spot_img
Home Blog Page 909

ଧୋନୀଙ୍କୁ ସମାଲୋଚନା କଲେ କି ବିରେନ୍ଦ୍ର ସେହଓ୍ବାଗ? ଫ୍ୟାନ୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ବାଙ୍ଗାଲୋର ୫୦ ରନରେ ବିଜୟ ହାସଲ କରିଛି । ତେବେ ଧୋନୀ ୯ ନମ୍ବରରେ ବ୍ୟାଟିଂ ଆସିଥିଲେ । ସେ ୩୦ ରନର ନଟଆଉଟ୍ ପାଳି ଖେଳିଥିଲେ । ଯାହାକି ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଥିଲା । ମାତ୍ର ସେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଯାହାକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଦଳର ଧୂଆଁଧାର ଓପନର ବିରେନ୍ଦ୍ର ସେହଓ୍ବାଗ । ତେବେ କ୍ରିକବଜର ଏକ ଶୋ’ରେ ବିରେନ୍ଦ୍ର ସେହଓ୍ବାଗ ଧୋନୀଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ କହିଥିଲେ କି, ଆଜି ଧୋନୀ ବହୁତ ଶୀଘ୍ର ଆସିଛନ୍ତି । ସେ ୧୯ କିମ୍ବା ୨୦ ଓଭରରେ ଆସିବା କଥା । ଆସି ସେ ଜଲଦି ୧୬ତମ ଓଭରରେ ବ୍ୟାଟିଂ ପାଇଁ ଆସିଛନ୍ତି । ବୋଧହୁଏ ତାଙ୍କ ବ୍ୟାଟ୍ସମ୍ୟାନ ମାନେ ଶୀଘ୍ର ଆଉଟ୍ ହୋଇଗଲେ । ତେବେ ଅଶ୍ବିନୀଙ୍କ ପରେ ମଧ୍ୟ ଧୋନୀ ବ୍ୟାଟିଂ ଆସିଥିଲେ ।

୧୯୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଅଶ୍ବିନୀ ଯେତେବେଳେ ଆସିଥିଲେ ସେତେବେଳେ ପ୍ରତି ଓଭରରେ ୧୬ ରନର ଆବଶ୍ୟକ ରହିଥିଲା । ତେବେ ଧୋନୀ ଆଗୁଆ ଆସିଥିଲେ ବୋଧେ ଦଳ ପାଇଁ ଫାଇଦା ହୋଇଥାନ୍ତା ବୋଲି ସମସ୍ତେ ଯୁକ୍ତି ବାଢ଼ିଛନ୍ତି । ତେବେ ସେହଓ୍ବାଗ ମଜାରେ ଏଭଳି ଏକ ଉତ୍ତର ଧୋନୀଙ୍କୁ ନେଇ ଦେଇଥିବାବେଳେ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଧୋନୀଙ୍କ ପ୍ରଶଂସକମାନେ ସେହଓ୍ବାଗଙ୍କୁ ମଧ୍ୟ ଗାଳି ଦେଉଥିବା ସହ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଇରଫାନ ପଠାନ ଏକ ଟ୍ବିଟ କରି ଲେଖିଛନ୍ତି କି ଧୋନୀ ୯ ନମ୍ବରରେ ବ୍ୟାଟିଂ କରିବାକୁ ମୁଁ କେବେ ସମର୍ଥନ କରିବି ନାହିଁ ।

ଆଜି ନୂଆ ଅଧିନାୟକଙ୍କ ସହ ମଇଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଗୁଜୁରାଟ ଜାଏଣ୍ଟ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ମୁମ୍ବାଇ । ପ୍ରଥମ ମ୍ୟାଚରେ ପରାଜୟ ହୋଇଥିବାବେଳେ ଆଜିର ମ୍ୟାଚରେ ବିଜୟ ସହ କମବ୍ୟାକ କରିବା ପାଇଁ ଚାହିଁବ ୫ ଥର ଚାମ୍ପିୟନ ହୋଇଥିବା ଟିମ । ତେବେ ଆଜିର ମ୍ୟାଚରେ ଦଳ ଆଉ ଜଣେ ନୂଆ ଅଧିନାୟକଙ୍କୁ ଦେଖିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ମୁମ୍ବାଇ । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରହିଥିଲେ । ଦଳ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଥିଲା । ତେବେ ଆଜିର ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା ।

