spot_img
Home Blog Page 873

ଋଣଗ୍ରସ୍ତ ପାକିସ୍ତାନକୁ ବିଦ୍ୟୁତ୍ ବିଲ୍ ପଠାଇଲା ପଡ଼ୋଶୀ ଦେଶ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନକୁ ଅପମାନିତ କରାଯିବା କୌଣସି ବଡ଼ କଥା ନୁହେଁ। ଏବେ ପାକିସ୍ତାନ ମଧ୍ୟ ଏଥିରେ ଅଭ୍ୟସ୍ତ ହୋଇଗଲାଣି। ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଲଜ୍ଜାର ସମ୍ମୁଖୀନ ହେଉଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅବସ୍ଥିତ ପାକିସ୍ତାନୀ ଦୂତାବାସ କିଛି ମାସ ଧରି ତାର ବିଦ୍ୟୁତ୍ ବିଲ୍ ପୈଠ କରିନାହିଁ, ଯାହା ପରେ ଆଫଗାନିସ୍ତାନ ବିଦ୍ୟୁତ୍ ବୋର୍ଡ କଡ଼ା ଚେତାବନୀ ଦେଇଛି। ପରିସ୍ଥିତି ଏପରି ହୋଇଛି ଯେ ଏବେ ପାକିସ୍ତାନ ତା’ର ଦୂତାବାସର ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବାକୁ ନେଇ ଚିନ୍ତିତ।ଆଫଗାନିସ୍ତାନର ବିଦ୍ୟୁତ୍ ବୋର୍ଡ କାବୁଲସ୍ଥିତ ପାକିସ୍ତାନ ଦୂତାବାସକୁ ୧୦ ଲକ୍ଷ ୩୩ ହଜାର ୫୩୦ ଆଫଗାନି ଟଙ୍କାର ବିଦ୍ୟୁତ୍ ବିଲ୍ ପଠାଇଛି। ଏହି ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ ୮.୫ ଲକ୍ଷ ଟଙ୍କା ଏବଂ ପାକିସ୍ତାନୀ ମୁଦ୍ରାରେ 40 ଲକ୍ଷ ଟଙ୍କାରୁ ଅଧିକ। ଅନେକ ଥର ନୋଟିସ୍ ପଠାଇବା ସତ୍ତ୍ୱେ ଦେୟ ନ ମିଳିବାରୁ, ବୋର୍ଡ ଏକ ଶେଷ ଚେତାବନୀ ଦେଇ କହିଲା ଯେ ଯଦି ବିଲ୍ ପୈଠ ନ ହୁଏ, ତେବେ ଦୂତାବାସର ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ କରାଯିବ।

ଏହି ଘଟଣାରେ ପାକିସ୍ତାନ ଦୂତାବାସର କର୍ମଚାରୀମାନେ ବହୁତ କ୍ରୋଧିତ। ସେ ତାଙ୍କ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନହୁଏ, ତେବେ ସେ କୌଣସି ସଙ୍କଟର ଦାୟିତ୍ୱ ନେବେ ନାହିଁ। ଦୂତାବାସ ସ୍ପଷ୍ଟ କରିଛି ଯେ ଯଦି ବିଦ୍ୟୁତ୍ ବନ୍ଦ ହୋଇଯାଏ, ତେବେ କେବଳ ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହୋଇଯିବ ନାହିଁ, ବରଂ ପାକିସ୍ତାନ ସହିତ ସେମାନଙ୍କର ଯୋଗାଯୋଗ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇଯିବ।ଏହି ସମ୍ପୂର୍ଣ୍ଣ ମାମଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରଙ୍କ କାର୍ଯ୍ୟଶୈଳୀ ଏବଂ ଅର୍ଥନୈତିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି। ସୋସିଆଲ ମିଡିଆରେ ଲୋକମାନେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଶାହବାଜ ଦେଶ ପାଇଁ ଅପମାନ ଆଣିଛନ୍ତି। ଘରୋଇ କ୍ଷେତ୍ରରେ, ପାକିସ୍ତାନ ପୂର୍ବରୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ଆଇଏମଏଫର କଠୋର ସର୍ତ୍ତାବଳୀ ଯୋଗୁଁ ସମସ୍ୟାରେ ପଡ଼ିଛି। ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅପମାନର ସମ୍ମୁଖୀନ ହେଉଛନ୍ତି।

