spot_img
Home Blog Page 850

୪୬ ବର୍ଷ ପରେ ବି ଛାତି ଥରାଉଛି ୧୯୭୮ ଘୂର୍ଣ୍ଣିବାତ୍ୟା

ଆନନ୍ଦପୁର : ୧୬ ଏପ୍ରିଲ ୧୯୭୮ । ସମୟ ପାଖାପାଖି ୪ଟା । ସବୁଦିନ ଭଳି ଥିଲା ସେଦିନ । ହେଲେ ହଠାତ ଘୋଟି ଆସିଲା କଳା ଅନ୍ଧାର । କିଛି ବୁଝିବା ଆଗରୁ ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା ନିମିଷକ ମଧ୍ୟରେ ସବୁକିଛି ଉଜାଡିଦେଲା । ମାଟିରେ ମିଶିଗଲା ୧୨୦ଟି ଘର । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ସହ ୭ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା । ଆଜିବି ସେହି ଦିନ କଥା ଭାବିଲେ ଥରି ଉଠୁଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁର ପ୍ରତ୍ୟେକ୍ଷଦର୍ଶୀ ।

କେବଳ ପୁରୁଣାବାନ୍ଧଗୋଡା ଗାଁ ନୁହେଁ । ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁର  କ୍ଷତି ଘଟାଇଥିଲା । ଘଟଣାପରେ ଦେଶବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୁହ ଦାହସଂସ୍କାର କରାଗଲା  । ସେହି ସ୍ଥାନରେ ସ୍ଥାପିତ ହେଲା ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବାସନୀୟ ଘୂର୍ଣ୍ଣିବାତ୍ୟାକୁ ଆସନ୍ତାକାଲି ପୂରିବାକୁ ଯାଉଛି ୪୭ବର୍ଷ । ଏତେବଡ ଦୁର୍ଘଟଣା ପରେ ପୁରୁଣାବାନ୍ଧଗୋଡା ଗାଁ ରେ ଅନେକ ପରିବର୍ତ୍ତନ ଆସିଛି । ହେଲେ ଏପ୍ରିଲ ମାସ ୧୬ ତାରିଖ ଆସିଲେ ଏବେବି ନିଜ ଲୁହକୁ ସମ୍ଭାଳି ପାରନ୍ତିନି ପ୍ରତ୍ୟକ୍ଷଦର୍ଶୀ ।

ଜଳକଷ୍ଟ ଭୋଗୁଛନ୍ତି ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତର୧୮ ଓ ୧୯ ନମ୍ବର ୱାର୍ଡ ଲୋକେ

ବିଞ୍ଝାରପୁର : ରାତି ପାହିଲେ ଘାରୁଛି ପାଣି ଚିନ୍ତା । ଗରା ବାଲଟି ଧରି ନଦୀକୁ ଧାଉଁଛନ୍ତି ମହିଳା । ଏଭଳି କିଛି ଦୃଶ୍ଯ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତ ଅନ୍ତର୍ଗତ ୧୮ ଓ ୧୯ ନମ୍ବର ୱାର୍ଡରେ । ୱାର୍ଡରେ ପାଖାପାଖି ୭୦ ଗୋଟି ପରିବାରର ୫ ଶହରୁ ଅଧିକ ଲୋକେ ବସବାସ କରୁଛନ୍ତି । ହେଲେ ଲୋକଙ୍କୁ ଏପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ୱାର୍ଡରେ ଯେଉଁ ଦୁଇଟି ନଳକୂପ ଥିଲା ସେଥିରୁ ଗୋଟିଏ ଅଚଳ ହୋଇପଡିଛି । ଅନ୍ୟଟିରୁ ପାଣି ନେବାକୁ ହେଲେ ଦୀର୍ଘ ସମୟ ଧରି ଲୋକଙ୍କୁ ନଳକୂପ ପାଖରେ ଠିଆ ହେବାକୁ ପଡୁଛି । ବାଧ୍ୟ ହୋଇ ନିକଟରେ ଥିବା ଖରସ୍ରୋତା ନଦୀ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରୁଛନ୍ତି ସ୍ଥାନୀୟ ଲୋକେ । ନଦୀର ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ପୀଡିତ ହେଉଥିବା ନେଇ କହିଛନ୍ତି ଗ୍ରାମବାସୀ ।

