spot_img
Home Blog Page 84

ମରଣଯନ୍ତା ପାଲଟିଛି କନିଷିରୁ ରଙ୍ଗୀପୁର ରାସ୍ତା…

ବ୍ରହ୍ମପୁର : ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକର କନିଷି ତହସିଲ ଠାରୁ ରଙ୍ଗୀପୁର ରାସ୍ତା ଉପରେ ୪ ରୁ ୫ଟି ଅଞ୍ଚଳର ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଦୁରାବସ୍ଥା ପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି । ଛାତ୍ରଛାତ୍ରୀ ସ୍କୁଲକୁ ଯାଉଥିବା ବେଳେ ଧୂଳି ଧୂଆଁରେ ନୟାନ୍ତ ହେଉଛନ୍ତି । ବର୍ଷା ହେଲେ କାଦୁଅ ପଚପଚ ହୋଇ ପଡୁଥିବା ରାସ୍ତାରେ ଯିବା ମୁସ୍କିଲ ହୋଇ ପଡୁଛି । ଗତ ୩ ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ପ୍ରଶାନର ଅବହେଳାରୁ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଏନେଇ ବାରମ୍ବାର ଗ୍ରାମ୍ଯ ନିର୍ମାଣ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଫଳ ଶୂନ ।

୨୦୨୨ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ରାସ୍ତା କାମ । ୨୦୨୨ ଡିସେମ୍ବରରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ୧୪୪.୨୪ ଲକ୍ଷ ବିନିୟମରେ ଏହାର ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମାତ୍ର ୨୦ ରୁ ୩୦ ଶତକଡ଼ା କାମ ସରିଛି । କିଛି ସ୍ଥାନରେ ପିଚୁ ପଡ଼ିଥିବା ବେଳେ ସେସବୁ ଉଠି ଗଲାଣି । ସ୍ଥାନୀୟ ବାସିନ୍ଦା ବ୍ରହ୍ମପୁର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ କାମ ଆଗେଇ ପାରୁନି । ଏନେଇ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କିଛିଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।

ସଙ୍କଟରେ ମକା ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ

ଧର୍ମଗଡ : ସଙ୍କଟରେ ମକା ଚାଷୀ । ବିକ୍ରିବଟା ସମସ୍ୟାରୁ ଅଭାବୀ ବିକ୍ରିର ହେଉଛନ୍ତି ଶିକାର । ମିଳୁନି ସରକାରୀ ପ୍ରୋତ୍ସାହନ । ଧାନ କପା ପରେ କଳାହାଣ୍ଡି ଜିଲ୍ଲାର ଅନନ୍ୟ ଅର୍ଥକାରୀ ଫସଲ ହେଉଛି ମକା । ଧର୍ମଗଡ ଓ କୋକସରା ବ୍ଲକର ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ରହୁଥିବା ଅନେକ ଆଦିବାସୀ ମକା ଚାଷ କରି ପରିବାର ଚଳାନ୍ତି । ହେଲେ ଅଞ୍ଚଳରେ ମଣ୍ଡି ବ୍ୟବସ୍ଥା ନଥିବାରୁ ଏମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।…

