spot_img
Home Blog Page 885

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରାଗିଲେ ଆକାଶ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ!

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିଥିଲା । ଯେଉଁ ମ୍ୟାଚରେ ଲକ୍ଷ୍ନୌ ୧୨ ରନରେ ଜିତିଥିଲା । ତେବେ ମୁମ୍ବାଇ ଏହି ପରାଜୟ ସହ ଚଳିତ ବର୍ଷ ତୃତୀୟ ପରାଜୟର ସାମ୍ନା କରିଛି । ତେବେ ଏହି ମ୍ୟାଚଟି ପ୍ରଥମରୁ ମୁମ୍ବାଇ ସପକ୍ଷରେ ରହିଥିଲା । ମାତ୍ର ଶେଷ ଦୁଇ ଓଭରରେ ସାର୍ଦ୍ଧୁଲ ଠାକୁର ଏବଂ ଆଭେଶ ଖାନଙ୍କ ବୋଲିଂ ଆଗରେ ମୁମ୍ବାଇ ବ୍ୟାଟ୍ସମ୍ୟାନରେ ମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ମ୍ୟାଚରେ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ସେ ୫ ଓ୍ବିକେଟ ନେଇଥିଲା ।

ଭଲ ବୋଲିଂ କରିଥିଲେ ଏହାସହ ବ୍ୟାଟିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ଗୋଟିଏ ଭୁଲ ପାଇଁ ତାଙ୍କ ଉପରେ ରାଗି ଯାଇଥିଲେ ମାଲିକ ଆକାଶ ଅମ୍ବାନୀ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଶେଷ ଓଭରରେ ମୁମ୍ବାଇକୁ ଜିତିବା ପାଇଁ ୨୨ ରନର ଆବଶ୍ୟକ ରହିଥିଲା । ଆଭେଶ ଖାନଙ୍କ ପ୍ରଥମ ବଲକୁ ପାଣ୍ଡ୍ୟା ୬ ମାରିଥିଲେ । ଏହାପରେ ଦ୍ବିତୀୟ ବଲରେ ୨ ରନ ସଂଗ୍ରହ କରିଥିଲେ । ମାତ୍ର ତୃତୀୟ ବଲରେ ଏକ ରନ ନେବାର ସୁଯୋଗ ଥିଲା । ମାତ୍ର ନନଷ୍ଟ୍ରାଇକ୍ ଏଣ୍ଡରେ ଥିବା ମିଚେଲ ସାଣ୍ଟନରଙ୍କୁ ମନା କରି ଦେଇଥିଲେ ପାଣ୍ଡ୍ୟା ।

ତେବେ ୩ ବଲରେ ୧୪ ରନ ରହିଥିଲା । ଚତୁର୍ଥ ବଲରେ ଆଭେଶ ଖାନ ଏକ ସୁନ୍ଦର ୟର୍କର ମାରିଥିଲେ । ଯାହାକି ପାଣ୍ଡ୍ୟାଙ୍କ ବ୍ୟାଟରେ ବାଜି ନଥିଲା । ଏହାପରେ ୨ ବଲରେ ୧୪ ରନ ରହିଥିଲା । ଯାହାକି ଜିତିବା ଅସମ୍ଭବ । ତଥାପି ଶେଷ ୨ ବଲରୁ ପାଣ୍ଡ୍ୟା ମାତ୍ର ୧ ରନ କରିଥିଲେ । ତେବେ ସାଣ୍ଟନର ବଡ଼ ସଟ ଖେଳିପାରିଥାନ୍ତେ । ଯଦି ସେ ୩ଟି ବଲ ଖେଳିଥାନ୍ତେ । ମାତ୍ର ଅଧାରୁ ଫେରାଇ ଦେଇଥିବାବେଳେ ଏହାକୁ ଦେଖି ଆକାଶ ରାଗି ଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

କଟକର ବିଭିନ୍ନ ପୂଜା ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ: କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଆଜି ବାସନ୍ତିକ ଦୁର୍ଗା ପୂଜାର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ସକାଳ ୯ଟାରୁ ମହାଷ୍ଟମୀ ଆରମ୍ଭ ହୋଇଥିବା ବେଳେ ପରେ ଅଶୋକାଷ୍ଟମୀ ବ୍ରତ ପୂଜା ଅନୁଷ୍ଠିତ ହେବ। ଅଷ୍ଟମୀ ପୂଜା ପାଇଁ ପୂଜା ମଣ୍ଡପରେ ମହିଳା ଭକ୍ତଙ୍କ ଭିଡ ଲାଗିଛି।ପରେ ମଧ୍ୟାହ୍ନ ଗୋଟାଏରେ ଚଣ୍ଡୀପାଠ, ମଧ୍ୟ ଆରତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ।ଚୈତ୍ର ମାସରେ ପାଳିତ ହେଉଥିବା ଏହି ଦୁର୍ଗା ପୂଜା ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହୋଇଥାଏ।

ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପୋଖରୀରେ ବୁଡି ୭ବର୍ଷ ନାବାଳକର ମୃତ୍ଯୁ। ଆରଡିପୀଠ ବାବା  ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ପାଢୀ।ପାଣିରେ ଖେଳୁଥିବା ସମୟରେ ବୁଡି ଯାଇଥିଲେ ଓମପ୍ରକାଶ। ବହୁ ଖୋଜା ଖୋଜି କରିବା ପରେ ପରିବାର ଲୋକେ ପାଣି ଭିତରୁ ଓମପ୍ରକାଶକୁ ଉଦ୍ଧାର କରି ପ୍ରଥମେ ଆରଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲୋ। ଓମପ୍ରକାଶ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

’ଓ୍ବାର ୨’କୁ ଟକ୍କର ଦେବ ’କୁଲି’, ହ୍ରିତିକଙ୍କ ସହ ହେବ ରଜନୀକାନ୍ତଙ୍କ ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ଚଳିତ ସ୍ବାଧିନତା ଦିବସ ଅବସରରେ ରିଲିଜ ହେବାକୁ ଯାଉଛି ଦୁଇଟି ବଡ଼ ବଜେଟର ଫିଲ୍ମ । ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ କୁଲି ଅଗଷ୍ଟ ୧୪ ତାରିଖରେ ରିଲିଜ ହେବାକୁ ଘୋଷଣା କରାଯାଇଛି । ତେବେ ଏହା ପୂର୍ବରୁ ୟଶ ରାଜ ମୁଭିଜ ଦ୍ବାରା ନିର୍ମିତ ହ୍ରିତିକ୍ ଏବଂ ଜୁନିୟର ଏନଟିଆରଙ୍କ ଅଭିନୀତ ଫିଲ୍ମ ’ଓ୍ବାର-୨’ ରିଲିଜ ହେବା ନେଇ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇ ସାରିଛି । ତେବେ ଗୋଟିଏ ଦିନରେ ୨ଟି ବଡ଼ ଫିଲ୍ମ ରିଲିଜ ହେବାକୁ ଥିବାବେଳେ କଡା ଟକ୍କର ହେବ ବୋଲି କୁହାଯାଇଛି । ତେବେ ଦକ୍ଷିଣରେ ରଜନୀଙ୍କ କ୍ରେଜ୍ ଅଧିକ ରହିଥିବାବେଳେ ଓ୍ବାର ୨ରେ ଜୁନିୟର ଏନଟିଆର ମଧ୍ୟ ଅଭିନୟ କରିଥିବାରୁ ଏହି ଫିଲ୍ମ ଦକ୍ଷିଣ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିବ ବୋଲି ଆଶା ରଖାଯାଇଛି ।

ସେପଟେ କୁଲିରେ ଏକ ନଜର ଆସିବେ ଅମୀର ଖାନ । ସେ ଏକ ଗେଷ୍ଟ ଆପିଡିଆନ୍ସ ଭାବେ ନଜର ଆସୁଥିବା ଶୁଣିବାକୁ ମିଳୁଛି । ତେବେ ଦୀର୍ଘଦିନ ଧରି ବଡ଼ ପରଦାରେ ନଜର ଆସି ନଥିବା ଅମୀର ଖାନ ପୁଣିଥରେ ନିଜର ଅଭିନୟର ଜଲଓ୍ବା ଦେଖାଉଥିବାବେଳେ ଉତ୍ତର ଭାରତରେ ମଧ୍ୟ କୁଲିର କ୍ରେଜ୍ ଦେଖିବାକୁ ମିଳିବ । ତେବେ ଉଭୟ ଫିଲ୍ମ ଦମଦାର ସାଙ୍ଗକୁ ହାଇ ବଜେଟରେ ନିର୍ମାଣ ହେଉଛି । ଏଣୁ ଦର୍ଶକେ କେଉଁ ଫିଲ୍ମକୁ ଅଧିକ ଭଲ ପାଇବା ଦେଉଛନ୍ତି ତାହା ସମୟ କହିବ ।

ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ : ଚାପି ହୋଇଗଲେ ଡ୍ରାଇଭର

ନନ୍ଦିଘୋଷ ବ୍ୟୁରୋ: ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଫଳରେ ୨ରୁ ଅଧିକ ଘଣ୍ଟା ଟ୍ରକ ଭିତରେ ଚାପି ହୋଇ ରହିଲେ ଚାଳକ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦରଖୋଳା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା କଡରେ ଛିଡା ହୋଇଥବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ।  ଖବର ପାଇ ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମବାହିନୀ ପହଞ୍ଚି କଟର ସାହାର୍ଯ୍ୟରେ ଗାଡିଟିକୁ କାଟି ଚାଳକଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ  ଓ ଡାକ୍ତରଙ୍କ ଦାୟିତ୍ବହୀନତା ବା ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ଚାଳକଙ୍କ ଜୀବନ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ମୁସିଦାବାଦର ଲୁଲୁସ ଅଲ୍ଲୀ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ମୃତକ ଏବଂ ଗୁରୁତରଙ୍କ ପରିବାରକୁ ନ୍ୟାୟ ଦାବିରେ ୮ ଘଣ୍ଟା ରାସ୍ତାରୋକ

ନନ୍ଦିଘୋଷ ବ୍ୟୁରୋ: ପୁଅକୁ ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ।ଦୀର୍ଘ ୮ ଘଣ୍ଟା ଧରି ଅବରୋଧ କଲେ ରାସ୍ତା। କଳାହାଣ୍ଡି ଥୁଆମୂଳ ରାମପୁର ଅଂଚଳର ଏ ଘଟଣା। ବାଇକ୍ ଦୁର୍ଘଟଣାରେ ମୃତକ ଏବଂ ଗୁରୁତର ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଗତକାଲି ଦିନ ଗୋଟାଏରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥଲେ ଲୋକେ। ଫଳରେ ଥୁଆମୂଳ ରାମପୁର, ଭବାନୀପାଟଣା , କଲମପୁର, କାଶୀପୁରକୁ ଗାଡିମଟର ଯାତାୟାତ ଠପ୍ ହୋଇଯାଇଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଦାବିରିଗୁଡା ଗାଁର ମଣ୍ଟୁ ନାଏକ ଏବଂ ଉମାଶଙ୍କର ନାଏକ ଓ ଡୁମେରପଦର ଗାଁର ଫିରୋଜ ନାଏକ ଏବଂ ଦୀପେନ୍ଦ୍ର ନାଏକ ଦୁଇ ବାଇକରେ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ଡୁମେରପଦର ଗାଁର ଫିରୋଜ ଡାକ୍ତରଖାନାରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ଆହତ ହୋଇଥିଲେ। ମୃତକ ଏବଂ ଆହତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି କରି ରାସ୍ତାରୋକ କରିଥିଲେ। ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବାକୁ ଆସିଥିବାବେଳେ ଘଟଣା ଉଗ୍ରରୂପ ନେଇଥିଲା। ଲୋକେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ l ଫଳରେ ଜଣେ ଏସଆଇ ଏବଂ ଜଣେ କନେଷ୍ଟବଳ ଆହତ ହୋଇଥିଲେ ।

ଲୁଟ୍ କରିବାକୁ ଆସି ବୃଦ୍ଧାଙ୍କୁ ମାରିଦେଲେ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଟିଗିରିଆ ଗ୍ରାମରେ ଅଭାବନୀୟ ଘଟଣା ।  ଲୁଟ ବେଳେ ବିରୋଧ କରିବାରୁ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବୃଦ୍ଧା ଜଣଙ୍କ ହେଲେ କୌଶଲ୍ୟା ପତି । ଗତକାଲି ବିଳମ୍ବିତ ରାତିରେ ଲୁଟ ପାଇଁ ବୃଦ୍ଧାଙ୍କ ଘରେ ଦୁର୍ବୁତ୍ତମାନେ ପଶିଥିବା ବେଳେ ବୃଦ୍ଧା ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ବାଇକ