ୱାର୍ଡରେ ଖରାପ ହୋଇ ପଡିଥିବା ନଳକୂପର ମରାମତି ପାଇଁ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନ ନିକଟରେ ଦ୍ଵାରସ୍ଥ ହେଲା ପରେ ବି ଫଳ ଶୂନ । ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢିବାର ସମ୍ଭାବନା ଥିବାରୁ ଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଡ଼ିଓ । ଲୋକଙ୍କ ସମସ୍ୟାର କେବେ ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବରଙ୍ଗପୁରରେ ଭେଳିକି ସାଜିଛି ବର୍ଦ୍ଧିତ ଭତ୍ତା, ଅଭିଯୋଗ ଆଣିଲେ ୩ ହିତାଧିକାରୀ

ନବରଙ୍ଗପୁର : ଅନେକ ହିତାଧିକାରୀଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା । ସରକାରଙ୍କ ବର୍ଦ୍ଧିତ ଭତ୍ତା ସତେ ଯେମିତି ଏହି ଦୁଃଖିରଙ୍କି ପାଇଁ ଉପହାସ ପାଲଟିଛି । ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟ ହିଁ ଜ୍ଵଳନ୍ତ ଉଦାହରଣ । ସାନକୁମୁଲି ପଂଚାୟତର ସୁକଲ ଦେଇ ଜାନି ଜନ୍ମରୁ ଅନ୍ଧ । ସରକାର ଶତ ପ୍ରତିଶତ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେ ବର୍ଦ୍ଧିତ ଭତ୍ତା ପାଇପାରୁନାହାଁନ୍ତି । ରାସନ କାର୍ଡରେ ଯେଉଁ ଚାଉଳ ପାଉଥିଲେ ତାହା ମଧ୍ୟ ନଅମାସ ହେଲା ବନ୍ଦ ହୋଇଯାଇଛି । ସେହିପରି ୮୦ ବର୍ଷୀୟ ବୃଦ୍ଧ ଚନ୍ଦ୍ର ଜାନି, ଗୋଟିଏ ଗୋଡ ଦୁର୍ଘଟଣାରେ ହରାଇ ବସିଛନ୍ତି । ବର୍ଦ୍ଧିତ ଭତ୍ତା ପାଇଁ ସଂପୂର୍ଣ୍ଣ ଯୋଗ୍ୟ ହେଲେ ଆଜି ଯାଏଁ ତାଙ୍କୁ ମିଳୁନି ସହାୟତା । ଅକ୍ଷୟ ସାହୁ ଶୁଣିପାରନ୍ତି ନାହିଁ କିମ୍ବା କଥା କହିପାରନ୍ତି ନାହିଁ । ସେ ମଧ୍ୟ ୩୫ ଶହ ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । …

ନବରଙ୍ଗପୁର ଜିଲ୍ଲାରେ  ୮ ହଜାର ୯୪୦ ଅଶୀ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ହିତାଧିକାରୀ ଅଛନ୍ତି । ୨ ହଜାର ୫୦୦ ଜଣ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି । ହେଲେ ତା ମଧ୍ୟରୁ ୧ ହଜାର ୩୫୨ ଜଣଙ୍କୁ ବର୍ଦ୍ଧିତ ଭତ୍ତା ବା ୩୫୦୦ ଟଙ୍କା ଯୋଗାଇ ଦିଆଯାଉଛି । ଅନ୍ୟପଟେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୨ ହଜାର ୧୧୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ  କରାଯାଇଛି । ଯଥାଶୀଘ୍ର ସେମାନଙ୍କୁ ୩୫ଶହ ଟଙ୍କା ଭତ୍ତା ଦିଆଯିବ । ଏଠି ପ୍ରଶ୍ନ ଉଠୁଛି- ନିର୍ବାଚନୀ ଇସ୍ତାହାର ବେଳେ ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାରେ କେତେ ସକ୍ଷମ ? ଦିବ୍ୟାଙ୍ଗ ମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଉନାହାଁନ୍ତି କାହିଁକି ?