ଶତାଧିକ ଚାଷୀ ମହାଜନ ଠାରୁ ଧାର ଉଧାର କରି ୨୫ ଶହରୁ ଉର୍ଦ୍ଧ୍ଵ ଏକର ଜମିରେ ମକା ଚାଷ କରିଛନ୍ତି । ହେଲେ ଅମଳ ସମୟରେ ଚାଷୀଙ୍କୁ ପରିଶ୍ରମ ମୁତାବକ ଫଳ ମିଳୁନାହିଁ । ମଣ୍ଡି ବ୍ୟବସ୍ଥା ନଥିବାରୁ ଋଣ ସୁଝିବା ଚିନ୍ତାରେ ଦଲାଲଙ୍କ ଶିକାର ହେଉଛନ୍ତି । ମକା କୁଇଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ବିକ୍ରି କରିଦେଇଛନ୍ତି  । ଜଙ୍ଗଲ ଜମି ଅଧିକାର ବଳରେ ପାହାଡି ଅଞ୍ଚଳର ଚାଷୀ ମାନେ ମକା ଚାଷ କରୁଛନ୍ତି । ପୂର୍ବ ସରକାର ସମୟରେ ଏଠାକାର ମକା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିଲା । ଚାଷୀ କୁଇଣ୍ଟାଲ ପିଛା ୨ ହଜାର ଟଙ୍କାରେ ମକା ବିକ୍ରି କରୁଥିଲେ । ଏବେ କୃଷି ବିଭାଗର ଅଣଦେଖା କରୁଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଭାଙ୍ଗିବେ ସିଦ୍ଧାରମୈୟା

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଉପମୁ୍ଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଗାଦିକୁ ନେଇ ଦୀର୍ଘଦିନରୁ ଲଢେଇ ଚାଲିଛି । ଆଉ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବେ ରାଜ୍ୟର ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ହାସଲ କରିବାକୁ ଯାଉଛନ୍ତି । ରାଜ୍ୟର ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ପାଇଁ ସେ ମାତ୍ର ଗୋଟାଏ ଦିନ ଦୂରରେ ଅଛନ୍ତି  । ଆସନ୍ତାକାଲି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡି ଦେବରାଜ ଉର୍ସଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଡି ଦେବରାଜ ୭ ବର୍ଷ ୨୩୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ତେବେ ସୋମବାର ଦିନ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ ୭ ବର୍ଷ ୨୩୯ ଦିନ ପୂରଣ କରିଛନ୍ତି  । ସେଭଳି ୩ୟ ସ୍ଥାନରେ ଅଛନ୍ତି  ଏସ. ନିଜଲିଙ୍ଗପ୍ପା ଯିଏ ୭ ବର୍ଷ ୧୭୫ ଦିନ ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୪ର୍ଥ ସ୍ଥାନରେ ଅଛନ୍ତି ରାମକୃଷ୍ଣ ହେଗଡେ, ଯିଏ ୫ବର୍ଷ ୨୧୬ ଦିନ ପାଇଁ କାର୍ଯ୍ୟ କରିଥିଲେ ଏବଂ ୫ମ ସ୍ଥାନରେ ଅଛନ୍ତି ବି.ଏସ. ୟେଦିୟୁରପ୍ପା, ଯିଏ ୫ ବର୍ଷ  ୮୨ ଦିନ ପାଇଁ କାର୍ଯ୍ୟ କରିଥିଲେ  । ଦେବରାଜ ଉର୍ସ ସାଢ଼େ ସାତ ବର୍ଷ ଧରି କ୍ଷମତାରେ ଥିଲେ, ଏବଂ ସିଦ୍ଧରମୈୟା ତାଙ୍କର ପ୍ରଥମ କାର୍ଯ୍ୟକାଳ ସମାପ୍ତ କରିବା ପରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରି ନଥିଲା। ୨୦୧୮ ବିଧାନସଭା ନିର୍ବାଚନର ଅନିଶ୍ଚିତ ଫଳାଫଳ ଯୋଗୁଁ, କଂଗ୍ରେସ ଜେଡିଏସ୍ ସହିତ ଏକ ମେଣ୍ଟ ସରକାର ଗଠନ କରିଥିଲା। ତଥାପି, ମାତ୍ର ୧୪ ମାସ ପରେ କୁମାରସ୍ୱାମୀଙ୍କ ସରକାରର ପତନ ଘଟିଥିଲା। ପରେ, ବିଜେପିର ୟେଦୁରପ୍ପା ଏବଂ ବାସଭରାଜ ବୋମାଇ କ୍ଷମତାକୁ ଆସିଲେ ଏବଂ ଜଣକ ପରେ ଜଣେ ମୁଖ୍ୟମନ୍ତ୍ରୀ ହେଲେ। ତା’ପରେ, ୨୦୨୩ ନିର୍ବାଚନରେ ​​କଂଗ୍ରେସ ବହୁମତ ହାସଲ କରିବା ପରେ, ସିଦ୍ଧରମୈୟା ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ। ପୂର୍ବରୁ ଲୋକଦଳ ଏବଂ ଜନତା ଦଳରେ କାର୍ଯ୍ୟ କରିଥିବା ସିଦ୍ଧରମୈୟା ୨୦୦୬ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ବିରୋଧୀ ଦଳ ନେତାଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ରହିଥିଲେ ଏବଂ ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ସରକାରର ନେତୃତ୍ୱ ନେଉଛନ୍ତି।

