spot_img
Home Blog Page 832

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଛି ଆଗୁଆ ଆବେଦନ। ଗତକାଲି ସୁଦ୍ଧା ୯୮ ହଜାର ଛାତ୍ର ଛାତ୍ରୀ କରିଛନ୍ତି ଆବେଦନ । ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା ଯେ ପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରିନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କାରଣ ଗତବର୍ଷ ଆଡମିସନ ପ୍ରକ୍ରିୟା ଶେଷ କରିବାକୁ ଡିସେମ୍ବର ହୋଇଯାଇଥିଲା । ତେଣୁ ଏଥର ଶୀଘ୍ର ନାମଲେଖା କରି ଜୁନରେ ସିଟ୍ ଆଲୋକେସନ ସହ ଜୁଲାଇ ୧୫ରୁ କ୍ଲାସ ଆରମ୍ଭ ହେବ। ତେଣୁ ଏଥର ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଯେଉଁଥିରେ କୌଣସି ଅସ୍ଵାଭାବିକତା ନାହିଁ। କଲେଜ ଇଲେକ୍ସନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ହେଲେ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ହେବ । ଯେଉଁମାନେ ଜାଣିନାହାନ୍ତି ପ୍ରକ୍ରିୟା ସେଇମାନେ ଅଯଥା ଦୋଷ ଲଦୁଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଦୂର ହେଲା ମାତୃତ୍ବ ଛୁଟି ଦ୍ବନ୍ଦ : ସ୍ଥିରୀକୃତ ହେଲା ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ

ନନ୍ଦିଘୋଷ ବ୍ୟୁରୋ: ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ଵ ଛୁଟି ନେଇ ଦୂରହେଲା ଦ୍ୱନ୍ଦ୍ୱ । ସ୍ଥିରୀକୃତ ହେଲା ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ । ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ମିଳିବ । ମାତୃତ୍ଵ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନିଆଯାଇପାରିବ । ପ୍ରସବ ଯେକୌଣସି ସ୍ଵୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ । ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ ପରବର୍ତ୍ତୀ ସମୟରେ ସେବାରେ ଯୋଗଦେବା ପରେ, ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି ।

ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି । ଯଦି ମାତୃତ୍ଵ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ ସେହିଦିନ ସେ ସେହି ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ଵ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ ।

ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କ ସହ ରହିଛି ସମ୍ପର୍କ : ମାନିଲେ ଜ୍ୟୋତି !

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କ ସହ ରହିଛି ସମ୍ପର୍କ। ହରିୟାଣାର ୟୁଟ୍ଯୁବର ଜ୍ୟୋତି ମାଲହୋତ୍ରା ଏହା ମାନିଥିବା ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର ତତକାଳୀନ କର୍ମକର୍ତ୍ତା ଡାନିସଙ୍କ ସହ ତାଙ୍କର ସମ୍ପର୍କ ଥିବା ସେ ସୂଚନା ଦେଇଛନ୍ତି। ୨୦୨୩ରେ ପ୍ରଥମ ଥର ଲାଗି ଡାନିସଙ୍କ ସହ ଯୋଗାଯୋଗରେ ଆସିଥିଲେ ଜ୍ୟୋତି। ପାକିସ୍ତାନକୁ ଯିବା ସକାଶେ ଭିସା ଲାଗି ସେ ଡାନିସଙ୍କୁ ଯୋଗାଯୋଗ କରିଥିବା ଜ୍ୟୋତି କହିଥିବା ସୂଚନା ମିଳିଛି। ଅପରେସନ ସିନ୍ଦୂର ପରେ ଗତ ମେ ୧୩ରେ ଡାନିସଙ୍କୁ ବହିଷ୍କାର କରାଯାଇଥିଲା। ସେପଟେ ଜ୍ୟୋତିଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି କୋଲକାତାର ୟୁଟ୍ୟୁବର ସୌମିତ ଭଟ୍ଟାଚାର୍ଯ୍ୟ।  ସେ କହିଛନ୍ତି- ଜ୍ୟୋତିଙ୍କୁ ସେ ଏନେଇ ସନ୍ଦେହ କରିପାରୁନାହାନ୍ତି। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ବେଳେ ଜ୍ୟୋତିଙ୍କ ସହ ତାଙ୍କର ଦେଖା ହୋଇଥିଲା ବୋଲି କହିଛନ୍ତି ସୌମିତ। ପାକ୍ ଲିଙ୍କ ନେଇ ହୋଇଥିବା ଅଭିଯୋଗ ଖବର ଶୁଣି ସେ ହତବାକ ହୋଇଯାଇଥିଲେ ବୋଲି କହିଛନ୍ତି ସୌମିତ। ଜ୍ୟୋତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ଅଫିସିଆଲ ସିକ୍ରେଟ ଆକ୍ଟ-୧୯୨୩ ଅନୁସାରେ ମାମଲା ରୁଜୁ ହୋଇଛି।