ଏହି ଦେଶରେ ରହିଛି ପିମ୍ପୁଡିର ମୂଲ୍ୟ ୧୮ ହଜାର ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଯେ କୌଣସି ସ୍ଥାନରେ ପିମ୍ପୁଡି ଦେଖାଯିବା ସାଧାରଣ କଥା ।  ପିମ୍ପୁଡି ଦେଖଇଲେ ଭାରତରେ ଲୋକମାନେ ଚାପି ଦିଅନ୍ତି । ହେଲେ, କେବେ ଭାବିଛନ୍ତି କି, ଅନେକ ସ୍ଥାନରେ ପିମ୍ପୁଡ଼ି ଏବଂ ସମାନ କୀଟପତଙ୍ଗମାନଙ୍କୁ ରକ୍ଷା କରିବା ପାଇଁ ଆଇନ ତିଆରି ହୋଇଛି  । ଗୋଟିଏ ପିମ୍ପୁଡ଼ିକୁ ୧୮ ହଜାର ଟଙ୍କାରେ ବିକ୍ରି କରାଯାଉଛି ।  ଆଫ୍ରିକୀୟ ଦେଶ କେନିଆରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚାରି ଜଣ ଲୋକ ଦେଶରୁ ଶହ ଶହ ବହୁଳ ପିମ୍ପୁଡ଼ି ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିବା ବେଳେ ଗିରଫ ହୋଇଥିଲେ । କେନିଆ ବନ୍ୟପ୍ରାଣୀ ସେବା ଏହାକୁ ଏକ ଐତିହାସିକ ଘଟଣା ଭାବରେ ବର୍ଣ୍ଣନା କରିଛି। କେଡବ୍ଲ୍ୟୁଏସ୍ ମୁଖ୍ୟତଃ ସିଂହ ଏବଂ ହାତୀ ଭଳି ବଡ଼ ପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ କାମ କରେ, କିନ୍ତୁ ଏହା ଅତ୍ୟନ୍ତ ଚାହିଦା ଥିବା ପିମ୍ପୁଡ଼ିମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛି।

ଚୋରା ସାମଗ୍ରୀରେ ବିଶାଳ ଆଫ୍ରିକୀୟ ଅମଳକାରୀ ପିମ୍ପୁଡ଼ି ମଧ୍ୟ ସାମିଲ ଥିଲା । ଯାହାର ମୂଲ୍ୟ କିଛି ବ୍ରିଟିଶ ଡିଲରଙ୍କ ଆକଳନ ଅନୁଯାୟୀ ପ୍ରତି ପିମ୍ପୁଡ଼ିର ମୂଲ୍ୟ ୧୭୦ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ ହେବ। କେଡବ୍ଲ୍ୟୁଏସ୍ କହିଛି ଯେ ଏହି ମାମଲା ଚୋରା ଚାଲାଣ ପଦ୍ଧତିରେ ଏକ ଚିନ୍ତାଜନକ ପରିବର୍ତ୍ତନ ଦର୍ଶାଉଛି, ପ୍ରତିଷ୍ଠିତ ସ୍ତନ୍ୟପାୟୀ ପ୍ରାଣୀଙ୍କଠାରୁ କମ୍ ଜଣାଶୁଣା ପ୍ରଜାତିକୁ ଯାହା ପରିବେଶଗତ ସନ୍ତୁଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ।ଅଧିକାରୀମାନେ କହିଛନ୍ତି ଯେ ଚୋରାଚାଲାଣକାରୀମାନେ ଏହି ପ୍ରାଣୀମାନଙ୍କୁ ଏକ ସ୍ୱତନ୍ତ୍ର ଉପାୟରେ ପ୍ୟାକ୍ କରିଥିଲେ, ଯାହା ଯୋଗୁଁ ସେମାନେ ପ୍ରାୟ ୨ମାସ ପର୍ଯ୍ୟନ୍ତ ଜୀବିତ ରହିପାରିଲେ। ଚୋରା ଚାଲାଣ ହେଉଥିବା କୀଟପତଙ୍ଗର ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଆକଳନ କରାଯାଉଛି। କେଡବ୍ଲ୍ୟୁଏସ୍ ମୁଖପାତ୍ର ପଲ ଉଡୋଟୋ ଏକ ଗଣମାଧ୍ୟମକୁ କହିଛନ୍ତି, ଏହା ଦେଶର ପ୍ରଥମ ଘଟଣା।କୀଟପତଙ୍ଗ ଚୋରା ଚାଲାଣ କରୁଥିବା ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ବେଲଜିୟମର, ଜଣେ ଭିଏତନାମର ଏବଂ ଜଣେ କେନିଆର। ଏକ ଚୋରା ଚାଲାଣ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କର ଉଦ୍ଦେଶ୍ୟ ଥିଲା ୟୁରୋପ ଏବଂ ଏସିଆର ବିଦେଶୀ ପାଳିତ ପଶୁ ବଜାରରେ ଏହି କୀଟପତଙ୍ଗଗୁଡ଼ିକୁ ବିକ୍ରୟ କରିବା।

କେଡବ୍ଲ୍ୟୁଏସ୍ କହିଛି ଯେ ବିରଳ କୀଟପତଙ୍ଗ ପ୍ରଜାତିର ଚାହିଦା ବୃଦ୍ଧି ପାଉଛି। ରକ୍ଷକମାନେ ସେମାନଙ୍କୁ ଫର୍ମିକାରିୟମ ନାମକ ସ୍ୱତନ୍ତ୍ର ବାସସ୍ଥାନରେ ରଖନ୍ତି  । କୀଟପତଙ୍ଗମାନଙ୍କୁ ସେମାନଙ୍କର ଉପନିବେଶ ଗଠନ କରୁଥିବା ଦେଖନ୍ତି। ଆଫ୍ରିକୀୟ ହାର୍ଭେଷ୍ଟର ପିମ୍ପୁଡ଼ି – କିମ୍ବା ମେସର ସେଫାଲୋଟ୍ସ ଏହାର ପ୍ରଜାତିର ସବୁଠାରୁ ବଡ଼ ପିମ୍ପୁଡ଼ି ଏବଂ ଏହା ପ୍ରାୟ ୨୦ ମିମି ପର୍ଯ୍ୟନ୍ତ ବଢ଼ିପାରେ, ରାଣୀ ପିମ୍ପୁଡ଼ି ୨୫  ମିମି ପର୍ଯ୍ୟନ୍ତ ବଢ଼ିପାରେ।  କୀଟପତଙ୍ଗ ବାଣିଜ୍ୟ ୱେବସାଇଟ୍ ବେଷ୍ଟ ଆଣ୍ଟସ୍ ୟୁକେର ଜେନେରାଲ ମ୍ୟାନେଜର ପାଟ୍ ଷ୍ଟାନଚେଭ୍ କହିଛନ୍ତି ଯେ ଏହା ସେମାନଙ୍କର “ବଡ଼ ଏବଂ ସୁନ୍ଦର ଆକାର” ଯାହା ସେମାନଙ୍କୁ ପାଳିତ ପଶୁ ଭାବରେ ରଖିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆକର୍ଷଣୀୟ କରିଥାଏ।

 

‘ହସ୍ପିଟାଲରୁ ଶିଶୁ ଗାଏବ ହେଲେ ଲାଇସେନ୍ସ ହେବ ବାତିଲ’

ନନ୍ଦିଘୋଷ ବ୍ୟୁରୋ : ଶିଶୁ ଚାଲାଣ ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ। ଶିଶୁ ଚାଲାଣ ସଂକ୍ରାନ୍ତ ମାମଲାଗୁଡିକ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏହାସହ ଏହି ଧରଣର ଅପରାଧ ରୋକିବା ଲାଗି ସମସ୍ତ ରାଜ୍ୟ ଲାଗି କଡା ଗାଇଡଲାଇନ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଜେ.ବି. ପାର୍ଦିବାଲା ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୬ ମାସ ମଧ୍ଯରେ ଏସଂକ୍ରାନ୍ତ ମାମଲାଗୁଡିକର ବିଚାର କରିବା ଲାଗି ଦେଶର ସମସ୍ତ ନିମ୍ନକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଯେଉଁ ହସ୍ପିଟାଲରୁ ଶିଶୁ ଚାଲାଣ ଅଭିଯୋଗ ଆସିବ ସେହି ହସ୍ପିଟାଲର ଲାଇସେନ୍ସ ବାତିଲ କରିବା ଲାଗି ରାଜ୍ୟ ସରକାରଗୁଡିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଚାଲାଣ ମାମଲା କ୍ଷେତ୍ରରେ ପଡିରହିଥିବା ମାମଲାଗୁଡିକର ଷ୍ଟାଟସ ଦର୍ଶାଇବା ଲାଗି ହାଇକୋର୍ଟଗୁଡିକୁ ବି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ପରଠାରୁ ବର୍ତ୍ତମାନ ସୁଦ୍ଧା ୩୬ ହଜାର ଶିଶୁ ନିଖୋଜ ହୋଇଛନ୍ତି ବୋଲି ଗତ ଫେବୃଆରୀରେ ସୁପ୍ରିମକୋର୍ଟ ନିକଟରେ ଦର୍ଶାଇଥିଲେ କେନ୍ଦ୍ର ସରକାର। ଉତ୍ତରପ୍ରଦେଶର ଏକ ହସ୍ପିଟାଲରେ ଏକ ଦମ୍ପତି ଏକ ପୁତ୍ର ସନ୍ତାନ ଚାହିଁଥିଲେ। ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଚୋରାଚାଲାଣ ହୋଇଥିବା ଏକ ଶିଶୁକୁ ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟ ପରକ୍ଷରୁ ସେହି ଦମ୍ପତିଙ୍କୁ ଆଗୁଆ ଜାମିନ ପ୍ରଦାନ ମଞ୍ଜୁର କରିଥିଲେ। ଏହି ମାମଲାରେ ଉଭୟ ୟୁପି ସରକାର ଓ ଆହ୍ଲାବାଦ ହାଇକୋର୍ଟଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ।

ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୪ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗାଁରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ।  ଗତ ରବିବାର ଦିନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା। ଆରୁହା ଗାଁରେ ଅନୁଷ୍ଠିତ  ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ  ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଂଚଳର କିଛି ଲୋକ ତାଙ୍କୁ ବିରୋଧ କରିବା ସହ ଗାଡିକୁ ଆକ୍ରମଣ କରିଥିଲେ।  ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହାକୁ ନେଇ ପୂର୍ବତନ ବିଧାୟକ ଯାଜପୁର ପୋଲିସକୁ ଦାୟୀ କରିବା ସହ  ବିଧାୟକଙ୍କ ସମର୍ଥକ ଏଭଳି କରିଥିବା କହିଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଯାଜପୁର ଏସ୍ଡ଼ିପିଓ ଘଟଣାର ତଦନ୍ତ କରି  ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମା’ କୋଳକୁ ଫେରିଲା ଉଦ୍ଧାର ଶିଶୁପୁତ୍ର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ରାମ ମନ୍ଦିର ସାମ୍ନାରୁ ଶିଶୁପୁତ୍ର ଚୋରି ଘଟଣା। ମା’ କୋଳକୁ ଫେରିଲା ଉଦ୍ଧାର ପରେ ଶିଶୁ। ଶିଶୁକୁ ଫେରି ପାଇଁ ମା’ ଭାବବିହ୍ଵଳ ହୋଇପଡ଼ିଥିଲେ। ମା ଓ ପୁଅଙ୍କ ପୁନର୍ମିଳନ ଦେଖି ସମସ୍ତେ ଭାବପ୍ରବଣ ହୋଇପଡିଥିଲେ। ଚୋରି ଶିଶୁପୁତ୍ରକୁ ବାଲେଶ୍ଵରରୁ ଉଦ୍ଧାର କରିଥିଲା ଭୁବନେଶ୍ଵର କମିଶନରେଟ ପୋଲିସ । ଉଦ୍ଧାର ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ପୁତ୍ରର ଚିକିତ୍ସା ପରେ ତାର ମାଆକୁ ଫେରାଇ ଦିଆଯାଇଛି । ଜେଲମ ରାଣୀ ପଣ୍ଡା ନାମକ ମହିଳାଙ୍କ ନିକଟରୁ ଶିଶିଟିକୁ ଉଦ୍ଧାର କରାଯାଇଛି।  ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗରୁ ଶିଶୁ ଉଦ୍ଧାର ସହିତ ମହିଳାଙ୍କୁ ସକାଳେ ଉଠାଇ ଆଣିଥିଲା ୬ ଜଣିଆ ଟିମ । ପିଲା ଚୋରି କରିଥିବା ଯୁବକ କିନ୍ତୁ  ଫେରାର ହୋଇଯାଇଛି । ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ନେଇ ସନ୍ଦେହ କରାଯାଉଛି। କିଡନୀ ପାଇଁ ପିଲା ଚୋରି କରିଥିବା ଅଭିଯୋଗ ହୋଇଛି। ସେପଟେ ସାମ୍ନାକୁ ଆସିଛି ପିଲା ଚୋରି ବେଳର ସିସିଟିଭି । ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଦ୍ଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି । ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ତେବେ କିଏ ଏହି ଲୋକ ? ମା’ ଜୟନ୍ତୀ ମଲ୍ଲିକଙ୍କ ଏତଲା ପରେ  ସ୍ପେଶାଲ ଟିମ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରି ଭୁବନେଶ୍ୱର ଆଣିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣା : ତିବ୍ର ନିନ୍ଦା କଲେ ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ପାଟଣାଗଡରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ନେଇ ସବୁଠି କରାଯାଉଛି ନିନ୍ଦା । ତେବେ ଏହାକୁ ନେଇ ତିବ୍ର ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି କି, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଭଳି ଘୃଣ୍ୟ କାର୍ଯ୍ୟକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନକୁ ପ୍ରଶୟ ଦିଆଯିବନି । ସରକାର ଗଭୀର ନିଦ୍ରାରୁ ଉଠନ୍ତୁ, ଘଟଣାର ପୁନରାବୃତ୍ତିକୁ ରୋକନ୍ତୁ ।

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି : ଅଶୋକ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ରହିଛି। ଯେଉଁଥି ପାଇଁ ଆମେ ଆଜି ନାଗରିକ ହେବାର ଗର୍ବ କରି ପାରୁଛୁ। ପ୍ରଶାସନ ଏ ଦିଗରେ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନି ରାଷ୍ଟ୍ରର ଜାତୀୟ ପତାକା ପଡିଥିଲା। ସଂକୀର୍ଣ୍ଣ ରାଜନୀତିରୁ ବାହାରିବା ଦରକାର ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା ।

ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ଅର୍ଜୁନ ତେନ୍ଦୁଲକର

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସାହାଯ୍ୟ ମାଗିଛନ୍ତି । ଯେଉଁଥିରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ କୁକୁର ଛୁଆ ପାଇଁ ସାହାଯ୍ୟ ମାଗିଥିବା ଦେଖିବାକୁ ମିଳିଛି । କୁକୁର ଛୁଆର ମା ମରିଯାଇଥିବାବେଳେ ଏହାକୁ ରଖିବାକୁ ସେ ଜଣାଇଛନ୍ତି । କେହି ତାଙ୍କୁ ରଖନ୍ତୁ ବୋଲି କହିଛନ୍ତି । ସେ ନିଜର ପୋଷ୍ଟରେ ଠିକଣା ସହ ପୋଷ୍ଟ କରିଛନ୍ତି । ସେପଟେ ଅର୍ଜୁନ ତେନ୍ଦୁଲକର ଜଣେ ପଶୁପ୍ରେମୀ । ସେ କୁକୁରକୁ ଅଧିକ ଭଲ ପାଉଥିବା ପୂର୍ବରୁ ଫଟୋରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ କୁକୁରର ଦୁଃଖକୁ ଦେଖି ପାରୁନାହାନ୍ତି । କହି ରଖୁଛୁ କି, ଏବେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ଅର୍ଜୁନ । ଚଳିତ ବର୍ଷ କିନ୍ତୁ ସେ ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ପାଇନାହାନ୍ତି ।