ଅନେକ ଗାଡ଼ିକୁ ଧକ୍କା ଦେଲା ଡମ୍ପର : ଜଣେ ମୃତ, ୬ ଆହତ

ଅଯୋଧ୍ୟା: ଅଯୋଧ୍ୟାର ଲତା ମଙ୍ଗେଶକର ଚୌକରେ ଦୁର୍ଘଟଣା ।  ବିଳମ୍ବିତ ରାତିରେ ଦୁର୍ଗାଗଞ୍ଜ ମାଞ୍ଜାରୁ ଆସୁଥିବା ଏକ ଦ୍ରୁତଗାମୀ ଡମ୍ପର ନୟା ଘାଟ ଚୌକି ନିକଟରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ପଠାଯାଇଛି । ଏହି ଦୁର୍ଘଟଣାରେ ରାସ୍ତା କଡ଼ର ଫୁଟପାଥ ଏବଂ ଦୋକାନଗୁଡ଼ିକ ମଧ୍ୟ ଭାଙ୍ଗି ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଅଯୋଧ୍ୟା କୋତୱାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅଯୋଧ୍ୟା ଧାମର ଲତା ମଙ୍ଗେଶକର ଚୌକରେ ଏକ ଦ୍ରୁତଗାମୀ ଡମ୍ପର ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ଶ୍ରୀରାମ ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ଅଧିକାରୀ ଡାକ୍ତର ମନୀଷ ଶାକ୍ୟ କହିଛନ୍ତି ଯେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ସାମାନ୍ୟ ଆହତ ହୋଇଛନ୍ତି, ଯାହାଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି, ଯେଉଁମାନଙ୍କୁ ରାଜା ଦଶରଥ ମେଡିକାଲ କଲେଜକୁ ରେଫର କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଦୁଇଟି ଜେସିବି ସାହାଯ୍ୟରେ ଡମ୍ପରକୁ ରାସ୍ତାରୁ ବାହାର କରାଯାଇଛି ।

ପଳାଶୁଣିରେ ସିରିଜ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ଆଉ ୩ ଟ୍ରକ

ଭୁବନେଶ୍ଵର : ଭୁବନେଶ୍ଵର ପଳାଶୁଣିରେ ସିରିଜ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ଟ୍ରକ। ପରେ ପଛକୁ ପଛ ପିଟି ହୋଇଛି ଆଉ ୩ଟି ଟ୍ରକ। ଘଟଣାସ୍ଥଳରେ ଜଣେ ଗୁରୁତର ହୋଇପଡିଛନ୍ତି। ଦୁର୍ଘଟଣାସ୍ଥଳରେ ପୋଲିସ ପହଁଚି ଆହତଙ୍କୁ ହସ୍ପିଟାଲ ନେଇଛି। ତେବେ ଏହାକୁ ନେଇ ରାତିରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ସୁଦ୍ଧା କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେ ନେଇ ଛାନଭିନ ଜାରି ରହିଛି। ବ୍ଲାକସ୍ପଟ ପାଲଟିଛି ଏହି ପଳାଶୁଣି ଛକ ।ନିତଦିନ ଏହି ଛକରେ  ଦୁର୍ଘଟଣା ଖବର ଆସୁଥିଲେ ମଧ୍ୟ ନିୟନ୍ତ୍ରଣ ହୋଇପାରିନାହିଁ।

