ଭୁବନେଶ୍ବର: ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି। ଭୁବନେଶ୍ବର ସ୍ବାଧିନତା ସଂଗ୍ରାମୀ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିଛନ୍ତି। ଦିଲ୍ଲୀରେ ୮୩ ବର୍ଷ ବୟସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଥିଲା
ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କ ବିୟୋଗ: ପାଣ୍ଡେଙ୍କ ସାକ୍ଷ୍ୟ ଦ୍ବାରା ପଦ ହରାଇଥିଲେ ଇନ୍ଦିରା ଗାନ୍ଧୀ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସାକ୍ଷ୍ୟ ଦେଇ ଏକଦା ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ପୂର୍ବତନ ଆଇନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କ ପରଲୋକ ଘଟିଛି । ଶ୍ରୀ ପାଣ୍ଡେ ରାୟବରେଲିର ସରେନୀ ଥାନା ଅଞ୍ଚଳର ଶିବପୁର ଗ୍ରାମର ବାସିନ୍ଦା ଥିଲେ । ଆଜି ସକାଳୁ ତାଙ୍କର ପରଲୋକ ଘଟିଥିଲା । ଇନ୍ଦିରାଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିବା ଭାଜପାର ବରିଷ୍ଠ ନେତା ପାଣ୍ଡେଙ୍କ ଧମର୍ପତ୍ନୀ ଗୋଟିଏ ଦିନ ପୂର୍ବରୁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।
୧୯୭୧ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ନିର୍ବାଚନରେ ଭ୍ରଷ୍ଟାଚାର ନେଇ ଅଭିଯୋଗ ଆସିଥିଲା । ନିଜେ ଇନ୍ଦିରା ରାୟବରେଲିରୁ ଜିତିଥିଲେ ଓ ତାଙ୍କ ବିପକ୍ଷରେ ଲଢ଼ୁଥିବା ରାଜନାରାୟଣ ଇନ୍ଦିରାଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ଏହି ମାମଲାର ଶୁଣାଣି ତତ୍କାଳୀନ ଜଜ ଜଗେମାହନ ଲାଲ ସିହ୍ନା କରୁଥିଲେ । ସେହି ସମୟରେ ଲାଲଗଞ୍ଜରେ ସଂଘର କାର୍ଯ୍ୟକର୍ତ୍ତା ଥିବା ପାଣ୍ଡେ ଇନ୍ଦିରାଙ୍କ ବିରୋଧରେ ମୁଖ୍ୟ ସାକ୍ଷୀ ଥିଲେ । ପାଣ୍ଡୋଙ୍କୁ ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଅଟଳ ଥିଲେ । ସେ ଇନ୍ଦିରାଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେବା ପରେ ଜଜ ସିହ୍ନା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ନିର୍ବାଚନକୁ ଅବୈଧ ଘୋଷିତ କରିଦେଇଥିଲେ ।
କଟକ ମହାନଦୀ ପଠାରେ ବାଲିଯାତ୍ରାର ଭ୍ରମ: ଉଦଘାଟିତ ହେଲା ୨୧ତମ ବୈଶାଖୀ ବାଣିଜ୍ୟ ମେଳା
କଟକ: କଟକ ମହାନଦୀ ପଠାରେ ବାଲିଯାତ୍ରାର ଭ୍ରମ । ଆୟୋଜିତ ହୋଇଛି ଚଳିତ ବର୍ଷର ପ୍ରଥମ ମେଳା । ଉଦଘାଟିତ ହେଲା ୨୧ ତମ ବୈଶାଖୀ ବାଣିଜ୍ୟ ମେଳା । ପ୍ରତିବର୍ଷ ପିଲାଙ୍କ ବାର୍ଷିକ ପରୀକ୍ଷା ପରେ ପରେ ଲାଗୁଥିବା ଏହି ମେଳାରେ ଏଥର ୧୦ ଟି ବିଦେଶୀ ରାଷ୍ଟ୍ରର ବ୍ୟବସାୟୀ ସାମିଲ ହୋଇଛନ୍ତି । ସେମାନଙ୍କ ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ଏସି ଷ୍ଟଲ କରାଯାଇଛି । ଏହାଛଡା ଆମ ଦେଶର ୨୨ଟି ରାଜ୍ୟର ବ୍ୟବସାୟୀ ସେମାନଙ୍କ ସାମଗ୍ରୀ ବିକ୍ରିର କରୁଛନ୍ତି । ଏଥିପାଇଁ ଚଳିତବର୍ଷ ୬୮୫ଟି ଷ୍ଟଲ ଖୋଲାଯାଇଥିବାବେଳେ ଏହା ୧୧ ଦିନ ଧରି ଚାଲିବ ।
କେବଳ କିଣାବିକା ନୁହେଁ ବରଂ ସନ୍ଧ୍ୟାରେ ମେଳାକୁ ଆସୁଥିବା ଦର୍ଶକଙ୍କ ପାଇଁ ସୁସ୍ବାଦୁ ଖାଦ୍ୟର ଷ୍ଟଲ ସବୁ ଲାଗିଛି । ଏହାସହ ଛୋଟ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ଓ ଖେଳକୁଦ ପାଇଁ ବ୍ୟବସ୍ଥା କରାଯାଇଛି । ଖରା ହେଉଥିବାରୁ ଅପରାହ୍ନ ୫ ରୁ ରାତି ୧୧ଟା ପର୍ଯ୍ୟନ୍ତ ଲୋକମାନେ ମେଳାକୁ ଆସି ଉପଭୋଗ କରିପାରିବେ ବୋଲି ଆୟୋଜକମାନେ ଆଶା ରଖିଛନ୍ତି । ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଅଂଚଳର ଜଣାଶୁଣା କଳାକାରଙ୍କ ଦ୍ବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

