୍ତର ଭାବରେ ମଧ୍ୟ ଲୋକଙ୍କ ସେବା କରିଛନ୍ତି । ଏମିତି କି ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ବିଶେଷ ଭାବରେ ଗମନାଗମନ ଓ କୃଷି କ୍ଷେତ୍ରରେ ଅନେକ କାମ କରିଛନ୍ତି ।.

ଦୁଇଟି କାରରୁ ୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝରରୁ ୧ କୁଇଣ୍ଟା ଗଞ୍ଜେଇ ଜବତ। ଦୁଇଟି କାରରେ ବୋଝେଇ ହୋଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ । ଗଞ୍ଜେଇ ବୋଝେଇ ୨ଟି କାର୍ ସହିତ ୬ ଜଣଙ୍କୁ ଅଟକ ରଖିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ପୋଲିସ । କୌଣସି ସୂତ୍ରରୁ ଖବର ପାଇ ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ମୁମ୍ବାଇ ପଟୁ କୋଲକାତା ଆଡ଼େ ଯାଉଥିବା ୨ଟି କାରକୁ ଅଟକାଇଥିଲା ପୋଲିସ। କାର୍ ଛାଡ଼ି ୬ ଜଣ ଲୋକ ଫେରାର୍ ହୋଇ ଯାଉଥିବା ବେଳେ, ସେମାନଙ୍କୁ କାବୁ କରିଥିଲା ପୋଲିସ । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ ଯାଞ୍ଚ ବେଳେ ପାଖାପାଖି ୧କ୍ଵିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଥିଲା । ଅଟକ ବ୍ୟକ୍ତିମାନେ କେନ୍ଦୁଝର ଓ ପଡ଼ୋଶୀ ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ।

ମାଛ ଚାଷକୁ ନେଇ ମାନସ ମଙ୍ଗରାଜଙ୍କ ପ୍ରଶ୍ନ : ଉତ୍ତର ରଖିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍

ନନ୍ଦିଘୋଷ ବ୍ୟୁରୋ: ନ୍ୟାସନାଲ ଫିସରିଜ୍ ଡଭଲପମେଣ୍ଟ ବୋର୍ଡ ୱେଲଫେୟାର ସ୍କିମରେ ଓଡ଼ିଶାରୁ ୧୧ ଲକ୍ଷ ୩୧ ହଜାର ୮୫୭ ଜଣ ମତ୍ସ୍ୟଜୀବୀ ପଂଜୀକୃତ ହୋଇଥିବା ରାଜ୍ୟ ସରକାର ଜଣାଇଛନ୍ତି। ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ  ଯୋଜନାରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟସଭାର ବିଜେଡି ସାଂସଦ ମାନସ ମଙ୍ଗରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ, ପ୍ରାଣୀ ସଂପଦ ଓ ଡାଏରି ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଏହି ଉତ୍ତର ରଖିଥିଲେ। ସାଂସଦ ମାନସ ମଙ୍ଗରାଜ ପଚାରିଥିଲେ, ଓଡ଼ିଶାରେ କେତେ ମତ୍ସ୍ୟଜୀବୀ ପଂଜୀକୃତ ହୋଇଛନ୍ତି। ବୀମା ଓ ଆର୍ଥିକ ସହାୟତା ସମେତ ଓଡି଼ଶାର ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ କେଉଁ ସବୁ ଯୋଜନା କରାଯାଇଛି। ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି।

ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଜୀବୀକା ପାଇଁ କଣ ସବୁ ଯୋଜନା କରାଯାଇଛି  ବୋଲି ପଚାରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କହିଛନ୍ତି, ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କ କଲ୍ୟାଣ ପାଇଁ କରାଯାାଇଛି ଡଭଲପମେଣ୍ଟ ଅଫ୍ ଇଣ୍ଟିଗ୍ରେଟେଡ୍ ମଡର୍ନ କୋଷ୍ଟାଲ ଫିସିଂ ଭିଲେଜ। ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କାର ବୀମା ଦିଆଯାଉଛି। ସ୍ଥାୟୀ ଭାବେ ସଂପୂର୍ଣ୍ଣ ଭିନ୍ନକ୍ଷମ ହେଲେ ବି ଏହି ବୀମା ରାଶି ମିଳିବ। ଆଂଶିକ ଭାବେ ସ୍ଥାୟୀ ଭିନ୍ନକ୍ଷମ ହେଲେ ଅଢ଼େଇ ଲକ୍ଷ ଟଙ୍କାର ବୀମା ମିଳିବ। ସେହିପରି ଫିସିଂ ବ୍ୟାନ ସମୟରେ ୧୮ରୁ ୬୦ ବର୍ଷର ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି।

