spot_img
Home Blog Page 851

ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା

ନନ୍ଦିଘୋଷ ବ୍ୟୁରୋ: ଇଡିର ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା । ଏକ ଜମି ଚୁକ୍ତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ହାଜର ପାଇଁ ଦ୍ଵିତୀୟ ଥର ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ । ଯେତେବେଳେ ମୁଁ ଲୋକଙ୍କ ସ୍ୱର ଉଠାଇଥାଏ ସେମାନେ ମୋତେ ଦମନ କରିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି ରବର୍ଡ ଭଦ୍ରା । ମୋ ବିରୋଧରେ ଏଜେନ୍ସିର ଦୁରୁପଯୋଗ କରାଯାଉଛି । ମୋର ଲୁଚାଇବା ପାଇଁ କିଛି ନାହିଁ। ସେମାନେ ମୋତେ ଯାହା ଚାହିଁବେ ପଚାରିପାରିବେ ଏବଂ ମୁଁ ସେମାନଙ୍କୁ ଉତ୍ତର ଦେବିବୋଲି ସେ କହିଛନ୍ତି । ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ସମ୍ମୁଖୀନ ହୋଇଛନ୍ତି ରବର୍ଟ ଭଦ୍ରା । ଏହି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇଛି। ପୂର୍ବରୁ ତାଙ୍କୁ ଏପ୍ରିଲ 8 ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ।

ଜମି ଦୁର୍ନୀତି ମାମଲା: ଆଜି ହାଜର ହେବାକୁ EDର ସମନ

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ନୋଟିସ୍ ପରେ ମଧ୍ୟ ହାଜର ହୋଇନଥିଲେ । ଆଜି ପୁଣି ସମନ ପଠାଇଛି ଇଡି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରୋବର୍ଟ ଭଦ୍ରାଙ୍କୁ ଆଜି ହାଜର ହେବାକୁ ଇଡିର ନୋଟିସ୍ । PMLA ଅଧିନରେ ଇଡି ଏହି ନୋଟିସ୍ ପଠାଇଛି । ତେବେ ୮ ଏପ୍ରିଲରେ ତାଙ୍କୁ ନୋଟିସ ହୋଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଏଣୁ ଆଜି ପୁଣିଥରେ ନୋଟିସ ହୋଇଛି । ରୋବର୍ଟ ଭଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ ହୋଇଛି । ଏଣୁ ପଚରା ଉଚା ପାଇଁ ନୋଟିସ କରାଯାଇଛି । ତେବେ ସେ ଆଜି ପୁଣିଥରେ ହାଜର ହେବେ କି ନାହିଁ ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ହରିୟାଣାର ଶିକୋହାବାଦ ଜମି ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ନୋଟିସ ପଠାଇଛି । ତେବେ କହି ରଖୁଛୁ କି, ୨୦୦୮ ମସିହାରେ ଓମକାରେଶ୍ବର ପ୍ରପଟିଜ ଠାରୁ ୩.୫ ଏକର ଜମି ୭.୫ କୋଟି ଟଙ୍କାରେ କିଣିଥିଲେ । ମାତ୍ର ପରେ ଭଦ୍ରାଙ୍କ କମ୍ପାନୀ ଏହି ଜମିକୁ DLFକୁ ୫୮ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲା । ତେବେ ଏହି ଟଙ୍କାରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଅପ୍ରତ୍ୟାଶିତ ଲାଭ କରିଥିବାକୁ ନେଇ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛି । ସେପଟେ ଆମ୍ବେଦକର ଜୟନ୍ତୀରେ ଭଦ୍ରା ଦେଇଥିବା ଏକ ପ୍ରତିକ୍ରିୟା ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେ ରାଜନୀତିରେ ପ୍ରବେଶ କରିବେ ବୋଲି କୁହାଯାଉଛି । ତେବେ ଏଭଳି ପ୍ରତିକ୍ରିୟା ପରେ ଆଜି ଇଡିର ନୋଟିସ । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚା ହେଉଛି ।