ଗତ ସିଜିନରେ ଧିମା ବୋଲିଂ ପାଇଁ ପାଣ୍ଡ୍ୟା ଦଣ୍ଡିତ ହୋଇଛନ୍ତି । ତିନୋଟି ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଅଧିନାୟକ ଗୋଟିଏ ମ୍ୟାଚରେ ବସିବେ । ଯେଉଁ କାରଣରୁ ଚଳିତ ବର୍ଷର ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ନଜର ଆସିନଥିଲେ । ତେବେ ଆଜିର ମ୍ୟାଚରେ ପାଣ୍ଡ୍ୟା ମଇଦାନକୁ ଓହ୍ଲାଉଥିବାବେଳେ ଦଳ ବଡ଼ ବିଜୟର ଆଶା ରଖି କମବ୍ୟାକ କରିବା ପାଇଁ ଚାହିଁବ । ତେବେ ଦଳର ପ୍ରଦର୍ଶନ କିଭଳି ହେଉଛି ତାହା ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି । ଗତବର୍ଷ ପାଣ୍ଡ୍ୟା ମୁମ୍ବାଇର ଅଧିନାୟକ ପଦ ସମ୍ଭାଳିଥିବାବେଳେ ଦଳ ପ୍ଲେଅଫରେ ପହଞ୍ଚି ପାରିନଥିଲା । କିନ୍ତୁ ଚଳିତ ବର୍ଷ ଦଳ ଯୁବ ପ୍ରତିଭାଙ୍କ ସହ ମଇଦାନକୁ ଓହ୍ଲାଉଥିବାବେଳେ ଉଚ୍ଚକୋଟିର ପ୍ରଦର୍ଶନ କରିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ସୁରକ୍ଷା କର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାରେ ମାଓ ଏନକାଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ୧୬ ଜଣ ମାଓବାଦୀ ନିହତ। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ ଉପରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ମିଳିଥିଲା ସୂଚନା। ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ଆଜି ସକାଳୁ ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ଚାରି ଘଣ୍ଟା ଧରି ଗୁଳି ବିନିମୟ ପରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଂଗ ଦେଇଥିଲେ। ଅଧିକ ସଂଖ୍ୟକ ନକ୍ସଲଙ୍କ ଉପସ୍ଥିତି ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ। ବର୍ତ୍ତମାନ ସୁଦ୍ଧା ୧୬ ଜଣ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର । ଭୁବନେଶ୍ବର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍ । ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସଂପର୍କୀୟଙ୍କ ଘରେ ରେଡ୍ । ଚଢାଉରେ ୭ ଡିଏସପି, ୯ ଇନସ୍ପେକ୍ଟର, ୧୦ ଏଏସଆଇ ସାମିଲ ହୋଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭିଜିଲାନ୍ସର ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

ପିପିଲି ଭବାନୀପୁରରେ ଭୟାବହ ଅଗ୍ନିକାଣ୍ଡ : ୧୫ ବାଇକ ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ

ନନ୍ଦିଘୋଷ ବ୍ୟୁରୋ: ପିପିଲି ପୌରାଞ୍ଚଳ ଭବାନୀପୁରରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ବିଳମ୍ବିତ ରାତିରେ ଲାଗିଲା ନିଆଁ।ଜଳିପୋଡ଼ି ପାଉଁଶ ହେଲା ୧୫ଟି ବାଇକ୍ ସହିତ ଲକ୍ଷାଧିକ ଟଙ୍କାର ବ୍ୟବସାୟିକ ସାମଗ୍ରୀ।୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୨ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ଅଗ୍ନିକାଣ୍ଡର ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଅଞ୍ଚଳ।କବାଟ, ଝରକା ଭାଙ୍ଗି ଘର ଭିତରୁ ବାହାରିଲେ ଲୋକେ।ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ ପିପିଲି, ନିମାପଡ଼ା ଓ ସତ୍ୟବାଦୀର ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।ବିସ୍ଫୋରଣରେ ଛାତରୁ ସିମେଣ୍ଟ ଖସିବା ସହିତ ଭାଙ୍ଗିଯାଇଥିଲା ଘରର କାନ୍ଥ।ଅଗ୍ନିକାଣ୍ଡ ଘଟଥିବା ଘରେ ବାହାର ରାଜ୍ୟର ୨୦ରୁ ଅଧିକ ବ୍ୟବସାୟୀ ରହି  ଗାଁକୁ ଗାଁ ବୁଲି ବ୍ୟବସାୟ କରୁଥିବାବେଳେ ବିଳମ୍ବିତ ରାତିରେ ଲାଗିଥିଲା ନିଆଁ ।