ଓଡ଼ିଶାରେ ୧୧ ଲକ୍ଷ ୩୧ ହଜାର ୮୫୭ ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ କରାଯାଇଛି। ୮ଟି କୋଷ୍ଟାଲ ମତ୍ସ୍ୟଜୀବୀ ଗ୍ରାମ ପାଇଁ ୧୬ କୋଟି ଟଙ୍କା ମଂଜୁର କରାଯାଇଛି। ମାଛ ମାରିବା କଟକଣା ସମୟରେ  ସେହିପରି ୧୨ ହଜାର ହିତାଧିକାରୀଙ୍କୁ ବାର୍ଷିକ ୫ କୋଟି ୪୦ ଲକ୍ଷ ଟଙ୍କା ସହାୟତା ପ୍ରଦାନର ବ୍ୟବସ୍ଥା ଅଛି। ମହାନଦୀ ଅବବାହିକାରେ ମାଛ ଯେମିତି ଅଧିକ ମିଳିବେ, ସେଥିପାଇଁ ସାଢ଼େ ୯ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। NFDB ୩ଟି ମାଛ ଚାଷୀ ଉତ୍ପାଦକ ସଂଘ ପ୍ରତିଷ୍ଠା କରିଛି ବୋଲି ଉତ୍ତର ରଖିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ।

ଶିକ୍ଷାକୁ ନେଇ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ସ୍ତରରେ କେନ୍ଦ୍ର ସରକାରଙ୍କ ଚାଲିଛି ସମଗ୍ର ଶିକ୍ଷା ଯୋଜନା। ଏହି ଯୋଜନାରେ ପ୍ରି ସ୍କୁଲଠାରୁ ଦ୍ଵାଦଶ ପର୍ଯ୍ୟନ୍ତ ଶିକ୍ଷାକୁ ସାମଗ୍ରିକ ଭାବେ ଦେଖାଯାଏ। ଶିକ୍ଷା ଅଧିକାର ଆଇନ ଅନୁସାରେ ଏହି ଯୋଜନା ଚାଲେ। ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ସମଗ୍ର ଶିକ୍ଷା ଯୋଜନା କରାଯାଇଛି ବୋଲି ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧରୀ। ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନର କେନ୍ଦ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ମାନସ ମଙ୍ଗରାଜଙ୍କ ପ୍ରଶ୍ନ ଥିଲା- ଓଡ଼ିଶାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଉତ୍ତମ ମାନର ଶିକ୍ଷା ପ୍ରଦାନ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି। ଗତ ୩ ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶାରେ କେତେ ନୂଆ ସ୍କୁଲ ନିର୍ମିତ ହୋଇଛି। ମହିଳାଙ୍କ କ୍ଷେତ୍ରରେ ସ୍ଵାକ୍ଷରତା ହାର ବୃଦ୍ଧି ପାଇଁ ଓ ସ୍କୁଲରେ ଅଧିକ ଝିଅ ଯେମିତି ନାମ ଲେଖାଇବେ, ସେଥିପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି।

ସେହିପରି ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଲୋକେ ଯେମିତି ପାଠ ପଢ଼ିବେ, ତା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧରୀ କହିଛନ୍ତି, ସମଗ୍ର ଶିକ୍ଷା ଅଧୀନରେ ଓଡ଼ିଶା ସମେତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ଏହି ସବୁ ସହାୟତା ପ୍ରଦାନ କରାଯାଉଛି। ଏଥିରେ ରହିଛି ପିଲାଙ୍କୁ ମାଗଣା ୟୁନିଫର୍ମ, ମାଗଣାରେ ବହି ପ୍ରଦାନ, ଆଦିବାସୀ ଭାଷାରେ ବହି ପ୍ରସ୍ତୁତି।  ନୂଆ ସ୍କୁଲ ମଧ୍ୟ ନିର୍ମାଣ କରାଯାଉଛି। DIET, BRC, CRC, ICT ଜରିଆରେ ଶିକ୍ଷକଙ୍କୁ ଟ୍ରେନିଂ ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ସମଗ୍ର ଶିକ୍ଷା ଯୋଜନାରେ ୩ ବର୍ଷରେ ୧୬ଟି ନୂଆ ମାଧ୍ୟମିକ ସ୍କୁଲ ନିର୍ମିତ ହୋଇଛି। ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମିତ ହୋଇଛି ୩ ବର୍ଷରେ। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ତରଫରୁ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯାଇଛି।