ଦିଲ୍ଲୀ ଏନସିଆରରେ କଲବଲ କରୁଛି ଘନ କୁହୁଡି ସାଙ୍ଗକୁ ପ୍ରଦୂଷଣ

ଦିଲ୍ଲୀ : ଦିଲ୍ଲୀ ଏନସିଆରରେ କଲବଲ କରୁଛି ଘନ କୁହୁଡି ସାଙ୍ଗକୁ ପ୍ରଦୂଷଣ। ଆଜି ଘନ କୁହିଡି ପ୍ରଭାବରେ ଜୀଜନଯାତ୍ରା ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରୁ ୨୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି। ପାଟନା, ପ୍ରୟାଗରାଜ, ହାଓଡ଼ା, ଅମୃତସର, କାମାକ୍ଷା, କୋଲକାତା, ଆଜମେର ଏବଂ ଅମ୍ବାଲା ଭଳି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। କମ୍ ଦୃଶ୍ୟମାନତା ଯୋଗୁଁ, ଟ୍ରେନ୍ ଗତି ହ୍ରାସ ପାଇଛି। ଅନେକ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ଯଥେଷ୍ଟ ବିଳମ୍ବରେ ଚାଲୁଛି।
ଫେବୃଆରୀ ୨୭ ପର୍ଯ୍ୟନ୍ତ ଏହି ସବୁ ରୁଟରେ କିଛି ଟ୍ରେନ୍ ବାତିଲ କରାଯାଇଛି। ବିମାନ ଚଳାଚଳରେ ମଧ୍ୟ ବିଳମ୍ବ ଦେଖିବାକୁ ମିଳିଛି। ଘନ କୁହୁଡିରୁ ଅନେକ ବିମାନର ଉଡାଣ ପ୍ରଭାବିତ ହୋଇଛି। ତେବେ ପ୍ରଦୂଷଣରେ ଆଜି ସାମାନ୍ୟ ଉନ୍ନତିରୁ ଗ୍ରାପ୍ ୩ କଟକଣା ପ୍ରତ୍ୟାହୃତ ।

ସମ୍ବଲପୁରରେ ପିକନିକ ବସକୁ ୨ ଲକ୍ଷ ଫାଇନ୍ ; ୨ଲକ୍ଷ ୧୯ହଜାର ଟଙ୍କା ଫାଇନ୍ କଲା ପରିବହନ ବିଭାଗ

ସମ୍ବଲପୁର : ସମ୍ବଲପୁରରେ ପିକନିକ ବସକୁ ୨ ଲକ୍ଷ ଫାଇନ୍ । ୨ଲକ୍ଷ ୧୯ହଜାର ଟଙ୍କା ଫାଇନ୍ କଲା ପରିବହନ ବିଭାଗ । ତେବେ ଖୋଦ୍ RTO ନିଜେ ଉପସ୍ଥିତ ରହି ୨୫ ବର୍ଷର ଏହି ପୁରୁଣା ଟୁରିଷ୍ଟ ବସ୍ କୁ ମୋଟା ଅଙ୍କର ଫାଇନ କରିଛନ୍ତି l ଏହା ୨୫ବର୍ଷର ପୁରୁଣା ଗାଡ଼ି ବୋଲି କୁହା ଯାଉଥିବା ବେଳେ ଝାରସୁଗୁଡ଼ାରୁ ହୀରାକୁଦକୁ ସ୍କୁଲ ପିଲାଙ୍କୁ ନେଇ ପିକନିକ୍ ଆସିଥିଲା । ହେଲେ ଦୀର୍ଘ ଦିନରୁ ଏହି ବସ୍ ମାଲିକ କୌଣସି ଟିକସ ଦେଉନଥିବାରୁ ଅଭଳି ମୋଟା ଅଙ୍କର ଫାଇନ ପଡ଼ିଥିବା କହିଛନ୍ତି RTO ।