ରାନ୍ୟା ରାଓ ସୁନା ଚୋରାଚାଲାଣ ମାମଲା : ମେଡିକାଲ କଲେଜରେ ଇଡିର ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ରାନ୍ୟା ରାଓ ସୁନା ଚୋରାଚାଲାଣ ମାମଲା। କର୍ଣ୍ଣାଟକର ଏକ ମେଡିକାଲ କଲେଜରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ। ତୁମାଲକୁରୁସ୍ଥିତ ଏହି ମେଡିକାଲ କଲେଜ ସହ ରାଜ୍ଯ ଗୃହମନ୍ତ୍ରୀ ଜି. ପରମେଶ୍ବରଙ୍କ ସମ୍ପର୍କ ଥିବା ସୂଚନା ମିଳିଛି। ତୁମାକୁରୁସ୍ଥିତ ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଅଧ୍ୟକ୍ଷ ପରମେଶ୍ବର ରହିଥିବା ସୂଚନା ମିଳିଛି। ଇଡି ରେଡ ବେଳେ ମନ୍ତ୍ରୀ ଘରେ ନଥିବା ସୂଚନା ମିଳିଛି। ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରାଚାଲାଣ ମାମଲା ସହ ମେଡିକାଲ କଲେଜର ସମ୍ପୃକ୍ତି ଆସିବା ପରେ ଇଡି ରେଡ ହୋଇଛି। ଇଡି ତଦନ୍ତ ବେଳେ ରାନ୍ୟା ରାଓଙ୍କ ସହ ମେଡିକାଲ କଲେଜର ଆର୍ଥିକ କାରବାର ମଧ୍ୟରେ ଲିଙ୍କ ଥିବା ସୂଚନା ମିଳିଥିଲା। ବିଦେଶରୁ ସୁନା ଚୋରାଚାଲାଣ ନେଇ ଗତ ମାର୍ଚ୍ଚ ୩ରେ ବେଙ୍ଗାଳୁରୁ ବିମାନ ବନ୍ଦରରୁ ଗିରଫ ହୋଇଥିଲେ ରାନ୍ଯା ରାଓ। ତେବେ ଜି. ପରମେଶ୍ବରଙ୍କ ଲିଙ୍କକୁ ରାଜନୈତିକ ଗୋଟିଚାଳନା ବୋଲି କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର।

ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ, ଜାଣନ୍ତୁ କଣ କହିଲେ ପିସିସି ସଭାପତି