ନନ୍ଦିଘୋଷ ବ୍ୟୁରୋ: ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ବାଇକ। ବାଲେଶ୍ଵର ସୋର ଅଂଚଳରେ ଘଟିଛି ଏ ଲୁଟ।ଦୁଇ ବାଇକ ଆରୋହୀଙ୍କୁ ଭୁଜାଲିରେ ଆକ୍ରମଣ କରି ବାଇକ ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଲେଶ୍ୱରରୁ ଖରାସାହାପୁର ଆସୁଥିବା ବେଳେ ଶ୍ରୀଜଙ୍ଗ ନିକଟସ୍ଥ ଯୋଡିପୋଲ ନିକଟରେ ୩ ଜଣ ଦୁବୃତ୍ତ ଆକ୍ରମଣ କରିଥିଲେ। ବାଇକ ଓ 30 ହଜାର ଟଙ୍କା ଲୁଟି ନେଇଥିବା  ଜଣାପଡିଛି।

ଜାଣନ୍ତୁ ଷଷ୍ଠଦିନ ସୁଦ୍ଧା କେତେ ରୋଜଗାର କଲାଣି ’ସିକନ୍ଦର’ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତି ଫିଲ୍ମ ’ସିକନ୍ଦର’ ଭଲ ରୋଜଗାର କରିବ ବୋଲି ଆଶା ରଖିଥିଲେ ପ୍ରଶଂସକ । ଏହି ଫିଲ୍ମ ୧୦୦୦ କୋଟି କ୍ଲବରେ ସାମିଲ ହେବ ବୋଲି ମଧ୍ୟ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା । ମାତ୍ର ଏବେ ଏମିତି ସ୍ଥିତି ହୋଇଛି କି ଏହା ୫୦୦ କୋଟି ରୋଜଗାର କରିବ କି ନାହିଁ ଆଶା ପାଉନି । କାରଣ ଷଷ୍ଠ ଦିନ ସୁଦ୍ଧା ହୋଇଥିବା ରୋଜଗାର ସଲମାନ ଖାନଙ୍କ ପ୍ରଶଂସକଙ୍କୁ ବେଶ ନିରାଶ କରିଛି ।

ସିକନ୍ଦର ୪୦୦ କୋଟି ଟଙ୍କାର ବଜେଟ୍ । ଏଥିରେ ବହୁ ବଡ଼ ବଡ଼ କଳାକାରମାନେ ନଜର ଆସିଛନ୍ତି । ଷଷ୍ଠ ଦିନରେ ଫିଲ୍ମ ମାତ୍ର ୩.୭୫ କୋଟି ଟଙ୍କା ଆୟ କରିଛି । ଏଯାବତ ଭାରତରୁ ମାତ୍ର ୯୪ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ସମୁଦାୟ ରୋଜଗାର ୧୫୦ କୋଟି ହୋଇଛି । ଏଣୁ ଏହା ଫ୍ଲପ ହେବ ବୋଲି ଅନେକ ନିଜର ରିଭ୍ୟୁରେ କହୁଛନ୍ତି । ତେବେ ଫ୍ୟାନ୍ସମାନେ ମଧ୍ୟ ଅନୁରୋଧ କରିଛନ୍ତି କି, ଫିଲ୍ମ ସାଇନ୍ କରିବା ପୂର୍ବରୁ ସଲମାନ ଦେଖିକି କରନ୍ତୁ । ତେବେ ପୂର୍ବରୁ ସଲମାନ ଅନୁମାନ କରିଥିଲେ ଆଉ କହିଥିଲେ କି, ଏହି ଫିଲ୍ମ ଭଲ ରୋଜଗାର କରିବ  । ନିଶ୍ଚିତ ଭାବେ ୨୦୦ କୋଟି ପାର କରିବ ।

ଆଜି ହେବ ଅଭିନେତା ମନୋଜ କୁମାରଙ୍କ ଅନ୍ତିମ ସଂସ୍କାର

ନନ୍ଦିଘୋଷ ବ୍ୟୁରୋ: ଆଜି ହେବ ଭାରତ କୁମାରଙ୍କ ଅନ୍ତିମ ସଂସ୍କାର। ମୁମ୍ଵାଇ ଭିଲେ ପାର୍ଲେରେ ଥିବା ରାଜହଂସ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ଏହି ସୂଚନା ଦେଇଛନ୍ତି ତାଙ୍କର ପୁଅ। ଦିନ ୧୧ଟାରେ ଶେଷକୃତ୍ୟ କରାଯିବ। ୮୭ ବର୍ଷ ବୟସରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଗତକାଲି ଆଖି ବୁଜିିଥିଲେ ବର୍ଷିଆନ ଅଭିନେତା ମନୋଜ କୁମାର। ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ।ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ। ସହିଦ, ସୋର, ରୋଟି କପଡା ଔର ମକାନ, ପୂରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ।୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନିତ ହୋଇଥିଲେ ମନୋଜ କୁମାର। ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।