୭ଘଣ୍ଟା ପାଇଁ ମରିଥିବା ମହିଳା ସ୍ବର୍ଗରେ ପହଞ୍ଚିଲେ ; ବର୍ଣ୍ଣନା କଲେ ସ୍ବର୍ଗର ଦୃଶ୍ୟ

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଯେ ମୃତ୍ୟୁ ଏକ ଅନିବାର୍ଯ୍ୟ ସତ୍ୟ। ଅର୍ଥାତ୍ ଏହି ପୃଥିବୀରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନିଶ୍ଚିତ ଏବଂ ଏହାକୁ କେହି ଏଡାଇ ପାରିବେ ନାହିଁ। କିନ୍ତୁ ଆମେରିକାର ନ୍ୟୁ ଜର୍ସିର ବାସିନ୍ଦା ଏରିକା ଟେଟ୍ ତାଙ୍କର ଅଜବ ଦାବି କରି ସମଗ୍ର ବିଶ୍ବକୁ ଚକିତ କରିଦେଇଛନ୍ତି । ମହିଳା ଜଣକ କହିଛନ୍ତି ଯେ ସେ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି। ଏରିକା ଦାବି କରିଛନ୍ତି ଯେ ସେ ୭ଘଣ୍ଟା ପାଇଁ କ୍ଲିନିକାଲି ମୃତ ଥିଲେ ଏବଂ ତା’ପରେ ହଠାତ୍ ତାଙ୍କ ହୃଦସ୍ପନ୍ଦନ ଫେରି ଆସିଲା। କିନ୍ତୁ ଏହି ସମୟ ମଧ୍ୟରେ ସେ ଯାହା ଅନୁଭବ କଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଏରିକାଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।

ଯଦିଓ ଏହି କାହାଣୀଟି ଏକ ଚଳଚ୍ଚିତ୍ର ପରି ମନେହୁଏ କିନ୍ତୁ ୩୨ ବର୍ଷୀୟା ଏରିକାଙ୍କ ପାଇଁ ଏହା ଏକ ବାସ୍ତବତା ଯାହା ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା। ୨୦୧୫ ମସିହାରେ, ନ୍ୟୁ ଜର୍ସିର ପାଲିସାଡେସ୍ କ୍ଲିଫ୍ସରେ ପର୍ବତାରୋହଣ କରୁଥିବା ସମୟରେ ଏରିକା ଖସିଯାଇ ୬୦ ଫୁଟ ଉଚ୍ଚତାରେ ଏକ ଘାଟିରେ ପଡ଼ିଯାଇଥିଲେ। ଏହି ଭୟଙ୍କର ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଥିଲା, ପଞ୍ଜରା ଏବଂ ହାତ ଭାଙ୍ଗିଯାଇଥିଲା ଏବଂ ଉଭୟ ଫୁସଫୁସ ଫାଟି ଯାଇଥିଲା।