ନନ୍ଦିଘୋଷ ବ୍ୟୁରୋ: ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ । ପିସିସିର ନୂଆ ଟିମକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ l ନୂଆ ଟିମକୁ ନେଇ କଂଗ୍ରେସ ନେତାମାନେ ଧଯ୍ୟ ଧରନ୍ତୁ ବୋଲି ସେ କହିଛନ୍ତି। ଟିମରେ ସାମିଲ ବଡ କଥା ନୁହେଁ, କଂଗ୍ରେସ ପାଇଁ କାମ କରିବାକୁ ନେତାଏ ଆଗ୍ରହ ପ୍ରକାଶ କରିବା ଦରକାର l ବହୁ ନେତା ୨୫ ବର୍ଷ ହେବ କଂଗ୍ରେସରେ ଥିବାରୁ ପଦ ଦରକାର ବୋଲୁ କହୁଛନ୍ତି । ପଦ ନୁହେଁ କଂଗ୍ରେସ ସମସ୍ତଙ୍କୁ ସମ୍ମାନ ଦେବ । ଯିଏ କାମ କରିବ , ସେ ସମ୍ମାନ ପାଇବ । ନୂଆ ଟିମରେ ପରିବର୍ତ୍ତନର ଆବଶ୍ୟକତା । ୩୦ ଜଣିଆ ଟିମରେ  ଆଠ ଜଣ ଆଦିବାସୀ ଅଛନ୍ତି, ୭ଜଣ obc ଅଛନ୍ତି, ସବୁ ଜାତିର ନେତାଙ୍କୁ ନେଇ ଛୋଟ ଟିମ୍ ହୋଇଛି । ନିର୍ବାଚିତ ବିଧାୟକମାନଙ୍କୁ ଟିମରେ ଗୁରୁତ୍ବ ଦିଆଯାଇଛି l ସେମାନଙ୍କୁ ପଦ ପଦବୀ ଦେଇ ଦଳୀୟ କାମ କରିବେ l ଏକ ମାସ ପରେ ଟିମର ସଂପ୍ରସାରଣ କରାଯିବ l ବହୁ ଲୋକଙ୍କୁ ପୁଣି ଟିମରେ ସାମିଲ କରାଯିବ ବୋଲିସ ଭକ୍ତ କହିଛନ୍ତି।

ନିଜ ସୁରକ୍ଷା ନେଇ ଚିନ୍ତିତ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ ନିଜ ସୁରକ୍ଷା ନେଇ ଚିନ୍ତିତ। ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶରେ ଗୋଲଡେନ ଡୋମ ମିସାଇଲ ସିଲଡ ସିଷ୍ଟମ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆସନ୍ତା ତିନି ବର୍ଷରେ ଏହି ଯୋଜନା ରୂପରେଖ ନେବ । ଏଥିଲାଗି ପ୍ରାରମ୍ଭିକ ଭାବେ ଖର୍ଚ୍ଚ ହେବ ୨୫ ବିଲିୟନ ଡଲାର । ମୋଟ ବଜେଟ ପରିମାଣ ରହିବ ୧୭୫ ବିଲିୟନ ଡଲାର । ସ୍ବଦେଶୀ କାରିଗରିଭିତ୍ତିରେ ଏହି ସିଷ୍ଟମ ପ୍ରତିଷ୍ଠା ହେବ । ଦେଶବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଟ୍ରମ୍ପ । ଏହି ସିଷ୍ଟମ କାର୍ଯ୍ୟକାରୀ ହେଲେ ପୃଥିବୀର ଯେ କୌଣସି ଦିଗରୁ ଆସୁଥିବା ମିସାଇଲକୁ ଖସାଇଦିଆଯାଇପାରିବ । ଏପରିକି ସ୍ପେସରୁ ଆସୁଥିବା କ୍ଷେପଣାସ୍ତ୍ରକୁ ବି ନଷ୍ଟ କରିଦିଆଯାଇପାରିବ । ଏହି କାର୍ଯ୍ଯକ୍ରମର ମୁଖ୍ୟ ହେବେ ୟୁଏସ ସ୍ପେସ ଫୋର୍ସ ଜେନେରାଲ ମାଇକେଲ ଗୁଟଲିନ । ବଡ଼କଥା ହେଉଛି ଆମେରିକାର ଏହି ଅଭିଯାନରେ ବି ସାମିଲ ହେବ କାନାଡା । ଏହି ବଜେଟ ପରିମାଣ ଆସନ୍ତା ୨୦ ବର୍ଷ ମଧ୍ୟରେ ୫୪୨ ବିଲିୟନ ଡଲାର ଟପିବ ବୋଲି ସୂଚନା ମିଳିଛି। ବାଲିଷ୍ଟିକ ମିସାଇଲ କ୍ଷେତ୍ରରେ ଆମେରିକାକୁ ଚୀନ ଟକ୍କର ଦେଉଥିବାବେଳେ ରୁଷ ବି ଇଣ୍ଟରକଣ୍ଟିନେଣ୍ଟାଲ ରେଞ୍ଜ ମିସାଇଲ ସିଷ୍ଟମ ବିକଶିତ କରୁଛି। ଏହାକୁ କାଉଣ୍ଟର କରିବା ଲାଗି ଆମେରିକା ଏହି ପଦକ୍ଷେପ ନେଇଛି। ଗୋଲଡେନ ଡୋମ ହେଉଛି ମଲ୍ଟିଲେୟାର ଡିଫେନ୍ସିଭ ସିଷ୍ଟମ। ବାଲିଷ୍ଟିକ, ହାଇପରସୋନିକ ଓ କ୍ରୁଜ ମିସାଇଲରୁ ଦେଶକୁ ରକ୍ଷା କରିବ।

ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ୨ଲକ୍ଷରୁ ଅଧିକ ଟଙ୍କା ଲୁଟ୍  

ନନ୍ଦିଘୋଷ ବ୍ୟୁରୋ: ବୋମା ଫୁଟାଇ ମଦ ଦୋକାନ କର୍ମଚାରୀଙ୍କଠୁ ୨ ଲକ୍ଷ ଟଙ୍କାରୁ ଅଧିକ ଲୁଟ୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସରେଇ ନିକଟରେ ବୋମା ଫୁଟାଇ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଅଭିଯୋଗ । ଗତ ରାତିରେ କରଞ୍ଜିଆ ସରକାରୀ ବିଦେଶୀ ମଦ ଦୋକାନ ବନ୍ଦ କରି ୨ ଜଣ କର୍ମଚାରୀ ସ୍କୁଟି ଡିକିରେ ବିକ୍ରି ଟଙ୍କା ଧରି ଦୋକାନ ମାଲିକଙ୍କ ଘରକୁ ଯାଉଥିଲେ । ସରେଇ ଆମ୍ଵ ବଗିଚା ନିକଟରେ ତିନି ଜଣ ଦୃର୍ବୁତ୍ତ ବାଇକରେ ଆସି ବୋମା ମାଡ଼ କରି ଟଙ୍କା ଲୁଟିନେଇ ଫେରାର ହେଇଯାଇଥିଲେ । ପରେ ଦୋକାନ ମାଲିକ ଘଟଣା ସଂପର୍କରେ ପେlଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛନବିନ୍ ଆରମ୍ଭ କରିଛି ।

ମୁମ୍ବାଇରେ ବିଲ୍ଡିଂର ସ୍ଲାବ ଭୁଶୁଡି ୭ ଜଣଙ୍କ ମୃତ୍ୟୁ : ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର..