ଆମେରିକାରେ ରହୁଥିବା ୯ ଲକ୍ଷ ପ୍ରବାସୀଙ୍କୁ ଟ୍ରମ୍ପଙ୍କ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ରହୁଥିବା ପ୍ରାୟ ୯ ଲକ୍ଷ ପ୍ରବାସୀଙ୍କୁ ବଡ଼ ଝଟକା। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ପ୍ରଚଳିତ CBP ୱାନ୍ ଆପ୍ ନୀତିକୁ ହଟାଇଦେଇଛନ୍ତି ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ। ଫଳରେ ଏବେ ପ୍ରାୟ ୯ ଲକ୍ଷ ପ୍ରବାସୀ ଆମେରିକା ଛାଡିବାକୁ ବାଧ୍ୟ ହେବେ। ଟ୍ରମ୍ପ ପ୍ରଶାସନ ବାଇଡେନଙ୍କ ନୀତିକୁ ଓଲଟାଇ ଦେଇଛି ଏବଂ ଏହି ପ୍ରବାସୀମାନଙ୍କର ଆମେରିକାରେ ରହିବା ପାଇଁ ଆଇନଗତ ଅନୁମତିକୁ ସମାପ୍ତ କରିଛି । ଆମେରିକାର ଗୃହ ସୁରକ୍ଷା ବିଭାଗ DHS ସୋମବାର ଜାରି ଏକ ବିବୃତ୍ତିରେ କହିଛି ଯେ CBP ଓ୍ବାନ ଆପ୍ ମାଧ୍ୟମରେ ଚିହ୍ନଟ ହୋଇଥିବା ପ୍ରବାସୀମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପଡିବ। ଜାନୁଆରୀ 2023 ପରଠାରୁ, ବାଇଡେନ ପ୍ରଶାସନର ଏହି ଆପ୍ ନୀତି ଅଧୀନରେ ୯ ଲକ୍ଷରୁ ଅଧିକ ପ୍ରବାସୀ ଆମେରିକା ଆସିଥିଲେ । ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଦୁଇ ବର୍ଷ ପାଇଁ ଅସ୍ଥାୟୀ ଭାବରେ ଆମେରିକାରେ ରହିବା ଏବଂ କାମ କରିବାର ଅନୁମତି ମିଳିଥିଲା। ଏବେ ଏହି ଅନୁମତିଗୁଡ଼ିକୁ ପ୍ରତ୍ୟାହାର କରାଯାଇଛି। ଡିଏଚଏସ କହିଛି ଯେ ସୀମା ସୁରକ୍ଷିତ କରିବା ଏବଂ ଜାତୀୟ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଇମେଲ୍ ମାଧ୍ୟମରେ ୯ ଲକ୍ଷ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ କୁହାଯାଇଛି। ନୋଟିସ ପାଇଥିବା ଅଧିକାଂଶ ଲୋକ ହଣ୍ଡୁରାସ୍, ଏଲ୍ ସାଲଭାଡୋର ଏବଂ ମେକ୍ସିକୋର। ନୋଟିସ୍ ପାଇବା ପରେ ଏହି ଲୋକମାନଙ୍କ ମଧ୍ୟରେ ଅସ୍ଥିରତା ଦେଖାଦେଇଛି। ଏହି ଲୋକମାନେ ନିଜ ଭବିଷ୍ୟତକୁ ନେଇ  ଚିନ୍ତାପ୍ରକଟ କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ଯେଉଁ ନୀତିଗୁଡ଼ିକ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି।

ସାବରମତୀ ନିକଟରେ ଅନୁଷ୍ଠିତ ହେବ ଏଆଇସିସି ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ଆଜି ସାବରମତୀ ନିକଟରେ ଅନୁଷ୍ଠିତ ହେବ ଏଆଇସିସି ଅଧିବେଶନ। ଏଥିରେ ଦେଶବ୍ୟାପୀ କଂଗ୍ରେସକୁ ମଜଭୁତ କରିବା ଲାଗି ଯୋଜନା ପ୍ରସ୍ତୁତ ହେବ। ତୃଣମୂଳସ୍ତରରରୁ ଦଳକୁ ସୁଶକ୍ତ କରିବା ଲାଗି ନିର୍ଦ୍ଧାରଣ ହେବ ପ୍ଲାନ। ନ୍ୟାୟପଥ ନାମରେ ନାମିତ ଏହି ଅଧିବେଶନରେ କଂଗ୍ରେସର ଭିଜନ ସମ୍ପର୍କରେ ଘୋଷଣା କରାଯିବ। ଆଞ୍ଚଳିକ ୟୁନିଟଗୁଡିକୁ ଅଧିକ କ୍ଷମତା ପ୍ରଦାନ କରିବା, ମେଣ୍ଟ ପ୍ରସଙ୍ଗରେ କ୍ଷେତ୍ର ପ୍ରସ୍ତୁତ କରିବା ଆଦି ସମ୍ପର୍କରେ ବି ଆଲୋଚନା ହେବ। ୨୦୨୭ ଗୁଜରାଟ ନିର୍ବାଚନ ସମେତ ୬ଟି ରାଜ୍ୟର ନିର୍ବାଚନ ପ୍ରସଙ୍ଗରେ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ। ରୋଡମ୍ୟାପ ପ୍ରସଙ୍ଗରେ କେତେକ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ। ଏହି ଅଧିବେଶନରେ ନ୍ୟାୟପଥ, ସଂକଳ୍ପ, ସମର୍ପଣ ଓ ସଂଘର୍ଷ ଥିମ ଅନୁସାରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ। ଦେଶର ପ୍ରାୟ ୧୭୦୦ ପ୍ରତିନିଧି ଏହି ଅଧିବେଶନରେ ଯୋଗଦେବେ। ଅଧିବେଶନରେ ରାଜନୈତିକ, ଅର୍ଥନୈତିକ, ସାମାଜିକ, ଅନ୍ତର୍ଜାତୀୟ ଓ ସାଂଗଠନିକ ବିଷୟ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହେବ। ସେହିପରି ଜାତିଜନଗଣନା, ସଂରକ୍ଷକ୍ଷ ସୀମା ୫୦ ପ୍ରତିଶତକୁ ବୃଦ୍ଧି, ପଛୁଆ ବର୍ଗଙ୍କୁ ସମର୍ଥନ ଆଦି ପ୍ରସଙ୍ଗରେ ବି କେତେକ ପ୍ରସ୍ତାବ ଗୃହୀତ ହେବ ବୋଲି ସୂଚନା ମିଳିଛି। ଗତକାଲି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ବିବାଦୀୟ ସାରଥି ବାବାଙ୍କ ପୂଜା ସ୍ଥଳକୁ ଅଣ୍ଡା ଓ ଟମାଟୋ ମାଡ଼