ସ୍ତ୍ରୀକୁ ମାରି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ଆସିଲା ଅଭାବନୀୟ ଘଟଣା । ପୁରୀ ତାଳବଣିଆ ଥାନା ସିଦ୍ଧମହାବୀର ଚମାର ସାହିରେ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ତ୍ରୀକୁ ହତ୍ୟା ପରେ ତାଳବଣିଆ ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତାଳବଣିଆ ଥାନା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରଛି।

ପୁରୁଷୋତ୍ତମପୁର ଥାନା ସିକୁଳା ଗାଁରେ ଯୁବକକୁ ସଂଘବଦ୍ଧ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ପୁରୁଷୋତ୍ତମପୁର ଥାନା ସିକୁଳା ଗାଁରେ ଯୁବକକୁ ସଂଘବଦ୍ଧ ହତ୍ୟା। ମୃତ ଯୁବକ ଜଣକ ହେଲେ ସିକୁଳା ଗାଁର ସୁମନ୍ତ ମହାପାତ୍ର । ଗତକାଲି ବିଳମ୍ବିତ ରାତିରେ ସୁମନ୍ତକୁ ଦୁବୃର୍ତ୍ତ ମାନେ ସଂଘବଦ୍ଧ ଭାବେ ସମା ଗାଁରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ସୁମନ୍ତଙ୍କୁ ଆକ୍ରମଣ ହୋଇଛି। ପୁରୁଷୋତ୍ତମପୁର ଥାନା ପୋଲିସ ତନାଘନା ଜାରି ରଖିଛି।

ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ମିଆଁମାର ଓ ଥାଇଲାଣ୍ଡ, ବଢୁଛି ମୃତ୍ୟୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା। ପ୍ରକୃତିର ପ୍ରଳୟରେ ଗଲାଣି ୧୫୦ରୁ ଅଧିକ ଜଣଙ୍କ ଜୀବନ। ୮୦୦ରୁ ଅଧିକ ଆହତ ହୋଇଛନ୍ତି। ଏବେବି ଅନେକ ଲୋକ ନିଖୋଜ ରହିଛନ୍ତି । ଭୂକମ୍ପର ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ନାପିଡାରେ ବିପୁଳ କ୍ଷୟକ୍ଷତି ହୋଇଛି। ମିଆଁମାରରେ ମଣ୍ଡଳାୟ ବିଶ୍ଵବିଦ୍ୟାଳୟରେ ବି ନିଆଁ ଲାଗିଯାଇଥିଲା । ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି । ଏକ ମସଜିଦ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ସ୍ଥାନରେ ଜଳ ପ୍ଲାବନ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଭୂକମ୍ପ ପରେ ବହୁତଳ ପ୍ରାସାଦଗୁଡିକ ଦୋହଲିଥିବା ଜଣାଯାଇଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ।

ଭୂକମ୍ପର ଗଭୀରତା ୧୦ କିଲୋମିଟରରେ ଥିଲା ବୋଲି ପ୍ରକାଶ କରିଛି ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି। ସେପଟେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ବ୍ୟାଙ୍କକରେ ଏକ ନିର୍ମାଣାଧୀନ ବିଶାଳ କୋଠା ଭୁଶୁଡ଼ି ପଡ଼ିଥିଲା । ଭୂକମ୍ପ ପରେ ଜରୁରୀ ବୈଠକ ଡାକିଥିଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେତୋଙ୍ଗତାର୍ଣ୍ଣ ସିନାବାତ୍ରା। ବିଭିନ୍ନ ସ୍ଥାନରେ ବିଭିନ୍ନ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ୟାଙ୍କକରେ ୯୦ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଥିବାବେଳେ ବ୍ୟାଙ୍କକରେ ମେଟ୍ରୋ ସେବା ବାତିଲ ହୋଇଛି। ୪୦ରୁ ଅଧିକ ଶ୍ରମିକ ନିଖୋଜ ଥିବାବେଳେ ବହୁ ନିର୍ମାଣାଧୀନ କୋଠାରେ ଫସିଛନ୍ତି ଶ୍ରମିକ। ଚୀନର ଦକ୍ଷିଣ ପଶ୍ଚିମ ଅନ୍ତର୍ଗତ ୟୁନାନ ପ୍ରଜାତନ୍ତ୍ର ବି କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଯୋଗୁ ଏହି ସବୁ ଦେଶରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି।