ପୁଣି ସେୟାର ବଜାରରେ ଆସିଲା ବୃଦ୍ଧି,ସେନସେକ୍ସରେ ୧୬ଶହ ପଏଣ୍ଟ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଆମେରିକା ପକ୍ଷରୁ ଟାରିଫ ଉପରେ ୯୦ ଦିନିଆ ବିରାମ ଦେବାର ନିଷ୍ପତ୍ତି ପରେ ଆଜି ପୁଣି ଶେୟାର ମାର୍କେଟରେ ବୃଦ୍ଧି ଦେଖାଦେଇଛି। ମାର୍କେଟ ତିନି ଦିନର ବନ୍ଦ ପରେ ଆଜି ଖୋଲିଥିଲା ଏବଂ ଖୋଲିବା ମାତ୍ରେ ଏଥିରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା। ସେନସେକ୍ସ ୧୫୭୩.୯୦ ପଏଣ୍ଟ ବୃଦ୍ଧି ସହିତ ୭୬,୭୩୨.୩୪ ପଏଣ୍ଟ ନିକଟରେ କାରବାର କରୁଛି।

ଭାରତୀୟ ଶେୟାର ମାର୍କେଟରେ ଆଜି ସବୁଜ ରଙ୍ଗ ଛାଇ ରହିଛି। ସେନସେକ୍ସର ୩୦ଟି ଶେୟାର ମଧ୍ୟରୁ ୨୮ଟି ସବୁଜ ଚିହ୍ନ ସହିତ କାରବାର କରୁଛନ୍ତି, ଯେଉଁଥିରେ ଟାଟା ମୋଟର୍ସର ଶେୟାରରେ ଜବରଦସ୍ତ ବୃଦ୍ଧି ଦେଖାଯାଉଛି। ମୋଟର୍ସର ଶେୟାର ୫.୧୧ ପ୍ରତିଶତ ବୃଦ୍ଧି ସହିତ ୬୨୫.୪୫ ଟଙ୍କାରେ କାରବାର କରୁଛି। ସେହିପରି ଏଲଟି, ଏଚଡିଏଫସି ଏବଂ ମହିନ୍ଦ୍ରାର ଶେୟାର ମଧ୍ୟ ସବୁଜ ଚିହ୍ନ ସହିତ ଦେଖାଯାଉଛି।

ମାର୍କେଟ କିପରି ଥିଲା?

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୭୦ଟି ଦେଶ ଉପରେ ଟାରିଫ ବିରାମ ଦେବାର ନିଷ୍ପତ୍ତି ପରେ ବିଶ୍ୱବ୍ୟାପୀ ମାର୍କେଟରେ ତେଜି ଦେଖାଦେଇଛି। ଭାରତୀୟ ଶେୟାର ମାର୍କେଟରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଉତ୍ସାହ ଫେରିଛି। ଗତ କାରୋବାରୀ ଦିନ ଶୁକ୍ରବାରେ ସେନସେକ୍ସ ୧.୭୭ ପ୍ରତିଶତ ବୃଦ୍ଧି ସହିତ ୭୫,୧୫୭.୨୬ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫଟି ୪୨୯.୪୦ ପଏଣ୍ଟ ବା ୧.୯୨% ବୃଦ୍ଧି ସହିତ ୨୨,୮୨୮.୫୫ ପଏଣ୍ଟରେ ବନ୍ଦ ହୋଇଥିଲା।