୩ ବର୍ଷରେ ୨ଟି ଏପରି ସ୍କୁଲ ସଂପୂର୍ଣ୍ଣ ହୋଇଛି। ୨୦୨୪ରେ ଆହୁରି ୯ଟି ଏପରି ସ୍କୁଲ ସଂପୂର୍ଣ୍ଣ ହୋଇଛି। ମହିଳା ସ୍ଵାକ୍ଷରତା ହାର ବୃଦ୍ଧି ପାଇଁ ମାଧ୍ୟମିକ ସ୍କୁଲ ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା, ୩୪୨ଟି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏଠାରେ ଛାତ୍ରୀମାନେ ମାଗଣାରେ ରହି ପାଠ ପଢିବେ। ମାଗଣାରେ ୟୁନିଫର୍ମ ପ୍ରଦାନ କରାଯାଉଛି। ଷଷ୍ଠରୁ ଦଶମ ଯାଏ ସବୁ ସରକାରୀ ସ୍କୁଲରେ ଲିଙ୍ଗ ଭେଦ ଦୂର ପାଇଁ ବର୍ଣ୍ଣାଳି କାର୍ଯ୍ୟକ୍ରମ ଚାଲିଛି। ଝିଅମାନଙ୍କୁ ପ୍ରଦାନ କରାଯାଉଛି ସେଲଫ୍ ଡିଫେନସ ଟ୍ରେନିଂ। ଖୁସି ଯୋଜନାରେ ମାଗଣାରେ ସାନିଟାରି ନାପକିନ୍ ବି ପ୍ରଦାନ କରାଯାଉଛି। ଆଦିବାସୀ ପିଲାଙ୍କୁ ସେମାନଙ୍କ ଭାଷାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା। ସେଥିପାଇଁ ୩୨୦୦ ଶିକ୍ଷକ ନିଯୁକ୍ତି କରାଯାଇଛି। ୨୧ ଆଦିବାସୀ ଭାଷାରେ ପୁସ୍ତକ ପ୍ରସ୍ତୁତ କରାଯାଇଛି। ମଲଟି ଲିଙ୍ଗୁଆଲ୍ ଏଜୁକେସନର ବ୍ୟବସ୍ଥା ମଧ୍ୟ କରାଯାଉଛି।

କଂଗ୍ରେସର ବିଧାନସଭା ଘେରାଉ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା କାଲି ବିଧାନଭସା ଘେରିବ କଂଗ୍ରେସ । ଏନେଇ ବିଧାନସଭା ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି ପୋଲିସ । ଅପ୍ରିତିକର ପରିସ୍ଥିତି ଏଡାଇବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚାରିପଟେ ଛାଉଣି ହୋଇଛନ୍ତି ପୋଲିସ କର୍ମଚାରୀ । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଯେଉଁ ଆନ୍ଦୋଳନ ଜାରି ରଖିଛି ତାକୁ ପ୍ରତିହତ କରିବାକୁ ବିଜେପି ଯେଉଁ ଉଦ୍ୟମ କରିଛି ଆସନ୍ତାକାଲି ଲୋକେ ଏହାର ଜବାବ ଦେବେ ବୋଲି ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ କହିଥିଲେ । ଆସନ୍ତାକାଲି ରାଜ୍ୟରୁ ହଜାର ହଜାର ଲୋକେ ବିଧାନସଭା ଘେରାଉ କରିବେ ବୋଲି କହିଛି କଂଗ୍ରେସ । ରାମମନ୍ଦିର ନିକଟରୁ କଂଗ୍ରେସର ଏହି ଶୋଭାଯାତ୍ରା ବାହାରିବା ସହ ବିଧାନସଭା ଆଡ଼କୁ ଆସିବେ । ଆଗରେ ମହିଳାମାନେ ରହିବା ସହ କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୩୦ ହଜାର ଲୋକେ ଏହି ବିଧାନସଭା ଘେରାଉରେ ସାମିଲ ହେବେ ବୋଲି ଆଶା କରାଯାଉଥିଲେ ମଧ୍ୟ ବିଜେପିର ଆକ୍ରୋଶମୂଳକ ପଦକ୍ଷେପ ପରେ ସଂଖ୍ୟା ୫୦ ହଜାର ଟପିବ ବୋଲି କୁହାଯାଇଛି । ବିଧାନସଭାରେ ଯେଭଳି ଦୃଷ୍ଟାନ୍ତ ସୃଷ୍ଟି ହେଲା ତାହା କେବେ ହୋଇ ନ ଥିଲା ।