ନନ୍ଦିଘୋଷ ବ୍ୟୁରୋ : ସାରଥିଙ୍କ ପୂଜା ସ୍ଥଳକୁ ଅଣ୍ଡା ଓ ଟମାଟୋ ମାଡ଼ । ପଟ୍ଟାମୁଣ୍ଡାଇ ତନୁପୁର ଗାଁରେ ଚାଲିଥିଲା ବିବାଦୀୟ ସାରଥି ବାବାଙ୍କ ପୂଜା  । ଭୁବନେଶ୍ୱର ଓ ଅସୁରେଶ୍ୱରରୁ ଆସିଥିଲେ ଶତାଧିକ ଭକ୍ତ  । ଏହି ପୂଜା ସମୟରେ ଗ୍ରାମବାସୀଙ୍କ ଘୋର ବିରୋଧ ଦେଖିବାକୁ ମିଳିଥିଲା  । ଉତ୍ତେଜନା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି  । ଦୀର୍ଘ ଦିନ ଧରି ବିବାଦୀୟ ସାରଥି ବାବାଙ୍କ ପୂଜାର୍ଚନା ବନ୍ଦ ଥିବା ବେଳେ ଆଜି ଏପରି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ  । ଗ୍ରାମବାସୀ ମାନେ ଭକ୍ତଙ୍କ ଉପରକୁ ଅଣ୍ଡା ଓ ଟମାଟର ମାଡ଼ କରିଥିଲେ  । ସବୁ ସତ୍ୱେ ବି ସାରଥି ଭକ୍ତ ଭଜନ କୀର୍ତ୍ତନ ବନ୍ଦ କରିନଥିଲେ। ବାଧ୍ୟ ହୋଇ ଲୋକଙ୍କ ବିରୋଧକୁ ଦେଖି ପୋଲିସ ସାରଥି ଭକ୍ତଙ୍କୁ ସେଠାରୁ ବାହାର କରିଦେଇଛନ୍ତି  ।