ଯନ୍ତ୍ରଣାରେ କାନ୍ଦି କାନ୍ଦି ଏରିକା ସାହାଯ୍ୟ ପାଇଁ ଡାକୁଥିଲେ କିନ୍ତୁ ତାଙ୍କ ଡାକ ଶୁଣିବାକୁ ଲୋକଙ୍କୁ ସମୟ ଲାଗିଥିଲା । ଏହି କାରଣରୁ ତାଙ୍କୁ ଉଦ୍ଧାର କରିବାକୁ ସାତ ଘଣ୍ଟା ସମୟ ଲାଗିଲା। ଯେତେବେଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଡାକ୍ତରମାନେ କହିଥିଲେ ଯେ ସେ ଏ ଦୁନିଆରେ ନାହାଁନ୍ତି। କିନ୍ତୁ ଏରିକାଙ୍କ ପରବର୍ତ୍ତୀ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ କହିଥିଲେ ଯେ ସେ ସାତ ଘଣ୍ଟା ସେ ସେହି ସ୍ଥାନରେ ବିତାଇଛନ୍ତି ଯାହାକୁ ଆମେ “ପରବର୍ତ୍ତୀ ଜୀବନ” କିମ୍ବା “ସ୍ୱର୍ଗ” ବୋଲି କହୁ।

ଏରିକା ତାଙ୍କର ମୃତ୍ୟୁ ନିକଟତର ଅଭିଜ୍ଞତା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ ପଡ଼ିଯିବା ପରେ ସେ ଉପରୁ ତାଙ୍କର କ୍ଷତବିକ୍ଷତ ଶରୀରକୁ ଚାହିଁଥିଲେ। ସେ ଅନୁଭବ କରିଥିଲେ ଯେ ସେ ଏହି ଶରୀର ନୁହେଁ ବରଂ ଅନ୍ୟ କିଛି। ଗୋଟିଏ ମୁହୂର୍ତ୍ତରେ ତାଙ୍କର ସମସ୍ତ ଯନ୍ତ୍ରଣା ଉଭାନ ହୋଇଗଲା ଏବଂ ଏକ ଗଭୀର ଶାନ୍ତି ଆସିଗଲା।

“ମୋର ସମଗ୍ର ଜୀବନ ମୋ ସମ୍ମୁଖରେ ଏକ ଚଳଚ୍ଚିତ୍ର ପରି ଚାଲିଗଲା “। “ମୁଁ ମୋର ଅତୀତର ନିଷ୍ପତ୍ତି ଏବଂ ମୁଁ ଅନ୍ୟମାନଙ୍କ ପାଇଁ କରିଥିବା ଯନ୍ତ୍ରଣାକୁ ଅନୁଭବ କଲି।” “ପ୍ରତ୍ୟେକ କାର୍ଯ୍ୟର ପ୍ରଭାବ ସ୍ପଷ୍ଟ ଥିଲା,” ।

ଲୋକମାନେ ପ୍ରାୟତଃ ଯମରାଜ ଏବଂ ଦୂତମାନଙ୍କ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଏରିକା ଅନ୍ୟ କିଛି ଅନୁଭବ କରିଥିଲେ। ତାଙ୍କ ମତରେ ବିଚାର କରିବା ପାଇଁ କେହି ନଥିଲେ। ସେ କେବଳ ଏକ ଉଜ୍ଜ୍ୱଳ ଆଲୋକ ଆଡ଼କୁ ଆକର୍ଷିତ ହୋଇଥିଲେ, ଯାହାକୁ ସେ “ବିଶ୍ୱବ୍ୟାପୀ ଚେତନା” କିମ୍ବା ଈଶ୍ୱର ବୋଲି କୁହନ୍ତି। ତାଙ୍କ ମତରେ ସେହି ଆଲୋକ ପ୍ରେମ ଏବଂ ଅନନ୍ତ ଶାନ୍ତିରେ ପରିପୂର୍ଣ୍ଣ ଥିଲା।