ଭୂକମ୍ପର ପ୍ରଭାବ ମେଘାଳୟ ସମେତ ଉତ୍ତରପୂର୍ବାଞ୍ଚଳ ଭାରତରେ ପଡିଛି। ବାଂଲାଦେଶରେ ବି ପଡିଛି ଏହାର ପ୍ରଭାବ। ସହାୟତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଭାରତୀୟଙ୍କ ଲାଗି ହେଲପଲାଇନ ଜାରି କରାଯାଇଛି। ଶୁକ୍ରବାର ମିଆଁମାରରେ ଲଗାତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଏବଂ ୬.୪ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ମନିୱା ସହରରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ କେନ୍ଦ୍ରୀୟ ମିଆଁମାରରେ ଥିବା ରିପୋର୍ଟ କରାଯାଇଛି।

ଜାଣନ୍ତୁ ଆଡଭାନ୍ସ ଟିକେଟ୍ ବୁକିଂରେ କେତେ ଟଙ୍କା ରୋଜଗାର କଲାଣି ’ସିକନ୍ଦର’

ନନ୍ଦିଘୋଷ ବ୍ୟୁରୋ : ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ’ସିକନ୍ଦର’ । ଯାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଲାଗି ରହିଥିବାବେଳେ ଏହି ଫିଲ୍ମ ରେକର୍ଡ ତୋଡ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଟ୍ରେଲର ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଥିବାବେଳେ ଏବେ ଆଡଭାନ୍ସ ଟିକେଟ୍ ବୁକିଂରେ ଆଉ ଏକ ରେକର୍ଡ ସ୍ଥାପନ କରିଛି । ତେବେ ଆଡଭାନ୍ସ ଟିକେଟ୍ ବୁକିଂରେ ଏହା ୧୦.୭୫ କୋଟି ଟଙ୍କା ଆୟ କରିଛି । ଯାହାକି ’କିସିକା ଭାଇ କିସିକା ଜାନ’ର ରେଗର୍ଡ ଭାଙ୍ଗିଛି । କୁହାଯାଉଛି କି, ଏହା ବ୍ଲକବ୍ଲାଷ୍ଟର ହେବା ସହ ଭଲ ବ୍ୟବସାୟ କରିବ । ୪୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏଣୁ ବଡ଼ ବ୍ୟବସାୟ ଆଶା ରଖାଯାଇଛି । ଆସନ୍ତାକାଲି ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।

କିଛି ଦିନର ବିରତି ପରେ ପୁଣି ତାଉ କଲାଣି ଖରା

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ଗରମରେ ଆଉଟୁ ପାଉଟୁ ହେଲାଣି ଓଡ଼ିଶା। କିଛି ଦିନର ବିରତି ପରେ ପୁଣି ତାଉ ଦେଖାଇଲାଣି ଖରା। ଆଜି ଦୁଇଟି ଜିଲ୍ଲାରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖ ପାଇଁ ବରଗଡ଼, ସୁନ୍ଦରଗଡ,  ଝାରସୁଗୁଡ଼ା,  ସମ୍ବଲପୁର,  ବୌଦ୍ଧ,  ସୁବର୍ଣ୍ଣପୁର,  ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ । ଗତ ୨୪ ଘଣ୍ଟାରେ ୪୩ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ରାଜ୍ୟର ସର୍ବୋଚ୍ଚ ଉତପ୍ତ ସହର ରହିଥିବା ବେଳେ ସମ୍ବଲପୁର ୪୧.୬ ଡ଼ିଗ୍ରୀ ତାପମାତ୍ରା ସହ ଦ୍ବିତୀୟ ସ୍ଥାନରେ ରହିଥିଲା।  ୪୦.୨ ଡିଗ୍ରୀ ସହ ଭୁବନେଶ୍ବର ମଧ୍ୟ ଜଳିଥିଲା। ଏନେଇ ଦିନ ୧୧ଟା ପରେ ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।ସେପଟେ ପ୍ରତିଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ରହିଛି।