ପ୍ରସ୍ତୁତ ହେବ କଂଗ୍ରେସ ରଣନୀତି : ଅହମ୍ମଦାବାଦରେ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ କଂଗ୍ରେସ କାର୍ଯ୍ୟକାରିଣୀରେ ବିଜେପିର ସାମ୍ପ୍ରଦାୟିକ ନୀତିକୁ ଟାର୍ଗେଟ। ଦେଶରେ ସାମ୍ପ୍ରଦାୟିକ ବିଭାଜନ କରିବା ଲାଗି ବିଜେପି ଉଦ୍ୟମ କରୁଥିବାରୁ ଏହା ବିରୋଧରେ ଅଭିଯାନ ଚାଲିବ ବୋଲି ହୋଇଛି ଘୋଷଣା। ଏହା ସହ ଦେଶର ସମ୍ପଦକୁ ଯେପରି ଭାବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ହାତରେ ଟେକି ଦିଆଯାଇଛି ତାହାକୁ ସମାଲୋଚନା କରାଯାଇଛି। ଅହମ୍ମଦାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ମାରକୀସ୍ଥଳରେ ଆୟୋଜିତ ସମ୍ମିଳନୀରେ ସାଂଗଠନିକ ବିନ୍ୟାସ ଲାଗି ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ବିଭିନ୍ନ ଦଳ ସହ ମେଣ୍ଟ ଆଦି ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି। ଦଳର ସାଂଗଠନିକ ବିକେନ୍ଦ୍ରୀକରଣ, ଚଳିତବର୍ଷ ଓ ଆସନ୍ତା ବର୍ଷ ପ୍ରାରମ୍ଭରେ ୬ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା ପୂର୍ବରୁ କଂଗ୍ରେସକୁ ଅଧିକ ମଜଭୁତ କରିବା ଲାଗି ପଦକ୍ଷେପ ନିଆଯାଇଛି।

କଂଗ୍ରେସ ସଭାପତି ଭାବେ ମହାତ୍ମା ଗାନ୍ଧୀ ନିର୍ବାଚିତ ହେବାର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକାରିଣୀ ଗୁରୁତ୍ବ ବହନ କରୁଛି । ସାବରମତୀ ନଦୀ କୂଳରେ ଏହି କନଭେନସେନ ହେଉଛି । ଏଥିରେ ଦେଶର ଦୁଇ ହଜାରରୁ ଅଧିକ ନେତା ସାମିଲ ହୋଇଛନ୍ତି । ଏହା ସହ ଏଆଇସିସି ସଭାପତି ମଲ୍ଲିକର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ପ୍ରମୁଖ ସାମିଲ ହୋଇଛନ୍ତି।

କଂଗ୍ରେସର ବିଧାନସଭା ଘେରାଉ ବେଳେ ଗଣ୍ଡଗୋଳ ପ୍ରସଙ୍ଗ : କଂଗ୍ରେସର ସବୁ ବିଧାୟକଙ୍କ ବିରୋଧରେ ମାମଲା ଦାୟର

ନନ୍ଦିଘୋଷ ବ୍ୟୁରୋ : ଗତ ୨୭ ତାରିଖ କଂଗ୍ରେସର ବିଧାନସଭା ଘେରାଉ ବେଳେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପିସିସି ସଭାପତିଙ୍କ ସମେତ କଂଗ୍ରେସର ସବୁ ବିଧାୟକଙ୍କ ବିରୋଧରେ ମାମଲା କରିଛି ପୋଲିସ। କ୍ୟାପିଟାଲ ଥାନା ପିସିସି ସଭାପତିଙ୍କ ସମେତ ୫ ହଜାରରୁ ଅଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିଏନଏସ ୧୮୯(୨), ୧୯୧(୨), ୧୨୬(୨), ୧୩୨, ୧୨୧(୧), ୩୨୪(୪)ରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ଆଜି ପିସିସି ସଭାପତି ଓ ସବୁ ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ରାଜ୍ୟରେ ମହିଳା ନିର୍ଯାତନା ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲା। ତାପୂର୍ବରୁ ବିଧାନସଭାରେ କଂଗ୍ରେସ ଏହାକୁ ନେଇ ବାରମ୍ବାର ହଟ୍ଟଗୋଳ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇ ଆସୁଥିଲା। କିନ୍ତୁ ସରକାରୀ ଦଳ କଂଗ୍ରେସ ବିଧାୟକଙ୍କ ଉଦବେଗକୁ ଗୁରୁତ୍ବ ଦେବା ବଦଳରେ ସବୁ ବିଧାୟକଙ୍କୁ ନିଲମ୍ବନ କରିଥିଲା।

ଓପିଏସସି ବିଜ୍ଞପ୍ତିକୁ ନେଇ ଉଠିଲା କେଁ, ସିଭିଲ ସର୍ଭିସ ପରୀକ୍ଷାରେ ସଂରକ୍ଷଣରେ ଅସଂଗତି ଅଭିଯୋଗ