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇର ଥାନେ ନିକଟ କଲ୍ୟାଣ ଅଞ୍ଚଳରେ ବଡ଼ ଧରଣର ଦୁର୍ଘଟଣା । ବିଲ୍ଡିଂର ସ୍ଲାବ ଭୁଶୁଡି ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର । ଏକ ଆବାସିକ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅନ୍ୟ ୬ ଜଣଙ୍କର ମୃତ୍ୟୁ ଘଟିଛି । କଲ୍ୟାଣ ଡୋମ୍ବ୍ରିଭାଲି ମ୍ୟୁନିସିପାଲ କର୍ପୋରେସନର ଅଧିକାରୀ ଦୁର୍ଘଘଟଣାର ସୂଚନା ଦେଇଛନ୍ତି । କୋଠାର ସ୍ଲାବ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି । ଏବେ ବି ଜଣେ ବ୍ୟକ୍ତି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । କୋଠାଟିକୁ ‘ବିପଜ୍ଜନକ’ ଘୋଷଣା କରାଯାଇଥିଲା । ବର୍ଷା ଋତୁ ପୂର୍ବରୁ ଘରକୁ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା । ଦୁର୍ଘଟଣା ସମୟରେ ଲୋକମାନେ କୋଠାରେ ଥିଲେ। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ କେହି ପୋତି ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସନ୍ଧାନ କରାଯାଉଛି ।

ପାକିସ୍ତାନରେ ସ୍କୁଲ ବସ ଉପରେ ଆତଙ୍କବାଦୀ ଆକ୍ରମଣ : ୪ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ହମଲା। ହମଲାରେ ୫ ଛାତ୍ର ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଖୁଜଦାରରେ ଘଟିଛି ଆତଙ୍କବାଦୀ ହମଲା। ଦକ୍ଷିଣ ପଶ୍ଚିମ ପାକିସ୍ତାନର ବଲୁଚିସ୍ତାନ ପ୍ରଜାତନ୍ତ୍ରରେ ଘଟିଛି ଆକ୍ରମଣ। ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ସଂଗଠନ ବଲୁଚି ଲିବରେସନ ଆର୍ମିର ଆତଙ୍କରାଜ ଜାରି ରହିଥିବାବେଳେ ଏହି ବସ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବସଟି ସ୍କୁଲ ଅଭିମୁଖେ ଯାଉଥିବାବେଳେ ଏକ ଆତ୍ମଘାତୀ କାର ବସକୁ ଧକ୍କା ଦେଇ ବିସ୍ଫୋରଣ ଘଟାଇଥିଲା। ଘଟଣାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ଲାଗି କେହି ନିଜକୁ ଦାୟୀ କରିନାହାନ୍ତି।

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର : ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡଧରଣର ନକ୍ସଲ ବିରୋଧୀ ଅପରେସନ। ନକ୍ସଲ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ଯବାନ ମଧ୍ୟରେ ସଂଘର୍ଷ। ନକ୍ସଲ ଅପରେସନରେ ପ୍ରାଣ ହରାଇଛନ୍ତି ୩୦ରୁ ଅଧିକ ନକ୍ସଲ। ଘଟଣାରେ ଜଣେ ଯବାନ ସହିଦ ହୋଇଛନ୍ତି।  ନାରାୟଣପୁର ଅନ୍ତର୍ଗତ ଆବୁଜମାଦ ଅଞ୍ଚଳରେ ହୋଇଛି ନକ୍ସଲ ଅପରେସନ। ଅପରସେନରେ ସାମିଲ ହୋଇଛନ୍ତି ନାରାୟଣପୁର, ବିଜାପୁର ଓ ଦାନ୍ତେୱାଡାର ଡିଆରଜି ଯବାନ। ଜଙ୍ଗଲରେ ନକ୍ସଲ ଥିବା ସୂଚନା ପାଇ ସେଠାରେ ହୋଇଥିଲା ଅପରେସନ। ମାଓବାଦୀଙ୍କ ମ୍ୟାଡ ଡିଭିଜନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ବିଜାପୁର ଜିଲ୍ଲାରେ ଅପରେସନରେ ୧୫ ନକ୍ସଲ ନିହତ ଘଟଣା ପରେ ଏହି ବଡ଼ଧରଣର ଅପରେସନ ହୋଇଛି। ଅପରେସନରେ ବହୁ ଟପ ମାଓନେତା ପ୍ରାଣ ହରାଇଥିବା କୁହାଯାଉଛି।