ମାର୍କେଟରେ ବୃଦ୍ଧିର କାରଣ

ଭାରତୀୟ ଶେୟାର ମାର୍କେଟରେ ଗତ ୫-୬ ମାସ ଧରି ବିକ୍ରିର ପରିବେଶ ରହିଛି। ମଝିରେ ମଝିରେ ମାର୍କେଟ କିଛି ଉପରକୁ ଗଲେ ମଧ୍ୟ ଅଧିକାଂଶ ସମୟ ତଳକୁ ରହିଛି। ଗତ ୨ ଏପ୍ରିଲରେ ଯେତେବେଳେ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ ଟାରିଫ ଲଗାଇଥିଲେ, ତା’ପରେ ଭାରତୀୟ ମାର୍କେଟ ଗୋଟିଏ ଦିନରେ ୫ ପ୍ରତିଶତରୁ ଅଧିକ ତଳକୁ ଖସିଥିଲା। କିନ୍ତୁ ଯେତେବେଳେ ଟ୍ରମ୍ପ ଟାରିଫକୁ ବିରାମ ଦେଲେ, ମାର୍କେଟ ପୁନରୁଦ୍ଧାର ହେଲା। ଆଜି ମଧ୍ୟ ଶେୟାର ମାର୍କେଟ ଉପରେ ଟ୍ରମ୍ପଙ୍କ ଟାରିଫ ରିହାତି, ବିଶ୍ୱବ୍ୟାପୀ ତଣାବ ହ୍ରାସ ଏବଂ ଆରବିଆଇ ପକ୍ଷରୁ ରେପୋ ରେଟରେ କରାଯାଇଥିବା ହ୍ରାସର ପ୍ରଭାବ ଦେଖାଯାଉଛି। ଏହାଛଡା ନିବେଶକମାନଙ୍କର ମାର୍କେଟ ପ୍ରତି ଆସ୍ଥା ମଧ୍ୟ ଦୃଶ୍ୟମାନ ହେଉଛି।

ଏବେ କେଉଁଠି ଅଛନ୍ତି ଫେରାର ହୋଇଥିବା ଭାବି ଜ୍ବାଇଁ ଏବଂ ଶାଶୁ, ପୋଲିସ ପକ୍ଷରୁ ମିଳିଲା ସୂଚନା..

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଆଲିଗଡ଼ର ଭାବି ଶାଶୁ-ଜ୍ବାଇଁ ଫେରାର ହେବା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେମାନେ ଏବେ କେଉଁଠି ଅଛନ୍ତି ଏହାକୁ ନେଇ ଦ୍ବନ୍ଦ ଆରମ୍ଭ ହୋଇଛି । ତେବେ ସେମାନେ ଟ୍ରେନରେ ଚେନ୍ ବିକ୍ରି କରୁଥିବା ଏକ ସିସିଟିଭି ଭିଡିଓରୁ ଜଣା ପଡ଼ିଛି । ତେବେ ସେମାନେ କାସଗଞ୍ଜରୁ ଟ୍ରେନ୍ ଟିକେଟ୍ କରିଥିଲେ । କିନ୍ତୁ ସେମାନେ ଟ୍ରେନରେ ଚଢ଼ି ନଥିଲେ । ଏବେ ସେମାନେ କେଉଁଠି ଅଛନ୍ତି ଏହାକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ପୋଲିସ ପକ୍ଷରୁ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଗୁଜୁରାଟରେ ଖୋଜାଖୋଜି ଚାଲିଛି ।

ସେମାନେ ପ୍ରଥମେ ଉତ୍ତରାଖଣ୍ଡର ରୁଦ୍ରପୁରରେ ରହିଥିବା ଖବର ଆସିଥିଲା । ମାତ୍ର ପୋଲିସ ସେମାନଙ୍କୁ ସେଠାରେ ପାଇନଥିଲା । ପରେ ତାଙ୍କର ଜଣେ ସମ୍ପର୍କୀୟ କହିଥିଲେ କି, ସେମାନେ ଗୁଜୁରାଟରେ ରହିଛନ୍ତି । କିନ୍ତୁ ମିଳିନଥିଲେ । ପରେ ଚେନ ବିକିବାକୁ ଚେଷ୍ଟା କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏବେ କୁହାଯାଉଛି କି, ସେମାନେ ବିହାର, ଗୁଜୁରାଟ କିମ୍ବା ପଶ୍ଚିମବଙ୍ଗ ଯାଇପାରନ୍ତି । ଏଣୁ ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା କରୁଛି । ସେପଟେ ରାହୁଲଙ୍କ ଶ୍ବଶୁର କହିଛନ୍ତି କି, ସେମାନେ ମୋ ପାଇଁ ମରି ଯାଇଛନ୍ତି । ମୁଁ କେବଳ ସେମାନଙ୍କ ଶେଷ ଦର୍ଶନ କରିବାକୁ ଚାହେଁ । ଏବଂ ସେମାନେ ମୋ ଟଙ୍କା ଏବଂ ଗହଣା ଫେରାନ୍ତୁ କାରଣ ଝିଅକୁ ବାହା କଲାବେଳେ ଦେବି । ମୋର ସବୁ ସମ୍ପତ୍ତି ନେଇ ଚାଲିଯାଇଛନ୍ତି ।

ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାଟୁଆ ଯାତ୍ରା ବେଳେ ଅଘଟଣ। ଡିଜେ ନେଇଗଲା ୨ ଜୀବନ। ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଭଦ୍ରକ ତିହିଡି ଥାନା ହାଟୁଆରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ନୂଆନନ୍ଦରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। କେହି କିଛି ବୁଝିବା ଆଗରୁ ବିଦ୍ୟୁତ ସଂସ୍ପର୍ଶରେ ଜଣେ ପରେ ଜଣେ ଆସିବାରେ ଲାଗିଥିଲେ। ଆହତ ମାନଙ୍କୁ ଭଦ୍ରକ ଓ ତିହିଡ଼ି ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି।  ମୃତକ ଦୁଇଜଣ ହେଲେ ତିହିଡି ଥାନା ଆରସା ଗାଁର ୩୫ ବର୍ଷିୟ ଶରତ ମହାଳିକ  ଓ ହାଟୁଆରି ଗାଁର ମାନସ ମଲ୍ଲିକ। ଶୋଭାଯାତ୍ରା ହାଟୁଆରିରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଅଘଟଣ ଘଟିଛି।।

ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲା ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲା ଦୁର୍ବୃତ୍ତ। ବଲାଙ୍ଗୀର ପାଟଣାଗଡ଼ରେ ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତ ଜାଳି ଦେଇଥିବା ଜଣାପଡିଛି।ସକାଳୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି l ପାଟଣାଗଡ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ଲାଗି ଏହା ପ୍ରୟାସ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତିl ପ୍ରବାଦପୁରୁଷଙ୍କୁ ଅସମ୍ମାନ ଦେବା ଘଟଣା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି ।

ଭୁବନେଶ୍ବର ରାମ ମନ୍ଦିର ସାମନାରୁ ପିଲା ଚୋରି ଘଟଣା : ବାଲେଶ୍ବରରୁ ଉଦ୍ଧାର  

ନନ୍ଦିଘୋଷ ବ୍ୟୁରୋ: ରାମ ମନ୍ଦିର ସାମନାରୁ ଚୋରି ଶିଶୁ ପୁତ୍ରକୁ ଉଦ୍ଧାର କଲା ପୋଲିସ । ବାଲେଶ୍ଵରରୁ ଉଦ୍ଧାର କରାଯାଇଥିବା ସୂଚନା । ସୁରକ୍ଷିତ ଭାବେ ଭୁବନେଶ୍ୱର ଆଣି ଆସୁଛି କମିଶନରେଟ ପୋଲିସ। ସେପଟେ ସାମ୍ନାକୁ ଆସିଥିଲା ପିଲା ଚୋରି ବେଳର ସିସିଟିଭି । ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଦ୍ଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି । ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ତେବେ କିଏ ଏହି ଲୋକ ? ମା’ ଜୟନ୍ତୀ ମଲ୍ଲିକଙ୍କ ଏତଲା ପରେ ଯଦିଓ ସ୍ପେଶାଲ ଟିମ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରି ଭୁବନେଶ୍ୱର ଆଣୁଛି ।