ଭୁବନେଶ୍ୱର : ୨୦୨୫ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବିଜ୍ଞପ୍ତିକୁ ନେଇ କେଁ । ସଂରକ୍ଷିତ ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ପଦବୀ ରହୁଛି ସଂରକ୍ଷିତ । ଯାହାକି ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ନିୟମ ଓ ୧୯୭୫ ଓଆର୍ଭି ଆଇନ ଧାରା ୭ର ଖୋଲା ଉଲ୍ଲଂଘନ । ଏ ନେଇ ଅଭିଯୋଗ କରିଛନ୍ତି ସଚିବାଳୟ ସେବା କ୍ୟାଡରର ପୂର୍ବତନ ଅଧିକାରୀ । ଚଳିତ ବର୍ଷ OAS, OFS,OCS ଓ ORS ସେବାର ୨୦୦ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ୨୦୨୫ ସିଭିଲ ସର୍ଭିସ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲେ । ସେଥିରେ ସଦ୍ୟ ଖାଲି ପଦବୀ ସହିତ ଏକସଙ୍ଗେ ବଳକା ସଂରକ୍ଷିତ ବର୍ଗଙ୍କ ପାଇଁ ଖାଲି ପଦବୀ ପ୍ରକାଶ କରିଛନ୍ତି । ଯାହାକି ନିୟମ ବିରୁଦ୍ଧ ।

ପୂର୍ବତନ ଅଧିକାରୀଙ୍କ ମତରେ ସିଭିଲ ସର୍ଭିସ ମେଧା ଚୟନ ବିଜ୍ଞପ୍ତିରେ ସାଧାରଣ ବର୍ଗ ଓ ସଂରକ୍ଷିତ ବର୍ଗ ବି ସାମିଲ । କିନ୍ତୁ କୌଣସି ବି ସ୍ଥିତିରେ ଗୋଟିଏ ବିଜ୍ଞପ୍ତିରେ ବ୍ୟାକ ଲଗ୍ ଖାଲି ପଦବୀ ପୂରଣ ନେଇ ପରୀକ୍ଷା କରାଯାଇପାରିବନି । ଏପରି କଲେ ସଂରକ୍ଷିତ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ନିଯୁକ୍ତି ଡ୍ରାଇଭର ଅର୍ଥ କଣ ରହିବ ? ଏହାଦ୍ବାରା ସରକାରୀ ପଦୋନ୍ନତି କ୍ଷେତ୍ରରେ ଅସଂଗତି ସୃଷ୍ଟି ହେବ । ପିଛିଲା ବର୍ଷର ସଂରକ୍ଷିତ ପଦବୀକୁ ଚଳିତବର୍ଷ ସଂରକ୍ଷିତ ପଦବୀ ସହିତ ମିଶାଇ ହିସାବ କରିବା ପରିବର୍ତ୍ତେ ତାକୁ ପୃଥକ ଭାବେ ହିସାବ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତିରେ ଶବ୍ଦକୁ ଏପଟସେପଟ କରି ବ୍ୟାକ୍ ଲଗ୍ ଖାଲି ପଦବୀ ପୂରଣ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଏଏସର ୩୦ ପଦବୀ ମଧ୍ୟରୁ ୧୫ ପଦବୀ ବଦଳରେ ମାତ୍ର ୬ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ରହିଛି । ଓଏଫଏସ ୪୬ ପଦବୀରୁ ୨୩ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ରହିବା ବଦଳରେ ମାତ୍ର ୧୭ଟି ରଖାଯାଇଛି । ସେହିପରି ଓଡ଼ିଶା ରାଜସ୍ବ ସେବାରେ ମଧ୍ୟ ଅସଂଗତି ରହିଥିବା ଅଭିଯୋଗ ହୋଇଛି । ଖୋଦ ସାଧାରଣ ବର୍ଗର ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ଏବର ସରକାରଙ୍କ ସମୟରେ ସାଧାରଣ ବର୍ଗର ପ୍ରାର୍ଥୀ ପ୍ରତିଯୋଗିତା ମୂଳକ ନିଯୁକ୍ତି ପରୀକ୍ଷା ପାଇଁ ବର୍ଷ ତମାମ ପ୍ରସ୍ତୁତ ହେଉଥିବାବେଳେ ସେମାନଙ୍କ ପାଇଁ ନିଯୁକ୍ତି ପଦବୀ କମ୍ ପ୍ରକାଶ ପାଉଛି । ଏ ଦିଗଟିକୁ ସରକାର ବିଚାର କରିବା ଆବଶ୍ୟକ ।

ଚତୁର୍ଥ ପର୍ଯ୍ୟାୟକୁ ଗଲା ପ୍ରକ୍ରିୟା, ଖୁବଶୀଘ୍ର ବିଜେଡି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ବିଜୁ ଜନତା ଦଳର ନବକଳେବର ହେବାକୁ ଯାଉଛି । କିଛି ମାସ ତଳେ ଦଳର ଛାମୁଆ ସଂଗଠନ ଗୁଡ଼ିକୁ ଭାଙ୍ଗି ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇଥିଲା ବିଜୁ ଜନତା ଦଳ । ଚଳିତ ଏପ୍ରିଲ ମାସ ଶେଷ ସୁଦ୍ଧା ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଚାଲିଥିବା କସରତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ୩୩ ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଏଆରଓମାନଙ୍କ ତାଲିକା ସହ ଫୋନ ନମ୍ବର ଓ ଠିକଣା ସହ ପୌର ଓ ପଞ୍ଚାୟତ ୱାର୍ଡ ସଭାପତି, ବ୍ଳକ ସଭାପତି ମାନଙ୍କ ଫୋନ ନମ୍ବର ଏବଂ ଠିକଣା ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ପାଖରେ ଦାଖଲ କରିଥିଲେ । ଆଜି ଏ ସବୁ ନେଇ ପ୍ରସ୍ତୁତିର ଚୂଡ଼ାନ୍ତ ରିପୋର୍ଟ ବିଜେଡି ସୁପ୍ରିମୋଙ୍କୁ ପାଖରେ ସେ ଦାଖଲ କରିଛନ୍ତି । ଏଥିସହ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ଫିଡବ୍ୟାକ ବି ନିଆଯାଇଥିଲା । ସାଂଗଠନିକ ନିର୍ବାଚନର ୬ଟି ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟକୁ ଯାଇଛି ପ୍ରକ୍ରିୟା । ଖୁବଶୀଘ୍ର ଜିଲ୍ଲା ସଭାପତି ଚୟନ କାର୍ଯ୍ୟ ସମାପ୍ତ ହେବ । ଏହା ପରେ ୫ମ ପର୍ଯ୍ୟାୟରେ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଦଳର ସଭାପତି ନିର୍ବାଚନ କାର୍ଯ୍ୟ ସଂପୂର୍ଣ୍ଣ ହେବ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ପୁଣି ଥରେ ଆଗେଇବାକୁ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି ।

ଏହି ନିର୍ବାଚନ ପ୍ରକ୍ରିୟାରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ଦଳର ଯୁବ, ଛାତ୍ର, ମହିଳା ଓ ସାଧାରଣ ଛାମୁଆଁ ସଂଗଠନର ସଦସ୍ୟମାନେ ସକ୍ରିୟ ଭାବେ ଭାଗ ନେଉଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ ଓ ସହରାଞ୍ଚଳର ୱାର୍ଡ ଏବଂ ସହରାଞ୍ଚଳ ସଭାପତି ଓ ସମସ୍ତ କମିଟି ଗଠନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ଜିଲ୍ଲା ସଭାପତି ଓ ବ୍ଲକ ସଭାପତି ଚୟନ ନେଇ ବି ନବୀନ କରିଛନ୍ତି ସମୀକ୍ଷା । କେମିତି ଚାଲିଛି ଚୟନ ଓ କେଉଁଠି ରହୁଛି ଅସୁବିଧା, ତାହା ସମସ୍ତଙ୍କଠାରୁ ସେ ଟିକିନିଖି ବୁଝିଛନ୍ତି । ବିଜେଡିର ସାଂଗଠନିକ ନିର୍ବାଚନରେ ଦଳର ବାଇ-ଲ’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ନୂଆ ପଦ ସୃଷ୍ଟି ହେଉ କି କାହାକୁ ପଦୋନ୍ନତି, ତାହା ନେତାଙ୍କ ପ୍ରଦର୍ଶନ ଓ ଗ୍ରହଣୀୟତା ଉପରେ ନିର୍ଭର କରେ ।