ଏରିକା କୁହନ୍ତି ଯେ ସେ ପୂର୍ବରୁ ଈଶ୍ୱରଙ୍କଠାରେ ବିଶ୍ୱାସ କରୁନଥିଲେ କିନ୍ତୁ ଏହି ଅଭିଜ୍ଞତା ପରେ ସେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ହୋଇଗଲେଣି। ସେ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ଶେଷ ନୁହେଁ ବରଂ ଏକ ଭ୍ରମ। ଆମେ ସମସ୍ତେ ସମାନ ଶକ୍ତିରେ ତିଆରି। କାହାକୁ ଆଘାତ କରିବା ପ୍ରକୃତରେ ନିଜକୁ ଆଘାତ ଦେବା, କାରଣ ଆମେ ସମସ୍ତେ ସଂଯୁକ୍ତ। ଏରିକା ଲୋକମାନଙ୍କୁ ସ୍ୱର୍ଗ ଏବଂ ନର୍କ ବିଷୟରେ ଚିନ୍ତା କରିବା ବନ୍ଦ କରିବାକୁ ଏବଂ ଦୟା ଏବଂ ଏକତା ସହିତ ବଞ୍ଚିବାକୁ ଉତ୍ସାହିତ କରୁଛନ୍ତି।

 

୨୦୨୦ ସିଏଏ ବିରୋଧୀ ଆନ୍ଦୋଳନ ଦିଲ୍ଲୀ ଦଙ୍ଗା ମାମଲା ; ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଜାମିନ ଦେଲେନି ସୁପ୍ରିମକୋର୍ଟ

ଦିଲ୍ଲୀ: ୨୦୨୦ ସିଏଏ ବିରୋଧୀ ଆନ୍ଦୋଳନ ଦିଲ୍ଲୀ ଦଙ୍ଗା ମାମଲା। ଦୁଇ ମୁଖ୍ୟ ଅଭିଯୁକ୍ତ ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଜାମିନ ଦେଲେନି ସୁପ୍ରିମକୋର୍ଟ । ମାମଲାର ଅନ୍ୟ ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଗୁଲଫିସା ଫତିମା, ମୀରାନ ହାଇଦର, ସିଫା ଉର ହହେମାନ, ମହମ୍ମଦ ସଲିମ ଓ ସଦାବ ଅହମ୍ମଦଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ଏହି ୫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି- ସମସ୍ତଙ୍କୁ ବ୍ୟକ୍ତିଗତ ସ୍ବାଧୀନତା ପ୍ରଦାନ କରିଛି ସମ୍ବିଧାନ। ହେଲେ ଏହାର ଅର୍ଥ ନୁହେଁ, ଜାତୀୟ ନିରାପତ୍ତା ଓ ସାର୍ବଜନୀନ ବ୍ୟବସ୍ଥାର ଉଲ୍ଲଂଘନ କରିବା। ଉମର ଖାଲିଦ ଓ ସରଜିଲ ଇମାମ ରହିବେ ଜେଲରେ। ଅନ୍ୟ ୫ ଜଣଙ୍କ ଲାଗି ଜେଲ ପ୍ରଯୁଜ୍ୟ ନୁହେଁ। ନିଜ ନିଜର ଜାମିନ ଆବେଦନ ଉମର ଖାଲିଦ ଓ ସରଜିଲ ଇମାମ ପରେ ଦାଏର କରିପାରିବେ।

ଏକ ବର୍ଷ ପରେ କିମ୍ବା ସାକ୍ଷୀମାନଙ୍କ ଜେରା ସରିବା ପରେ ସେମାନେ ପୁନଃଜାମିନ ଆବେଦନ କରିପାରିବେ। ଭବିଷ୍ୟତରେ ସେମାନେ ଦାୟର କରିବାକୁ ଥିବା ଆବେଦନକୁ ସ୍ବାଧୀନ ଭାବେ ଚିଚାର କରାଯିବ। ୨୦୨୦ ଫେବ୍ରୁଆରୀରେ ଘଟିଥିବା ହିଂସା ଘଟଣାରେ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ଦର୍ଶାଇ ଗତ ୨୦୨୫ ସେପ୍ଟେମ୍ବର ୨ରେ ସେମାନଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଗତ ୨୦୨୫ ଡିସେମ୍ବର ୧୦ରେ ରାୟ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ। ଏହି ଘଟଣାରେ ଦିଲ୍ଲୀରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଥିଲେ ୭୦୦।

ଆଜି ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ: ପୁରୀ ଗଜପତି ମହାରାଜାଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଆଜି ଅନୁଷ୍ଠିତ ହବ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହେବେ। ଏଥିପାଇଁ ଶ୍ରୀନଅରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ ରାଜ୍ୟର ମଙ୍ଗଳ କାମନା କରାଯାଇଥାଏ। ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ପୌଷପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ର ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରଂପରା ଅନୁଯାୟୀ ଆଜି ଶ୍ରୀନଅରରେ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହେବ।

ପୌଷପୁର୍ଣିମାର ପୁଷ୍ୟା ନକ୍ଷତ୍ରରେ ଗଜପତିଙ୍କର ପରମ୍ପରା ଅନୁସାରେ ଅଭଷେକ ନୀତି କରାଯିବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ। ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରେ ପାରଂପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିଷିକ୍ତ ଜଳ ସିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯିବ। ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ଶ୍ରୀଫଳ ଓ ପଇତା ଦାନ କରି ଆର୍ଶୀବାଦ ପ୍ରଦାନ କରିବେ। ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥାନ୍ତି।

ଆସାମ ଓ ତ୍ରିପୁରାରେ ଭୂକମ୍ପ ; ତୀବ୍ରତା ୫.୧ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଭାରତରେ ଭୂକମ୍ପର ଝଟକା। ଆସାମ ଓ ତ୍ରିପୁରାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଥିବା ଜଣାପଡିଛି। ଭୂପୃଷ୍ଠରୁ ୫୦ କିଲୋମିଟର ଭିତରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ।ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି NCS ଅନୁଯାୟୀ ସକାଳ ୪ଟା ୧୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ମୋରିଗାଓଁ ଏବଂ ନିକଟବର୍ତ୍ତୀ ଜିଲ୍ଲା ସମେତ କେନ୍ଦ୍ରୀୟ ଆସାମର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଥଣ୍ଡା ଏବଂ ଘନ କୁହୁଡ଼ି ମଧ୍ୟରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏପର୍ଯ୍ୟନ୍ତ ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

ଆଜିଠାରୁ ଆରମ୍ଭ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରିବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା। ପରେ ଆରମ୍ଭ ହେବ ଗୃହର ନିୟମିତ କାର୍ଯ୍ୟ। ଆସନ୍ତା ଜାନୁଆରୀ ୮ ଯାଏ ଚାଲିବ ସେସନ। ପ୍ରଶାସନିକ ସ୍ବଚ୍ଛତା, ଆର୍ଥିକ ବିକାଶ ଆଦି ପ୍ରସଙ୍ଗରେ ଗୃହରେ ହେବ ଆଲୋଚନା। ଗୃହରେ ସକାରାତ୍ମକ ଆଲୋଚନା କରିବା ଲାଗି ଆହ୍ବାନ ଦେଇଛନ୍ତି ବାଚସ୍ପତି ବିଜେନ୍ଦର ଗୁପ୍ତା।

ଗଣତାନ୍ତ୍ରିକ ପ୍ରତିଷ୍ଠାନର ସୁରକ୍ଷା ଲାଗି ବି ସେ ଆହ୍ବାନ ଦେଇଛନ୍ତି। ଏହି ଅଧିବେଶନ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଳୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ କାଳରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିପାରନ୍ତି ବିରୋଧୀ। ସ୍ବାସ୍ଥ୍ୟ, ଶିକ୍ଷା, ଶକ୍ତି, ଜଳ, ପରିବହନ, ଅର୍ଥ, ନଗର ଉନ୍ନୟନ ପ୍ରସଙ୍ଗରେ ଗୃହରେ ବି ବିଶେଷ ଆଲୋଚନା ହେବ।