ସମୁଦ୍ରରେ ମାଛଧରା ଉପରେ ଲାଗିଲା ଦୁଇମାସର କଟକଣା

ନନ୍ଦିଘୋଷ ବ୍ୟୁରୋ: ପାରାଦୀପରେ ଆଜିଠାରୁ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ସମୁଦ୍ରରେ ମାଛଧରା ଉପରେ ଲାଗିଲା ଦୁଇମାସର କଟକଣା। ପାରାଦୀପରେ ୨୫୪୩ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ଟି ସୋନା ବୋଟ୍ ଚଳାଚଳ ବନ୍ଦ ହୋଇଛି। ଆଜିଠାରୁ ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା ହୋଇଥିବାରୁ ସମୁଦ୍ରକୁ ଯିବେ ନାହିଁ ମତ୍ସ୍ୟଜୀବୀ। ମତ୍ସ୍ୟ ସମ୍ପଦ ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାର ରୋକ୍ ଲଗାଇଛନ୍ତି। ଗତକାଲି ରାତି ସୁଦ୍ଧା କୂଳକୁ ଫେରିଛନ୍ତି ସମସ୍ତ ସୋନା ବୋଟ୍ ଓ ଯନ୍ତ୍ର ଚାଳିତ ଡଙ୍ଗା।

ଜଣା ପଡ଼ିଲା ସଲମାନ ଖାନଙ୍କୁ କିଏ ଦେଇଥିଲା ଧମକ

ନନ୍ଦିଘୋଷ ବ୍ୟୁରୋ: ସୋମବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଥିଲା ହତ୍ୟା ଧମକ । ତାଙ୍କ ହ୍ବାଟ୍ସଆପ ନମ୍ବରକୁ ଆସିଥିଲା ଧମକପୂର୍ଣ୍ଣ ମେସେଜ୍ । ଘରେ ପଶି ହତ୍ୟା କରିବାକୁ ଦିଆଯାଇଥିଲା ଧମକ । ତେବେ କିଏ ଏବଂ କାହିଁକି ଏଭଳି ଧମକ ଦେଇଛି ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଏହାର ସତ ଜଣାପଡ଼ିଛି । କିଏ ଏବଂ କାହିଁକି ହତ୍ୟା କରିବାକୁ ଧମକ ଦେଇଥିଲା ଜଣା ପଡ଼ିଛି । ଗୁଜୁରାଟ ଭଦୋଦରାର ଜଣେ ଯୁବକ ତାଙ୍କୁ ହତ୍ୟା ଧମକ ଜଣା ପଡ଼ିଛି । ତେବେ ତାଙ୍କ ବୟସ ୨୬ ରହିଥିବା ମାନସିକ ଅବସ୍ଥା ଠିକ ନଥିବା କହିଛନ୍ତି ପରିବାର ଲୋକ । ୧୧ ବର୍ଷ ଧରି ତାଙ୍କର ଚିକିତ୍ସା ହେଉଛି । ତେବେ ମୁମ୍ବାଇ ଆସି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ । ତିନି ଦିନ ମଧ୍ୟରେ ଆସିବାକୁ କୁହାଯାଇଛି । ସେପଟେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ପୋଲିସ ଛାଉଣି କରାଯାଇଛି । ଏବେ ଅଜଣା ବ୍ୟକ୍ତିଙ୍କୁ ଦେଖା କରାଯାଉନାହିଁ ।

ଆମେରିକାର ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଭୂକମ୍ପ ଝଟକା । ଆମେରିକାର ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ମାତ୍ର ଭୟରେ ଲୋକ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।

ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ସ୍ଥାନୀୟ ସମୟ ବିଳମ୍ବିତ ରାତିରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଏହାର ପ୍ରଭାବରେ ସେନ୍ ଡିଏଗୋରେ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଘର ଦୋହଲିବାକୁ ଲାଗିଥିଲା । ଜିନିଷପତ୍ର ଏଣେ ତେଣେ ପଡ଼ିଯାଇଥିଲା । ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ । ମାତ୍ର ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି ।